ଲୋକଜନନୀ ପଣ୍ଡା

ଲୋକଜନନୀ ପଣ୍ଡା ( ୦୪ ଜୁନ ୧୯୩୪ - ୦୪ ମାର୍ଚ୍ଚ ୨୦୨୦ ) ଜଣେ ଓଡ଼ିଆ ଓ ସମ୍ବଲପୁରୀ ଭାଷାର ଗୀତିକାର ଥିଲେ । ସେ ଆକାଶବାଣୀଦ୍ୱାରା ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ଭାଷାର ପ୍ରଥମ ମହିଳା ଗୀତିକାର ଥିଲେ । ଆକାଶବାଣୀ କଟକରୁ ପ୍ରସାରିତ ନଈ ସେପାରୀ କନକ ଗୋରୀ, ଆଷାଢ଼ର ଆକାଶରେ ଯେବେ ତୁମେ ମେଘ ହୋଇ ଭାସିବ ଆଦି ଗୀତ ପାଇଁ ସେ ପରିଚିତ ।

ଲୋକଜନନୀ ପଣ୍ଡା
ଜନ୍ମ(1934-06-04)୪ ଜୁନ ୧୯୩୪
ଝାଡୁଆପଡା, ସମ୍ବଲପୁର
ମୃତ୍ୟୁ୪ ମାର୍ଚ୍ଚ ୨୦୨୦(2020-03-04) (ବୟସ ୮୫)
ଜାତୀୟତାଭାରତୀୟ
ବୈବାହିକ-ସାଥୀଉମାଶଙ୍କର ପଣ୍ଡା
ସନ୍ତାନଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର, ଜୟଶ୍ରୀ
ପିତାମାତାଗୋକୁଳାନନ୍ଦ ପଣ୍ଡା
ଶୁକ୍ରାବତୀ ଦେବୀ

ଜୀବନୀ

ଲୋକଜନନୀ, ସମ୍ବଲପୁରର ଝାଡୁଆପଡାଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋକୁଳାନନ୍ଦ ପଣ୍ଡା ଓ ମାତାଙ୍କ ନାମ ଶୁକ୍ରାବତୀ ଦେବୀ ଥିଲା । ଲେଡ଼ି ଲୁଇସ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୫୨ରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ପଢୁଥିବା ୫ ଜଣ ଛାତ୍ରୀଙ୍କ ମଧ୍ୟରୁ ଲୋକଜନନୀ ଜଣେ ଥିଲେ । ସେ ସାହିତ୍ୟିକ ଉମାଶଙ୍କର ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ୪ ଜଣ ପୁଅ ଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର ଓ ଜଣେ ଝିଅ ଜୟଶ୍ରୀ ଅଛନ୍ତି ।

ସେ ୧୯୬୦ ମସିହାରୁ ଆକାଶବାଣୀ କଟକରେ ଗୀତିକାର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ରଚିତ ଗୀତକୁ ସେ ସମୟର ପ୍ରମୂଖ କଣ୍ଠଶିଳ୍ପୀମାନେ ଗାୟନ କରିଥିଲେ । ୧୯୬୬ ମସିହାରେ ଆକାଶବାଣୀ କଟକରୁ ସମ୍ବଲପୁରୀ ଭାଷାର ପ୍ରସାରଣ ଆରମ୍ଭ ହୋଇଥିଲା ଓ ତାଙ୍କର ସମ୍ବଲପୁରୀ ଭାଷାର ଗୀତ ସବୁ ପ୍ରସାରିତ ହୋଇଥିଲା । ୨୦୧୨ ମସିହାରେ ଗୀତିଗୁଞ୍ଜନ ନାମକ ତାଙ୍କର ଏକ ଗୀତିକବିତା ପୁସ୍ତକ ପ୍ରକାଶ ପାଇଥିଲା ।

୨୦୨୦ ମାର୍ଚ୍ଚ ୪ ତାରିଖରେ ସମ୍ବଲପୁର ଧନୁପାଲୀଠାରେ ତାଙ୍କର ପରଲୋକ ଘଟିଥିଲା ।


ଆଧାର

Tags:

ଆକାଶବାଣୀ କଟକଓଡ଼ିଆ ଭାଷାକୋଶଳୀ ଭାଷା

🔥 Trending searches on Wiki ଓଡ଼ିଆ:

୩ ଅଗଷ୍ଟସମ୍ବଲପୁରଚଇତି ଘୋଡ଼ା ନାଚଓଡ଼ିଆ ନାଟକପଦାର୍ଥ ବିଜ୍ଞାନଭୀମ ଭୋଇଶୁକ୍ର୧୪୦୫ସମୟମଣ୍ଡଳଭୂଗୋଳନୋଟା (ଭାରତ)ପ୍ରତିଭା ଶତପଥୀଦ୍ୱିତୀୟ ବିଶ୍ୱଯୁଦ୍ଧମହାତ୍ମା ଗାନ୍ଧୀମହାଭାରତରେଭେନ୍‌ସା କଲିଜିଏଟ ସ୍କୁଲଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗଙ୍ଗା ଦଶହରାହନୁମାନ ଚାଳିଶାପଣା ସଂକ୍ରାନ୍ତିତ୍ରିକୋଣମିତିଯାଜପୁରତିନୋଟି ରତନଶ୍ରୀଧର ଦାସପ୍ରତୀକ୍ଷାପ୍ରସନ୍ନ କୁମାର ପାଟ୍ଟଶାଣୀନକ୍ସଲବାଦଅପରେଟିଙ୍ଗ ସିଷ୍ଟମପ୍ଲାଟିପସଦୀପକ ମିଶ୍ରପ୍ରଥମ ବିଶ୍ୱଯୁଦ୍ଧସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବଶବ୍ଦ (ଧ୍ୱନି)ମନୋଜ ଦାସଯମୁନାମହାଦେଶତ୍ରିଭୁଜଯଦୁମଣି ମହାପାତ୍ରବୃହସ୍ପତିଭଦଭଦଳିଆମାସ୧୯୮୯ଇଷ୍ଟ୍ରାଡେଫାଇଲିନଓଡ଼ିଶାର ସଂସ୍କୃତିମିଳିତ ଜାତିସଂଘଆଜରବାଇଜାନପୋଙ୍ଗଲସୁଭାଷ ଶତପଥୀସାରଳା ମହାଭାରତପକ୍ଷଭାନୁଜୀ ରାଓଚକ୍ଷୁଗୋଲକ ଫାଟଦୀନନାଥ ପାଠୀବେଦପ୍ରାଣୀ ବିଜ୍ଞାନଜାପାନକୃଷ୍ଣଚନ୍ଦ୍ର ପାଣିଗ୍ରାହୀଉଇକିଅଭିଧାନଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡକଇଥରାଉରକେଲାଜଗଦୀଶ ମହାନ୍ତିଖାରବେଳ ସ୍ୱାଇଁଶ୍ରୀରାଧାପଦାର୍ଥପୌଷ🡆 More