ଶିଶିର ମିଶ୍ର: ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଶିଶିର ମିଶ୍ର(ଜନ୍ମ : ୧୯୪୨) ଜଣେ ଓଡ଼ିଆ କଥାଚିତ୍ର ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅଟନ୍ତି । ଓଡ଼ିଆ କଥାଚିତ୍ରକୁ ସାମଗ୍ରୀକ ଅବଦାନ ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୮ରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ଶିଶିର ମିଶ୍ର
ଶିଶିର ମିଶ୍ର: ଓଡ଼ିଆ କଥାଚିତ୍ରରେ ଭୂମିକା, ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର, ପୁରସ୍କାର ଓ ସମ୍ମାନ
ଜନ୍ମ୧୯୪୨
ଜାତୀୟତାଭାରତୀୟ
ପ୍ରସିଦ୍ଧିକଥାଚିତ୍ର ନିର୍ଦ୍ଦେଶନା
ପିତାମାତାପୁରୁଷୋତ୍ତମ ମିଶ୍ର
ପୁରସ୍କାରଜୟଦେବ ପୁରସ୍କାର, ପଦ୍ମଶ୍ରୀ

ଶିଶିର ମିଶ୍ର, ୧୯୪୨ମସିହାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ବୋମକେଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁରୁଷୋତ୍ତମ ମିଶ୍ର, ଇଂରେଜ ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଶିଶିର, ଖଲିକୋଟ ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଓ ରେଭେନ୍ସା ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାହାସଲ କରିଥିଲେ । ସ୍ୱଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ, ସିନେମାରେ କାମ କରିବା ପାଇଁ ମୁମ୍ବାଇକୁ ଚାଲିଯାଇଥିଲେ । ୧୯୬୫ମସିହାରେ ସେ ନିର୍ଦ୍ଦେଶକ ମେହବୁବ୍ ଖାନଙ୍କ ସହନିର୍ଦ୍ଦେଶକ ଭାବରେ କାମ ଆରମ୍ଭ କରିଥିଲେ । ପରେ ଜ୍ୟୋତି ସ୍ୱରୂପଙ୍କ ସହନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । କିଛି ବର୍ଷ ମୁମ୍ବାଇଅରେ ଚଳଚ୍ଚିତ୍ର ନିର୍ଦ୍ଦେଶନା କରିବା ପରେ, ସେ ଓଡ଼ିଶା ଫେରିଆସିଥିଲେ । ୧୯୭୬ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର ସିନ୍ଦୁର ବିନ୍ଦୁ ମୁକ୍ତିଲାଭ କରିଥିଲା ।

ଓଡ଼ିଆ କଥାଚିତ୍ରରେ ଭୂମିକା

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ସାବତ ମା ୨୦୦୩ ନିର୍ଦ୍ଦେଶକ, କାହାଣୀ, ସଂଳାପ, ପଟ୍ଟଲେଖା
ସୁନା ଭାଉଜ ୧୯୯୪ ନିର୍ଦ୍ଦେଶକ
ବସ୍ତ୍ର ହରଣ ୧୯୯୧ ନିର୍ଦ୍ଦେଶକ, କାହାଣୀ, ପଟ୍ଟଲେଖା
ଏଇ ଆମ ସଂସାର ୧୯୮୬ ନିର୍ଦ୍ଦେଶକ
ସମୟ ବଡ଼ ବଳବାନ ୧୯୮୫ ନିର୍ଦ୍ଦେଶକ, ଅଭିନେତା
ସୁବର୍ଣ୍ଣ ସୀତା ୧୯୮୩ ନିର୍ଦ୍ଦେଶକ
ସୁନା ସଂସାର ୧୯୭୭ ନିର୍ଦ୍ଦେଶକ, ପଟ୍ଟଲେଖା, ଅଭିନେତା
ସିନ୍ଦୁର ବିନ୍ଦୁ ୧୯୭୬ ନିର୍ଦ୍ଦେଶକ

ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର

  • ଭିଗି ପଲକେଁ
  • ସମୟ କି ଧାରା
  • ବିଲ୍ଲୁ ବାଦଶାହା
  • ଟାଡା
  • ଅସୀମା

ପୁରସ୍କାର ଓ ସମ୍ମାନ

  • ପଦ୍ମଶ୍ରୀ - ୨୦୧୮
  • ଜୟଦେବ ପୁରସ୍କାର, ୨୦୦୫
  • ନିତାଇ ପାଲିତ ସମ୍ମାନ
  • କଳିଙ୍ଗ ଭାରତୀ ରତ୍ନ ସମ୍ମାନ

ଆଧାର

ଅଧିକ ତଥ୍ୟ

Tags:

ଶିଶିର ମିଶ୍ର ଓଡ଼ିଆ କଥାଚିତ୍ରରେ ଭୂମିକାଶିଶିର ମିଶ୍ର ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ରଶିଶିର ମିଶ୍ର ପୁରସ୍କାର ଓ ସମ୍ମାନଶିଶିର ମିଶ୍ର ଆଧାରଶିଶିର ମିଶ୍ର ଅଧିକ ତଥ୍ୟଶିଶିର ମିଶ୍ରଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକାଇରା ମହାନ୍ତିପରଦେଶୀ ବାବୁଗୋପବନ୍ଧୁ ଦାସଦଶରଥପ୍ଲୁଟୋବୈଷୟିକ ବିଜ୍ଞାନକିଶୋରଚନ୍ଦ୍ରାନନ୍ଦ ଚମ୍ପୂଚଳନ୍ତି ଠାକୁରଗୁଣ୍ଡିଚା ମନ୍ଦିରପ୍ରସନ୍ନ କୁମାର ଦାଶପଖାଳଶ୍ରୀରାଧାରୁକୁଣା ରଥଯାତ୍ରାଗରୁଡ଼ବାଳୁଙ୍ଗା ଟୋକାସୁରେନ୍ଦ୍ର ମହାନ୍ତିମ୍ୟୁଚୁଆଲ ଫଣ୍ଡଅଶୋକ ସମ୍ରାଟମୋହନ ସୁନ୍ଦର ଦେବ ଗୋସ୍ୱାମୀଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଦକ୍ଷିଣ କୋରିଆମେରୁ ଯାତ୍ରାପରିବାରପୁନର୍ମିଳନସୁରମା ପାଢ଼ୀହୃଷୀକେଶ ପଣ୍ଡାଗୌରହରି ଦାସଯୋଗଅଭିମନ୍ୟୁ ସାମନ୍ତସିଂହାରସୌରୀନ୍ଦ୍ର ବାରିକଆଚାର୍ଯ୍ୟ ହରିହରକୁମାରିଲ ଭଟ୍ଟକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଦେହୀଶ ବିଳାସସମୀର ରଞ୍ଜନ ଦାଶସୁଦଶା ବ୍ରତଗୁରୁପ୍ରସାଦ ମହାନ୍ତିଦୀପକ ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଯଦୁମଣି ମହାପାତ୍ରବିଜୁ ପଟ୍ଟନାୟକବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ଲୀହା୬ ମାର୍ଚ୍ଚଉତ୍କଳ ଦୀପିକାଓଡ଼ିଆ ଭାଷାନୀଳକଣ୍ଠ ଦାସନାରୀବାଦମୁଁ ରାଜା ତୁ ରାଣୀମୁଣ୍ଡା ଭାଷାସମୂହବଲାଙ୍ଗୀରକେଦାରନାଥ ମନ୍ଦିରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଭାରତୀୟ ଜନତା ପାର୍ଟିପଣା ସଂକ୍ରାନ୍ତିରାସନ କାର୍ଡ଼ (ଭାରତ)ଯକ୍ଷ୍ମାଅପରେଟିଙ୍ଗ ସିଷ୍ଟମରଘୁବଂଶଚିତ୍ତରଞ୍ଜନ ଦାସକାହ୍ନୁଚରଣ ମହାନ୍ତିଗଣନ ସଂଖ୍ୟାଜାପାନୀ ଭାଷାୟୁ ଟ୍ୟୁବ🡆 More