ମଟର ସାଇକେଲ

ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯାନ । ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ ପେଟ୍ରୋଲ୍ ଚାଳିତ ଇଞ୍ଜିନ୍ଦ୍ୱାରା ଚାଲିଥାଏ ।

ମଟର ସାଇକେଲ
A classic Norton motorcycle
ମଟର ସାଇକେଲ
1952 Lambretta 125 D scooter

ପ୍ରକାରଭେଦ

ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ, ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି । ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ । ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ । ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ । ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି । ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ । ମଟର ସାଇକେଲ୍ ମାନଙ୍କରେ ୩ରୁ ୫ଟି ଗିଅର୍ ଥାଏ । ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ ।

ସୁରକ୍ଷା

ଭାରତରେ ଯେକୌଣସି ମଟର ସାଇକେଲ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏଥି ସହିତ ଉଜ୍ଜଳ ରଙ୍ଗର ପୋଷାକ ପିନ୍ଧିବା ବାଞ୍ଛନୀୟ । ୧ ଏପ୍ରିଲ୍ ୨୦୧୭ ପରଠାରୁ ସମସ୍ତ ମଟର ସାଇକେଲରେ ଆଗ ଓ ପଛ ଆଲୋକ (ହେଡ୍ ଲାଇଟ୍ ଓ ଟେଲ୍ ଲାଇଟ୍) ଗାଡ଼ି ଚଲାଇବା ସମୟରେ ଜଳାଇବା ବାଧ୍ୟତାମୂଳକ। ମଟର ସାଇକେଲ୍ ଚାଳକ ନିଜ ସହିତ ଡ୍ରାଇଭିଙ୍ଗ୍ ଲାଇସେନସ୍, ଗାଡ଼ିର କାଗଜପତ୍ର ତଥା ବୀମା କାଗଜପତ୍ର ସାଙ୍ଗରେ ନବା ବାଞ୍ଛନୀୟ ।

ଶବ୍ଦାବଳୀ

  • ଆକ୍ସିଲରେଟର୍ ବା ଥ୍ରୋଟଲ୍: ଏହା ଇଞ୍ଜିନର ଗତିକୁ ତୀବ୍ର କରିଥାଏ । ବ୍ରେକ୍ ବ୍ୟବହାର ହେଉନଥିଲେ କିମ୍ବା କ୍ଲଚ୍ ଖୋଲା ନଥିଲେ ଏହା ଯାନର ଗତି ବଢ଼ାଏ ।
  • ବ୍ରେକ୍: ଯାନର ଗତି କମାଏ କିମ୍ବା ଯାନକୁ ରୋକେ ।
  • କ୍ଲଚ୍: ଗିଅର୍ ବିଶିଷ୍ଟ ଯାନମାନଙ୍କରେ କ୍ଲଚ୍ ଇଞ୍ଜିନ୍ ଓ ଚକ ସହିତ ସଂଯୋଗ ସ୍ଥାପନ କରେ । କ୍ଲଚ୍ ଖୋଲା ଥିଲେ ଇଞ୍ଜିନରୁ ଚକକୁ ଶକ୍ତି ସଂଚାର ହୋଇପାରେ ନାହିଁ । କ୍ଲଚ୍ ବନ୍ଦ ଥିଲେ ଇଞ୍ଜିନ୍ ଘୁରି ଚକକୁ ଘୁରାଏ ଓ ଗାଡ଼ିକୁ ଆଗକୁ ନିଏ । ମୋପେଡ଼୍ ମାନଙ୍କରେ କ୍ଲଚ୍ ସ୍ୱୟଂକ୍ରିୟ ହୋଇଥାଏ ।
  • ଗିଅର୍: ମଟର ସାଇକେଲରେ ବ୍ୟବହୃତ ଏକ ସରଳ ଯନ୍ତ୍ର ଯାହା ଇଞ୍ଜିନର ଘୂର୍ଣନକୁ ବଢ଼ାଏ କିମ୍ବା କମାଏ।

Tags:

🔥 Trending searches on Wiki ଓଡ଼ିଆ:

ଉଦ୍‌ଜାନସୁନାନିର୍ମାଲ୍ୟଗଜଲଦ୍ରୌପଦୀ ମୁର୍ମୁପ୍ରାଣବନ୍ଧୁ କରଏକ୍ସକ୍ୟୁଜ ମି୧୯୪୯ଘୋଡ଼ାଉଇକିକଥାସାଉଦି ଆରବଗଣେଶପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇବିଜ୍ଞାନପ୍ରଧାନ ପୃଷ୍ଠାତୋ ପାଇଁ ନେବି ମୁଁ ଶହେ ଜନମ୭ ଫେବୃଆରୀଇଣ୍ଡିଆନ ପ୍ରିମିଅର ଲିଗଆଇସଲ୍ୟାଣ୍ଡକ୍ରୋଏସିଆଭୀମ ପୃଷ୍ଟିବିଶ୍ୱତାପନରାସନ କାର୍ଡ଼ (ଭାରତ)ଚୈତ୍ର ମଙ୍ଗଳବାର ଓଷାସୁରେନ୍ଦ୍ର ମହାନ୍ତିଉତ୍ତମ କୁମାର ପ୍ରଧାନ୧୯୩୯ଦାମୋଦର ରାଉତମନୋରଞ୍ଜନ ଦାସପ୍ରଶାନ୍ତ ନନ୍ଦମଞ୍ଜୁଳା ପଦ୍ମନାଭନଦକ୍ଷିଣ ଆମେରିକାବର କୋଳିଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଅକ୍ଷୟ ମହାନ୍ତିଟାସିମେଲଟେଓନଗୋଲୋକ ବିହାରୀ ଧଳଜାଫିର୍ଲୁକାଷ୍ଟନିଓୱାଇଜ ଧୂମକେତୁଗୌରହରି ଦାସଆନ୍ଥୋଡନ୍‌ (ସରୀସୃପ)ଆମ୍ଫେଟାମିନଲାଟିନ ଭାଷାବି. ଆର. ଆମ୍ବେଦକରରୋମନ ରେନ୍ସନନ୍ଦିନୀ ଶତପଥୀଚନ୍ଦ୍ରରାମଶଙ୍କର ରାୟଯୁକ୍ତରାଷ୍ଟ୍ର ଆମେରିକାବିକ୍ରମ କେଶରୀ ଦେଓକାନାଡ଼ାକଳାହାଣ୍ଡି ଜିଲ୍ଲାଭଜା୧୯୩୬ଅନନ୍ତ ଦାସମାମୋଗ୍ରାଫିନୟାଗଡ଼ ଜିଲ୍ଲାମନମୋହନ ସାମଲଆଣ୍ଟୋନ ଚେକୋଭକୃଷ୍ଣଚନ୍ଦ୍ର ତ୍ରିପାଠୀ (କବି)ଚେନ୍ନାଇ ଏକ୍ସପ୍ରେସବିବାହପୁରୁଣିବିର୍ସା ମୁଣ୍ଡା🡆 More