ରବି ସିଂ: ଭାରତୀୟ ଓଡ଼ିଆ-ଭାଷୀ କବି

ରବି ସିଂ (୨୭ ଜାନୁଆରୀ ୧୯୩୧ - ୨ ଫେବୃଆରୀ ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ଥିଲେ ।

ରବି ସିଂ
ଜନ୍ମ
ରବୀନ୍ଦ୍ର ନାଥ ସିଂ

(1931-01-27)୨୭ ଜାନୁଆରୀ ୧୯୩୧
ସିଂହାରପୁର, ନବାପାଟଣା,ଜଗତସିଂହପୁର
ମୃତ୍ୟୁ୨ ଫେବୃଆରୀ ୨୦୨୦(2020-02-02) (ବୟସ ୮୯)
କଟକ
ଜାତୀୟତାରବି ସିଂ: ଜୀବନୀ, ସାହିତ୍ୟିକ ଜୀବନ, ରଚନାବଳୀ ଭାରତୀୟ
ପ୍ରସିଦ୍ଧିସାହିତ୍ୟିକ, ସାମ୍ବାଦିକ ଓ ରାଜନେତା
ବୈବାହିକ-ସାଥୀବକୁଳ ସିଂ
ସନ୍ତାନପିନାକୀ, ଇନ୍ଦ୍ରଜିତ, ଚନ୍ଦ୍ରଜିତ, ମିନାକ୍ଷୀ
ପିତାମାତାରାମଚନ୍ଦ୍ର ସିଂ
ଶାରଦା ଦେବୀ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଜୀବନୀ

ରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା , ରାମଚନ୍ଦ୍ର ସିଂ ଓ ମାତା ଶାରଦା ଦେବୀ , ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିତାମତାଙ୍କ ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ କାରାବରଣ କରିଥିଲେ ।

ସାହିତ୍ୟିକ ଜୀବନ

ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ । ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡ଼ିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା । ବିବାହ ପୂର୍ବରୁ ସେ କେବଳ ଏକମାତ୍ର କବିତା ସଂକଳନ 'ଚରମପତ୍ର' ରଚନା କରିଥିଲେ । "ଚରମ ପତ୍ର"ରେ ଈଶ୍ୱରଙ୍କୁ ପ୍ରତିବାଦୀୟ ସ୍ୱରୋତ୍ତଳନ କରି ଦୁଃଖୀମାନଙ୍କ ଅଧିକାର ଓ ଅସ୍ତିତ୍ୱର ପ୍ରତିପାଦନ ସହ ମାନବିକତାର ପ୍ରଶ୍ନ ଉଠାଇଥିଲେ । ତାଙ୍କର ସେ ପଂକ୍ତି ଏହିପରି ଥିଲା :- "ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ/ ଆଗାମୀ ଚବିଶ ଘଣ୍ଟା ଭିତରେ/ ଆଗାମୀ କାଲିର ଏଇ ପ୍ରଭାତରେ/ ଖାଲି କର ତମେ ଗୋଲୋକ-ସିଂହାସନ/ ଘେନ ଭଗବାନ, ଚରମ ପତ୍ର ଘେନ ।" ବିବାହପରେ ପତ୍ନୀ ବକୁଳଙ୍କ ପ୍ରୋତ୍ସାହନରେ ସେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଇଥିଲା । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ । ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳୀ

କବିତା ସଂକଳନ

ପୁରସ୍କାର ଓ ସମ୍ମାନ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୭
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଚରମ ପତ୍ର ପାଇଁ)
  • ଝଙ୍କାର ପୁରସ୍କାର, ୧୯୮୯
  • ଗଙ୍ଗାଧର ମେହେର କବିତା ସମ୍ମାନ (ଉତ୍କଳ ସାହିତ୍ୟ ସମାଜ), ୧୯୯୬
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ), ୨୦୧୪
  • କବି ଅନନ୍ତ ପଟ୍ଟନାୟକ ଶତବାର୍ଷିକୀ ସମ୍ମାନ, ୨୦୧୨

ଆଧାର

Tags:

ରବି ସିଂ ଜୀବନୀରବି ସିଂ ସାହିତ୍ୟିକ ଜୀବନରବି ସିଂ ରଚନାବଳୀରବି ସିଂ ପୁରସ୍କାର ଓ ସମ୍ମାନରବି ସିଂ ଆଧାରରବି ସିଂଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

🔥 Trending searches on Wiki ଓଡ଼ିଆ:

ବୁଦ୍ଧ ପୂର୍ଣ୍ଣିମାଯୁକ୍ତରାଷ୍ଟ୍ର ଆମେରିକାଗୋଦାବରୀଶ ମିଶ୍ରଅରବିନ୍ଦ କେଜରିୱାଲସ୍ୱର ବର୍ଣ୍ଣତ୍ରିକୋଣମିତିଅମୃତଭଣ୍ଡାଓଡ଼ିଶାର ଦୋଳଯାତ୍ରାମୁକ୍ତେଶ୍ୱର ଦେଉଳସତ୍ୟନାରାୟଣ ରାଜଗୁରୁପ୍ରଧାନ ପୃଷ୍ଠାମାୟାଧର ମାନସିଂହଅଂଶୁଘାତବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ସମ୍ବିଧାନପ୍ରାଣବନ୍ଧୁ କରଜିନା ସାମଲଟିକୋନାଜୋଲଭଦଭଦଳିଆପ୍ରାଣକୃଷ୍ଣ ପରିଜାଭୁବନେଶ୍ୱର ବେହେରାବ୍ରାହ୍ମଣବଲ୍ଲଭଭାଇ ପଟେଲକଣ୍ଡୋମଦ୍ରାଘିମାମଧୁସୂଦନ ଦାସପ୍ରତିଭା ଶତପଥୀମାଲଟାଫକୀର ମୋହନ ସେନାପତିପଖାଳ ଦିବସଆସନରମାଦେବୀ ଚୌଧୁରୀପ୍ରଥମ ବିଶ୍ୱଯୁଦ୍ଧକଲମ୍ବିଆଇଣ୍ଡୋନେସିଆଗୋପବନ୍ଧୁ ଦାସଖାଦ୍ୟ ଖଣିଜ ଲବଣଦେଓମାଳୀଓଡ଼ିଶାର ଭୂଗୋଳଦେବ୍ରାଜ ଲେଙ୍କାୟୁ ଟ୍ୟୁବଯୌନ ସମ୍ଭୋଗଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡଶ୍ୱେତସାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଉତ୍କଳ ସମ୍ମିଳନୀହୀରାକୁଦ ବନ୍ଧକୃଷ୍ଣଚନ୍ଦ୍ର ପାଣିଗ୍ରାହୀରାସନ କାର୍ଡ଼ (ଭାରତ)ସାରଳା ଦାସଭାରତୀୟ ଜାତୀୟ କଂଗ୍ରେସଟୋକିଓକାଳିନ୍ଦୀ ଚରଣ ପାଣିଗ୍ରାହୀବିର୍ସା ମୁଣ୍ଡା୯ ଫେବୃଆରୀପଣାରାଧାନାଥ ରାୟଉପବାସପଦାର୍ଥ ବିଜ୍ଞାନନବୀନ ପଟ୍ଟନାୟକସୁନନ୍ଦା ଦାସଖପୁରୀ କଣା ଅସ୍ତ୍ରୋପଚାରଭାରତୀୟ ମୁଦ୍ରାବେଲ🡆 More