ମନ୍ମଥ କୁମାର ଶତପଥୀ: ଓଡ଼ିଆ ନାଟ୍ୟକାର

ମନ୍ମଥ କୁମାର ଶତପଥୀ, (ଜନ୍ମ: ୪ ଜୁନ ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ପ୍ରାବନ୍ଧିକ ଓ ନାଟ୍ୟ ନିର୍ଦ୍ଦେଶକ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ବିଭିନ୍ନ ପୁରସ୍କାରରେ ସମ୍ମାନୀତ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସେ ଇନ୍ଫୋସିସ ଫାଉଣ୍ଡେସନ ଆନୁକୁଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ଉଦ୍ଧାର ଦିଗରେ କାର୍ଯ୍ୟରତ । ୨୦୨୧ ମଇ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ଭାବରେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।

ମନ୍ମଥ କୁମାର ଶତପଥୀ
ଜନ୍ମ (1944-06-04) ୪ ଜୁନ ୧୯୪୪ (ବୟସ ୭୯)
ବାସୁଦେବପୁର, ଭଞ୍ଜନଗର, ଗଞ୍ଜାମ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ
ପିତାମାତା(s)ଶ୍ରୀଧର ଶତପଥୀ, ଶକୁନ୍ତଳା ଦେବୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର

ପ୍ରାରମ୍ଭିକ ଜୀବନ

ମନ୍ମଥ, ୧୯୪୪ ମସିହାରେ ଭଞ୍ଜନଗର ଅନ୍ତର୍ଗତ ବାସୁଦେବପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ରୀଧର ଶତପଥୀ ଜଣେ ଜ୍ୟୋର୍ତିବିଦ ଓ କର୍ମକାଣ୍ଡବିଦ ଥିଲେ । ମାତାଙ୍କ ନାମ ଥିଲା ଶକୁନ୍ତଳା ଦେବୀ । ୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ମନ୍ମଥ ଜ୍ୟେଷ୍ଠ । ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ସେ ଏକାଦଶ ଶ୍ରେଣୀ ପାସ କରିଥିଲେ । ପିଲାଦିନୁ ସେ ସାହିତ୍ୟାନୁରାଗୀ ଥିଲେ ।

ବୃତ୍ତିଗତ ଜୀବନ

ଏକାଦଶ ଶ୍ରେଣୀ ପାସ କରିବା ପରେ, ୧୯୬୨ ମସିହାରୁ ସେ ରାଜସ୍ୱ ବିଭାଗରେ କିରାଣୀ ପଦରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଦରମା ବାବଦକୁ ତାଙ୍କୁ ମୂଳ ୮୦ଟଙ୍କା ଓ ମହଙ୍ଗା ଭତ୍ତା ୧୦ ଟଙ୍କା ମିଳୁଥିଲା । ଚାକିରୀ ସହିତ ବେସରକାରୀ ଭାବରେ ସେ ସ୍ନାତକ ପାଠ୍ୟକ୍ରମ ଓ ଆକାଉଣ୍ଟ ପରୀକ୍ଷା ଦେଇ ପାସ କରିଥିଲେ । ଏହାପରେ ସେ ଅଡ଼ିଟର ଭାବରେ କାର୍ଯ୍ୟ କରିଥିଲେ । ୨୦୦୨ ମସିହାରେ ସେ ଅର୍ଥ ବିଭାଗର ଅଧିକାରୀ ଭାବରେ ଅବସର ଗ୍ରହଣ କରିଥିଲେ ।

ଚାକିରୀ କରୁଥିବା ସମୟରୁ ସେ ନାଟକ ଲେଖିବାରେ ମନୋନିବେଶ କରିଥିଲେ । ତାଙ୍କ ରଚିତ ୩୦ଟି ନାଟକ ମଧ୍ୟରୁ ୨୨ଟି ନାଟକ ପ୍ରକାଶିତ ହୋଇସାରିଛି । ସେ ଅନେକ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି । ତାଙ୍କଦ୍ୱାରା ରଚିତ ୨୦୦ରୁ ଅଧିକ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ ହୋଇଛି ।

ରଚନାବଳୀ

  • ଆଜିର ମଣିଷ
  • ଜିଅନ୍ତା ଶବ
  • ଯୌବନର ତୀର୍ଥ
  • କାହାଣୀ ନୁହେଁ ନାଟକ
  • ମଣିଷ ଗଛ
  • ଉଠ କଙ୍କାଳ
  • ବୁଭୁକ୍ଷିତଃ କିଂ ନା କରୋତି ପାପମ
  • ମୁଁ ଚକରା କହୁଛି
  • Festival and Folk Theater of Odisha

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୦ ( 'ମୁଁ ଚକରା କହୁଛି' ନାଟକ ପାଇଁ)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର
  • ଜାତୀୟ ନାଟକ ସମ୍ମାନ ( 'ବୁଭୁକ୍ଷିତଃ କିଂ ନା କରୋତି ପାପମ' ପାଇଁ )
  • ସଙ୍ଗୀତ ନାଟକ ଏକାଡ଼େମୀ ସିନିୟର ଫେଲୋସିପ
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୨୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)

ଆଧାର

Tags:

ମନ୍ମଥ କୁମାର ଶତପଥୀ ପ୍ରାରମ୍ଭିକ ଜୀବନମନ୍ମଥ କୁମାର ଶତପଥୀ ବୃତ୍ତିଗତ ଜୀବନମନ୍ମଥ କୁମାର ଶତପଥୀ ରଚନାବଳୀମନ୍ମଥ କୁମାର ଶତପଥୀ ସମ୍ମାନ ଓ ପୁରସ୍କାରମନ୍ମଥ କୁମାର ଶତପଥୀ ଆଧାରମନ୍ମଥ କୁମାର ଶତପଥୀଓଡ଼ିଶା ସରକାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଆହେ ଦୟାମୟ ବିଶ୍ୱ ବିହାରୀ୧୧୮ଇଣ୍ଟରନେଟସଂଘମିତ୍ରା ମିଶ୍ରଓଡ଼ିଆ କଥାଚିତ୍ର ଜଗତଲୋକନାଥ ମନ୍ଦିରଅସହଯୋଗ ଆନ୍ଦୋଳନୟୁଭିଆଇଟିସଆନି ବେସାନ୍ତ୧୭ ଡିସେମ୍ବରଭାରତୀୟ ଜାତୀୟ କଂଗ୍ରେସମାଛ ଭଜା୨୪ ଅକ୍ଟୋବରଆରିଷ୍ଟୋଟଲ୮ ଅକ୍ଟୋବରଉତ୍କଳ ଦିବସଓଡ଼ିଆ ଭାଷାମଟର ସାଇକେଲପଠାଣି ସାମନ୍ତବକ୍ସି ଜଗବନ୍ଧୁଔଷଧୀୟ ଗଛଲତାମାନଙ୍କର ତାଲିକାବିଭୂତି ପଟ୍ଟନାୟକପ୍ରେମଜଗନ୍ନାଥ ମିଶ୍ର (ରାଜନେତା)ଜ୍ଞାନକୋଷବସନ୍ତ କୁମାରୀ ପଟ୍ଟନାୟକପରଶୁରାମରବି ପଟ୍ଟନାୟକଚୌଧୁରୀ ହେମକାନ୍ତ ମିଶ୍ର୮ ଅପ୍ରେଲଦୀପକ ମିଶ୍ରଚନ୍ଦ୍ରଯାନ-୩ହୀରାକୁଦ ବନ୍ଧସମ୍ବାଦ (ଖବରକାଗଜ)ବଲ୍ଲଭଭାଇ ପଟେଲଭଗବତ ଗୀତାନଅଙ୍କ ଦୁର୍ଭିକ୍ଷଅଖିଳ ମୋହନ ପଟ୍ଟନାୟକବିପିନ ବିହାରୀ ମିଶ୍ରରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୨ ଜୁନବିଜୁ ପଟ୍ଟନାୟକ୧୨୦୦ଚନ୍ଦନ ବୋଡ଼ାରାଜକିଶୋର ରାୟବିଶ୍ୱନାଥ କରଅମର ପ୍ରସାଦ ଶତପଥୀ୩୦ ନଭେମ୍ବରବିଲଙ୍କା ରାମାୟଣବସନ୍ତ କୁମାର ଶତପଥୀବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଦ୍ମ ଫୁଲବିଧାନ ସଭା ସଭ୍ୟପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୋପୀନାଥ ମହାନ୍ତିକାଟୁଲୁ ରବି କୁମାରସଞ୍ଜୁ ଆଉ ସଞ୍ଜନାଓଡ଼ିଶାର ସଂସ୍କୃତିମଞ୍ଜୁଳା ସ୍ୱାଇଁବଲାଙ୍ଗୀର ଜିଲ୍ଲାକାମାକ୍ଷା ପ୍ରସାଦ ସିଂହଦେଓକାହ୍ନୁଚରଣ ମହାନ୍ତି୨ ଅଗଷ୍ଟନବକଳେବର୨୧ ଅପ୍ରେଲଗୁରୁ ନାନକହନୁମାନବରଗଛ🡆 More