ଶରତ ଚନ୍ଦ୍ର ମହାପାତ୍ର: ଭାରତୀୟ ବିଚାରପତି ଓ ଲେଖକ

ଶରତ ଚନ୍ଦ୍ର ମହାପାତ୍ର (ଲେଖନୀ ନାମ ଶରଚ୍ଚନ୍ଦ୍ର ମହାପାତ୍ର ମଧ୍ୟ ପ୍ରଚଳିତ; ୨୪ ମାର୍ଚ୍ଚ ୧୯୩୩–୧୨ ମଇ ୨୦୧୨) ଜଣେ ଭାରତୀୟ ବିଚାରପତି ଓ ଲେଖକ ଥିଲେ । ସେ ୧୯୮୪ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ୧୯୯୪ ମସିହାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଥିଲେ । ସେ ୨୦୦୮ରେ କନ୍ଧମାଳରେ ହୋଇଥିବା ଧର୍ମଗତ ଦଙ୍ଗାର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କଦ୍ୱାରା ଗଠିତ ଜଣିକିଆ କମିଶନର ମୁଖ୍ୟ ଦାୟିତ୍ୱରେ ଥିଲେ ।

ଜଷ୍ଟିସ

ଶରତ ଚନ୍ଦ୍ର ମହାପାତ୍ର
ଜନ୍ମ(1933-03-24)ମାର୍ଚ୍ଚ ୨୪, ୧୯୩୩
ମୃତ୍ୟୁ୧୨ ମଇ ୨୦୧୨(2012-05-12) (ବୟସ ୭୯)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ (ଆଇନ)
ଶିକ୍ଷାନୁଷ୍ଠାନମଧୁସୂଦନ ଆଇନ ମହାବିଦ୍ୟାଳୟ
ବୃତ୍ତିବିଚାରପତି

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଶରତ ଚନ୍ଦ୍ର ମହାପାତ୍ର ୧୯୩୩ ମାର୍ଚ୍ଚ ୨୪ରେ ଢେଙ୍କାନାଳ ଜିଲ୍ଲା ଇଚ୍ଛାବତୀପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ୤ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବାରିପଦା ଏମପିସି କଲେଜରେ ଆଇଏସସି ପଢ଼ିଥିଲେ ୤ ପରେ ସେ ଫକୀରମୋହନ ମହାବିଦ୍ୟାଳୟରୁ ସ୍ନାତକ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଉପାଧି ହାସଲ କରିଥିଲେ ୤

ବୃତ୍ତିଗତ ଜୀବନ

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭୂତପୂର୍ବ ମୁଖ୍ୟ ବିଚାରପତି ସ୍ୱର୍ଗତ ଗତିକୃଷ୍ଣ ମିଶ୍ରଙ୍କ ସହକାରୀ ଭାବେ ଓକିଲାତି ଆରମ୍ଭ କରିଥିଲେ ୤ ୧୯୮୪ ମସିହାରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୤ ୧୯୯୪ ମସିହାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟକୁ ତାଙ୍କର ବଦଳି ହୋଇଥିଲା ୤ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ରାଜ୍ୟ ଖାଉଟି ରିଡ୍ରେସାଲ କମିଶନ ସଭାପତି ଭାବେ, ୧୯୯୫ ମସିହାରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ) ଅଧ୍ୟକ୍ଷ, ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ଲୋକପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ୤ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର କେତେକ ସହଯୋଗୀଙ୍କୁ ୨୦୦୮ ଅଗଷ୍ଟ ମାସରେ ହତ୍ୟା କରାଯିବା ପରେ କନ୍ଧମାଳରେ ବ୍ୟାପକ ଦଙ୍ଗାଗୋଳ ଲାଗିଥିଲା ୤ ଏହି କନ୍ଧମାଳ ଦଙ୍ଗା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ତରଫରୁ ଗଠିତ ଜଣିକିଆ କମିଶନର ମୁଖ୍ୟ ଦାୟିତ୍ୱରେ ଥିଲେ୤

ମୃତ୍ୟୁ

ଜଷ୍ଟିସ ମହାପାତ୍ର ମାସାଧିକ କାଳ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ ୤ ସେ ସେପ୍ଟିସେମିଆ ସହ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜନିତ ରୋଗରେ ଆକ୍ରାନ୍ତ ଥିଲେ୤ ୧୨ ମଇ ୨୦୧୨ ମସିହା, ଶନିବାର ସକାଳ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ୤ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ୤

ଆଧାର

Tags:

ଶରତ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଶରତ ଚନ୍ଦ୍ର ମହାପାତ୍ର ବୃତ୍ତିଗତ ଜୀବନଶରତ ଚନ୍ଦ୍ର ମହାପାତ୍ର ମୃତ୍ୟୁଶରତ ଚନ୍ଦ୍ର ମହାପାତ୍ର ଆଧାରଶରତ ଚନ୍ଦ୍ର ମହାପାତ୍ରଓଡ଼ିଶା ଉଚ୍ଚ ନ୍ୟାୟାଳୟକନ୍ଧମାଳ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଯଦୁନାଥ ଦାସ ମହାପାତ୍ରକରଣ (ଜାତି)କଳିଙ୍ଗ ଯୁଦ୍ଧରେବତୀ (କ୍ଷୁଦ୍ରଗଳ୍ପ)ଝୋଟି ଚିତାଦି ଟେଷ୍ଟ ଅଫ ମାଇ ଲାଇଫମାୟାଧର ମାନସିଂହହିନ୍ଦୁସ୍ତାନ ପେଟ୍ରୋଲିୟମଗାୟତ୍ରୀବାଳା ପଣ୍ଡାପାଲାରାଜେନ୍ଦ୍ର କିଶୋର ପଣ୍ଡାଖିଲିପାନବିଷ୍ଣୁସ୍ୱାମୀ ବିବେକାନନ୍ଦଇଣ୍ଡୋନେସିଆଭାଷାପ୍ରସନ୍ନ ଆଚାର୍ଯ୍ୟତରଳ ଝାଡ଼ାସୀତା ବିବାହପୋଡ଼ ପିଠାସୁନାରକ୍ତଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଜୈନବାଦଇନକ୍ଲିସିରାନଚିନ୍ତାମଣି ବେହେରାସାହି ଯାତମାଗୁଣିର ଶଗଡ଼ (କଥାଚିତ୍ର)ଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତାଜମହଲରବୀନ୍ଦ୍ରନାଥ ଠାକୁରଏଚଆଇଭି/ଏଡସରାମ ନବମୀପୁଷ୍ଟିସାରଫତୁରାନନ୍ଦଅଷ୍ଟ୍ରେଲିଆବେଲଦାଶରଥି ଦାସମନୋରଞ୍ଜନ ଦାସପୌରସଂସ୍ଥାପଦ୍ମ ଲୋଚନ ପଣ୍ଡାକମ୍ପ୍ୟୁଟରରୋହିତ ପୂଜାରୀଅପରେଟିଙ୍ଗ ସିଷ୍ଟମଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓରାବଣଛାୟାଇମରାନ ଖାଁକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚୈତ୍ରଭାରତୀୟ ଜନତା ପାର୍ଟିଚିତ୍ତରଞ୍ଜନ ଦାସନମିତା ଅଗ୍ରୱାଲବୁଦ୍ଧ ପୂର୍ଣ୍ଣିମାଲୋକ ସଭାଶାରଳା ପୁରସ୍କାରବାଘହାଣ୍ଡିସାପଇରା ମହାନ୍ତିକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନନବକୃଷ୍ଣ ଚୌଧୁରୀଓଡ଼ିଶାର ଲୋକନୃତ୍ୟରାମାନୁଜ ଆଚାର୍ଯ୍ୟ🡆 More