ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।

ଲିଙ୍ଗରାଜ ମନ୍ଦିର
ଲିଙ୍ଗରାଜ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଖୋର୍ଦ୍ଧା
Location
ସ୍ଥାନଭୁବନେଶ୍ୱର
Countryଭାରତ
Architecture
ଯଯାତି କେଶରୀ
ଲିଙ୍ଗରାଜ ମନ୍ଦିର
ଆକାଶମାର୍ଗରୁ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାର ସରୋବର

ଇତିହାସ

ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି 'ଲିଙ୍ଗମାନଙ୍କର ରାଜା', 'ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ପାର୍ବତୀ ଅନ୍ନପୂର୍ଣ୍ଣା ହୋଇ ପତ୍ନୀ ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।

ଏହି ମନ୍ଦିର ୧୦୦୦ ବର୍ଷରୁ ଅଧିକ ପୁରୁଣା । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିରର ନିର୍ମାଣ ସରିବା ବେଳକୁ ବିଷ୍ଣୁ ପୂଜାର ଆରମ୍ଭ ହୋଇସାରିଥିଲା ଯାହା ଏଠାରେ ହର (ଶିବ) ଓ ହରି (ବିଷ୍ଣୁ)ଙ୍କ ମିଳନର ପ୍ରମାଣ ଦେଇଥାଏ ।

ଲୋକ ବିଶ୍ୱାସ

କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଥିବା ଏକ ପୁଷ୍କରିଣୀରେ ମା ପାର୍ବତୀ ଗୋପାଳୁଣୀ ଅବତାରରେ କୀର୍ତ୍ତି ବାସ ଅସୁରଙ୍କୁ ବଧ କରିଥିଲେ । ଭୁବନେଶ୍ୱରରେ ଥିବା ଅନ୍ୟତମ ପ୍ରାଚୀନ ମନ୍ଦିର ବଇତାଳ ଦେଉଳରେ କାପାଳିନୀ ଦେବୀ ପୂଜିତ । ଶୀତଳ ଷଷ୍ଠୀ ସମୟରେ ଲିଙ୍ଗରାଜଙ୍କ ସହିତ ମା ପାର୍ବତୀଙ୍କ ବିବାହ ହୋଇଥାଏ । ଭାରତୀ ମଠସ୍ଥିତା କାମାକ୍ଷୀ ଦେବୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ବୋଲାଯାଏ ।

ଭୋଗ

ଲିଙ୍ଗରାଜ ମନ୍ଦିର 
କୋରାଖଇ

ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କଦଳୀ, ନଡ଼ିଆକୋରାଖଇ ଅର୍ପଣ କରାଯାଇଥାଏ ।

ଗମନାଗମନ

ଏଠାରେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ନାମରେ ଗୋଟିଏ ପାସେଞ୍ଜର୍ ହଲ୍ଟ୍ ଷ୍ଟେସନ ଅଛି ।

ଅଧିକ ପଠନ

ଆଧାର

Tags:

ଲିଙ୍ଗରାଜ ମନ୍ଦିର ଇତିହାସଲିଙ୍ଗରାଜ ମନ୍ଦିର ଲୋକ ବିଶ୍ୱାସଲିଙ୍ଗରାଜ ମନ୍ଦିର ଭୋଗଲିଙ୍ଗରାଜ ମନ୍ଦିର ଗମନାଗମନଲିଙ୍ଗରାଜ ମନ୍ଦିର ଅଧିକ ପଠନଲିଙ୍ଗରାଜ ମନ୍ଦିର ଆଧାରଲିଙ୍ଗରାଜ ମନ୍ଦିରଓଡ଼ିଶାଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ବୃହସ୍ପତିମାୟାଧର ମାନସିଂହଇଣ୍ଟରନେଟଇରା ମହାନ୍ତିଜର୍ଜ କ୍ୟାଣ୍ଟରଚୈତ୍ର ମଙ୍ଗଳବାର ଓଷାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈଶାଖଖାଦ୍ୟଲବଙ୍ଗଖୋର୍ଦ୍ଧା ଜିଲ୍ଲା୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ୬୩୩ମଙ୍ଗଳା ମନ୍ଦିରଜାଭା (ପ୍ରୋଗ୍ରାମିଂ ଭାଷା)ପଦ୍ମଚରଣ ପଟ୍ଟନାୟକଅଷ୍ଟ୍ରେଲିଆଭାରତୀୟ ମୁଦ୍ରାଟେସାମୋରେଲିନକୁକୁର୧୫ ଫେବୃଆରୀରଥଯାତ୍ରାବନ୍ଦେ ମାତରମବିମ୍ବାଧର କୁଅଁରପକ୍ଷୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଭାରତର ସଂସ୍କୃତିମହାଭାରତଓଡ଼ିଆ ଭ୍ରମଣ ସାହିତ୍ୟଭାରତର ରାଷ୍ଟ୍ରପତିଓଡ଼ିଆ କବି ମାନଙ୍କର ତାଲିକାହନୁମାନ ଜୟନ୍ତୀ୧ ଅପ୍ରେଲଗୋଲୋକ ବିହାରୀ ଧଳଏସିଆଧର୍ମେନ୍ଦ୍ର ପ୍ରଧାନଗନରିଆଭାରତର ପ୍ରଧାନମନ୍ତ୍ରୀ୧୭୩୬ବ୍ରାଉଜରଭଦ୍ରକ ଜିଲ୍ଲାଜବାହରଲାଲ ନେହେରୁହୀରାକୁଦ ବନ୍ଧଦୀନକୃଷ୍ଣ ଦାସଖଣ୍ଡାୟତବୌଦ୍ଧ ଧର୍ମଜ୍ଞାନକୋଷଜୋହାନ୍ ସେବାଷ୍ଟିଆନ୍ ବାକ୍ସାଇକେଲ୨୫ ମାର୍ଚ୍ଚଭୂମିକମ୍ପଶିମିଳିପାଳ ଜାତୀୟ ଉଦ୍ୟାନ୧୨ ଫେବୃଆରୀଅକ୍ଷି ତୃତୀୟାବିବାହରଣା ସାପଓକିଲ ଦିବସତାରାତାରିଣୀ ମନ୍ଦିରଜଗନ୍ନାଥଉଇକିମିଡ଼ିଆ ମୁଭମେଣ୍ଟଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଓଡ଼ିଆ ଭାଷାଲୋକ ସଭା୬ ଫେବୃଆରୀମିଳିତ ଜାତିସଂଘନେରାଟିନିବ🡆 More