ଯୌନାଙ୍ଗ ଭାତୁଡ଼ି: ଯୌନ ସଞ୍ଚାରିତ ରୋଗ

ଯୌନାଙ୍ଗ ଭାତୁଡ଼ି (ଇଂରାଜୀ ଭାଷାରେ Genital warts) ଏକ ପ୍ରକାର ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହର ସଂକ୍ରମଣ ଯାହା ମାନବ ପାପିଲୋମାଭୂତାଣୁ (ଏଚପିଭି/ HPV) ଦ୍ୱାରା ସଞ୍ଚାରିତ ହୁଏ । ସେଗୁଡ଼ିକ ସାଧାରଣତଃ ପିଙ୍କ/ ଗୋଲାପୀ ରଙ୍ଗର ଏବଂ ଚର୍ମ ପୃଷ୍ଠରୁ ବାହାରକୁ ବାହାରିଥାଏ | ସାଧାରଣତଃ ଏହି ରୋଗ ଅଳ୍ପ ଲକ୍ଷଣ ସୃଷ୍ଟି କରେ, କିନ୍ତୁ ବେଳେବେଳେ ଯନ୍ତ୍ରଣାଦାୟକ ହୋଇପାରେ | ସାଧାରଣତଃ ରୋଗୀ ସଂସ୍ପର୍ଶରେ ଆସିବାର ଏକରୁ ଆଠ ମାସ ପରେ ଦେଖାଯାଏ | ୱାର୍ଟ ହେଉଛି ମାନବ ପାପିଲୋମାଭୂତାଣୁ (HPV) ସଂକ୍ରମଣର ଅତି ସହଜ ଚିହ୍ନିତ ଲକ୍ଷଣ |

Genital warts
Condylomata acuminata, venereal warts, anal warts, anogenital warts
ଯୌନାଙ୍ଗ ଭାତୁଡ଼ି: ଯୌନ ସଞ୍ଚାରିତ ରୋଗ
Severe case of genital warts around the anus of a female
ବିଭାଗInfectious disease
ଲକ୍ଷଣSkin lesion that is generally pink in color and project outward
ଆକ୍ରାନ୍ତ ସମୟ1-8 months following exposure
କାରଣHPV types 6 and 11
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, can be confirmed by biopsy
ସଠିକ ରୋଗ ନିର୍ଣ୍ଣୟMolluscum contagiosum, skin tags, condyloma latum, squamous cell carcinoma
ପ୍ରତିକାରHPV vaccine, condoms
ଔଷଧPodophyllin, imiquimod, trichloroacetic acid
ଚିକିତ୍ସାMedications, cryotherapy, surgery
ପୁନଃପୌନିକ~1% (US)

ଏଚପିଭି ପ୍ରକାର ୬ ଏବଂ ୧୧ ଯୌନାଙ୍ଗ ଭାତୁଡ଼ିର ଏକ ସାଧାରଣ କାରଣ | ଏହା ସିଧାସଳଖ ଚର୍ମରୁ ଚର୍ମ ସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ, ସାଧାରଣତଃ ସଂକ୍ରମିତ ସାଥୀ ସହିତ ପାଟି, ଯୌନାଙ୍ଗ କିମ୍ବା ମଳଦ୍ୱାର ଯୌନ‌କ୍ରିୟା ସମୟରେ ବ୍ୟାପିଥାଏ | ଲକ୍ଷଣ ଉପରେ ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ ଏବଂ ବାୟୋପ୍ସିଦ୍ୱାରା ସୁନିଶ୍ଚିତ କରାଯାଏ । କର୍କଟ ରୋଗ ସୃଷ୍ଟି କରୁଥିବା ଏଚପିଭି ଗୁଡ଼ିକ ୱାର୍ଟ ସୃଷ୍ଟି କରୁଥିବା ଏଚପିଭି ସ‌ହିତ ସମାନ ନୁହେଁ |

ଏଚପିଭି ଟିକା ଓ କଣ୍ଡୋମ ସାହାଯ୍ୟରେ ଏହି ରୋଗ ରୋକାଯାଇପାରେ | ଏହାର ଚିକିତ୍ସାରେ ପୋଡୋଫିଲିନ୍, ଇମିକ୍ୱିମୋଡ, ଏବଂ ଟ୍ରାଇକ୍ଲୋରୋଆସେଟିକ ଏସିଡ କ୍ରିମ ବ୍ୟବ‌ହାର କରାଯାଏ | କ୍ରାୟୋଥେରାପି କିମ୍ବା ଅସ୍ତ୍ରୋପଚାର ମଧ୍ୟ ଏକ ବିକଳ୍ପ ହୋଇପାରେ | ଚିକିତ୍ସା ପରେ ଭାତୁଡ଼ି ପ୍ରାୟ ଛଅ ମାସ ମଧ୍ୟରେ ଉପଶମ ହୁଏ | ବିନା ଚିକିତ୍ସାରେ ଏକ ତୃତୀୟାଂଶ ରୋଗ ସ୍ୱୟଂ ଭଲ ହୋଇଯାଏ ।

ଯୁକ୍ତରାଷ୍ଟ୍ରରେ ପ୍ରାୟ ୧% ଲୋକଙ୍କର ଯୌନାଙ୍ଗ ଭାତୁଡ଼ି ଥାଏ | ଅନେକ ଲୋକ ସଂକ୍ରମିତ ହେଲେବି ଲକ୍ଷଣ ଦେଖାଯାଏ ନାହିଁ। ଟୀକାକରଣ ବିନା ପ୍ରାୟ ସମସ୍ତ ଯୌନ ସକ୍ରିୟ ବ୍ୟକ୍ତି ସେମାନଙ୍କ ଜୀବନର କୌଣସି ଏକ ସମୟରେ ଏକ ପ୍ରକାରର ଏଚପିଭି ସଂକ୍ରମିତ ହୁଅନ୍ତି | ଖ୍ରୀଷ୍ଟପୂର୍ବ ୩୦୦ ମସିହାରେ ହିପୋକ୍ରେଟସ ସମୟରୁ ଏହି ରୋଗ ଜଣାଶୁଣା ଅଛି।

ଆଧାର

Tags:

ଇଂରାଜୀ ଭାଷାପାପିଲୋମାଭୁତାଣୁ ସଂକ୍ରମଣଭାତୁଡ଼ିଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ

🔥 Trending searches on Wiki ଓଡ଼ିଆ:

ଗୋବିନ୍ଦ ତ୍ରିପାଠୀଭାରତର ଜାତୀୟ ପତାକାନଡ଼ିଆଇଜିପ୍ଟଭାରତୀୟ ଡାକ ସେବାରତ୍ନାକର ଚଇନିଘରମୋରାରଜୀ ଦେଶାଇଧର୍ମେନ୍ଦ୍ର ପ୍ରଧାନଦିଗମ୍ବର ଜୈନ ମନ୍ଦିର, ଖଣ୍ଡଗିରିଗୁରୁପ୍ରସାଦ ମହାନ୍ତିବୀରକିଶୋର ଦାସଲକ୍ଷ୍ମଣ ନାୟକବଡ଼ ଓଡ଼ିଆ ମଠପୂର୍ବାଷାଢ଼ା (ନକ୍ଷତ୍ର)ମିନାକ୍ଷୀ ମହନ୍ତଓଡ଼ିଆ ଚଉତିଶାଅକ୍ଟୋବରବିଶ୍ୱ ସ୍ୱାସ୍ଥ୍ୟ ସଂଗଠନନବାଙ୍କ ବେଶପ୍ରତିଭା ରାୟ୫ ଡିସେମ୍ବରମିନତି ମିଶ୍ରଉତ୍କଳ ବ୍ରାହ୍ମଣ୧୮ ଜୁଲାଇଲୋପାମୁଦ୍ରା ମିତ୍ରଚୌଧୁରୀ ହେମକାନ୍ତ ମିଶ୍ରଶ୍ରୀଧର ଦାସଥାଇଲାଣ୍ଡ୧୪ ଅପ୍ରେଲଦ୍ରୌପଦୀ ମୁର୍ମୁରାମଚନ୍ଦ୍ର ବେହେରାଭୂଗୋଳଜାନକୀ ବଲ୍ଲଭ ପଟ୍ଟନାୟକରାଜ୍ୟଚିନ୍ତାମଣିଶ୍ୱର ଶିବ ମନ୍ଦିରଜର୍ମାନୀମୌଳିକ ସଂଖ୍ୟାପାଇଓଡ଼ିଶାର କଳାନୀଳଚକ୍ରକତରସ୍ୱାମୀ ବିବେକାନନ୍ଦବାଜି ରାଉତଓଡ଼ିଶା ବିଧାନ ସଭାକାମଦା ଏକାଦଶୀବିଧାନ ସଭା ସଭ୍ୟତିଗିରିଆ ଗଡ଼ଜାତ ରାଜ୍ୟକପିଳେନ୍ଦ୍ର ଦେବଦୁଃଶାସନ ଜେନାମିହିର ଦାସସରୋଜିନୀ ନାଇଡୁପ୍ରାଣବନ୍ଧୁ କରଗୋପାଳକୃଷ୍ଣ ପଟ୍ଟନାୟକଆଳୁ ପୋଟଳ ଭଜାସତ୍ୟେନ୍ଦ୍ର ନାଥ ବୋଷକାଳୀଚରଣ ପଟ୍ଟନାୟକବର୍ଷା ପ୍ରିୟଦର୍ଶିନୀକଥା (ପତ୍ରିକା)ବାଲେଶ୍ୱର ଜିଲ୍ଲାଅନ୍ନଦା ଶଙ୍କର ରାୟବରଗଛସୁବର୍ଣ୍ଣପୁର ଜିଲ୍ଲାଭାଷାରମାକାନ୍ତ ରଥରାଜନୀତି ବିଜ୍ଞାନବିଲଙ୍କା ରାମାୟଣଓଡ଼ିଶାର ଇତିହାସତନ୍ଦ୍ରାଲୋକର ପ୍ରହରୀବିଶ୍ୱଜିତ ଦାସ🡆 More