ମହୁରୀ: ପାରମ୍ପରିକ ବାଦ୍ୟଯନ୍ତ୍ର

ମହୁରୀ ଓଡ଼ିଶାରେ ବାଜୁଥିବା ଏକ ପାରମ୍ପରିକ ବାଦ୍ୟଯନ୍ତ୍ର । ଏହା ଏକ ପ୍ରକାର ତୁରୀ ବା ପେଏଁକାଳୀ ଯାହାକୁ ମୁଖରେ ଫୁଙ୍କି ବଜାଯାଏ । ସାଧାରଣତଃ ଯେକୌଣସି ଲୋକନୃତ୍ୟ ବା ଲୋକଗୀତ ଆସରରେ ମହୁରୀ ବାଜିଥାଏ । ଏହା 'ମଙ୍ଗଳବାଦ୍ୟ' ଭାବେ ଗ୍ରହଣ କରାଯାଏ ଓ ବିବାହ ବ୍ରତ ଆଦି ମଙ୍ଗଳକାର୍ଯ୍ୟରେ ମହୁରୀ ସମେତ ଅନ୍ୟାନ୍ୟ ମଙ୍ଗଳବାଦ୍ୟ ବାଜିବା ଆବଶ୍ୟକୀୟ । ମହୁରୀ ବଜାଉଥିବା ଶିଳ୍ପୀଙ୍କୁ ମହୁରିଆ କୁହାଯାଏ ।

ମହୁରୀ
ମହୁରୀ: ପାରମ୍ପରିକ ବାଦ୍ୟଯନ୍ତ୍ର
ପଞ୍ଚବାଦ୍ୟରେ ମହୁରିଆର ମହୁରୀ ବାଦନ
ମାଧ୍ୟମବାଦ୍ୟଯନ୍ତ୍ର
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଲୋକଗୀତ
କଳାକାରମହୁରିଆ

ରାମ ନାଟକ, ଛଉ, ପଞ୍ଚବାଦ୍ୟ, ସାହିଯାତ, ମୋଗଲ ତାମସା ଆଦି ଅନେକ ଲୋକକଳାରେ ମହୁରୀ ଥାଏ । ସାଧାରଣତଃ ମହୁରୀ ସାଙ୍ଗେ ଢୋଲ, ଟମକ ଇତ୍ୟାଦି ରହେ । ବଲାଙ୍ଗୀର ଜିଲ୍ଲାର ପଞ୍ଚବାଦ୍ୟରେ ବ୍ୟବହୃତ ପାଞ୍ଚଗୋଟି ବାଦ୍ୟ ମଧ୍ୟରୁ ମହୁରୀ ଅନ୍ୟତମ । ଗଞ୍ଜାମର ପ୍ରହଲ୍ଲାଦ ନାଟକରେ ଏକ ଭିନ୍ନ ପ୍ରକାର ମହୁରୀ ବାଜେ । ଏହାକୁ ମୁଖବୀଣା କୁହାଯାଏ । ତେଲିଙ୍ଗି ବାଜାରେ ଦୁଇ ପ୍ରକାର ମହୁରୀ ବାଜେ । ତନ୍ମଧ୍ୟରୁ ଗୀତ ମହୁରୀ ରାଗ ଅନୁସାରେ ଫୁଙ୍କାଯାଏ ଓ ସ୍ୱର ମହୁରୀ ଗୋଟିଏ ସ୍ୱରରେ ଅନବରତ ବାଜୁଥାଏ ।

ନବରଙ୍ଗପୁରର ଏକ ବିବାହରେ ସ୍ଥାନୀୟ ଶିଳ୍ପୀଙ୍କଦ୍ୱାରା ମହୁରୀ ବାଦନ । ମହୁରୀ ସଙ୍ଗେ ସଙ୍ଗେ ଟାମକ୍ (ଟମକ) ଓ ଗୋଛିବାଜା ମଧ୍ୟ ବାଜୁଅଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

୩୦ ଅପ୍ରେଲଉଇକିଅଭିଧାନଜ୍ଞାନକୋଷସୁରେନ୍ଦ୍ର ମହାନ୍ତିଜଗନ୍ନାଥ ଦାସଗ୍ରେଗୋରି ପାଞ୍ଜିଔଷଧୀୟ ଗଛଲତାମାନଙ୍କର ତାଲିକାଧରିତ୍ରୀଲୁଣଖ୍ରୀଷ୍ଟ ଧର୍ମଅଂଶୁଘାତwiki.phtmlଗୋପୀନାଥ ମହାନ୍ତି୧୩ ଅପ୍ରେଲଭାସ୍କୋ ଡା ଗାମାଇଷ୍ଟ୍ରାଡେଫାଇଲିନଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନେପୋଲିୟନ ବୋନାପାର୍ଟଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅନ୍ତରା ଚକ୍ରବର୍ତ୍ତୀରେଭେନ୍‌ସା କଲିଜିଏଟ ସ୍କୁଲ୫ ମଇକଇଥବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରବି ସିଂଜଗନ୍ନାଥ୫ ଫେବୃଆରୀଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୧ ମାର୍ଚ୍ଚସାରଳା ଦାସଗୋଦାବରୀଶ ମିଶ୍ରପ୍ରତିଭା ରାୟଭାରତୀୟ ସମ୍ବିଧାନଦୋହାକୋଷ ଓ ବୌଦ୍ଧ ଗାନଓଡ଼ିଆ କାବ୍ୟ କବିତାସୁନାଗୁଣନଗୌତମ ବୁଦ୍ଧରାମ ନବମୀଉଇକିପିଡ଼ିଆଦଅଣାବ୍ରହ୍ମୋତ୍ରୀ ମହାନ୍ତିମହାଦେଶମାୟାଧର ମାନସିଂହଦୀନନାଥ ପାଠୀଚିଲିକା ହ୍ରଦଚିନ୍ତାମଣି ମହାନ୍ତିମହୁମାଛିହିନ୍ଦୁପଦାର୍ଥ ବିଜ୍ଞାନଉଇକିଖବରପଖାଳ ଦିବସତପସ୍ୱିନୀତରଳ ଝାଡ଼ାଯଦୁମଣି ମହାପାତ୍ର୧ ସେପ୍ଟେମ୍ବରକାଳୀଚରଣ ପଟ୍ଟନାୟକଇଣ୍ଟରନେଟଓଡ଼ିଆ ସାହିତ୍ୟଫକୀର ମୋହନ ସେନାପତିଫୁଲଓଡ଼ିଆ ଖାଦ୍ୟଅଭିମନ୍ୟୁ ସାମନ୍ତସିଂହାରଗୋପାଳ ଚନ୍ଦ୍ର ପ୍ରହରାଜଝୁଲଣ ଯାତ୍ରାହନୁମାନପଇସା🡆 More