ଭୂପେନ ହଜାରିକା

ଆସାମରେ ଜନ୍ମିତ ଭୁପେନ ହଜାରିକା ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ, ଗୀତିକାର, ସଂଗୀତଜ୍ଞ, କବି ତଥା ଚଳଚ୍ଚିତ୍ର ନିର୍ମାତା ଥିଲେ । ମୁଖ୍ୟତଃ ଆସାମ ଭାଷାରେ ତାଙ୍କଦ୍ୱାରା ଲିଖିତ ଗୀତଗୁଡିକ ମାନବିକତା ଏବଂ ସର୍ବଭାରତୀୟ ଭାତୃଭାବ ନିମନ୍ତେ ଜଣାଶୁଣା । ତାଙ୍କର ଏହି ଗୀତଗୁଡିକ ଅନେକ ଭାଷାରେ,ବିଶେଷତଃ ବଙ୍ଗଳା ଏବଂ ହିନ୍ଦୀରେ ଅନୁବାଦ ଏବଂ ଗାନ କରାଯାଇଛି । ସାମ୍ପ୍ରଦାୟିକ ବନ୍ଧୁତା, ସର୍ବଭାରତୀୟ ନ୍ୟାୟ ଏବଂ ସମବେଦନା ଉପରେ ଆଧାରିତ ତାଙ୍କର ଗୀତଗୁଡ଼ିକ ଆସାମ (ଭାରତ), ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଲୋକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ | ସେ ଆସାମ ଏବଂ ଉତ୍ତର ପୂର୍ବ ଭାରତର ସଂସ୍କୃତି ଏବଂ ଲୋକ ସଂଗୀତକୁ ଜାତୀୟ ସ୍ତରରେ ହିନ୍ଦୀ ସିନେମା ମାଧ୍ୟମରେ ପରିଚିତ କରାଇଥିଲେ । ସେ ୧୯୭୫ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ସଂଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୭), ପଦ୍ମଶ୍ରୀ (୧୯୭୭), ପଦ୍ମଭୂଷଣ (୨୦୦୧), ଏବଂ ଦାଦା ସାହେବ ଫାଲକେ ପୁରସ୍କାର (୧୯୯୨) ପାଇଥିଲେ | ତାଙ୍କୁ ୨୦୧୨ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ, ଏବଂ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ହଜାରିକା ଡିସେମ୍ବର ୧୯୯୮ରୁ ଡିସେମ୍ବର ୨୦୦୩ ପର୍ଯ୍ୟନ୍ତ ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଭୂପେନ ହଜାରିକା
ଭୂପେନ ହଜାରିକା

ବ୍ୟକ୍ତିଗତ ଜୀବନ

ଜଣେ ସଂଗୀତଜ୍ଞ ଭାବରେ ଖ୍ୟାତି ଅର୍ଜନ କରିଥିବା ହଜାରିକା, ୮ ସେପ୍ଟେମ୍ବର ୧୯୨୬ରେ ଆସାମର ସାଦିଆରେ ପିତା ନୀଳକଣ୍ଠ ଏବଂ ମାତା ଶାନ୍ତିପ୍ରିୟା ହାଜାରିକାଙ୍କ ଜ୍ୟେଷ୍ଠପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମୂଳତଃ ଶିଭସାଗର ଜିଲ୍ଲାର ଏକ ସହର ନାଜିରାର ବାସିନ୍ଦା ଥିଲେ । ଦଶ ପିଲାଙ୍କ ମଧ୍ୟରୁ ବଡ଼, ଭୁପେନ ହାଜାରିକା (ତଥା ତାଙ୍କ ଭାଇଭଉଣୀମାନେ) ତାଙ୍କ ମା’ଙ୍କ ସଂଗୀତ ପ୍ରଭାବରେ ପ୍ରଭାବିତ ହୋଇଥିଲେ । ଫଳରେ ସେ ଆସାମର ପାରମ୍ପାରିକ ସଙ୍ଗୀତ ଶିକ୍ଷା କରିବା ଅବସର ସେ ଲାଭ କରିଥିଲେ । ତାଙ୍କ ପିତା ୧୯୨୯ ମସିହାରେ ଆଉକିଛି ଭଲ ଜୀବିକା ସନ୍ଧନରେ ଗୁଆହାଟିର ଭରାଲୁମୁଖ ଅଞ୍ଚଳକୁ ଚାଲିଆସିଥିଲେ । ସେଠାରେ ଭୁପେନ ହଜାରିକା ତାଙ୍କର ବାଲ୍ୟକାଳ ବିତାଇଥିଲେ । ପୁଣି ଜୀବିକା ସନ୍ଧାନ କରୁ କରୁ ୧୯୩୨ ମସିହାରେ ତାଙ୍କ ପିତା ଧୁବ୍ରି ଏବଂ ୧୯୩୫ରେ ତେଜପୁରକୁ ଚାଲିଗଲେ । ତେଜପୁରରେ ଭୁପେନ ହଜାରିକାଙ୍କୁ ଯେତେବେଳେ ୧୦ ବର୍ଷ ବୟସ, ଏକ ସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ମାଆଙ୍କଦ୍ୱାରା ଶିଖାଯାଇଥିବା ଏକ ବୋର୍ଗିତ (ଶ୍ରୀମନ୍ତ ଶଙ୍କରଦେବ ଏବଂ ଶ୍ରୀ ଶ୍ରୀ ମାଧବଦେବଙ୍କଦ୍ୱାରା ଲିଖିତ ପାରମ୍ପାରିକ ଶାସ୍ତ୍ରୀୟ ଆସାମୀୟ ଭକ୍ତି ଗୀତ) ଗାନ କଲାବେଳେ ଜ୍ୟୋତିପ୍ରସାଦ ଅଗ୍ରୱାଲା, ଆସାମର ଗୀତିକାର, ନାଟ୍ୟକାର ତଥା ପ୍ରଥମ ଆସାମର ଚଳଚ୍ଚିତ୍ର ନିର୍ମାତା ତଥା ଆସାମର ଜଣାଶୁଣା କଳାକାର ତଥା ବିପ୍ଳବୀ କବି ବିଷ୍ଣୁ ପ୍ରସାଦ ରାଧାଙ୍କଦ୍ୱାରା ଭୁପେନଙ୍କ ପ୍ରତିଭା ଆବିଷ୍କୃତ ହୋଇଥିଲା ।

ସିନେମା ଜଗତକୁ ଅବଦାନ

ସେ ତାଙ୍କ ମାତୃଭାଷା ଆସାମ ବ୍ୟତୀତ ବଙ୍ଗଳା ଏବଂ ହିନ୍ଦୀ ସମେତ ଅନ୍ୟାନ୍ୟ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । ତାଙ୍କର ଗୀତ ଏବଂ ରଚନାଗୁଡ଼ିକର ସମାହାରକୁ ଆସାମରେ ଭୁପେନ୍ଦ୍ର ସଂଗୀତ କୁହାଯାଏ । ଆସାମର ଚଳଚ୍ଚିତ୍ର ଶିଳ୍ପରେ ଜଣେ ଅଗ୍ରଦୂତ ଭାବରେ ଶ୍ରୀ ଭୁପେନ ହାଜାରିକା ଆସାମ ସିନେମାକୁ ବିଶ୍ୱ ମାନଚିତ୍ରରେ ଆଣିବାରେ ସାହାଯ୍ୟ କରିଛନ୍ତି । ସେ ସିନେମା ଏବଂ ସଙ୍ଗୀତର ମାଧ୍ୟମ ମାଧ୍ୟମରେ ସମସ୍ତ ଉତ୍ତର-ପୂର୍ବ ରାଜ୍ୟକୁ ସଫଳତାର ସହ ଯୋଡିଛନ୍ତି । ସେ ଆସାମର ଲୋକପ୍ରିୟ ମାସିକ ପତ୍ରିକା "ଅମର ପ୍ରତିନିଧି" ଏବଂ "ପ୍ରତିଧ୍ୱନୀ"ର ସମ୍ପାଦକ ମଧ୍ୟ ରହିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଇନଷ୍ଟାଗ୍ରାମଉତ୍କଳ ଦୀପିକାକଟକ ଜିଲ୍ଲାଚନ୍ଦ୍ରଶେଖର ନନ୍ଦଜବାହରଲାଲ ନେହେରୁବିଦ୍ୟାଳୟମହାନଦୀନବକୃଷ୍ଣ ଚୌଧୁରୀଅଭିନେତ୍ରୀ (ନାରୀ କଳାକାର)ଜାପାନୀ ଭାଷାଅଂଶୁଘାତରାମଚନ୍ଦ୍ର ମିଶ୍ରମାହିମ ଦୁର୍ଗ , ମୁମ୍ବାଇବଲାଙ୍ଗୀର ଜିଲ୍ଲାପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଅଶୋକ (ସମ୍ରାଟ)ବାଣଓଡ଼ଗାଁସୀତା ବିବାହଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଶିଶୁପାଳଗଡ଼ମାଣବସା ଗୁରୁବାରଦିନଲକ୍ଷ୍ମୀବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବ୍ରତକୃଷ୍ଣପ୍ରସାଦ ମିଶ୍ରମେଷ (ରାଶି)କେବେ ତମେ ନାହଁ କେବେ ମୁଁ ନାହିଁସୁଧାକର ନନ୍ଦଭଗବତୀ ଦେଉଳ୧୮ ଅପ୍ରେଲଆଦିଶଙ୍କରଖୋର୍ଦ୍ଧାଲିଙ୍ଗରାଜ ମନ୍ଦିର୧୬ ମଇଜୟ ଜଗନ୍ନାଥମାସବାବୁଶାନ୍ଓଡ଼ିଆ ନାଟକଶ୍ରୀତମ ଦାସବାଲେଶ୍ୱର ଜିଲ୍ଲାମହର୍ଷି ଗୌତମଦୁର୍ଗାପଞ୍ଚାୟତ ରାଜଦିଗରାଜ ବ୍ରହ୍ମାବସନ୍ତ କୁମାର ଶତପଥୀଇନକ୍ଲିସିରାନଓଡ଼ିଶାର କଳାସଫ୍ଟୱେରତାଜମହଲସୁରେଶ କୁମାର ରାଉତରାୟଏଡା ଲଭ୍‌ଲେସ୍‌ବାଲେଶ୍ୱରଓଡ଼ିଆ ଭାଷାଉଇକିପିଡ଼ିଆବେଲସୁଭାଷ ଚନ୍ଦ୍ର ବୋଷକୃଷ୍ଣ ଜନ୍ମାଷ୍ଟମୀଶାନ୍ତନୁ କୁମାର ଆଚାର୍ଯ୍ୟଜଗନ୍ନାଥ ମନ୍ଦିରମୋହନ ସୁନ୍ଦର ଦେବ ଗୋସ୍ୱାମୀଯୌଥ ପରିବାରଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜବାଜି ରାଉତଛାନ୍ଦତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନୀଳକଣ୍ଠ ଦାସ🡆 More