ରାମହରି ଦାସ

ରାମହରି ଦାସ (ଜନ୍ମ: ୧ ଫେବୃଆରୀ ୧୯୫୩) ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ । ୩୦ ବର୍ଷରୁ ଅଧିକ ସମୟ ଧରି, ସେ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା, ପରିବେଷଣ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ବ୍ରତୀ ଅଟନ୍ତି ।

ରାମହରି ଦାସ
ରାମହରି ଦାସ
Born (1953-02-01) ୧ ଫେବୃଆରୀ ୧୯୫୩ (ବୟସ ୭୧)
Nationalityଭାରତୀୟ
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
Occupation(s)ଓଡ଼ିଶୀ ସଙ୍ଗୀତ ଗୁରୁ, ଗବେଷକ
Organizationଓଡ଼ିଶୀ ଗୁରୁକୂଳ
Styleଓଡ଼ିଶୀ ସଙ୍ଗୀତ
Parent(s)ଦୀନବନ୍ଧୁ ଦାସ, କ୍ଷେତ୍ରମଣି ଦାସ

ବାଲ୍ୟଜୀବନ ଓ ଶିକ୍ଷା

ରାମହରି ଦାସ, ୧୯୫୩ ମସିହା ଫେବୃଆରୀ ୧ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଳକ ଅନ୍ତର୍ଗତ କାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଦାସ ଓ ମାତାଙ୍କ ନାମ କ୍ଷେତ୍ରମଣି ଦାସ ଅଟେ । ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା । ମାଟ୍ରିକ ପାସ କରିବା ପରେ, ସେ ଭୁବନେଶ୍ୱରର ବିଜେବି ଜୁନିୟର କଲେଜର ଯୁକ୍ତ ଦୁଇ ପଢ଼ିବା ସହ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରିଥିଲେ ।

ବୃତ୍ତିଗତ ଜୀବନ

ଉଭୟ ସଙ୍ଗୀତ ପରିବେଷଣ ଓ ଶିକ୍ଷାଦାନକୁ ବୃତ୍ତି କରିଥିବା ରାମହରି, ଓଡ଼ିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟରତ । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ସଙ୍ଗୀତର ଗୁରୁ ଭାବରେ କାର୍ଯ୍ୟ କରିସାରି, ସେହି ଅନୁଷ୍ଠାନର ଅଧ୍ୟକ୍ଷ ଭାବରେ ସେବାନିବୃତ ହୋଇସାରିଛନ୍ତି । ଏହା ବ୍ୟତୀତ, ସେ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ସେବା ନିବୃତ ହେବା ପରେ, ସେ ବହୁ ବେସରକାରୀ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ଓ ସାକ୍ଷୀଗୋପାଳଠାରେ ନିଜର ଏକ ଗୁରୁକୁଳ ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଛନ୍ତି । ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ପ୍ରଦାନ କରାଯିବା ପାଇଁ ଗଠିତ କମିଟିରେ, ସେ ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟରତ ।

ରଚିତ ପୁସ୍ତକ

  • ଅଳଙ୍କାର ରତ୍ନାବଳୀ
  • ସଙ୍ଗୀତ ସଂଜ୍ଞା - ୧୯୮୯
  • ଓଡ଼ିଶୀ ସଙ୍ଗୀତର ପରମ୍ପରା ଓ ପ୍ରୟୋଗ - ୨୦୦୪

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮-୨୦୦୯
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୮
  • ଯଦୁମଣି ଦାଶ ସାରସ୍ୱତ ପ୍ରତିଭା ସମ୍ମାନ, ୨୦୧୭

ଆଧାର

Tags:

ରାମହରି ଦାସ ବାଲ୍ୟଜୀବନ ଓ ଶିକ୍ଷାରାମହରି ଦାସ ବୃତ୍ତିଗତ ଜୀବନରାମହରି ଦାସ ରଚିତ ପୁସ୍ତକରାମହରି ଦାସ ସମ୍ମାନ ଓ ପୁରସ୍କାରରାମହରି ଦାସ ଆଧାରରାମହରି ଦାସଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ଦ୍ୱିତୀୟ ବିଶ୍ୱଯୁଦ୍ଧମହୁଲପ୍ରଶାନ୍ତ ନନ୍ଦ୧୧ ମାର୍ଚ୍ଚଓଉମିଆଁମାରଦକ୍ଷିଣ ଆମେରିକାତ୍ରିଲୋଚନେଶ୍ଵର ମନ୍ଦିରଆସାମକାନନ ମିଶ୍ର୨୦୦୧ପଞ୍ଚଲିଙ୍ଗେଶ୍ୱରକୁଜିବର ପ‌ତ୍ରଚନ୍ଦ୍ରହସ୍ତମୈଥୁନ୧ ଜୁଲାଇ୨୪ ମାର୍ଚ୍ଚଗୋଦାବରୀଶ ମହାପାତ୍ରଚାଣକ୍ୟବଣ୍ଡା ଜନଜାତିଜୟଦେବତାମିଲ ଭାଷାସ୍ୱାମୀ ବିବେକାନନ୍ଦସୁନାବେଶ୯୮୮ଭାରତୀୟ ପକ୍ଷୀମୋରୋକ୍କୋଇଲନ ମସ୍କଆତ୍ମହତ୍ୟାମାନସିକ ରୋଗଅମ୍ଳାନ ଦାସପଳାଶବ୍ରୋଙ୍କିଏକ୍ଟାସିସ୍ନମିତା ଅଗ୍ରୱାଲଓଡ଼ିଶାର ଦଶହରା୧୯୩୬ଭଦ୍ରକାଳୀଜାପାନୀ ଧର୍ମକଥାମହାଦେଶଢେଙ୍କାନାଳ ଜିଲ୍ଲାପଞ୍ଚକନ୍ୟାଏରିଦେମା ମଲ୍ଟିଫର୍ମମଣିପୁରଦକ୍ଷିଣ ଆଫ୍ରିକାମଣ୍ଡାଆନ୍ତର୍ଜାତିକ ମହିଳା ଦିବସଡ୍ରିମ୍ ଗାର୍ଲମେନିଞ୍ଜାଇଟିସ୍ହିନ୍ଦୀଜଗନ୍ନାଥ ଦାସରାଜକିଶୋର ରାୟରାଶି ଓ ନକ୍ଷତ୍ରତ୍ରିନାଥ ମେଳା (ଓଡ଼ିଆ କଥାଚିତ୍ର)ଭାରତସଚିନ ତେନ୍ଦୁଲକରତନ୍ତ୍ରଅର୍କ କେଶରୀ ଦେଓଜଗନ୍ନାଥଛାନ୍ଦଛବିଳ ମଧୁ ବର୍ଣ୍ଣବୋଧକଟକ ଜିଲ୍ଲାଆଇସଲ୍ୟାଣ୍ଡ🡆 More