ଶାନ୍ତନୁ ଆରୋରା: ଜଣେ ଗାୟକ ଏବଂ ଗୀତାର ବାଦକ

ଶାନ୍ତନୁ ଆରୋରା (ଜନ୍ମ : ୧୫ ନଭେମ୍ବର ୧୯୮୫) ଜଣେ ଗାୟକ ଏବଂ ଗୀତାର ବାଦକ, ଯିଏକି ଇଂରାଜୀ ଏବଂ ହିନ୍ଦୀ ସଙ୍ଗୀତରେ ନିଜର କଣ୍ଠଦାନ କରୁଛନ୍ତି । ସେ ୮ ବର୍ଷ ବୟସରେ ଗୀତାର ପାଇଁ ଟ୍ରେନିଙ୍ଗ ନେଇଥିଲେ , ଏବଂ ୧୦ ବର୍ଷ ବୟସରେ ନିଜ ଗାୟନର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ । ସେ ୧୨ ବର୍ଷ ବୟସରୁ ହିଁ ଯଥାରୀତି ଭାବେ ଗୀତାର ବାଦନରେ ସକ୍ରିୟ ହୋଇ ଯାଇଥିଲେ ।

Shantanu Arora
ଶାନ୍ତନୁ ଆରୋରା
ଶାନ୍ତନୁ ଆରୋରା: ପ୍ରାରମ୍ଭିକ ଜୀବନ, ଶିକ୍ଷା, ଶାନସ୍ ସ୍କୁଲ ଅଫ ମ୍ୟୁଜିକ
ଶାନ୍ତନୁ ଆରୋରା
Background information
ଜନ୍ମ ସମୟରେ ନାମଶାନ୍ତନୁ
ଜନ୍ମ (1985-11-15) ୧୫ ନଭେମ୍ବର ୧୯୮୫ (ବୟସ ୩୮)
ନୂଆଦିଲ୍ଲୀ, ଭାରତ
ଶୈଳୀPop, Rock, Blues, Fusion, Country
ପେଷାଗାୟକ, ଶିକ୍ଷକ, ରଚକ
ବାଦ୍ୟଯନ୍ତ୍ରଗୀତାର, ପିଆନୋ, ଭୋକଲ
କାର୍ଯ୍ୟକାଳ୧୯୯୩ - ଆଜିପର୍ଯ୍ୟନ୍ତ
ୱେବସାଇଟhttp://www.shanschool.com

ପ୍ରାରମ୍ଭିକ ଜୀବନ

ଶାନ୍ତନୁ ଆରୋରା ୧୫ ନଭେମ୍ବର ୧୯୮୫ ମସିହାରେ ଦିଲ୍ଲୀର "ବସନ୍ତ କୁଞ୍ଜ"ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ "ସ୍ୱର୍ଗତ ଭରତ ଭୂଷଣ ଆରୋରା" ଏବଂ ମାତାଙ୍କ ନାମ "ଉଷା ଆରୋରା" । ତାଙ୍କ ପିତା ଜଣେ "ସିଭିଲ ଇଞ୍ଜିନିୟର ଥିଲେ ଏବଂ ମାତା ଏକ ବ୍ୟାଙ୍କର ଚାକିରୀରୁ ଅବସର ପ୍ରାପ୍ତ କରିସାରିଲେଣି । ତାଙ୍କ ଭଉଣୀ ନିଜର ଏକ କମ୍ପାନୀରେ ଚାକିରୀ କରୁଛନ୍ତି । ଶାନ୍ତନୁ ଯେତେବେଳେ ଏମ.ବି.ଏ ଶିକ୍ଷା ଅଧ୍ୟୟନ କରୁଥିଲେ , ସେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ତାଙ୍କ ମା' ପରିବାର ସମ୍ଭାଳିଥିଲେ ।

ଶିକ୍ଷା

ଶାନ୍ତନୁ ଆରୋରା ଗୌତମ ନଗରର ଏଫଆର. ଆଗ୍ନେଲ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ସେ ନିଜ ବିଦ୍ୟାଳୟରେ ସମାନ ସଙ୍ଗୀତ - ବାଦ୍ୟରେ ମନୋନୀତ ହୋଇଥିଲେ । ସେ ବିଭିନ୍ନ ବିଦ୍ୟାଳୟରେ ସଙ୍ଗୀତ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ "ପେପ୍ସି ଷ୍ଟ୍ରୋମ, ବ୍ରଦର ବେର୍ଗିନ୍ସ, ଆଗ୍ନେଲ ଟ୍ୟାଲେଣ୍ଟ ଫିଷ୍ଟ" ପରି ବିଭିନ୍ନ ପୁରସ୍କାର ଜିତିଥିଲେ । ସେ "ବି.ଆଇ.ଟି.ଏସ ପିଲାନି (ରାଜସ୍ଥାନ) , ଜାନକୀ ଦେବୀ, ଆଇ. ଏଚ.ଇ" ପରି କଲେଜରେ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ । ଶାନ୍ତନୁ "ପି.ଜି.ଡ଼ି.ଏ.ଭି କଲେଜ", ଦିଲ୍ଲୀ ୟୁନିଭରସିଟିରେ ଇକନୋମିକ୍ସର ଛାତ୍ର ସହିତ ନିଜ କଲେଜ ବ୍ୟାଣ୍ଡର ଏକ ଅଂଶ ଥିଲେ । ସ୍ନାତକ ପରେ ସେ "ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ରିସର୍ଚ୍ଚ (ଶ୍ରୀ ଏସ.ଆଇ.ଆଇ.ଏମ)" ନୂଆଦିଲ୍ଲୀରେ "ବ୍ୟବସାୟ" କ୍ଷେତ୍ରରେ ଏମ.ବି.ଏ କରିଥିଲେ । ଶାନ୍ତନୁ "ଉତ୍ସବ ସାବରୀ ଖାନ"ଙ୍କ ଅନୁଗାମୀ ଥିଲେ, ଯିଏ "ହିନ୍ଦୁସ୍ତାନୀ କ୍ଲାସିକାଲ ସଙ୍ଗୀତ"ର ଟ୍ରେନିଙ୍ଗ ଦେଉଥିଲେ ।

ସେ "ସିଳ୍କ ରାଉତ" ଏବଂ "ମୋହିତ ଚୌହାନ"ଙ୍କ ସହ ମିଶି ବିଭିନ୍ନ ବ୍ୟାଣ୍ଡ ସହିତ ୭ଟି ସୂରରେ ସଙ୍ଗୀତ ସମ୍ପାଦନା କରିଥିଲେ ।

ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ

ଶାନ୍ତନୁ ଆରୋରା ଯେତେବେଳେ କଲେଜରେ ପାଠ ପଢ଼ୁଥିଲେ , ସେତେବେଳେ ସେ ସଙ୍ଗୀତ କ୍ଷେତ୍ରରେ ପଦୋନ୍ନତି କରିବା ପାଇଁ , ୨୦୦୪ ମସିହାରେ ଦିଲ୍ଲୀ ଏବଂ ଗୁଡ଼ଗାଓଁରେ "ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ" ନାମକ ନିଜର ଏକ ସଙ୍ଗୀତ ଏକାଡେମୀ ପ୍ରତିଷ୍ଠା କରିଥିଲେ ।

"ଶାନ'ସ୍ ସ୍କୁଲ" ବିଭିନ୍ନ ପ୍ରକାରର ସଙ୍ଗୀତ ଏବଂ ( ଗୀତାର , କ୍ୟାସିଓ, ବଂଶୀ, ଡ୍ରମ ଏବଂ ଭୋକଲ ) ପରି ବାଦ୍ୟ ଯନ୍ତ୍ରର ଶିକ୍ଷା ଦେଇଥାନ୍ତି । ସେହି ସ୍କୁଲ, ପିଲାମାନଙ୍କୁ ଆଗ୍ରହାନ୍ୱିତ କରିବା ପାଇଁ ଏବଂ ସେମାନେ କିପରି ନିଜଦ୍ୱାରା ସଙ୍ଗୀତର ରଚନା କରିପାରିବେ ସେଥିପାଇଁ ବିଭିନ୍ନ ପ୍ରକାରର ସଙ୍ଗୀତ ସଭା ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥାପନ କରିଥାନ୍ତି ।


"ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ" ୪ ବର୍ଷରୁ ଉର୍ଦ୍ଧ ଉଭୟ ପୁଅ ଏବଂ ଝିଅ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥା'ନ୍ତି । ବର୍ତ୍ତମାନ "ଶାନ'ସ୍ ସ୍କୁଲ" ୧୨ଟି ବିଦ୍ୟାଳୟ, ୩ଟି ଇଞ୍ଜିନିୟରିଂ ଓ ପି.ଜି.ଡ଼ି.ଏମ ୟୁନିଭରସିଟି ଏବଂ ୭ଟି କର୍ପୋରେଟର ପାଖାପାଖି ୮୦୦ ଛାତ୍ରଛାତ୍ରୀମାନଙ୍କୁ ଭିଭିନ୍ନ ଅଫର ପ୍ରଦାନ କରିଥିଲା ।

ସେହି କାର୍ଯ୍ୟକ୍ରମରେ " Rock your Freedom" ନାମକ ଏକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା (ଆଜତକ, ଡ଼ିଡ଼ି ନିଉଜ , ଟୋଟାଲ ଟିଭି, ରେଡ଼ିଓ ମିର୍ଚି ଏବଂ ଜି ନିଉଜ) ପରି ମେଡ଼ିଆମାନଙ୍କର ମନଯୋଗ ବଢାଇଥିଲା । " Delhi School house Rock" (ଏନ.ଡ଼ି.ଟି.ଭି ଇଣ୍ଡିଆ) ଏବଂ (ସି.ଏନ.ଇ.ବି)ର କଭର ପେଜ ହୋଇଥିଲା ।


ସଫଳତା

ଶାନ୍ତନୁ ଆରୋରା: ପ୍ରାରମ୍ଭିକ ଜୀବନ, ଶିକ୍ଷା, ଶାନସ୍ ସ୍କୁଲ ଅଫ ମ୍ୟୁଜିକ 
ଶାନ୍ତନୁ ଆରୋରାଙ୍କ ଲାଇଭ ଷ୍ଟେଜ ସୋ
  • ୨୦୦୬ ମସିହାରେ ରେଡ଼ିଓ ମିର୍ଚ୍ଚ ସହିତ ଉଲଟା ପୁଲଟା ନିତିନ _ ପ୍ରାଇମ ଟାଇମ ଏବଂ ସାଇମ-2007ରେ ପ୍ରସାରଣ କର୍ତ୍ତା ଥିଲେ ।
  • କ୍ରିକେଟ ୱାର୍ଲଡ କପ - ୨୦୦୭ ପାଇଁ CNN-IBN 7 (ପ୍ରାଇମ ଟାଇମ)ରେ ମୋହିତ ଅମରନାଥ ଏବଂ କ୍ରିସ ଶ୍ରୀକାନ୍ତଙ୍କ , ଅଞ୍ଜୁମ ଚୋପ୍ରା, ଭିଷେନ ସିଂ ବେଦୀ ଏବଂ କପିଲ ଦେବଙ୍କ ସହିତ ଦୂରଦର୍ଶନରେ ପ୍ରସାରଣ କରିଥିଲେ ।
  • ଏନ.ଡ଼ି.ଟି.ଭି - ଆଇ.ଆଇ.ଟି ଦିଲ୍ଲୀ, ମାକ୍ସ ମୁଲ୍ଲାର, ସି.ଆଇ.ଟି.ଏମ କଲେଜ ଅଫ ଇଞ୍ଜିନିୟରିଂ , ଏୟାର ଫୋର୍ସ ବାଲ ଭାରତୀ ବିଦ୍ୟାଳୟ, ଏଫ.ଆର ଆଗ୍ନେଲ ବିଦ୍ୟାଳୟ ଏବଂ ଡନ ବୋସ୍କୋ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ବୃତ୍ତି ପାଇଁ ଜଜ୍ ଏବଂ ଅତିଥି ରୂପେ ସମ୍ପାଦାନକାର ଥିଲେ ।
  • ମାଙ୍ଗାଲୋରର ଏକ ସଙ୍ଗୀତ ସମାରୋହରେ ଉସ୍ତାଦ କମଳ ସାବରୀ ଖାନଙ୍କ ସହିତ "ସାରଙ୍ଗୀ ମୈଷ୍ଟ୍ରୋ"ରେ ସମ୍ପାଦନା କରିଥିଲେ ।
  • ଡିଓଲେକ୍ସ ପେଣ୍ଟ, ଆଡ଼ଭେଞ୍ଚର ପାର୍କ- ରୋହିଣୀ, ଆଇ.ବି.ଏମ ପରି ବିଭିନ୍ନ ପ୍ରକାର ସାମୂହିକ କ୍ଷେତ୍ରରେ ସମ୍ପାଦନ କରୁଥିଲେ ।
  • ଆରଭାଲିର Rock Your Freedom - ୨୦୦୮ରେ ଏକ ସଙ୍ଗୀତ ମୀଟ-ଅପର ସଂଗଠନ କରିଥିଲେ , ଯାହା (ଆଜତକ, ସାହାରା ନିଉଜ, ଟୋଟାଲ ଟିଭି, ଜି ନିଉଜ, ଡ଼ିଡ଼ି ନିଉଜ ଏବଂ ସିଏନଇବି)ର କଭର ଚିତ୍ର ବନିଥିଲା ।
  • ଦିଲ୍ଲୀ ସ୍କୁଲ ହାଉସ, ୧୪ ନଭେମ୍ବର ୨୦୦୯ରେ ଫାଦର ରକ- ଆନ ଇଣ୍ଟର ସ୍କୁଲ ପ୍ରତିଯୋଗିତାର ପ୍ରତିଷ୍ଠାତା ଥିଲେ । ତାଙ୍କର ସେହି ଇଭେଣ୍ଟ (ଏନ. ଡ଼ି.ଟି.ଭି ଇଣ୍ଡିଆ, ଦିଲ୍ଲୀ ଆଜତକ ଏବଂ ସି.ଏନ. ଇ.ବି)ର ଏକ ମାଧ୍ୟମ କ୍ଷେତ୍ର ହୋଇଥିଲେ ।
  • ବିଭିନ୍ନ ପ୍ରକାର କ୍ଲବ - ଇମପ୍ରଫେକ୍ଟୋ, ରୁଷ୍ଟ, ରୁଷ୍ଟ ବିଷ୍ଟ୍ରୋ, ଆଉଟ ଅଫ ଦି ବକ୍ସ, ରେଡ଼ିଓ ୨୧ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ପ୍ରେରଣା

ଶାନ୍ତନୁ ଆରୋରାଙ୍କୁ ମୁଖତଃ ଭାବେ , ମିଚେଲ ଜ୍ୟାକ୍ସନ, ଏ.ଆର ରେହେମାନ ଏବଂ ଆର.ଡ଼ି ବୁରମ୍ୟାନଙ୍କଠାରୁ ପ୍ରେରଣା ମିଳିଥିଲା । ତାଙ୍କର ସବୁଠାରୁ ବଡ଼ ପ୍ରେରଣା ଦାତକ ହେଲେ ନିଜ ମାତା-ପିତା, ଯିଏ ତାଙ୍କୁ ସର୍ବଦା ସଙ୍ଗୀତ ଗାଇବା ପାଇଁ ଉତ୍ସାହିତ କରିଥିଲେ ।

ସମ୍ମାନ ଓ ପୁରସ୍କାର

  • ସ୍କୁଲ ଏବଂ କଲେଜ ସ୍ତରରେ ଶାନ୍ତନୁ (ପେପ୍ସି ଷ୍ଟ୍ରମ, ବିଟ୍ସ ପିଲାନି , କାନଫ୍ଲୁଏନ୍ସ, ଶ୍ରୀ ରାମ କଲେଜ ଅଫ କମର୍ସ, ଆଇ ପି କଲେଜ, ମିରିଣ୍ଡା ହାଉସ , ରୋଟାରୀ କ୍ଲବ ଦିଲ୍ଲୀ ଇଉନିଭରସିଟି) ପରି ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମର ୫୦ଟି ପ୍ରତିଯୋଗିତାରେ ସକ୍ରିୟତାର ସହିତ ସଙ୍ଗୀତ ପ୍ରଦର୍ଶନ କରି ସଫଳତା ପାଇଥିଲେ ।
  • ICONGO ଏବଂ LAMPର ଆନ୍ତର୍ଜାତିକ ରାଜ୍ୟମଣ୍ଡଳରେ ସଙ୍ଗୀତ ପ୍ରଦର୍ଶନ କରି "କରମ ବୀର ଚକ୍ର" ଆୱାର୍ଡ ପାଇଥିଲେ ।

ଆଧାର

Tags:

ଶାନ୍ତନୁ ଆରୋରା ପ୍ରାରମ୍ଭିକ ଜୀବନଶାନ୍ତନୁ ଆରୋରା ଶିକ୍ଷାଶାନ୍ତନୁ ଆରୋରା ଶାନସ୍ ସ୍କୁଲ ଅଫ ମ୍ୟୁଜିକଶାନ୍ତନୁ ଆରୋରା ସଫଳତାଶାନ୍ତନୁ ଆରୋରା ପ୍ରେରଣାଶାନ୍ତନୁ ଆରୋରା ସମ୍ମାନ ଓ ପୁରସ୍କାରଶାନ୍ତନୁ ଆରୋରା ଆଧାରଶାନ୍ତନୁ ଆରୋରାହିନ୍ଦୀ

🔥 Trending searches on Wiki ଓଡ଼ିଆ:

ମଧୁସୂଦନ ରାଓବିରଜା ମନ୍ଦିରଶୈଳବାଳା ଦାସବୁଦ୍ଧ ପୂର୍ଣ୍ଣିମାଲୋକ ସଭାପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଚୈତ୍ରଜଗନ୍ନାଥଶେଷ ଶ୍ରାବଣଇସଲାମ ଧର୍ମବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱଜିତ ଦାସଜୟୀରାମ ସାମଲମିଳିତ ଜାତିସଂଘଜାଭା (ପ୍ରୋଗ୍ରାମିଂ ଭାଷା)ଜ୍ଞାନକୋଷସୁଭାଷ ଶତପଥୀଶିବରବୀନ୍ଦ୍ରନାଥ ଠାକୁରଜିନା ସାମଲଇଣ୍ଟରନେଟଓଡ଼ିଆ ସାହିତ୍ୟଜଣ୍ଡିସ୍ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାରାମାୟଣହନୁମାନସାରଳା ଦାସବର୍ଷା୨୧ ମାର୍ଚ୍ଚମହାବୀର ଜୈନକଳାପାହାଡ଼ଫକୀର ମୋହନ ସେନାପତିଜୀବସାରବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନେପୋଲିୟନ ବୋନାପାର୍ଟପ୍ରାଣୀ ବିଜ୍ଞାନବେଣୁଧର ରାଉତପଞ୍ଚତନ୍ତ୍ରଓଡ଼ିଶା ବିଧାନ ସଭାଯକୃତକଳିଙ୍ଗ ଯୁଦ୍ଧସୁରେନ୍ଦ୍ର ମହାନ୍ତିସରସ୍ୱତୀଇମେଲରବି ସିଂଜଳବିଦ୍ୟୁତ୍ପ୍ରଧାନ ପୃଷ୍ଠାଦେବ୍ରାଜ ଲେଙ୍କାଲୁଣଜାପାନୀ ଭାଷାବୌଦ୍ଧ ଜିଲ୍ଲାମାର୍ଚ୍ଚ୨୦୦୪ମାସଭାଷାଗୋପାଳ ଚନ୍ଦ୍ର ପ୍ରହରାଜମଣିଷ୫ ଫେବୃଆରୀମଧ୍ୟ ଏସିଆକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପ୍ରାଣକୃଷ୍ଣ ପରିଜାମଙ୍ଗଳଜାପାନନମିତା ଅଗ୍ରୱାଲସ୍ୱସ୍ତିକ🡆 More