ରାଜକିଶୋର ପଟ୍ଟନାୟକ: ଓଡ଼ିଆ ସାହିତ୍ୟିକ

ରାଜକିଶୋର ପଟ୍ଟନାୟକ ( ୮ ଅପ୍ରେଲ ୧୯୧୭ - ୦୧ ମାର୍ଚ୍ଚ ୧୯୯୭ ) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ଥିଲେ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

ରାଜକିଶୋର ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1917-04-08)୮ ଅପ୍ରେଲ ୧୯୧୭
କଲିକତା
ମୃତ୍ୟୁ୧ ମାର୍ଚ୍ଚ ୧୯୯୭(1997-03-01) (ବୟସ ୭୯)
ବୃତ୍ତିଓକିଲାତି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର
ଜୀବନସାଥୀଶୈଳବାଳା ପଟ୍ଟନାୟକ
ସନ୍ତାନଅଶୋକ କୁମାର ପଟ୍ଟନାୟକ
ପିତାମାତାଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ଦେବୀ

ଜୀବନ କାଳ

ରାଜକିଶୋର ୧୯୧୭ ମସିହାରେ କଲିକତାର 'ଗ୍ରେ ଷ୍ଟ୍ରିଟ'ରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଶ୍ରୀବତ୍ସ ପଟ୍ଟନାୟକ ଥିଲେ ଜଣେ ସରକାରୀ କର୍ମଚାରୀ । ମାତାଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ତାଙ୍କ ପୈତୃକ ଗ୍ରାମ ଥିଲା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟସ୍ଥ ରସୁଲୁକୁଣ୍ଡା । ସେ ଜଣେ ମେଧାବୀ ଛାତ୍ର ଓ ଉତ୍ତମ ଖେଳାଳି ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରି ଆଇନ ପଢ଼ିଥିଲେ । ସାଇକେଲ ରେସିଂରେ ସେ ଚମ୍ପିୟାନ ହୋଇଥିଲେ ଓ ତାଙ୍କର ଏକ ରେକର୍ଡ଼ ୪୦ବର୍ଷ ଧରି ବଳବତ୍ତର ରହିଥିଲା । ୧୯୪୦ ମସିହାରୁ କଟକରେ ସେ ଓକିଲାତି କରୁଥିଲେ । କିଛିଦିନ ଆଇନ ପାଠର ଅଧ୍ୟାପନା ମଧ୍ୟ କରିଥିଲେ । ସାହିତ୍ୟ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପରେ ସେ ପ୍ରବଳ ବିରୋଧୀ ଥିଲେ । ସରକାରୀ ପରିଚାଳନାରେ ଓଡ଼ିଶା ସାହିତ୍ୟ ଏକାଡେମୀ' ଗଠନର ସେ ତୀବ୍ର ବିରୋଧ କରିଥିଲେ । ସେ ବୟାଳିଶ ବୟସରେ ବିବାହ କରିଥିଲେ । ପତ୍ନୀ ଶୈଳବାଳା ମଧ୍ୟ ଜଣେ ଓକିଲ ଥିଲେ । ସ୍ୱଚ୍ଛଳ ପରିବାରରେ ଜନ୍ମ ହୋଇଥିବା ସତ୍ତ୍ୱେ ତାଙ୍କ ଜୀବନ ଅଭାବ ଅନାଟନରେ ବିତିଥିଲା ।

ସାହିତ୍ୟ ସର୍ଜନା

୧୯୩୪ ମସିହା ମାର୍ଚ୍ଚମାସରୁ ରାଜକିଶୋରଙ୍କର ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ସେ ସମୟରେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ୧୯୩୭ ମସିହାରେ ରେଭେନ୍ସାରେ ପଢୁଥିବା ସମୟରେ ସେ ନବଭାରତ ପତ୍ରିକାରେ ଧାରାବାହିକ ଭାବରେ 'ମୋ ଚିଠି ଫାଇଲ' ଶୀର୍ଷକରେ ଲେଖାଲେଖି ଆରମ୍ଭ କରିଥିଲେ । ସେ ଲେଖା ସବୁ ପରବର୍ତ୍ତୀ ସମୟରେ 'ପଞ୍ଜୁରୀ ପକ୍ଷୀ' ନାମରେ ପ୍ରକାଶ ପାଇଥିଲା ।

ରଚନାବଳୀ

ମାନ ସମ୍ମାନ

  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୧୯୯୬
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ରାଜକିଶୋର ପଟ୍ଟନାୟକ ଜୀବନ କାଳରାଜକିଶୋର ପଟ୍ଟନାୟକ ସାହିତ୍ୟ ସର୍ଜନାରାଜକିଶୋର ପଟ୍ଟନାୟକ ରଚନାବଳୀରାଜକିଶୋର ପଟ୍ଟନାୟକ ମାନ ସମ୍ମାନରାଜକିଶୋର ପଟ୍ଟନାୟକ ଆଧାରରାଜକିଶୋର ପଟ୍ଟନାୟକଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

QR codeକଟକ ଜିଲ୍ଲାଚିତ୍ତରଞ୍ଜନ ଦାସବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଡାକ ସେବାସ୍ୱୋର୍ଡ ମାଛକୁମାରିଲ ଭଟ୍ଟହନୁମାନ ଚାଳିଶାପଖାଳସାଧୁ ମେହେରସର୍ବପଲ୍ଲୀ ରାଧାକୃଷ୍ଣନସାନିଆ ମିର୍ଜାହୀରାକୁଦ ବନ୍ଧରାମଚନ୍ଦ୍ର ବେହେରାତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାବା ବଳିଆପ୍ରସନ୍ନ କୁମାର ଦାଶଗ୍ରହସମ୍ବାଦ (ଖବରକାଗଜ)ଋଷିଆମିଳିମିଳାପଥ ଓ ପୃଥିବୀ୨୧ମହର୍ଷି ଗୌତମଓ ଅନ୍ଧଗଳିଖାରବେଳଓଡ଼ିଆ ରାମାୟଣୟୁନେସ୍କୋତାଜମହଲଆଇଜାକ ନିଉଟନଜଗନ୍ନାଥ ପ୍ରସାଦ ଦାସଅଖିଳ ମୋହନ ପଟ୍ଟନାୟକଗୋପବନ୍ଧୁ ଦାସଇନୋଟୁଜୁମାବ ଓଜୋଗାମିସିନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକୃଷ୍ଣପ୍ରସାଦ ମିଶ୍ରଋତୁସ୍ରାବଶ୍ରୀନିବାସ ରାମାନୁଜନରାସନ କାର୍ଡ଼ (ଭାରତ)ରାମାନୁଜ ଆଚାର୍ଯ୍ୟଗୁରୁପ୍ରସାଦ ମହାନ୍ତିଜଗନ୍ନାଥଙ୍କ ବେଶଶ୍ରୀରାଧାହରପ୍ରସାଦ ଦାସଗ୍ରୀକ ଭାଷାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମ୍ୟୁଚୁଆଲ ଫଣ୍ଡପାରିକୁଦସୁନ୍ଦରଗଡ଼ବଲାଙ୍ଗୀରଜଗନ୍ନାଥ ମନ୍ଦିରଗୌରହରି ଦାସଓଡ଼ିଶା ବିଧାନ ସଭାନଟବର ଶତପଥୀ୧୬ ମଇମୋହନ ସୁନ୍ଦର ଦେବ ଗୋସ୍ୱାମୀଇସଲାମ ଧର୍ମନେପାଳଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓସୁନାସୌରୀନ୍ଦ୍ର ବାରିକଲାରି ସାଙ୍ଗରଜହ୍ନକଥା (ପତ୍ରିକା)🡆 More