ମାରିଚୀ ମନ୍ଦିର: ବୌଦ୍ଧ ଓ ହିନ୍ଦୁ ମନ୍ଦିର

ମାରିଚୀ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅଯୋଧ୍ୟାଠାରେ ଥିବା ଏକ ପୁରାତନ ବୌଦ୍ଧ ଓ ହିନ୍ଦୁ ମନ୍ଦିର । ମାରିଚୀ ଦେବୀ ଅଯୋଧ୍ୟା ଗ୍ରାମର ଇଷ୍ଠଦେବୀ ଏବଂ ଜଣେ ବୌଦ୍ଧ ଦେବୀ ।

ମାରିଚୀ ମନ୍ଦିର
ମାରିଚୀ ମନ୍ଦିର: ଗମନାଗମନ, ଇତିହାସ ଓ ମନ୍ଦିର ଗଠନ, ପୂଜା ପାଳନ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ୱର
Governing bodyମାରିଚୀ ପୂଜା କମିଟି, ଅଯୋଧ୍ୟା, ଭଉଁରିଆବାଦ
Location
ସ୍ଥାନଅଯୋଧ୍ୟା
Countryଭାରତ

ଗମନାଗମନ

ଏହା ସଜନାଗଡ଼ଠାରୁ ୯ କି.ମି. ଦୂରରେ ଅବସ୍ଥିତ । ସେଠାରୁ ଏକ ଡାହାଣ ହାତୀ ପଥରେ ୯ କି.ମି. ଗଲେ ଅଯୋଧ୍ୟା ଗାଁରେ ଏହି ମନ୍ଦିର ଅବସ୍ଥିତ । ଏହା ବାଲେଶ୍ୱର ଜିଲ୍ଲାର ସଦରମହକୁମାଠାରୁ ମାତ୍ର ୨୦ କିମି ଦୂରରେ ଥିବା ଅଯୋଧ୍ୟା ଗ୍ରାମରେ ଅବସ୍ଥିତ । ଏହା ଜିଲ୍ଲାର ସଦର ମହକୁମା ସହ ଉନ୍ନତ ମାନର ସଡକ ପଥଦ୍ୱାରା ସଂଯୁକ୍ତ । ବାଲେଶ୍ୱରଠାରୁ ଏ ଗ୍ରାମକୁ କୌଣସି ସମୟରେ ବସ‍ କିମ୍ବା ଟ୍ରେକରରେ ଯାଇହେବ । କିମ୍ବା ଟ୍ୟାକ୍ସି କରି ମଧ୍ୟ ଯାଇ ପାରିବେ । ଏ ଗ୍ରାମ ଅନ୍ୟ ଏକ ପଥଦ୍ୱାରା ମଧ୍ୟ ସଂଯୁକ୍ତ , ଯାହା ନୀଳଗିରିଠାରୁ ମାତ୍ର ୧୪ କିମିର ଦୂରତା ବିଶିଷ୍ଟ । ଏହାର ନିକଟତମ ରେଳ ଷ୍ଟେସନ ବାଲେଶ୍ୱର ।

ଇତିହାସ ଓ ମନ୍ଦିର ଗଠନ

ମାରିଚୀ ମନ୍ଦିର: ଗମନାଗମନ, ଇତିହାସ ଓ ମନ୍ଦିର ଗଠନ, ପୂଜା ପାଳନ 
ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ
ମାରିଚୀ ମନ୍ଦିର: ଗମନାଗମନ, ଇତିହାସ ଓ ମନ୍ଦିର ଗଠନ, ପୂଜା ପାଳନ 
ଚାରୋଟି ହାତ ଥିବା ବରାହୀ
ମାରିଚୀ ମନ୍ଦିର: ଗମନାଗମନ, ଇତିହାସ ଓ ମନ୍ଦିର ଗଠନ, ପୂଜା ପାଳନ 
ପିଢ଼ା ବିମାନ
ମାରିଚୀ ମନ୍ଦିର: ଗମନାଗମନ, ଇତିହାସ ଓ ମନ୍ଦିର ଗଠନ, ପୂଜା ପାଳନ 
ପୁରାତନ ମୂର୍ତ୍ତି

ଏହି ମନ୍ଦିରଟି ଏକ ଉତ୍କଳୀୟ ଶୈଳୀର ପିଢ଼ା ବିମାନ ମନ୍ଦିର । ମୂଳ ମନ୍ଦିର ଆଗରେ ଏକ ଜଗମୋହନ ରହିଛି । ଏଥି ମଧ୍ୟରେ ୧୧ଶ ଶତକର ଅନେକ ତନ୍ତ୍ର, ବୌଦ୍ଧ ଓ ଜୈନ ସଙ୍କେତ ଓ ମୂର୍ତ୍ତି ରହିଛି । ଏହା ସୋମବଂଶୀ କେଶରୀ ରାଜମାନଙ୍କ ଦେଇ ତିଆରି । ଏଠାରେ ଅନେକ ପୁରାତନ ସାଙ୍କେତିକ ମୂର୍ତ୍ତି ଯଥା ମୋଟ ୫ଟି ବୌଦ୍ଧ ମୂର୍ତ୍ତି, ବରାହୀ ଆଦି ରହିଛନ୍ତି । ଗର୍ଭଗୃହରେ ମଞ୍ଜୁଶ୍ରୀ, ମାରିଚୀଙ୍କର ୨ଟି ମୂର୍ତ୍ତି ତଥା ତାରା, ଅବଲୋକିତେଶ୍ୱର ଆଦି ମୂଋତ୍ତି ରହିଛି । ମନ୍ଦିର ପଛ କାନ୍ଥରେ ଚାରୋଟି ହାତ ଥିବା ବରାହୀ, ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧ, ଜୈନ ତୀର୍ଥଙ୍କର ଆଦି ଦେଖିବାକୁ ମିଳିଥାଏ । ଯଦିଓ ମୂଳ ବିଗ୍ରହଟି ଦୁର୍ଗାଙ୍କ ରୂପରେ ପୂଜା ପାଇଥାଏ, ଭଲ ଭାବରେ ଦେଖିଲେ ଜଣାଯାଏ ଯେ ଏହା ଏକ ମହାଯାନ ଠାକୁରାଣୀ ମାରିଚୀଙ୍କ ମୂର୍ତ୍ତି ଯାହା ବାକି ଦୁଇଟି ମୂର୍ତ୍ତି ମଧ୍ୟରେ ରହିଛି । ମନ୍ଦିରର ଗର୍ଭଗୃହରେ ୧୧ଶ ଶତକର ତିନୋଟି ପ୍ରଧାନ ମୂର୍ତ୍ତି ରହିଛି । ଏଠାରେ ଏକ ପିଢ଼ା ବିମାନ ଓ ଆର.ସି.ସି. ନିର୍ମିତ ସମତଳ ମଣ୍ଡପ ରହିଛି । ମନ୍ଦିରଟି ଚୂନ ପଥରରେ ତିଆରି ।

ପୂଜା ପାଳନ

ଟୀକା

ଆଧାର

  • R. P. Mohapatra, 1986, Archaeology in Orissa, Vol. II, New Delhi

ବାହାର ଲିଙ୍କ

Tags:

ମାରିଚୀ ମନ୍ଦିର ଗମନାଗମନମାରିଚୀ ମନ୍ଦିର ଇତିହାସ ଓ ମନ୍ଦିର ଗଠନମାରିଚୀ ମନ୍ଦିର ପୂଜା ପାଳନମାରିଚୀ ମନ୍ଦିର ଟୀକାମାରିଚୀ ମନ୍ଦିର ଆଧାରମାରିଚୀ ମନ୍ଦିର ବାହାର ଲିଙ୍କମାରିଚୀ ମନ୍ଦିରଓଡ଼ିଶାବାଲେଶ୍ୱର ଜିଲ୍ଲାବୌଦ୍ଧ ଧର୍ମମାରିଚୀହିନ୍ଦୁ ଧର୍ମ

🔥 Trending searches on Wiki ଓଡ଼ିଆ:

ଇତିହାସଆଲପ୍ରାଜୋଲାମରବର୍ଟ ମୂଗ୧୬୬୨ସାରଳା ଦାସରିଲପିଭିରିନମହାପାତ୍ର ନୀଳମଣି ସାହୁପୃଥିବୀଓଡ଼ିଆ କଥାଚିତ୍ର ଜଗତଅଟିଜିମ୍‌ପଞ୍ଚଲିଙ୍ଗେଶ୍ଵର ମନ୍ଦିରଜର୍ଜିଆଦକ୍ଷିଣ କୋଏଲ ନ‌ଦୀମଧୁସୂଦନ ରାଓମହୁଲସ୍ତନ କର୍କଟଏକ୍ସକ୍ୟୁଜ ମିଦକ୍ଷିଣ ଆଫ୍ରିକାଦେବରାଜ ମହାନ୍ତିଭାରତର ନଦୀ ସମୂହର ତାଲିକାନିତ୍ୟାନନ୍ଦ ମହାପାତ୍ରଅନୁଭବ ମହାନ୍ତିହରେକୃଷ୍ଣ ମହତାବଓଡ଼ିଆ ବାହାଘରଓଡ଼ିଆ କବି ମାନଙ୍କର ତାଲିକାଅପ୍ରେଲwiki.phtmlକଟକ ଜିଲ୍ଲାକୁନ୍ତଳା କୁମାରୀ ସାବତଲାଟିନ ଭାଷାକୋଣାର୍କ ସୂର୍ଯ୍ୟ ମନ୍ଦିରଆସାମଉଇକିପିଡ଼ିଆଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର୧୯୪୯ଚୈତ୍ରଲକ୍ଷ୍ମଣ ନାୟକବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରାଜକିଶୋର ରାୟଗାୟତ୍ରୀ ସରାଫଓଡ଼ିଆପଞ୍ଚୁ ଫୁଟଣଆସ୍ତିକ ନାସ୍ତିକଗୁରୁବଣ୍ଡା ଜନଜାତିଆଣ୍ଟିଅକ୍ସିଡାଣ୍ଟନନ୍ଦ କିଶୋର ବଳଦୀନକୃଷ୍ଣ ଦାସଅବସରଆଲର୍ଜିମଙ୍ଗଳବାରକ୍ରସ ସାଇଟ୍ ସ୍କ୍ରିପଟିଂଚିନ୍ତାମଣି ବେହେରାଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାମଧୁସୂଦନ ଦାସଉଇକିଅଭିଧାନ୧ ଜୁଲାଇଅରବିନ୍ଦ କେଜରିୱାଲଚା’ବର କୋଳିବଙ୍ଗଳା ଭାଷାମେନିଞ୍ଜାଇଟିସ୍ପଦ୍ମଜ ପାଳମରାଠୀ ଭାଷାଜ୍ଞାନକୋଷ🡆 More