ଭୂମିକମ୍ପ

ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor ବା temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି ହୁଏ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ । ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍‌ମିସିଟି, ସିସ୍‌ମିଜିମ୍ କିମ୍ବା ସିସ୍‌ମିକ କ୍ରିୟା କୁହାଯାଏ । ଭୂମିକମ୍ପକୁ ଆମେ ସିସ୍‌ମୋମିଟର (seismometers)ଦ୍ୱାରା ମାପିଥାଉ । ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍ ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ । ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।

ଭୂମିକମ୍ପ
Global earthquake epicenters, 1963–1998
ଭୂମିକମ୍ପ
Global plate tectonic movement

ପ୍ରାକୃତିକ ଭୂମିକମ୍ପ

ଶୀଳାସ୍ତରୀୟ ଭୂମିକମ୍ପ (tectonic earthquake) ପୃଥିବୀର ଯେ କୌଣସି ସ୍ଥାନରେ ହୋଇପାରେ ଯେଉଁଠାରେ ଯଥେଷ୍ଟ ଇଲାସ୍ଟିକ ସ୍ଟ୍ରେନ (strain) ଏନର୍ଜି ଷ୍ଟୋର ହୋଇ ଥାଏ ଯାହା ଶୀଳା ତୃଟି ସ୍ଥାନରେ ଘୁଞ୍ଚେଇବାକୁ ସକ୍ଷମ ଥାଏ । ଏହି ସ୍ତର ପରଷ୍ପର ସ‌ହିତ ଘଷି ହୋଇଥାଆନ୍ତି ଯେ ପର୍ଯ୍ୟନ୍ତ ସ୍ତର ଗୁଡ଼ିକ ପାଲିସ୍ ଥାଏ ଓ କୌଣସି ଆବୁଡ଼ଖାବୁଡ଼ା ବା ଅନିୟମିତ‌ତା ନ ଥାଏ । ଏହି ଘଷି ହେବା ସ୍ଥାନ ଲାଖିବା-ଖସିବା ପଦ୍ଧତିରେ ଘୁଞ୍ଚି ଯାଉଥାଆନ୍ତି । କିନ୍ତୁ ଥରେ ଲାଖିରହିଗଲେ ପ୍ରବଳ ଚାପ ସୃଷ୍ଟି ହୁଏ ଓ ସେହି ଶକ୍ତି ବା ଏନର୍ଜି ଗଚ୍ଛିତ ହୋଇଥାଏ । ଏହି ପରି ଚାପ ବୃଦ୍ଧି ପ୍ରାପ୍ତ ହୋଇ ଅବଶେଷରେ ଲାଖି ନ ରହି ଘୁଞ୍ଚିବାକୁ ଆରମ୍ଭ କରନ୍ତି ଓ ଗଚ୍ଛିତ ଶକ୍ତି ନିର୍ଗତ ହୁଏ । ବିକୀରିତ ଇଲାସ୍ଟିକ ସ୍ଟ୍ରେନ ସିସ୍‌ମିକ୍ ତରଙ୍ଗ (radiated elastic strain seismic waves), ଘର୍ଷଣ ଉତ୍ତାପ ଓ ଶୀଳା ଫାଟିବା ଇତ୍ୟାଦିଙ୍କ ମିଳିତ ପ୍ରଭାବ ଯୋଗୁ ଭୁମିକମ୍ପ ଜାତ ହୁଏ । ବର୍ଦ୍ଧିଷ୍ଣୁ ଚାପ ଓ ଭୂମିକମ୍ପ ଫେଲ୍‌ହେବାକୁ ଇଲାସ୍ଟିକ ରିବାଉଣ୍ଡ ଥିଓରି କୁହାଯାଏ । ହିସାବରୁ ଜଣାଯାଏ, ଗଚ୍ଛିତ ଶକ୍ତିର ୧୦ % କିମ୍ବା ତା'ଠାରୁ କମ୍ ଶକ୍ତି ଭୂମିକମ୍ପରେ ବିକୀରିତ ସିସ୍‌ମିକ୍ ଶକ୍ତି ଆକାରରେ ବାହାରେ । ଭୂମିକମ୍ପ ଶକ୍ତିର ଅଧିକାଂଶ ଭାଗ ଭୂକମ୍ପ ଭଗ୍ନ ବୃଦ୍ଧିରେ ଲାଗେ ବା ଘର୍ଷଣ ଯୋଗୁ ଉତ୍ତାପ ଜାତ ହୁଏ । ଅତଏବ ଭୂମିକମ୍ପ ପୃଥିବୀର ଉପଲବ୍‌ଧ ପୋଟେନ୍‌ସିଆଲ ଶକ୍ତି କମାଏ ଓ ଉତ୍ତାପ ବଢ଼ାଏ ଯଦିଓ ଏହି ପରିବର୍ତ୍ତନ ପୃଥିବୀର ଅଭ୍ୟନ୍ତରରୁ ଜାତ କଣ୍ଡକ୍ଟିଭ୍ ଓ କନ୍‌ଭେକ୍‌ଟିଭ ଉତ୍ତାପ ପ୍ରବାହ ଅପେକ୍ଷା ନ‌ଗନ୍ୟ ।

ଆଧାର

ବାହାର କଡ଼ି

Tags:

ଇଂରାଜୀ ଭାଷାପୃଥିବୀ

🔥 Trending searches on Wiki ଓଡ଼ିଆ:

ପ୍ରତାପ କେଶରୀ ଦେବରକ୍ତଦାନଲଳିତା (୧୯୪୯ର ସିନେମା)ବିରାଟ କୋହଲୀଉତ୍କଳ ବ୍ରାହ୍ମଣଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଜମ୍ମୁ ଓ କଶ୍ମୀରପୃଥିବୀଆର୍ଥ୍ରାଇଟିସ୧୩୫୨ସାରଳା ଦାସଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହେପାଟାଇଟିସ ବିଓଡ଼ିଆ ଭାଷାଅନନ୍ତ ପଟ୍ଟନାୟକବଙ୍ଗଳା ଭାଷାକ୍ରିଏଟିଭ କମନ୍ସବିଜ୍ଞାନକନକ ବର୍ଦ୍ଧନ ସିଂହ ଦେଓକୃଷ୍ଣଚନ୍ଦ୍ର କରକୃପାସିନ୍ଧୁ ମିଶ୍ରବସନ୍ତ କୁମାର ଶତପଥୀଓଡ଼ିଆ କାବ୍ୟ କବିତାଗୋପୀନାଥ ମହାନ୍ତିଲକ୍ଷ୍ମୀଛାନ୍ଦମହା ଶିବରାତ୍ରିରମେଶ ଚନ୍ଦ୍ର ମାଝିଭାରତୀୟ ମହିଳାଶ୍ରୀମନ୍ଦିରରେ ପ୍ରଚଳିତ ଶବ୍ଦାବଳୀଫସଫେନିଟଏନପ୍ରଫୁଲ୍ଲ କୁମାର ପାଙ୍ଗୀପଣା ସଂକ୍ରାନ୍ତି୧୯୬୨ବିନୋଦ ଚନ୍ଦ୍ର ନାୟକହୃଷୀକେଶ ମଲ୍ଲିକଗୋବିନ୍ଦ ଚନ୍ଦ୍ର ଦାସତରୁଣକାନ୍ତି ମିଶ୍ରଜଗନ୍ନାଥ ମହାନ୍ତିପଞ୍ଚ ଡାଲି୧୨୦୦୨୧ବିଷ୍ଣୁହାଡ଼ିବନ୍ଧୁ ମିର୍ଦ୍ଧାବିଲେଇନେପୋଲିୟନ ବୋନାପାର୍ଟ୮ ଅପ୍ରେଲଓଡ଼ିଶାର ଇତିହାସରାମ ମନ୍ଦିରଜଗନ୍ନାଥଙ୍କ ସେବକଗଇଁଠାନୀଳ ମାଷ୍ଟରାଣୀନାରାୟଣ ସାହୁଅର୍ଥଶାସ୍ତ୍ରରାଜଧାନୀ ପ୍ରତିଷ୍ଠା ଦିବସବିଚିତ୍ର ରାମାୟଣମନୋଜ ଦାସଟଗରଶ୍ରବଣ ( ରାମାୟଣ ର ଚରିତ୍ର )ସୌରୀନ୍ଦ୍ର ବାରିକଓଷାଓଡ଼ିଆ ଉଇକିପିଡ଼ିଆଲୁଣଅନୁଭବ ମହାନ୍ତିନୀଳମଣି ମିଶ୍ରଥାଲାସେମିଆଧନୁଯାତ୍ରା🡆 More