ମୂରଲୀଧର ଜେନା: ଓଡ଼ିଆ ରାଜନୀତିଜ୍ଞ

ମୂରଲୀଧର ଜେନା (ମୃତ୍ୟୁ: ୭ ଡିସେମ୍ବର ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ମୂରଲୀଧର ୧୯୫୭ ମସିହାରେ ୨ୟ ଓଡ଼ିଶା ବିଧାନ ସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ପୁଣିଥରେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୂରଲୀଧର ଜେନା
ମୂରଲୀଧର ଜେନା: ଶିକ୍ଷା ଓ ପରିବାର, ରାଜନୈତିକ ଜୀବନ, ମୃତ୍ୟୁ
ନିର୍ବାଚନ ମଣ୍ଡଳୀଧାମନଗର
ବିଧାୟକ: ୨ୟ ଓ ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୭ ଡିସେମ୍ବର ୧୯୬୬
ପୂର୍ବ ଅଧିକାରୀନୀଳମଣି ରାଉତରାୟ
ପର ଅଧିକାରୀସତ୍ୟଭାମା ଦେଇ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସତ୍ୟଭାମା ଦେଇ
ସନ୍ତାନ୧ ପୁଅ, ୨ଝିଅ
ବୃତ୍ତିରାଜନୀତିଜ୍ଞ

ଶିକ୍ଷା ଓ ପରିବାର

ମୂରଲୀଧର ଜେନା ବିଜ୍ଞାନରେ ସ୍ନାତକ କରିଥିଲେ ଏବଂ ପରେ ଜଣେ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ସତ୍ୟଭାମା ଦେଇଙ୍କୁ ବିବାହ କରିଥିଲେ । ତାଙ୍କ ପତ୍ନୀ ସତ୍ୟଭାମା ଦେଇ ତାଙ୍କ ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ

ମୂରଲୀଧର ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ସେ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ଧାମନଗରରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୭ ଡିସେମ୍ବର ୧୯୬୬ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

୧୯୬୬ ମସିହାର ଡିସେମ୍ବର ମାସ ୭ ତାରିଖରେ ମୂରଲୀଧର ଜେନା ମୃତ୍ୟୁବରଣ କରିଥିଲେ । ୨୩ ମାର୍ଚ୍ଚ ୧୯୬୭ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକସଭାର ଆୟୋଜନ କରାଯାଇଥିଲା ।

ଆଧାର

Tags:

ମୂରଲୀଧର ଜେନା ଶିକ୍ଷା ଓ ପରିବାରମୂରଲୀଧର ଜେନା ରାଜନୈତିକ ଜୀବନମୂରଲୀଧର ଜେନା ମୃତ୍ୟୁମୂରଲୀଧର ଜେନା ଆଧାରମୂରଲୀଧର ଜେନାଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସ୨ୟ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଯକ୍ଷ୍ମାଆର୍ଯ୍ୟଭଟ୍ଟମହାପାତ୍ର ନୀଳମଣି ସାହୁରାମଶଙ୍କର ରାୟପ୍ରତୀକ୍ଷାଅଗସ୍ତ୍ୟପଦ୍ମଜ ପାଳମନମୋହନ ସାମଲଗଣନ ସଂଖ୍ୟାଭାରତରେ କନ୍ୟା ଭୃଣ ହତ୍ୟାମୁକ୍ତେଶ୍ଵର ଦେଉଳନବ ଚରଣ ମାଝିଅଶୋକ (ସମ୍ରାଟ)ମାୟାଧର ମାନସିଂହମୋରୋକ୍କୋହିରୋ୨୬ ମାର୍ଚ୍ଚହିନ୍ଦୀକଣ୍ଡୋମଅହଲ୍ୟାସିଲଡେନାଫିଲଛ ମାଣ ଆଠ ଗୁଣ୍ଠଉଟିଦୀନକୃଷ୍ଣ ଦାସଅପରେଟିଙ୍ଗ ସିଷ୍ଟମବିଜୁ ପଟ୍ଟନାୟକଗୁଡ୍ ବୟଆନ୍ଥୋଡନ୍‌ (ସରୀସୃପ)ଜଗନ୍ନାଥ ଦାସବ୍ୟଞ୍ଜନ ବର୍ଣ୍ଣପାରମିତା ଶତପଥୀକାନାଡ଼ାଓଡ଼ିଆ କବି ମାନଙ୍କର ତାଲିକାଯଶୋବନ୍ତ ଦାସଆପଲ ଇନକର୍ପୋରେଟେଡଉପେନ୍ଦ୍ର ଭଞ୍ଜଦେବଗଡ଼ ଜିଲ୍ଲାପାନମଧୁସୂଦନ ଦାସସେସିଲିଆ ପେଇନ-ଗାପୋସ୍ଚକିନବ୍ରହ୍ମପୁରଜୟଦେବ୨୦୧୫ରେବତୀ (କ୍ଷୁଦ୍ରଗଳ୍ପ)୧୪ ସେପ୍ଟେମ୍ବରହୀରାକୁଦ ବନ୍ଧଓସ୍ତବ୍ରାହ୍ମ ସମାଜଫତୁରାନନ୍ଦଝୁମରଧନୁଯାତ୍ରାIndiaସୁଦର୍ଶନ ସାହୁ (ଛେନାପୋଡ଼ ଜନକ)୧୩ ଫେବୃଆରୀଚୈତ୍ର ମଙ୍ଗଳବାର ଓଷାବିରିନଗର କୀର୍ତ୍ତନଅଟଳ ବିହାରୀ ବାଜପେୟୀସଫ୍ଟୱେରଫାଲଗୁନଭିକାରୀ ବଳକ୍ରିଏଟିଭ କମନ୍ସ🡆 More