ରାଇନୋଫାଇମା

ରାଇନୋଫାଇମା ହେଉଛି ଏକ ପ୍ରକାର ରୋଗ ଯେଉଁଥିରେ ମଣିଷର ନାକ ଗୋଲାକାର ଓ ବଡ଼ ହୋଇଯାଏ । ନାକ ଉପରେ ଛୋଟ ଛୋଟ ଫୁଲା ଓ ଗାତ ଦେଖାଯାଏ, ଚର୍ମ ଲାଲ ହୋଇପାରେ, ରକ୍ତନଳୀ ଦୃଶ୍ୟମାନ ହୋଇପାରେ । ଏହାଦ୍ୱାରା ମାନସିକ ଚାପ ସୃଷ୍ଟି ହୁଏ ଏବଂ ନାକରୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ । ନାକ ବ୍ୟତୀତ ଥୋଡ଼ି, କାନ, ଆଖିପତା ଏବଂ କପାଳ ମଧ୍ୟ ସମାନ ଭାବରେ ପ୍ରଭାବିତ ହୋଇପାରେ ।

Rhinophyma
ରାଇନୋଫାଇମା
An Old Man and His Grandson, by Domenico Ghirlandaio
ବିଭାଗDermatology, ENT surgery
ଲକ୍ଷଣEnlarged and bulbous nose
ଆକ୍ରାନ୍ତ ସମୟOlder males
କାରଣUnclear
ବିପଦ କାରକRosacea
ରୋଗ ନିର୍ଣ୍ଣୟ ପଦ୍ଧତିExamination
ସଠିକ ରୋଗ ନିର୍ଣ୍ଣୟBasal cell cancer, sarcoidosis, lymphoma, leishmaniasis
ଔଷଧMetronidazole, azelaic acid, tetracycline antibiotics, isotretinoin
ଚିକିତ୍ସାMedications, procedures
ପୁନଃପୌନିକ0.1%

ଏହି ରୋଗର କାରଣ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ ଏହା ରୋଜେସିଆ ରୋଗର ଜଟିଳତା ଭାବରେ ଘଟିଥାଏ, ଯଦିଓ ବ୍ରଣ ପରେ ମଧ୍ୟ ହୋଇପାରେ । ଏହା ଭୁଲ୍ ବଶତ ମଦ୍ୟପାନ ସହିତ ଲିଙ୍କ୍ ହୋଇଛି । ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସେବାସେଅସ ଗ୍ରନ୍ଥି ଏବଂ ସଂଯୋଜକ ତନ୍ତୁ ବୃଦ୍ଧି ସହିତ ଜଡିତ । ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ।

ଏହାର ଚିକିତ୍ସାରେ ମେଟ୍ରୋନିଡାଜୋଲ କିମ୍ବା ଆଜେଲାଇକ୍ ଏସିଡ୍ ପରି କ୍ରିମ୍ ବ୍ୟବ‌ହାର କରାହୋଇପାରେ; ଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍ କିମ୍ବା ପାଟିରେ ଆଇସୋଟ୍ରେଟିନୋଏନ୍ ଦିଆଯାଇପାରେ । କ୍ରାୟୋଥେରାପି, ଡର୍ମାବ୍ରେସନ୍, ଏବଂ ଲେଜର ଥେରାପି ଭଳି ଅନେକ ପଦ୍ଧତି ବ୍ୟବହାର କରାଯାଇପାରେ । ଏହି ପ୍ରଣାଳୀଗୁଡ଼ିକ ସାହାଯ୍ୟରେ ଅତି କମରେ ସ୍ୱଳ୍ପ ମିଆଦି ଉପକାର ମିଳିଥାଏ । ରାଇନୋଫାଇମା ମଧ୍ୟରେ ବାସାଲ୍ କୋଷ କର୍କଟ ହୋଇପାରେ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ରୋଗରେ ପ୍ରାୟ ୦.୧% ଲୋକ ପ୍ରଭାବିତ ହୋଇଛନ୍ତି । ୫୦ ବର୍ଷରୁ ଅଧିକ ଧଳା ପୁରୁଷଙ୍କଠାରେ (ଗୋରା ଲୋକ) ଏହି ଅବସ୍ଥା ଅଧିକ ଦେଖାଯାଏ ଏସିଆ ଲୋକ ଏବଂ ଆଫ୍ରିକୀୟମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। ୧୪୦୦ ମସିହା ପରଠାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି । ଏହାକୁ ହୁଇସ୍କି ନାକ, ଜିନ ବ୍ଲୋସୋମ ଓ ଆଳୁ ନାକ ମଧ୍ୟ କୁହାଯାଏ । ବାରମ୍ବାର ଏହି ଅବସ୍ଥା କଳଙ୍କ ସହିତ ଜଡିତ ଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଗଞ୍ଜାମ ଜିଲ୍ଲାକାଜାଖସ୍ତାନଭାରତଅଚ୍ୟୁତ ସାମନ୍ତଚନ୍ଦ୍ରଶେଖର ନନ୍ଦହୋ ଜନ‌ଜାତିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରମାଦେବୀ ଚୌଧୁରୀଚନ୍ଦ୍ରଶେଖର ରଥମହାନଦୀଗଜାନନ ବେଶବିବାହସୁଦଶା ବ୍ରତଜଗନ୍ନାଥ ମନ୍ଦିରଦ୍ରୌପଦୀ ମୁର୍ମୁନବଯୌବନ ବେଶକେବେ ତମେ ନାହଁ କେବେ ମୁଁ ନାହିଁଦି ଟେଷ୍ଟ ଅଫ ମାଇ ଲାଇଫଗ୍ରୀକ ଭାଷାବିଜୁ ପଟ୍ଟନାୟକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରତରଳ ଝାଡ଼ାଆଲ୍‌କା ୟାଗ୍ନିକ୍‌ଓଡ଼ିଶାର ପର୍ବପର୍ବାଣିଝୋଟି ଚିତାଆମାଜନ୍.କମ୍‌ତାରିଣୀ ମନ୍ଦିର, ଘଟଗାଁଶବ୍ଦ (ପଦ)ଲକ୍ଷ୍ମୀକାନ୍ତ ମହାପାତ୍ରସର୍ବପଲ୍ଲୀ ରାଧାକୃଷ୍ଣନକୃଷ୍ଣ ଜନ୍ମାଷ୍ଟମୀଶବ୍ଦ (ଧ୍ୱନି)ବାଳୁଙ୍ଗା ଟୋକାଜ୍ୟୋତି ପ୍ରକାଶ ପାଣିଗ୍ରାହୀହିନ୍ଦୁ ଧର୍ମଇଣ୍ଟରନେଟରକ୍ତସଞ୍ଜୟ ହାତୀପଶ୍ଚିମ ଓଡ଼ିଶାରାଶି ଓ ନକ୍ଷତ୍ରରାମ ନବମୀଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯୁକ୍ତରାଷ୍ଟ୍ର ଆମେରିକାସ୍ୱାମୀ ବିବେକାନନ୍ଦଗୌରହରି ଦାସରାଜନୀତି ବିଜ୍ଞାନକଥା (ପତ୍ରିକା)ଦାସକାଠିଆଦଶହରାଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶ୍ରୀ ଅରବିନ୍ଦବୀଣାପାଣି ମହାନ୍ତିରମାକାନ୍ତ ରଥ୨ୟ ଓଡ଼ିଶା ବିଧାନ ସଭାଚାଣକ୍ୟକନ୍ଧମାଳ ଜିଲ୍ଲାପ୍ରାଣୀକଥକଳୀଅଭିମନ୍ୟୁ ସାମନ୍ତସିଂହାରଜଗଦୀଶ ମହାନ୍ତିବାଲିଯାତ୍ରାଉଇକିପିଡ଼ିଆଓଡ଼ିଶାର ସଂସ୍କୃତିମାଦଳା ପାଞ୍ଜିବିଦୁସ୍ମିତାଭାରତର ନ୍ୟାୟୀକ ବ୍ୟବସ୍ଥା🡆 More