ମଞ୍ଜରୀ ଚତୁର୍ବେଦୀ

ମଞ୍ଜରୀ ଚତୁର୍ବେଦୀ (ଇଂରାଜୀ ଭାଷାରେ Manjari Chaturvedi) ଜଣେ ଭାରତୀୟ କଥକ ନୃତ୍ୟାଙ୍ଗନା Kathak dancer । ସେ ଲକ୍ଷ୍ନୌ ଘରାନାରୁ (Lucknow Gharana) ଶିକ୍ଷା ଲାଭ କରିଥିଲେ ।

ମଞ୍ଜରୀ ଚତୁର୍ବେଦୀ
ମଞ୍ଜରୀ ଚତୁର୍ବେଦୀ
Background information
ଜନ୍ମଉତ୍ତର ପ୍ରଦେଶ
ଜନ୍ମସ୍ଥାନଭାରତ
ଶୈଳୀହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Indian classical music)
ପେଷାଶାସ୍ତ୍ରୀୟ ନର୍ତ୍ତକୀ
ୱେବସାଇଟhttp://www.sufikathakfoundation.com/

ପ୍ରାକ୍ ଜୀବନ ଓ ପୃଷ୍ଠଭୂମି

ଲକ୍ଷ୍ନୌର ଏକ ପ୍ରସିଦ୍ଧ ପରିବାରରେ ମଞ୍ଜରୀ ଚତୁର୍ବେଦୀ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଷ୍ଟିସ ହରି ଶଙ୍କର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ବିଚାରପତି ଥିଲେ । ତାଙ୍କ ପିତା ରବି ଶଙ୍କର ଜଣେ ଭୂରତ୍ତବିଦ୍ ଥିଲେ ଓ ଆଇଆଇଟି ରୁର୍କିରେ ଜେଓଫିଜିକ୍ସ ଡିପାର୍ଟମେଣ୍ଟରେ ପ୍ରଫେସର ଓ ସମ୍ମାନନୀୟ ଅନ୍ତରୀକ୍ଷ ବୈଜ୍ଞାନିକ ଥିଲେ ଯିଏ ଲକ୍ଷ୍ନୌରେ ରିମୋଟ ସେନ୍ସିଙ୍ଗ ଆପ୍ଲିକେସନ କେନ୍ଦ୍ରର ସ୍ଥାପୟିତା ଥିଲେ ଓ ଗ୍ରାମୀଣ ବିକାଶ ନିମନ୍ତେ ବିଜ୍ଞାନ ଓ ଟେକନୋଲୋଜିରେ ଏକ ଦୂରଦ୍ରଷ୍ଟା ଥିଲେ । ତାଙ୍କ ମାତା ଜଣେ ଶିକ୍ଷିତା, ଶକ୍ତ ଓ ନମନୀୟ ମହିଳା ଥିଲେ ଯିଏ ତାଙ୍କ ପିଲାମାନଙ୍କୁ ଉଚ୍ଚକୋଟିର ସଂସ୍କାର ଦେଇଥିଲେ । ତାଙ୍କର ପିଲାଦିନ ଲକ୍ଷ୍ନୌରେ କଟିଥିଲା ଓ ତାଙ୍କ କର୍ମମୟ ଜୀବନରେ ଏହି ସ‌ହରର ପ୍ରଭାବ ପଡ଼ିଥିଲା । କାର୍ମେଲ ଓ ହୋଏର୍ନେର ସ୍କୁଲରେ ଶିକ୍ଷା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ପରିବେଶ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଉତ୍ତର ପ୍ରଦେଶର ସଙ୍ଗୀତ ନାଟକ ଏକାଡେମୀରେ ସେ କଥକ ନୃତ୍ୟର ବ୍ୟବସାୟୀକ ବିଭାଗରେ ଶିକ୍ଷା ଲାଭ କରିଥିଲେ ।

ଲକ୍ଷ୍ନୌ ଘରାନାରେ ପ୍ରଥମେ ସେ ଅର୍ଜୁନ ମିଶ୍ରାଙ୍କର ତ‌ତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ପ୍ରତିମା ବେଦୀଙ୍କର ନୃତ୍ୟଗ୍ରାମରେ ସେ କଳାନିଧି ନାରାୟଣଙ୍କଠାରୁ ଅଭିନୟ ଶିକ୍ଷା ଲାଭ କରିଥିଲେ । ପଞ୍ଜାବୀ ସୁଫି ପରମ୍ପରାକୁ ବାବା ବୁଲ୍ଲେହ ଶାହଙ୍କ ଅବଦାନ‌କୁ ସେ ଗଭୀର ଭାବରେ ଅନୁଶୀଳନ କରିଥିଲେ । ମୌଲାନା ରୁମି ଓ ଅମିର ଖୁସ୍ରୁ ମଧ୍ୟ ତାଙ୍କୁ ପ୍ରଭାବିତ କରିଥିଲେ ।

କଥା ବା କାହାଣୀରୁ କଥକ ଶବ୍ଦ ସୃଷ୍ଟି ହୋଇଛି ଓ ମଞ୍ଜରୀ ସେହି କଥକ ନୃତ୍ୟର ସାର ମର୍ମରେ ନିଜକୁ ନିୟୋଜିତ କରିଛନ୍ତି । ନୃତ୍ୟ ନିର୍ଦ୍ଦଶନା ଅନୁସାରେ ଶାରୀରିକ ଭାଷାର ପ୍ରୟୋଗ ନ କରି ସେ ତାଙ୍କ ଶରୀରକୁ କଥାକାର ଭାବରେ ଗଢ଼ି ତୋଳନ୍ତି ।

ବୃତ୍ତି

ଏକ କଥକ ନୃତ୍ୟାଙ୍ଗନା ଭାବରେ ମଞ୍ଜରୀ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ରାଜସ୍ଥାନ, କାଶ୍ମିର, ଅୱଧ, ପଞ୍ଜାବ, ତୁର୍କମେନିସ୍ଥାନ, ଇରାନ ଓ କ୍ରିଗିସ୍ଥାନ ଆଦି ଦେଶମାନଙ୍କର ସଙ୍ଗୀତକୁ ନେଇ ଏକ ଏକ୍ୟତାନ କରିବାକୁ ସେ ଚେଷ୍ଟା କରୁଛନ୍ତି । ସୁଫୀ ଧର୍ମ ପ୍ରତି ବିଶେଷ ଆକର୍ଷିତ ହୋଇ ତାଙ୍କର ନାଚରେ ଦୃଶ୍ୟମାନ ହେଉଥିବା ଶରୀର ଆନ୍ଦୋଳନରେ ପ୍ରାର୍ଥନା କରିବା ଭଳି ଦୃଶ୍ୟ ଦେଖେଇବାକୁ ଇଚ୍ଛା କରନ୍ତି । ଏହାକୁ ସୁଫୀ କଥକ ନାମ ଦିଆଯାଇଛି ।

ତାଜ ମହଲ ଓ ସିଡନୀର ଅପେରା ହାଉସ୍‌ରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଗୁଲଜାର ଲିଖିତ ଓ ବିଶାଲ ଭାରଦ୍ୱାଜ ନିର୍ଦ୍ଦେଶିତ 'ତେରେ ଇସ୍କ ମେଁ' ଭିଡେଓ ସେ ପ୍ରସ୍ତୁତ କରିଛନ୍ତି ।

ବାଇଶଟି ଦେଶରେ ସେ ପ୍ରାୟ ୩୦୦ ନୃତ୍ୟ ବା କନସର୍ଟ ପ୍ରଦର୍ଶନ ସେ କରିଛନ୍ତି । ବିଗତ କୋଡ଼ିଏ ବର୍ଷ ମଧ୍ୟରେ ସେ ଫ୍ରାନ୍ସ, ଜର୍ମାନୀ, ପର୍ତ୍ତୁଗାଲ, ଅଷ୍ଟ୍ରିଆ, ସ୍ୱିଜରଲାଣ୍ଡ, ୟୁକେ ଓ ଆୟାରଲାଣ୍ଡ, ଆର୍ମେନିଆ, ଜର୍ଜିଆ, ଦୁବାଇ, ବାହାଇନ, ଅବୁଧବୀ, କାତାର, କୁଏତ, ସିଙ୍ଗାପୁର, ମାଲେସିଆ, ଶ୍ରୀ ଲଙ୍କା, ତୁର୍କମେନିସ୍ଥାନ, କିର୍ଗିଜସ୍ଥାନ, ଉଜବେକିସ୍ଥାନ, ତାଜିକିସ୍ଥାନ, ଅଷ୍ଟ୍ରେଲିଆ ଓ ଆମେରିକା ଇତ୍ୟାଦି ଦେଶମାନ ଭ୍ରମଣ କରି ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।


ଆଧାର

Tags:

en:Kathak danceren:Lucknow Gharanaଇଂରାଜୀ ଭାଷାଭାରତ

🔥 Trending searches on Wiki ଓଡ଼ିଆ:

ହିନ୍ଦୁଶରଧାବାଲିରଥରାମ ନବମୀଆଚାର୍ଯ୍ୟ ହରିହରଇଟାଲୀଜାପାନଶାରଳା ପୁରସ୍କାର୨୦୧୪ଇତିହାସଶ୍ରୀରାମ ପଣ୍ଡାଗୋପାଳ ଚନ୍ଦ୍ର ପ୍ରହରାଜଦାମୋଦର ରାଉତମହାବୀର ଜୈନ୨ ଜୁନ୨୦୨୨ ଫିଫା ବିଶ୍ୱକପ୍ସୁକୁମାର ସେନ୨୦୦୪ଭୁବନେଶ୍ୱର ବେହେରାଓଡ଼ିଶା ବିଧାନ ସଭାଦଅଣାବ୍ରହ୍ମୋତ୍ରୀ ମହାନ୍ତିଗ୍ରେଗୋରି ପାଞ୍ଜିଧାତୁଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ଚଇତି ଘୋଡ଼ା ନାଚଗୋଦାବରୀଶ ମିଶ୍ର୩ ସେପ୍ଟେମ୍ବରଫାଲଗୁନବଲାଙ୍ଗୀର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶୁକ୍ରବାର୧୯ ଫେବୃଆରୀହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ହନୁମାନ ଜୟନ୍ତୀଚୈତ୍ରତ୍ରିଭୁଜସୁଦର୍ଶନ ପଟ୍ଟନାୟକରାମଚନ୍ଦ୍ର ବେହେରାଜୀବ ବିଜ୍ଞାନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାରତୀୟ ଜାତୀୟ କଂଗ୍ରେସପ୍ରସନ୍ନ କୁମାର ପାଟ୍ଟଶାଣୀଚେକ୍ ଗଣରାଜ୍ୟରତ୍ନାକର ଚଇନିବଡ଼ଦିନଅଶୋକ ସମ୍ରାଟଗୋଦାବରୀଶ ମହାପାତ୍ରବ୍ରଜନାଥ ବଡ଼ଜେନାସୌଭାଗ୍ୟ କୁମାର ମିଶ୍ରଉଦ୍‌ବେଗପୃଥିବୀ ଦିବସବିରଜା ମନ୍ଦିରଓଡ଼ିଆ କଥାଚିତ୍ର ଜଗତସାହି ଯାତଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରଳା ଦେବୀକୁନ୍ତଳା କୁମାରୀ ସାବତହିଙ୍ଗୁଳା ମନ୍ଦିରଅର୍ଥଶାସ୍ତ୍ରରାଜ୍ୟ ସଭାସୁରେନ୍ଦ୍ର ମହାନ୍ତିଯକ୍ଷ୍ମାଛବିଳ ମଧୁ ବର୍ଣ୍ଣବୋଧ🡆 More