ରାବଣ: ରାମାୟଣର ଚରିତ୍ର

ରାବଣ, ଲଙ୍କାର ରାଜା ଓ ରାମାୟଣର ଜଣେ ଚରିତ୍ର ବା ପାତ୍ର ।

ରାବଣ
ରାବଣ: ଜନ୍ମ ଓ ମତବାଦ, ଆହୁରି ଦେଖନ୍ତୁ, ଆଧାର
ସଂସ୍କୃତ ଅନୁବାଦRāvaṇa
ଉପାଧିରାକ୍ଷସ
ବାସସ୍ଥାନଲଙ୍କା
ସାଥିମନ୍ଦୋଦରୀ

ଜନ୍ମ ଓ ମତବାଦ

ରାବଣ ଲଙ୍କାର ରାଜା ଥିବାରୁ ଅନେକ ଏବେକାର ଶ୍ରୀଲଙ୍କାରେ ତାର ଜନ୍ମ ବୋଲି ମତ ଦେଉଥିଲେ ମଧ୍ୟ ପ୍ରକୃତରେ ସେ ଭାରତରେ ଜନ୍ମ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି । କେତେକ ଗବେଷକ ରାବଣର ଜନ୍ମ ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଇଡା ଅନ୍ତର୍ଗତ ବିଶ୍ରାକ ଗ୍ରାମରେ କହନ୍ତି । ଏହି ଅଞ୍ଚଳରେ ୨୪ ନମ୍ବର ଜାତୀୟ ରାଜପଥର ହିଣ୍ଡର ନଦୀ କୂଳରେ ରାବଣର ବାପା ବିଶ୍ରବାଙ୍କଦ୍ୱାରା ପ୍ରତିଷ୍ଠିତ ଏକ ଶିବ ମନ୍ଦିର ରହିଛି । ଗ୍ରାମବାସୀ ପ୍ରତିବର୍ଷ ଦଶହରା ସମୟରେ ଏଠାରେ ରାବଣର ମୃତ୍ୟୁ ଦିବସ ପାଳନ କରନ୍ତି । ଏଠାରେ ରାବଣ ପୋଡ଼ି ପାଳନ କରାଯାଏ ନାହିଁ ।

ତେବେ ରାବଣର ଜନ୍ମ ଓଡ଼ିଶାରେ ବୋଲି କେତେକ ପ୍ରମାଣ ଉପସ୍ଥାପନ କରନ୍ତି । ଅନେକ ବର୍ଷ ପୂର୍ବେ ଭଗବାନ ପତି ଓଡ଼ିଶାରେ ଲଙ୍କା ବୋଲି ପ୍ରମାଣ ଦେଇ ‘ ମୁକୁର’ରେ ଲେଖା ପ୍ରକାଶ କରିଥିଲେ । ମଧ୍ୟ ପ୍ରଦେଶର ବସ୍ତରରେ ରାବଣର ଜନ୍ମସ୍ଥାନ ହୋଇପାରେ ବୋଲି ଇନ୍ଦୋରର ପୂର୍ବତନ ପ୍ରଧାନମନ୍ତ୍ରୀ କାବେଙ୍କ ମତ । ରାବଣର ଜନ୍ମସ୍ଥାନ ସ୍ୱର୍ଣ୍ଣପୁର ହୋଇପାରେ କହିବା ପଛରେ ବହୁ ଯୁକ୍ତିପୂର୍ଣ୍ଣ ଗବେଷଣାମୂଳକ ପ୍ରମାଣ ଅଛି I ସହକାର ୧୨ଶ ଭାଗ ୧୦ମ ସଂଖ୍ୟାରେ ଲକ୍ଷ୍ମୀନାରାୟଣ ସାହୁ ଏମ୍.ଏ. ମହାଶୟଙ୍କର ‘ ରାବଣ ଜନ୍ମସ୍ଥାନ ’ ପଢ଼ି ତତ୍କାଳୀନ ଗବେଷକମାନେ ଆଲୋଚନା ଓ ଅନୁସନ୍ଧାନଦ୍ୱାରା ଅନେକ ତଥ୍ୟ ପାଇଥିଲେ । ବିଶ୍ରବା ଋଷି ସୁବଳୟାରେ ଆଶ୍ରମ କରି ରହିବା ସମୟରେ ରାବଣର ଜନ୍ମ ରାମାୟଣରେ ଉଲ୍ଲେଖ ଅଛି । ତେବେ ସୁବଳୟା ଗ୍ରାମ କେଉଁଠି ଥିବାର ଜଣାନାହିଁ । ଅଦ୍ୟାପି ସେହିଠାରେ କେହି କେହି ସ୍ତ୍ରୀଲୋକ କଥା ପ୍ରସଙ୍ଗରେ ‘ରାବଣର ଏନ୍ତୁଡିଶାଳ’ ବୋଲି ଉପମା ଦେଇଥାନ୍ତି । ସୁବର୍ଣ୍ଣପୁରୀ ବା ସ୍ୱର୍ଣ୍ଣପୁରୀ ବୋଲି ରାମାୟଣରେ ଉଲ୍ଲେଖ ଅଛି । ତାଙ୍କର ଗ୍ରାମଦେବତୀଙ୍କୁ ଲଙ୍କେଶ୍ୱରୀ କହିବା ଯୁକ୍ତିଯୁକ୍ତ । ସ୍ୱର୍ଣ୍ଣପୁରର ଅନ୍ୟତମ ଗ୍ରାମଦେବତୀ ଏହିନାମରେ ଅଭିହିତା । ଅଦ୍ୟାପି ମହାନଦୀ ଗର୍ଭସ୍ଥ ଲଙ୍କେଶ୍ୱରୀ ପାହାଡ଼ ଉପରେ ଲଙ୍କେଶ୍ୱରୀ ଓ ସୁବର୍ଣ୍ଣମେରୁଙ୍କୁ ଆରାଧନା କରି ରାବଣ ମହାବିକ୍ରମଶାଳୀ ଓ ଔଶ୍ୱର୍ଯ୍ୟବାନ୍ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ, ସୁବର୍ଣ୍ଣପୁର ସହରର ପୂର୍ବସୀମାରେ ତେଲନଦୀ ଓ ମହାନଦୀର ସଙ୍ଗମସ୍ଥଳୀରେ ରାମେଶ୍ୱର ମନ୍ଦିର ଅବସ୍ଥିତ । ରାବଣ ଯେ ଶକ୍ତି ଉପାସକ ଥିଲେ । ଅସଂଖ୍ୟ ପ୍ରାଚୀନ ଦେବଦେବୀ ମନ୍ଦିର ସ୍ୱର୍ଣ୍ଣପୁର (ସୁବର୍ଣ୍ଣପୁର)ରେ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଏ, ରାବଣର ବାସସ୍ଥାନ ଲଙ୍କା ସ୍ୱର୍ଣ୍ଣ ବା ସୁବର୍ଣ୍ଣପୁର ଛଡା ଅନ୍ୟତ୍ର ହୋଇନପାରେ । ବଲାଙ୍ଗୀର ‘ କଳିଙ୍ଗ ସାହିତ୍ୟ ସମିତି ’ର ମୁଖପତ୍ର (ହାତଲେଖା)

କଳିଙ୍ଗର ୫ମ ସଂଖ୍ୟାରେ ବିସ୍ତୃତ ଭାବରେ ପ୍ରକାଶିତ ହୋଇଥିଲା ରାବଣର ଜନ୍ମସ୍ଥାନ ବିଷୟରେ । ଜଗବନ୍ଧୁ ସିଂହ ପ୍ରାଚୀନ ଉତ୍କଳର ଏକ ସ୍ଥାନରେ ଲେଖିଛନ୍ତି – ‘ ସୁବର୍ଣ୍ଣପୁର ନାମ ପ୍ରାଚୀନ ପରି ଜଣାଯାଏ; କାରଣ ମହାଭବ ଗୁପ୍ତଙ୍କ ତ୍ରାମ ଶାସନରେ ଏ ନାମ ଦେଖାଯାଏ । ମହାନଦୀ ଶଯ୍ୟାରେ ଗୋଟିଏ କ୍ଷୁଦ୍ର ପାହାଡ଼ ଅଛି, ସ୍ଥାନଟି ମହାରାଜାଙ୍କ ନଅରଠାରୁ ବେଶୀ ଦୂର ନୁହେଁ । ଏ ପାହାଡ଼ରେ ଖୋଦିତ ଲିପି ଅଛି । ନାବିକମାନେ ନୌକା ନେବା ବେଳେ ଏଠି ପୂଜା କରନ୍ତି । ଯୋଗେଶ୍ୱର ଦେବଙ୍କ ଅନୁଶାସନରେ ସୋନପୁର ରାଜ୍ୟ ଏକଦା ପଶ୍ଚିମ ଲଙ୍କା ବୋଲି କଥିତ ଅଛି’ । ( ୫୪୨ – ୫୪୩ ପୃଷ୍ଠା ) । ଅନ୍ୟତ୍ର ସେ ଲେଖିଛନ୍ତି – ‘ ଅନ୍ୟ ଗୋଟିଏ ତାମ୍ର ଶାସନ ମିଳେ I ଏ ତାମ୍ରପଟା ସୋନପୁରର କୁମାର ସୋମେଶ୍ୱର ଦେବଙ୍କ ସମୟର । ଏଥିରୁ ପ୍ରକାଶ ଯେ ମହାଭବ ଗୁପ୍ତଙ୍କ ବଂଶଧର ଉଦ୍ୟତ କେଶରୀ ସୋନପୁର ରାଜ୍ୟକୁ ଅଭିମନ୍ୟୁ ଦେବଙ୍କୁ ଦାନ କରିଥିଲେ । ସମ୍ଭବତଃ ଅଭିମନ୍ୟୁ ଦେବ କେବଳ ପ୍ରଥମରେ ଶାସନକର୍ତ୍ତା ଥିଲେ ଏବଂ ସୁବିଧାସୁଯୋଗ ଦେଖି ନିଜେ ପଶ୍ଚିମ ଲଙ୍କାଧିପତି ହୋଇ ବସିଲେ । ସୋନପୁର କାହିଁକି ପୂର୍ବେ ପଶ୍ଚିମ ଲଙ୍କା କଥିତ ହେଉଥିଲା, ତାହା ଜଣାଯାଉନାହିଁ । ଐତିହାସିକ ବିଜୟ ଚନ୍ଦ୍ର ମଜୁମଦାର ‘ ଓରିଶା ଦି ମେକିଙ୍ଗ ’ ନାମକ ପୁସ୍ତକର ପୃଷ୍ଠା – ୧୭୯ରେ ଲେଖିଛନ୍ତି – ‘କୁମାରାଥିରାଜ ସୋମେଶ୍ୱର ଦେବ ସୋନପୁରର କୋଶଳ ରାଜାଙ୍କ ଅନୁଜ ଥିଲେ ଏବଂ ପରବର୍ତ୍ତୀ କାଳରେ ସେ ପଶ୍ଚିମ ଲଙ୍କାଧୀଶ ବୋଲି ବର୍ଣ୍ଣିତ ହେଲେ’ । ସ୍ୱର୍ଣ୍ଣପୁରକୁ ପୂର୍ବେ ପଶ୍ଚିମ ଲଙ୍କା କାହିଁକି କୁହାଯାଉଥିଲା, ସେ ସମ୍ବନ୍ଧରେ ଇତିହାସ ନିରବ । ଗବେଷକମାନେ ଅନୁମାନ କରନ୍ତି ଯେ ସ୍ୱର୍ଣ୍ଣପୁର ପୂର୍ବ ଦିଗରେ ରାବଣର ଉପନିବେଶ ଥିବ । ଲଙ୍କା ସମ୍ବନ୍ଧରେ ବିଭିନ୍ନ ଐତିହାସିକମାନଙ୍କର ଅଭିମତ –

  1. କୀବେ - ମଧ୍ୟପ୍ରଦେଶ (ବସ୍ତର)
  2. ଅପୂର୍ବକୁମାର ମଲ୍ଲିକ - ଅଷ୍ଟ୍ରେଲିଆ (ସାହିତ୍ୟ ସମ୍ବାଦ, ୧୮୧ ପୃଷ୍ଠା )
  3. ଅକ୍ଷୟ କୁମାର ମଜୁମଦାର - ସିଲୋନର ଉତ୍ତର ପଶ୍ଚିମ ଉପକୂଳବର୍ତ୍ତୀ ଏକ କ୍ଷୁଦ୍ର ଦ୍ୱୀପ, ମାତ୍ର ସିଲୋନ ନୁହେଁ ।
  4. ପ୍ରଫେସର ଏସ୍ . ଏନ୍ . ଅଧିକାରୀ -ସୁମାତ୍ରା ।

ଲଙ୍କା ସମ୍ବନ୍ଧରେ ବିଭିନ୍ନ ପ୍ରକାର ମତ ମିଳୁଥିଲେ ସୁଦ୍ଧା ସ୍ୱର୍ଣ୍ଣପୁର ବିଷୟ ପ୍ରଣିଧାନଯୋଗ୍ୟ । ଲଣ୍ଡନରୁ ଜନ୍ ହାଇଡ ଟେଲର ସାହେବ ଓଡ଼ିଶାର ରାବଣ ରାଜ ଏବଂ ଯିଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଯେଉଁ ପତ୍ର ଦେଇଥିଲେ, ‘ସହକାର’ର ପାଠକ ପାଠିକାମାନଙ୍କ ଅବଗତି ପାଇଁ ଲକ୍ଷ୍ମୀନାରାୟଣ ସାହୁ ଏମ୍ . ଏ . ‘ରାବଣର ଜନ୍ମସ୍ଥାନ’ ନାମକ ପ୍ରବନ୍ଧରେ ତାହା ପ୍ରକାଶ କରିଥିଲେ ।

କେଉଁଯୁଗର ରାବଣ ସହିତ କେଉଁ ଯୁଗର ଯିଶୁଙ୍କ ସମ୍ବନ୍ଧ ଥିଲା, ତାହା ବ୍ରହ୍ମବିଦ୍ୟାବିତ‌ମାନେ ସ୍ଥିର କରିପାରିବେ । ରାମାୟଣ ବର୍ଣ୍ଣିତ ରାବଣ ବିଷୟରେ ଗବେଷକମାନଙ୍କ ମତ ରାବଣର ଭଉଣୀ ସୂର୍ପଣଖା ବନବିହାର ଉଦ୍ଦେଶ୍ୟରେ ପଞ୍ଚବଟୀ (ମଧ୍ୟପ୍ରଦେଶାନ୍ତର୍ଗତ ଜଙ୍ଗଲ) ଭ୍ରମଣ କରି ଯାଇଥିବା ବେଳେ ବ୍ରହ୍ମଚାରୀ ଲକ୍ଷ୍ମଣଙ୍କ ରୂପ ଯୌବନରେ ବିମୋହିତା ହୋଇ ବିବାହ ପ୍ରସ୍ତାବ ଦେଇଥିଲେ । ଫଳରେ ନାସାକର୍ଣ୍ଣ ହରାଇ ଭାଇ ଖରାସୁରଙ୍କ ସାହାଯ୍ୟ ପ୍ରାର୍ଥନା କଲେ । ଖରାସୁର ସ୍ୱଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ । ତତ୍ପରେ ସୀତାଙ୍କ ରୂପଲାବଣ୍ୟ ରାବଣଙ୍କଠାରେ ସୂର୍ପଣଖା ଜ୍ଞାପନ କରାଇଥିଲେ । ତହୁଁ ରାବଣ ପୁଷ୍ପକ ବିମାନରେ ପଞ୍ଚବଟୀ ଯାଇ ସୀତାଙ୍କୁ ହରଣ କରି ଆଣିଲେ । ରାମ ଲକ୍ଷ୍ମଣ ଦକ୍ଷିଣାଭିମୁଖରେ ବନ ମଧ୍ୟରେ ସୀତାଙ୍କୁ ଅନ୍ୱେଷଣ କରୁକରୁ ବାଳୀ ନଗର (ବଲାଙ୍ଗୀର)ରେ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି ହନୁମାନଙ୍କୁ ସୀତାଙ୍କ ଠାବ ପାଇଁ ପଠାଇଲେ । ଅପେକ୍ଷାକୃତ ସଂକୀର୍ଣ୍ଣ ସ୍ରୋତ ବିଶିଷ୍ଟା ମହାନଦୀ (ସମ୍ଭବତଃ ରାମାୟଣ ବର୍ଣ୍ଣିତ ସାଗର) ଲମ୍ଫ ପ୍ରଦାନପୂର୍ବକ ପାର ହୋଇ ମହାବଳୀ ହନୁମାନ ଅଶୋକ ବନରେ ସିତାଙ୍କ ସନ୍ଧାନ କରି ଫେରିଆସିଲେ । ବଲାଙ୍ଗୀର ପାଟନା ଅଞ୍ଚଳରେ ହନୁମାନ, ପୋଢ଼, ବାଘ ଇତ୍ୟାଦି ଉପାଧି ବିଶିଷ୍ଟ ବହୁ ଆଦିମ ଜାତି ଅଦ୍ୟାପି ବାସ କରି ଆସୁଛନ୍ତି । କିଛିକାଳ ପୂର୍ବେ ଏଠାରେ କନ୍ଧ, ବିଞ୍ଛାଳ ପ୍ରଭୃତି ଆଦିମ ଜାତିମାନେ ଧନୁ ତୀର, ବର୍ଚ୍ଛା ଇତ୍ୟାଦି ଅସ୍ତ୍ରଶସ୍ତ୍ର ବିଦ୍ୟାରେ ଧୁରନ୍ଧର ଥିବାର ପ୍ରମାଣ ଅଭାବ ନାହିଁ । ଧନୁଶରଦ୍ୱାରା ବିଶାଳ ତରୁ, ପ୍ରକାଣ୍ଡ ପ୍ରସ୍ତରମାନ ବିଦୀର୍ଣ୍ଣକରୁଥିବାର ଦାମ୍ଭିକତା ସେମାନଙ୍କ ବଂଶଧରମାନଙ୍କ ମୁଖରୁ ଅଦ୍ୟାପି ଶୁଣାଯାଏ । ଶାସନ ଓ ଶୃଙ୍ଖଳା ନିମିତ୍ତ ଜଙ୍ଗଲ ଆଇନ ପ୍ରଣୟନ ଓ ଜାରିହେବା ପରେପରେ ବୋଧହୁଏ ସେମାନେ ଏହାର ବ୍ୟବହାର ଛାଡିଦେଇଛନ୍ତି । କିନ୍ତୁ କେହି କେହି ବୃଦ୍ଧ ସେହି ମହାବିଦ୍ୟା ଭୁଲିପାରି ନାହାନ୍ତି । ରାମଚନ୍ଦ୍ର ବୋଧହୁଏ ଏହି ଆଦିମ ହନୁମାନ (କାଳ୍ପନିକ ବାନର ସେନା) ପ୍ରଭୃତିଙ୍କଦ୍ୱାରା ଲଙ୍କା (ସ୍ୱର୍ଣ୍ଣପୁର) ଜୟ କରିଥିବେ । ଲକ୍ଷ୍ମଣ ଶକ୍ତିଭେଦ ପରେ ବିକ୍ରମୀ ହନୁମାନ ପ୍ରାୟ ୪୫ କୋଶ ଦୂରବର୍ତ୍ତୀ ପାଟଣା ସୀମାନ୍ତ ଗନ୍ଧମାର୍ଦ୍ଦନ ପର୍ବତରୁ ବିଶଲ୍ୟକରଣୀ ଆଣିଥିବା ଭିତ୍ତିହୀନ ନୁହେଁ । ପ୍ରୋକ୍ତ ଗନ୍ଧମାର୍ଦ୍ଦନ ପର୍ବତରେ ଏକ ପ୍ରକାର ଗୁଳ୍ମ ମିଳେ । ତାହାର ପ୍ରୟୋଗରେ କ୍ଷତ ଆରୋଗ୍ୟ ହୋଇଯାଏ । ଏବେ ମଧ୍ୟ ଏହି ଔଷଧ ଲୋକେ ବ୍ୟବହାର କରୁଛନ୍ତି । ଗନ୍ଧମାର୍ଦ୍ଦନସ୍ଥ ନୃସିଂହନାଥରେ ରାମ ଲକ୍ଷ୍ମଣ ମୂଷିକ ଦୈତ୍ୟକୁ ବଧ କରିଥିବା ବିଷୟ ‘ନୃସିଂହ ମାହାତ୍ମ୍ୟ’ରେ ମିଳେ । ଗଙ୍ଗାଧର ମିଶ୍ର ବି. ଏ. ‘ହରିଶଙ୍କର ଦର୍ଶନ’ ପ୍ରବନ୍ଧରେ ‘ସହକାର’ରେ ଏ ବିଷୟଟି ବର୍ଣ୍ଣନା କରିଥିଲେ । ବୋଧହୁଏ ରାମଚନ୍ଦ୍ର ପଞ୍ଚବଟୀରେ (ମଧ୍ୟ ପ୍ରଦେଶରେ) ବାସ କରୁଥିବା ସମୟରେ ନୃସିଂହନାଥରେ ଉକ୍ତ ଦୈତ୍ୟକୁ ବଧ କରିଥିଲେ । ଆର୍ଯ୍ୟଋଷି ଅଗସ୍ତି ଏବଂ ବ୍ରାହ୍ମଣବୀର ପର୍ଶୁରାମ ପ୍ରଥମେ ଦକ୍ଷିଣାତ୍ୟରେ ଆର୍ଯ୍ୟୋପନିବେଶ ସ୍ଥାପନ କରିଥିଲେ । ତାତ୍ରତ୍ୟ ପ୍ରାକୃତିକ ଶୋଭା ନିଶ୍ଚୟ ପ୍ରାଚୀନ ଋଷିମାନଙ୍କର ମନ ଆକର୍ଷିତ କରିଥିବ I ବାସ୍ତବିକ ମହାନଦୀ ତୀରବର୍ତ୍ତୀ ଅରଣ୍ୟ ଓ ଝରଣାର ନୈସର୍ଗିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ଆର୍ଯ୍ୟ ସଭ୍ୟତା ଉଚ୍ଚତମ ସୋପାନ ଆରୂଢ ହେବା ପରେ ପରେ ଆର୍ଯ୍ୟମାନେ ସରଳ ଭାବରେ ଜୀବନଯାପନ କରି ମହତି ଭାବନାରେ କାଳାତିପାତ କରିବାକୁ ଭଲ ପାଉଥିବେ I ତେଣୁ ଏହି ସବୁ ସ୍ଥାନ ସେମାନଙ୍କର ନିତାନ୍ତ ଅନୁକୂଳ ଥିଲା । ବିଶ୍ରବା ଋଷି ପ୍ରଭୃତି ଏହି ସମୟର ଲୋକ । ବିଶ୍ରବା ପୁତ୍ର ରାବଣ ଆର୍ଯ୍ୟ ଶିକ୍ଷା ସଭ୍ୟତା ଗୁଣରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମ ଏହି ପଞ୍ଚଭୂତ ଉପରେ ନିଜର କ୍ଷମତା ଯଥେଷ୍ଟ ପ୍ରସାର କରିଥିଲେ I ସେ କାଳର ଆର୍ଯ୍ୟମାନଙ୍କର ସରଳତାର ସୀମା ଅତିକ୍ରମ କରି ରାବଣ ରାଜ୍ୟାଭିମାନ ଓ ରାଜବ୍ୟସନରେ ମତ୍ତ ହୋଇ ଆସୁରିକ ବୃତ୍ତିପ୍ରାପ୍ତ ହୋଇଥିଲେ । ସୀତା ହରଣ ଆଦି ଚରିତ୍ରହୀନତାର ବିଷୟ ଏହାର ଉଦାହରଣ । ମାତ୍ର ରାଜନୀତିରେ ରାବଣ ଅତିଶୟ ଦକ୍ଷ ଥିଲେ । ଦାକ୍ଷିଣାତ୍ୟରେ ଏ ପ୍ରକାର ରାଜନୀତିକୁଶଳ ବିକ୍ରମଶାଳୀ ରାବଣଙ୍କ ରାଜ୍ୟ ବେଦ ପରବର୍ତ୍ତୀ ବ୍ରାହ୍ମଣ ଯୁଗରେ ମହାନଦୀ ନିକଟବର୍ତ୍ତୀ ସୋନପୁର ହେବା ନିତାନ୍ତ ଅଯୌକ୍ତିକ ନୁହେଁ ।

ଆହୁରି ଦେଖନ୍ତୁ

ଆଧାର

ଅଧିକ ତଥ୍ୟ

Tags:

ରାବଣ ଜନ୍ମ ଓ ମତବାଦରାବଣ ଆହୁରି ଦେଖନ୍ତୁରାବଣ ଆଧାରରାବଣ ଅଧିକ ତଥ୍ୟରାବଣରାମାୟଣ

🔥 Trending searches on Wiki ଓଡ଼ିଆ:

ପୌଷଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନମିତା ଅଗ୍ରୱାଲସ୍ପେନଚିଲିକା ହ୍ରଦନକ୍ସଲବାଦବେଦଉଦ୍‌ବେଗଗୋପାଳ ଛୋଟରାୟକୋଣାର୍କ ସୂର୍ଯ୍ୟ ମନ୍ଦିରରାଜକିଶୋର ରାୟଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରମଧୁସୂଦନ ରାଓବୁଦ୍ଧ ପୂର୍ଣ୍ଣିମାଆଶ୍ୱିନସତ୍ୟନାରାୟଣ ରାଜଗୁରୁମହାନଦୀତମନ୍ନା ବ୍ୟାସବଣ୍ଡ (ଅର୍ଥ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶା ସରକାରମାଲଟାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରଥଯାତ୍ରାବନ୍ଦେ ଉତ୍କଳ ଜନନୀପକ୍ଷୀଭୀମ ଭୋଇକର୍କଟ ରୋଗବଡ଼ିସଂସଦୀୟ ଗଣତନ୍ତ୍ରସମ୍ବଲପୁର୧୯୮୯ଲଣ୍ଡନସାତକଡ଼ି ହୋତାଗୋଦାବରୀଶ ମହାପାତ୍ରଶ୍ରୀ ଅରବିନ୍ଦ୧୧ ଅପ୍ରେଲମଙ୍ଗଳ ପାଣ୍ଡେଗୁଣନଭାରତୀୟ ମୁଦ୍ରାଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଅନନ୍ତ ପଟ୍ଟନାୟକଇନଷ୍ଟାଗ୍ରାମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଆଲେକ୍‌ଜାଣ୍ଡର୍ ମହାନଉଇକିକଥାକଟକ ଜିଲ୍ଲାକଲମ୍ବିଆପ୍ରଣବ ପ୍ରକାଶ ଦାସବୃହସ୍ପତିଭାରତ ସରକାରମଇନନ୍ଦ କିଶୋର ବଳଓଡ଼ିଆ କବି ମାନଙ୍କର ତାଲିକାଅଶୋକ (ସମ୍ରାଟ)ମହେଶ ସାହୁରାଜନୀତି ବିଜ୍ଞାନଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଔଷଧୀୟ ଗଛଲତାମାନଙ୍କର ତାଲିକାଦାମୋଦର ରାଉତନେପୋଲିୟନ ବୋନାପାର୍ଟବିନୋଦ ଚନ୍ଦ୍ର ନାୟକରମାକାନ୍ତ ରଥରମାଦେବୀ ଚୌଧୁରୀଜ୍ୟୈଷ୍ଠଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହଂକଂପଠାଣି ସାମନ୍ତଆମ୍ବଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More