ମାରୀଚ: ରାମାୟଣର ଚରିତ୍ର

ହିନ୍ଦୁ ମହାକାବ୍ୟ ରାମାୟଣରେ, ମାରୀଚ (ସଂସ୍କୃତ: मारीच) ହେଉଛି ଏକ ରାକ୍ଷସ, ଯିଏ ରାମଙ୍କଦ୍ୱାରା ନିହତ ହୋଇଥିଲା । ତାଙ୍କୁ ରାମାୟଣର ଖଳନାୟକ ରାବଣର ସହଯୋଗୀ ଭାବରେ ଉଲ୍ଲେଖ କରାଯାଇଛି । ରାମାୟଣରେ ଯେଉଁ କାର୍ଯ୍ୟପାଇଁ ସେ ନିନ୍ଦିତ ତାହା ହେଉଛି ରାମଙ୍କ ପତ୍ନୀ ସୀତା ଅପହରଣରେ ତାଙ୍କର ଭୂମିକା । ତାଙ୍କ ପୁଅ କାଳନେମିଙ୍କୁ ହନୁମାନ ହତ୍ୟା କରିଥିଲେ ।

ଅଭିଶାପ ଫଳରେ ମାତା ତାଡ଼କା ଏବଂ ଭାଇ ସୁବାହୁଙ୍କ ସହ ସେ ମଧ୍ୟ ରାକ୍ଷସ ଭାବେ ଜନ୍ମ ନେଇ ପ୍ରଥମେ ଜଙ୍ଗଲରେ ତପସ୍ୟାରତ ଋଷିମାନଙ୍କୁ କଷ୍ଟ ଦେଉଥିଲେ । ପରେ ଋଷି ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ରାମଙ୍କଦ୍ୱାରା ସେ ପରାସ୍ତ ହୋଇଥିଲେ । ସେ ପୁନର୍ବାର ରାମଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ପରିଶେଷରେ, ମାରୀଚ ଏକ ସୁବର୍ଣ୍ଣ ହରିଣର ରୂପ ନେଇ ସୀତାଙ୍କୁ ଅପହରଣ କରିବାରେ ରାବଣକୁ ସାହାଯ୍ୟ କରିଥିଲେ ।

ଜନ୍ମ

ମାରୀଚର ପିତା ଥିଲେ ସୁନ୍ଦ ନାମକ ରାକ୍ଷସ ଏବଂ ମାତା ଥିଲେ ତାଡ଼କା । ମାରୀଚର ସୁବାହୁ ନାମକ ଏକ ସାନ ଭାଇ ମଧ୍ୟ ଥିଲେ । ଅଭିଶପ୍ତ ହେବା ପୂର୍ବରୁ ଉଭୟ ଭାଇଭଉଣୀ ବହୁତ ସୁନ୍ଦର ଏବଂ ଚରିତ୍ରବାନ ଥିଲେ । ଏହା ସାଙ୍ଗକୁ ସେମାନେ ଥିଲେ ମାୟାବୀ ଅର୍ଥାତ ମାୟା ବିଦ୍ୟାରେ ପାରଙ୍ଗମ । ଥରେ ସୁନ୍ଦ ମଦ୍ୟପ ଅବସ୍ଥାରେ ଋଷି ଅଗସ୍ତ୍ୟଙ୍କ ଆଶ୍ରମ ଉପରେ ଆକ୍ରମଣ କରିଥିଲା ​​। କ୍ରୋଧିତ ଅଗସ୍ତ୍ୟ ତାଙ୍କର ତପ ଶକ୍ତିଦ୍ୱାରା ତାଙ୍କୁ ଭସ୍ମ କରିଦେଇଥିଲେ । ତାଡ଼କା ସୁନ୍ଦର ମୃତ୍ୟୁ ବିଷୟରେ ଜାଣିବାପରେ, ସେ ଏବଂ ତାଙ୍କ ସନ୍ତାନମାନେ ଋଷିଙ୍କଠାରୁ ପ୍ରତିଶୋଧ ନେବାକୁ ଅଗସ୍ତ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଋଷି ତାଡ଼କା, ମାରୀଚ ଏବଂ ସୁବାହୁଙ୍କୁ ଅଭିଶାପ ଦେଇ ସେମାନଙ୍କୁ ଅତ୍ୟନ୍ତ କଦାକାର ରାକ୍ଷସରେ ପରିଣତ କରିଦେଲେ ।

ତା’ପରେ ସାହାଯ୍ୟ ଆଶାରେ ସେମାନେ ଅବଲୀଳାକ୍ରମେ ରାବଣ ପାଖରେ ପହଞ୍ଚିଥିଲେ । ରାବଣର ସହାୟତାରେ ସରଜୁ ନଦୀ କୂଳରେ ଥିବା ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଏକ ଘଞ୍ଚ ଜଙ୍ଗଲରେ ପରିଣତ କଲେ, ଯାହା ତାଡ଼କା ଜଙ୍ଗଲ ଭାବରେ ପରିଚିତ ହେଲା । ସେମାନେ ସେହି ଜଙ୍ଗଲରେ ରହି ପଥଚାରୀମାନଙ୍କୁ ଆକ୍ରମଣ କରିବା ସହ ଏହି ଅଞ୍ଚଳର ଋଷିମାନର ଯଜ୍ଞ ନଷ୍ଟ କରି ସେମାନଙ୍କୁ ହଇରାଣ କରୁଥିଲେ ।

ଦଣ୍ଡକାରଣ୍ୟରେ ରାମଙ୍କ ସହ ଭେଟ

ରାମଙ୍କ ସାବତ ମା କୈକେୟୀଙ୍କ ନିର୍ଦ୍ଦେଶରେ ଦଶରଥଙ୍କଦ୍ୱାରା ରାମ, ଲକ୍ଷ୍ମଣ ଏବଂ ସୀତା ୧୪ ବର୍ଷ ପାଇଁ ନିର୍ବାସିତ ହୋଇଥିଲେ । ଏହି ଅବସରରେ ରାମ, ଲକ୍ଷ୍ମଣ ଏବଂ ସୀତା ଅଯୋଧ୍ୟାରୁ ଦକ୍ଷିଣକୁ ଯାଇ ଦାଣ୍ଡକାରଣ୍ୟ ଦେଇ ଗୋଦାବରୀ ନଦୀ କୂଳକୁ ଯାଇ ସେଠାରେ ପଞ୍ଚବଟୀରେ ଏକ କୁଟୀର ନିର୍ମାଣ କରିଥିଲେ ।

ଥରେ ମାରୀଚ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ସେଠାରେ ଦେଖିଲେ ଏବଂ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ରାକ୍ଷସ ସାଥୀମାନଙ୍କ ସହ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ରାମ ଏକାସାଙ୍ଗରେ ତିନୋଟି ତୀର ମାରି ମାରିଚଙ୍କ ସହଯୋଗୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ତୃତୀୟ ତୀରଟି ଲକ୍ଷ୍ୟଚ୍ୟୁତ ହେବାରୁ ମାରୀଚ ପଳାୟନ କରି ଅଳ୍ପକେ ବର୍ତ୍ତିଗଲା ।

ଈତିମଧ୍ୟରେ ମାରୀଚ ଜଣେ ସାଧୁ ବ୍ୟକ୍ତି ଭାବରେ ରୂପାନ୍ତରିତ ହୋଇଥିଲେ । ସେ ନିଝର ଭୂଲ ବୁଝି ନିଜକୁ ସୁଧାରିବାକୁ ଲାଗିଲେ । ଏକ ଆଶ୍ରମ ସ୍ଥାପନ କରି ସେ ଏକ ସାଧୁର ଜୀବନ ବିତାଇବାକୁ ଲାଗିଲେ ଏବଂ ସେତେବେଳକୁ ରାମଙ୍କର ଜଣେ ଭକ୍ତ ହୋଇଯାଇଥିଲେ । କିନ୍ତୁ ଶେଷରେ ସେ ରାବଣଙ୍କ ରଣନୀତି ଅନୁଯାୟୀ ରାମଙ୍କ ହାତରେ ହିଁ ତାଙ୍କର ମୃତ୍ୟୁ ହେଲା ।

ସୀତା ହରଣରେ ଭୂମିକା

ବନବାସ କାଳରେ ଦିନେ, ରାବଣର ରାକ୍ଷସ ଭଉଣୀ ସୂର୍ପଣଖା ଏକ ସୁନ୍ଦର ଝିଅର ଛଦ୍ମ ବେଶରେ ରାମଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ରାମ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଥଟ୍ଟାରେ ଲକ୍ଷ୍ମଣଙ୍କ ଆଡ଼କୁ ନିର୍ଦ୍ଦେଶ କରିଥିଲେ । ଲକ୍ଷ୍ମଣ ଥଟ୍ଟା କରି କହିଥିଲେ ଯେ ସେ ତାଙ୍କ ଭାଇ ରାମଙ୍କୁ ବିବାହ କରିବା ଉଚିତ୍ । କ୍ରୋଧିତ ସୂର୍ପଣଖା ଏତେବେଳେ ସୀତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ଲକ୍ଷ୍ମଣ ଖଣ୍ଡା ବାହାର କରି ସୂର୍ପଣଖାଙ୍କ କାନ ଓ ନାକ କାଟି ଦେଇଥିଲେ । ଅପମାନିତ ସୂର୍ପଣଖା ରାମଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଜଣେ ନରଭକ୍ଷୀ ରାକ୍ଷସ ଖରଙ୍କ ନିକଟକୁ ଯାଇଥିଲେ । ତେବେ ଖର, ତାଙ୍କର ସେନାପତି ଦୁଃଷଣ ଏବଂ ତାଙ୍କର ସୈନ୍ୟବାହିନୀ ରାମଙ୍କୁ ଆକ୍ରମଣ କରିବା ସମୟରେ ରାମଙ୍କଦ୍ୱାରା ନିହତ ହୋଇଥିଲେ । ରାମଙ୍କ ହାତରୁ ରକ୍ଷା ପାଇଥିବା ସୂର୍ପନଖା ଏବଂ ତାଙ୍କ ମାମୁଁ ଅକମ୍ପନ ଏହି ଖବର ସହିତ ଲଙ୍କାରେ ପହଞ୍ଚି ରାମଙ୍କ ସୁନ୍ଦର ପତ୍ନୀ ସୀତାଙ୍କୁ ଚୋରି କରିବାକୁ ରାବଣକୁ ପ୍ରସ୍ତାବ ଦେଇଥିଲେ ।

ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା । ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟିତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ତେବେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା ।

ଆଧାର

Tags:

ମାରୀଚ ଜନ୍ମମାରୀଚ ଦଣ୍ଡକାରଣ୍ୟରେ ରାମଙ୍କ ସହ ଭେଟମାରୀଚ ସୀତା ହରଣରେ ଭୂମିକାମାରୀଚ ଆଧାରମାରୀଚରାମାୟଣ

🔥 Trending searches on Wiki ଓଡ଼ିଆ:

ସୁନ୍ଦରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୌଦ୍ଧ ଜିଲ୍ଲାଲକ୍ଷ୍ମୀକାନ୍ତ ମହାପାତ୍ରପ୍ରଧାନ ପୃଷ୍ଠାସାରଳା ମହାଭାରତଜଗନ୍ନାଥ ମନ୍ଦିରଫୁଲପ୍ରାଣୀଚନ୍ଦ୍ରସମୟମଣ୍ଡଳସୋମବାରଖଜ୍ଜିଆରଶିବବିଜୟ କୁମାର ପ୍ରଧାନଇଂରାଜୀ ଭାଷାଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୃହସ୍ପତିରାମଚନ୍ଦ୍ର ବେହେରା୧୯୭୦ମନୋଜ ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶାନ୍ତନୁ କୁମାର ଆଚାର୍ଯ୍ୟଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରାହ୍ମ ସମାଜବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ରଜନାଥ ବଡ଼ଜେନାରସାୟନ ବିଜ୍ଞାନବ୍ରାହ୍ମଣଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଦ୍ରାଘିମାବିରଜା ମନ୍ଦିର୧୫୭୨ସୁଦାମ ମାରାଣ୍ଡି୧୪ ଅପ୍ରେଲଶବ୍ଦ (ଧ୍ୱନି)ଓଟାୱାଗୋପାଳ ଚନ୍ଦ୍ର ପ୍ରହରାଜଯୁକ୍ତରାଜ୍ୟରମାଦେବୀ ଚୌଧୁରୀଓଡ଼ିଶାର ସଂସ୍କୃତି୨୯ ଅପ୍ରେଲଜ୍ଞାନକୋଷରବୀନ୍ଦ୍ରନାଥ ଠାକୁରୟୁ ଟ୍ୟୁବଉଇକିଅଭିଧାନହନୁମାନ ଜୟନ୍ତୀସଂସଦୀୟ ଗଣତନ୍ତ୍ରଜୀବସାରବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ତ୍ରିଭୁଜସାତକଡ଼ି ହୋତାଭାରତୀୟ ଜାତୀୟ କଂଗ୍ରେସଜ୍ୟୈଷ୍ଠକୃଷ୍ଣ ଜନ୍ମାଷ୍ଟମୀବଲାଙ୍ଗୀରଏମିତି ଭାଇ ଜଗତେ ନାହିଁମିଳିତ ଜାତିସଂଘଅଖିଳ ମୋହନ ପଟ୍ଟନାୟକଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରସାରଳା ଦାସଭାରତୀୟ ସମ୍ବିଧାନକଟକରାମ ନବମୀଆଷାଢ଼ପୃଥିବୀ ଦିବସଲଣ୍ଡନନାରୀବାଦଉତ୍କଳ ବ୍ରାହ୍ମଣ୧୯୮୮କାଳିନ୍ଦୀ ଚରଣ ପାଣିଗ୍ରାହୀ🡆 More