ମହମ୍ମଦ

ମହମ୍ମଦ ( ଆରବୀ: محمد) (୫୭୧ ଖ୍ରୀଷ୍ଟାବ୍ଦ ଅପ୍ରେଲ ୨୦ରୁ ୬୩୨ ଖ୍ରୀଷ୍ଟାବ୍ଦ ଜୁନ ୮) ହେଉଛନ୍ତି ଜଣେ ଆରବ୍ୟ ଧାର୍ମିକ ଓ ରାଜନୈତିକ ନେତା। ମୁସଲମାନମାନେ ବିଶ୍ୱାସ କରନ୍ତି, ସେ ହେଉଛନ୍ତି ଶେଷ ସନ୍ଦେଶବାହକ (ପୟଗମ୍ବର) ଯାହାଙ୍କୁ ଆଲ୍ଲା (ଅଲ୍ଲାହ) ଜିବ୍ରାଏଲ ନାମକ ଦେବଦୂତ (ଫରିସ୍ତା)ଙ୍କ ଜରିଆରେ କୁରାନର ସନ୍ଦେଶ ଦେଇଥିଲେ।

ହଜରତ ମହମ୍ମଦ
محمد صلی اللہ علیہ و آلہ و سلم

ଇସଲାମର ପୟମ୍ବର
ମହମ୍ମଦ
ଆରବୀ କଳାତ୍ମକ ଲେଖାରେ ମହମ୍ମଦଙ୍କ ନାମ
Born
ମୁହ଼ମ୍ମଦ ଇବ୍ନ ଅ଼ବ୍ଦୁ ଅଲ୍ଲାହ

570
ମକ୍କା ସହର, ମକ୍କା ପ୍ରଦେଶ, ଆରବ
(ଏବେ ସାଉଦୀ ଆରବ)
Died୮ ଜୁନ ୬୩୨(632-06-08) (ବୟସ ୬୨)
ୟସ୍ରିବ, ଆରବ (ଏବେ ମଦୀନା, ହେଜାଜ, ସାଉଦୀ ଆରବ)
Cause of deathଜର
Resting placeଅଲ-ମସ୍ଜିଦ ଅଲ-ନବାବୀ, ମଦୀନା, ହେଜାଜ଼, ସାଉଦୀ ଆରବ
Other namesମୁସତଫ଼ା,ଅହ଼ମଦ,ହ଼ାମିଦ ମହମ୍ମଦଙ୍କ ନାମ
Spouse(s)ମହମ୍ମଦଙ୍କ ପତ୍ନୀଗଣ: ଖାଦିଜଃ ବିନ୍ତ ଖୁବାୟ୍ଲିଦ (595–619)
ସବ୍ଦା ବିନ୍ତ ଜ଼ମʿଆ (619–632)
ଐଶ ବିନ୍ତ ଅବି ବକାର (619–632)
ହଫ୍ସା ବିନ୍ତ ଉମାର (624–632)
ଜ଼ୟ୍ନାବ ବିନ୍ତ ଖୁଜ଼ଆୟମା (625–627)
ହିନ୍ଦ ବିନ୍ତ ଅବି ଉମୟ୍ୟା (629–632)
ଜ଼ାୟ୍ନାବ ବିନ୍ତ ଜହାଶ (627–632)
ଜୁବୟ୍ରିଆ ବିନ୍ତ ଅଲ-ହରିଥ (628–632)
ରାମ୍ଲାହ ବିନ୍ତ ଅବି ସୁଫ୍ୟାଁ (628–632)
ରୟ୍ହନା ବିନ୍ତ ଜ଼ୟଡ (629–631)
ସଫିୟ୍ୟା ବିନ୍ତ ହୁୟାୟ୍ୟ (629–632)
ମୟୁମା ବିନ୍ତ ଅଲ-ହରିଥ (630–632)
ମରିଅୟା ଅଲ-କ଼ୀବ୍ତିୟ୍ୟା (630–632)
Childrenପୁଅ ଅଲ-କ଼ାସିମ, `ଅବ୍ଦ-ଅଲ୍ଲାହ, ଇବ୍ରାହିମ
ଝିଅ: ଜୈନାବ, ରୁକୟ୍ୟାହ, ଉମ୍କୁ ଲ୍ ଥୂମ, ଫାତିମା ଜହାରା
Parent(s)ବାପା `ଅବ୍ଦ ଅଲ୍ଲାହ ଇବ୍ନ `ଅବ୍ଦ ଅଲ-ମୁତ୍ତଲିବ
ମାଆ ଅମିନଃ ବିନ୍ତ ବହବ
Relativesଅହଲ ଅଲ-ବୟଟ

ମହାପୁରୁଷ ବା ହଜରତ ମହମ୍ମଦ ଆରବର ମକ୍କା ନଗରୀରେ ଖ୍ରୀ ୫୭୦ରେ କୋରେଶ୍ ବଂଶରେ ଜନ୍ମଗ୍ରହଣ କରିଥିଲେ। ଏହାଙ୍କର ପିତାଙ୍କର ନାମ ଅବଦୁଲା ଓ ମାତାଙ୍କ ନାମ ବିବି ଅମିଲା। ହାଲିମା ବିବି ଏହାଙ୍ଗର ପାଳତୀ ମା’। ମହମ୍ମଦଙ୍କର ୮ ଗୋଟି ସ୍ତ୍ରୀଙ୍କ ମଧ୍ୟରେ ଖୋଦିତା ସବୁଠାରୁ ବେଶି ସୁନ୍ଦରୀ ଓ ଗୁଣବତୀ ଥିଲେ। ଖାଦିଜାଙ୍କ ଗର୍ଭଜାତ ପୁତ୍ରଙ୍କ ନାମ ଆବୁ ତୟବ ଓ ଆବୁ ତହେର ଓ ଝିଅ ଫାତମା ଜୋହୋରା। ଏହି କନ୍ୟା ମହମ୍ମଦଙ୍କ ଖୁଡୂତା ପୁଅ ଭାଇ ଆଲିଙ୍କୁ ବିବାହ କରିଥିଲେ ଏବଂ ଅତ୍ୟନ୍ତ ରୂପବତୀ, ଗୁଣବତୀ ଏବଂ ଧାର୍ମିକା ଥିଲେ। ମହମ୍ମଦଙ୍କର ପିତୃବ୍ୟଙ୍କ ନାମ ଆବୁତାଲିବ୍ ଓ ପିତାମହଙ୍କ ନାମଅବଦୁଲ୍ ମୋତଲବ୍। ଅଳ୍ପ ବୟସରେ ଏହାଙ୍କର ପିତୃବିୟୋଗ ଘଟିବାରୁ ଏ ଜଣେ ଧନୀ ବଣିକଙ୍କ ପଣ୍ୟବାହୀ ଉଷ୍ଟ୍ର ଚାଳକ ରୂପେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ବହୁ ଦୁଃଖରେ କାଳାତିପାତ କରିଥିଲେ। ତତ୍ପରେ ଖାଦିଜା ନାମ୍ନୀ ଜଣେ ଧନବତୀ ବିଧବାଙ୍କ ପାଣି ଗ୍ରହଣ କରିବାରୁ ସୁଖରେ ରହିଲେ। ଏହାଙ୍କର ବାଲ୍ୟ କାଳରେ ବିଦ୍ୟା ଶିକ୍ଷାଲାଭ ହୋଇ ନ ଥିଲେ ହେଁ ଏ ସ୍ୱଭାବତଃ ଚିନ୍ତାଶୀଳ ଥିଲେ। ଆରବ ଦେଶ ବାସୀଙ୍କର ପୌତ୍ତଳିକତା ଓ ତଜ୍ଜନିତ ମତଭେଦ ଓ ବିବାଦ ତେଖି ଏ ବ୍ୟଥିତ ହୋଇଥିଲେ। ଗୋଟିଏ ଗିରିଗୁହାକୁ ଯାଇ ଧ୍ୟାନମଗ୍ନ ହୋଇ ତପସ୍ୟା କରିବା ସମୟରେ ଈଶ୍ୱର ଗେବ୍ରୀଏଲ୍ ନାମକ ସ୍ୱର୍ଗଦୂତଦ୍ୱାରା ଏହାଙ୍କୁ ଈଶ୍ୱରଙ୍କର ଆଜ୍ଞାମାନ (ଏକେଶ୍ୱରବାଦ ଆଦି) ଶୁଣାଇଥିଲେ ଓ ସେହି ସେହି ଆଜ୍ଞାମାନ ମହମ୍ମଦ୍ ‘କୋରାନ’ ରୂପେ ପ୍ରଚାର କଲେ। ଏକେଶ୍ୱରବାଦ ଧର୍ମର ପ୍ରଚାର ମହମ୍ମଦଙ୍କର ୪୦ ବର୍ଷ ବୟସରେ ଆରବ୍ଧ ହେଲା।

ପ୍ରଥମେ ଏହାଙ୍କର ପତ୍ନୀ ଓ ଆଉ ମାତ୍ର ଦୁଇଜଣ ବ୍ୟକ୍ତି ଏହାଙ୍କର ମତ ଗ୍ରହଣ କଲେ। କ୍ରମେ କ୍ରମେ ଏହାଙ୍କର ଶିଷ୍ୟ ସଂଖ୍ୟା ବଢ଼ିଲା। କିନ୍ତୁ ମକ୍କାବାସୀ ଏହାଙ୍କର ପ୍ରଚାରିତ ଧର୍ମର ବିରୋଧି ହେଇ ଏହାଙ୍କ ଉପରେ ନାନାଦି ଉତ୍ପୀଡ଼ନ ଆରମ୍ଭ କରିଦେଲେ। ଶେଷରେ ମହମ୍ମଦ ମଦିନା ନଗରକୁ ଗଲେ ଓ ଏହାଙ୍କର କେତେକ ଶିଷ୍ୟ ଆଫ୍ରିକାର ଆବିସିନିଆକୁ ଗଲେ। ମହମ୍ମଦଙ୍କୁ ଆତ୍ମରକ୍ଷାପାଇଁ ଅସ୍ତ୍ରଧାରଣ କରିବାକୁ ହୋଇଥିଲା। କ୍ରମଶଃ ଏହାଙ୍କର ଶିଷ୍ୟସଂଖ୍ୟା ବଢ଼ିଲା ଓ ଶିଷ୍ୟମାନେ ଆରବ ଦେଶ ତମାମ ଏହି ଧର୍ମ ପ୍ରଚାର କଲେ। କ୍ରମେ କ୍ରମେ ମହମ୍ମଦ ସେନା ନାୟକ ହୋଇ ଅନେକ ସ୍ଥାନ ଓ ନଗର ଅଧିକାର କଲେ। ଏହାଙ୍କୁ ୫୨ ବର୍ଷ ହୋଇଥିବା ସମୟରେ ଅର୍ଥାତ୍ ୬୩୨ ଖ୍ରୀଷ୍ଟାବ୍ଦରେ ଏହାଙ୍କର ଦେହାନ୍ତର ହୋଇଥିଲା। ଏହାଙ୍କର ପ୍ରବର୍ତ୍ତିତ ଧର୍ମ ଇସଲାମ୍ ଓ ଏହି ଧର୍ମାବଲମ୍ବୀମାନେ ମୁସଲମାନ ନାମରେ ଖ୍ୟାତ।

ମହମ୍ମଦ ମଦିନାକୁ ଯିବା ସମୟ (ଖ୍ରୀ ୬୨୨)ଠାରୁ ମୁସଲମାନମାନଙ୍କର ‘ହିଯିରୀ’ ସନର ଗଣନା ଆରମ୍ଭ ହେଲା। ମକାରୁ ମଦିନା ଯିବା ପରେ ବିଧର୍ମୀମାନେ ତାଙ୍କୁ ମଦିନାରେ ମଧ୍ୟ ଶାନ୍ତିରେ ରଖାଇ ଦେଲେ ନାହିଁ। ସେଠାରେ ବିଧର୍ମୀମାନଙ୍କ ସହିତ ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ଏହାଙ୍କର ଦଳ ପରାସ୍ତ ହୋଇଥିଲା। ମହମ୍ମଦଙ୍କ ପୂର୍ବେ ମକ୍କା ନଗରୀରେ ଯେଉଁ ମନ୍ଦିରରେ ପ୍ରତିମା ପୂଜା କରାଯାଉଥିଲା ମହମ୍ମଦ ତାକୁ ହିଁ ପ୍ରଥମେ ଏକେଶ୍ୱରବାଦର ଉପାସନା ମନ୍ଦିରରେ ପରିଣତ କଲେ। ବର୍ତ୍ତମାନ ମକ୍କା ନଗରୀର ଏହି ମନ୍ଦିର ବା ‘କବ୍ୱା’ ପ୍ରକାରାନ୍ତରେ ‘କାବା’ ମୁସଲମାନମାନଙ୍କର ଏକ ପ୍ରଧାନ ତୀର୍ଥ ଓ ଏଠାକୁ ଲକ୍ଷ ଲକ୍ଷ ମୁସଲମାନ ଯାତ୍ରୀ ପ୍ରତିବର୍ଷ ‘ହଜ୍’ (ଈଶ୍ୱରଙ୍କ ନାମରେ ଉତ୍ସର୍ଗୀକୃତ ପୂଜା) କରିବାକୁ ଯାଆନ୍ତି। ଯେଉଁମାନେ ମକ୍କାକୁ ଯାଇ ହଜ୍ କରନ୍ତି ସେମାନଙ୍କୁ ହାଜୀ କହନ୍ତି। ମୁସଲମାନମାନଙ୍କ ପୂଜିତ ଆଲ୍ଲାଙ୍କ ପ୍ରାର୍ଥନାରୂପେ ‘ଆଲ୍ଲୋପନିଷଦ୍’ ନାମରେ ଗୋଟିଏ ସୂକ୍ତ ଅଥର୍ବ ବେଦରେ ଲେଖା ଯାଇଅଛି ଓ ତହିଁରେ ମହମ୍ମଦଙ୍କର ନାମୋଲ୍ଲେଖ ଅଛି।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଜୟଦେବଓଉଜୀବନାନନ୍ଦ ପାଣିପାନଚିତ୍ତରଞ୍ଜନ ଦାସବିଶ୍ୱତାପନହୋଲିବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଚନ୍ଦ୍ରଭାଗା (କବିତା)ଶାଲିନୀ ଅରୋଡ଼ାମହାପାତ୍ର ନୀଳମଣି ସାହୁକାନ୍ଦଣା ଗୀତଝୁମରସଚ୍ଚିଦାନନ୍ଦ ରାଉତରାୟଯଶୋବନ୍ତ ଦାସWiki Foundationକୁମାର ପୂର୍ଣ୍ଣିମାଉଇକିପିଡ଼ିଆଅନନ୍ତ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାଜକିଶୋର ରାୟପଞ୍ଚଲିଙ୍ଗେଶ୍ଵର ମନ୍ଦିରଜଗନ୍ନାଥ ଦାସଦକ୍ଷିଣ କୋଏଲ ନ‌ଦୀଚଢ଼େଇଆ ନାଚଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟମିଆଁମାରବିଶ୍ୱ ନାଟ୍ୟ ଦିବସଫାଲଗୁନଅଚ୍ୟୁତାନନ୍ଦ ଦାସସିଲିଗୁଡ଼ିଶାରଳା ପୁରସ୍କାରଶ୍ରୀରାମ ପଣ୍ଡାଦଣ୍ଡ ନାଟମୁଦ୍ରା (ପୂଜା)ଛବିଳ ମଧୁ ବର୍ଣ୍ଣବୋଧବଣ୍ଡ (ଅର୍ଥ)ଓଡ଼ିଶାର ଭୂଗୋଳବଣ୍ଡା ଜନଜାତିଅଟଳ ବିହାରୀ ବାଜପେୟୀପାଳୁଅ ଲଡୁଅଗଷ୍ଟଫକୀର ମୋହନ ସେନାପତିରାଣୀ ଲକ୍ଷ୍ମୀବାଈ୨ ନଭେମ୍ବରବୁଧ୧୩ ମାର୍ଚ୍ଚକୁଜିବର ପ‌ତ୍ରସୁନାମିକ୍ରସ ସାଇଟ୍ ସ୍କ୍ରିପଟିଂପଦ୍ମଜ ପାଳକିଶୋରୀ ଚରଣ ଦାସଓଡ଼ିଆ ଭାଷାଜଗନ୍ନାଥସୁନ୍ଦରବନ ଜାତୀୟ ଉଦ୍ୟାନଦୀନକୃଷ୍ଣ ଦାସଓଡ଼ିଶା ବିଧାନ ସଭାଋଷିଆଓଡ଼ିଆ ରାମାୟଣପଣା ସଂକ୍ରାନ୍ତିମୌଳିକ ସଂଖ୍ୟାଅଭିଗମ୍ୟତା୨୦୧୧ କ୍ରିକେଟ ବିଶ୍ୱ କପଚୈତନ୍ୟ🡆 More