ଲେଡି ଗାଗା

ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା (ଜନ୍ମ: ୨୮ ମାର୍ଚ୍ଚ ୧୯୮୬), ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।

ଲେଡି ଗାଗା
Close-up of Lady Gaga performing onstage in a red bodice.
୨୦୧୭ ନଭେମ୍ବରରେ ବିଶ୍ୱ ଭ୍ରମଣ ବେଳେ ଗାଗା
ଜନ୍ମ
ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା

(1986-03-28) ୨୮ ମାର୍ଚ୍ଚ ୧୯୮୬ (ବୟସ ୩୮)
ନିୟୁର୍କ, ଯୁକ୍ତରାଷ୍ଟ୍ର ଆମେରିକା
ବୃତ୍ତି
  • କଣ୍ଠଶିଳ୍ପୀ, ଗୀତିକାର, ଅଭିନେତ୍ରୀ, ପ୍ରଯୋଜିକା
ସକ୍ରିୟ ବର୍ଷ୨୦୦୧-ଏବେଯାଏଁ
ୱେବସାଇଟladygaga.com

ଗାଗା ତାଙ୍କର ଗାୟିକି ଜୀବନ ତାଙ୍କର ସ୍କୁଲ ବ୍ୟାଣ୍ଡ୍ ଏବଂ ବିଭିନ୍ନ ଖୋଲା ରଙ୍ଗମଞ୍ଚ ଜରିଆରେ ଆରମ୍ଭ କରିଥିଲେ । ସେ ଜଣେ ପେସାଦାର ଗାୟକ ହେବା ଆଗରୁ ନିୟୁର୍କ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ତିସ୍ଚ ସ୍କୁଲ ଅଫ୍ ଆର୍ଟସ୍‌ରେ ପଢ଼ୁଥିଲେ । ଡେଫ୍ ଜାମ୍ ରେକର୍ଡ଼ିଂସ୍ ତାଙ୍କର ଚୁକ୍ତିନାମ ରଦ୍ଧ କରିଦେବା ପରେ ଗାଗା ଜଣେ ଗୀତିକାର ଭାବରେ ସୋନୀ/ଏଟିଭି ମ୍ୟୁଜିକ୍ ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୭ରେ ସେ ଆକୋନଙ୍କ ସ‌ହ ମିଶି ଇଣ୍ଟରସ୍କୋପ୍ ରେକର୍ଡ଼ସ୍ ଏବଂ କୋନ୍‌ଲାଇଭ୍ ଡିଷ୍ଟ୍ରିବ୍ୟୁସନ୍ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ସେହିବର୍ଷ ତାଙ୍କର ପ୍ରଥମ ଆଲବମ୍ କରିଥିଲେ । ତାଙ୍କର ପ୍ରଥମ ଆଲବମ୍‌ରେ ଡ୍ୟାନ୍ସ-ପ‌ପ୍ ଏବଂ ଏଲେକ୍ଟ୍ରୋପ‌ପ୍ ରହିଥିଲେ । ଏହାପରେ ତାଙ୍କର ଅନେକ ଆଲବମ୍ ସଫଳ ବ୍ୟବସାୟ କରିଥିଲା ।

ଗାଗାଙ୍କର ୨ୟ ବଡ଼ ଆଲବମ୍ ବର୍ଣ୍ ଦିସ୍ ୱେ ୨୦୧୧ରେ ଇଲେକ୍ଟ୍ରୋନିକ୍ ରକ୍ ଏବଂ ଟେକ୍ନୋ ତରିକାରେ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ସପ୍ତାହରେ ହିଁ ଏହି ଅଲବମ୍‌ଟି ୧୦ ଲକ୍ଷରୁ ଅଧିକ ଲୋକ କିଣିଥିଲେ । ଏହି ଆଲବ‌ମ୍‌ର ଶୀର୍ଷକ ଗୀତଟି ଆଇଟ୍ୟୁନ୍ ଷ୍ଟୋରରୁ ଗୋଟିଏ ସପ୍ତାହରୁ କମ୍ ସମୟରେ ୧୦ ଲକ୍ଷରୁ ଅଧିକଥର ଡାଉନ୍‌ଲୋଡ୍ ହୋଇଥିଲା । ଏହାପରେ ୨୦୧୩ରେ ତାଙ୍କର ୩ୟ ଆଲବମ୍ ଯୁକ୍ତରାଷ୍ଟ୍ର ଆମେରିକାରେ ବ‌ହୁଳ ବ୍ୟବସାୟ କରିବା ସ‌‌ହ ଅନେକ ଲୋକଙ୍କର ମନ‌କୁ ଜିଣିଥିଲା ଓ ଇତିହାସ ରଚନା କରିଥିଲା । ୨୦୧୫ରେ ଗାଗା ଆମେରିକାର ଏକ ଦୂରଦର୍ଶନର ଏକ ଧାରାବାହିକରେ ଅଭିନୟ କରିଥିଲେ । ସେ ୨୦୧୫-୨୦୧୬ରେ ପ୍ରସାରିତ ଆମେରିକୀୟ ଧାରାବାହିକ ଆମେରିକାନ୍ ହରର୍ ଷ୍ଟୋରୀ: ହୋଟେଲ୍‌ରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କର ଅଭିନୟ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୬ ମସିହାରେ ଗାଗାଙ୍କର ମୁକ୍ତିଲାଭ କରିଥିବା ୫ମ ଆଲବମ୍ ଆମେରିକାର ଜଣେ ମ‌ହିଳାଙ୍କର ୨୦୧୦ ପରେ ଚାରୋଟି ଆଲବମ୍‌ର ରେକର୍ଡ଼ କରିଥିଲା । ୨୦୧୭ ଫେବୃଆରୀରେ ଗାଗା ସୁପର୍ ବଉଲ୍ ଏଲ୍‌.ଆଇ. ହାଫ୍‌ଟାଇମ୍ ସୋରେ ଗୀତ ଗାଇଥିଲେ, ଯେଉଁଠି ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।

୨୦୧୬ ଜାନୁଆରୀ ସୁଦ୍ଧା ଗାଗାଙ୍କର ୨ କୋଟି ୭୦ ଲକ୍ଷରୁ ଅଧିକ ଆଲବମ୍ ବିକ୍ରି ହୋଇଥିଲା ଏବଂ ୧୪ କୋଟି ୬୦ ଲକ୍ଷରୁ ଅଧିକ ସମୁଦାୟ ଗୀତ ବିକ୍ରି ହୋଇଥିଲା । ଏହି ରେକର୍ଡ଼ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଗୀତ କଳାକାରଙ୍କ ମଧ୍ୟରେ ଗାଗାଙ୍କୁ ସ୍ଥାନିତ କରିଥିଲା । ଗାଗାଙ୍କୁ ମିଳିଥିବା ପୁରସ୍କାର ଭିତରେ ଅନେକ ବିଶ୍ୱ ରେକର୍ଡ଼, ତିନୋଟି ବ୍ରିଟ୍ ପୁରସ୍କାର, ଛଅଟି ଗ୍ରାମି ପୁରସ୍କାର ଏବଂ ଅନେକ ପୁରସ୍କାର ଉତ୍ସବରେ ପରସ୍କୃତ ହୋଇଛନ୍ତି ଏବଂ ମନୋନୀତ ହୋଇଛନ୍ତି । ବିଲ୍‌ବୋର୍ଡ଼ ପତ୍ରିକା ଗାଗାଙ୍କୁ ଅନେକ ସଫଳପୂର୍ଣ୍ଣ ସ୍ଥାନରେ ସ୍ଥାନିତ କରିବା ସ‌ହ ଶ୍ରେଷ୍ଠ କଳାକାର ଭାବରେ ମଧ୍ୟ ସମ୍ମାନିତ କରିଥିଲା । ୨୦୧୧ରେ ତାଙ୍କୁ ଟାଇମ୍ ପତ୍ରିକା ବିଶ୍ୱର ଶ୍ରେଷ୍ଠ ୨ୟ କଣ୍ଠଶିଳ୍ପୀ ଭାବରେ ଏବଂ ୨୦୧୨ରେ ଭିଏଚ୍‌1 ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ତାଲିକାରେ ୪ର୍ଥ ସ୍ଥାନରେ ରଖିଥିଲା । ୨୦୧୫ରେ ବିଲ୍‌ବୋର୍ଡ଼ର ସର୍ଭେକ୍ଷଣ ତାଙ୍କୁ ଶ୍ରେଷ୍ଠ ମ‌ହିଳା କଣ୍ଠଶିଳ୍ପୀ ଭାବରେ ସ୍ଥାନିତ କରିଥିଲା । ଗୀତ ବ୍ୟତୀତ ଗାଗା ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ ସମେତ ବିଭିନ୍ନ ଅଣଲାଭକାରୀ ସଂସ୍ଥା ସ‌ହ ଯୋଡ଼ିହୋଇଛନ୍ତି ଏବଂ LGBT ଅଧିକାର ପାଇଁ ସେ ମୁଖ୍ୟତଃ କାର୍ଯ୍ୟ କରିଆସୁଛନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ପଦାର୍ଥଗୋପାଳ ଚନ୍ଦ୍ର ପ୍ରହରାଜଆଷାଢ଼ଶୈଳବାଳା ଦାସତରଳ ଝାଡ଼ା୧୯୮୯ପଇସାଭାରତ ସରକାରରାଧାରାଣୀ ପଣ୍ଡାଓଡ଼ିଶାର ଲୋକନୃତ୍ୟଅଂଶୁଘାତପଣାବାଲେଶ୍ୱର ଜିଲ୍ଲାଜଗନ୍ନାଥ ଦାସସଂକ୍ରାନ୍ତିଭୂମିକମ୍ପଅମରପୋଇସୀତା ବିବାହ୧୪୦୫ଉଇକିକଥାଆହେ ଦୟାମୟ ବିଶ୍ୱ ବିହାରୀଦ୍ରାଘିମାରଜତପସ୍ୱିନୀଗୁଣନପୂର୍ବେଶ୍ୱର ଶିବ ମନ୍ଦିରଗଙ୍ଗା ଦଶହରାଚୀନମଧୁସୂଦନ ଦାସନୀଳକଣ୍ଠ ଦାସମ୍ୟାଲେରିଆହିନ୍ଦୁଜାପାନୀ ଭାଷାଅଶୋକ (ସମ୍ରାଟ)ମହୁମାଛି୧୭ ଅପ୍ରେଲଓଡ଼ିଶାର ଭୂଗୋଳକବିବିଦ୍ୟୁତପୁରୀକାନାଡ଼ାଯୋଗସୁଦାମ ମାରାଣ୍ଡିଚିତ୍ତରଞ୍ଜନ ଦାସଚିକିତ୍ସା ବିଜ୍ଞାନଭାରତବଳରାମ ଦାସବେକ୍ଲୋମେଟାଜୋନ ଡାଇପ୍ରୋପିଓନେଟକୁଞ୍ଜବିହାରୀ ତ୍ରିପାଠୀଉପବାସସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନନ୍ଦିଘୋଷଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିଜ୍ଞାନବିମ୍ବାଧର କୁଅଁର୨୦୦୬ଜର୍ମାନୀହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ବଣ୍ଡ (ଅର୍ଥ)ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିସୁନନ୍ଦା ଦାସଚନ୍ଦ୍ରଶେଖର ରଥନିତ୍ୟାନନ୍ଦ ମହାପାତ୍ରଗୋଦାବରୀଶ ମିଶ୍ରଲୁଣପ୍ରାଣବନ୍ଧୁ କରକୃଷ୍ଣଭୀମ ଭୋଇ🡆 More