ଭୁବନେଶ୍ୱରୀ

ଦେବୀଙ୍କ ଶରୀରର କାନ୍ତି ଉଦିତ ସୂର୍ଯ୍ୟଙ୍କ ପରି ସୁନ୍ଦର I ଦେବୀଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର, ମସ୍ତକରେ ମୁକୁଟ, ଦୁଇବକ୍ଷୋଜ ଉଚ୍ଚ, ତ୍ରିନେତ୍ର ଓ ସବୁବେଳେ ହସହସ ମୁହଁ, ଚାରିହାତରେ ବର, ଅଙ୍କୁଶ, ପାଶ ଓ ଅଭୟ ମୁଦ୍ରାରେ ବିଦ୍ୟମାନ I ଦେବୀ ଭାଗବତରେ ବର୍ଣ୍ଣନା କରାଯାଇଛି ମୂଳ ପ୍ରକୃତି ଯୋଗମାୟା, ଚିନ୍ମୟୀ ଭୁବନେଶ୍ୱରୀଙ୍କଠାରୁ ଜଗତର ଉତ୍ପତ୍ତି କାଳରେ ପ୍ରାଣର ଅଧିଷ୍ଠାତ୍ରୀ ଦେବୀ ରାଧା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ I ମା’ ଭୁବନେଶ୍ୱରୀଙ୍କ ଧାମକୁ ମଣିଦ୍ୱୀପ କୁହାଯାଏ I ସେଠାରେ ‘ ଚିନ୍ତାମଣି ’ ନିବାସରେ ମାଆ ଅବସ୍ଥାନ କରନ୍ତି I ମା’ଙ୍କର ହ୍ରାଁ, ପୁଷ୍ଟି, ପ୍ରଜ୍ଞା, ସିନୀ, ଅମ୍ବିକା, ଆହ୍ଲାଦିନୀ ଆଦି ବତ୍ରିଶ ପାର୍ଶ୍ୱ ଦେବୀ ଅଛନ୍ତି I ଏମାନେ ଆଦେଶ ପାଇବା ମାତ୍ରେ ସୃଷ୍ଟିକୁ ସଂହାର କରନ୍ତି I ଭୁବନେଶ୍ୱରୀଙ୍କର ଅସଂଖ୍ୟ ଦାସଦାସୀ ସହିତ ଷୋଡଶ ଶକ୍ତି, ଅଷ୍ଟବସୁ, ଏକାଦଶ ରୁଦ୍ର ଓ ଦ୍ୱାଦଶ ଆଦିତ୍ୟ ଅଛନ୍ତି I ସମସ୍ତ ଶାକ୍ତତନ୍ତ୍ରରେ ଏକାକ୍ଷରୀ ଭୁବନେଶ୍ୱରୀଙ୍କୁ ଦେବୀପ୍ରଣବ,ଶକ୍ତିବୀଜ,ସର୍ବମନ୍ତ୍ରର ହୃଦୟରୂପିଣୀ ହୃଲ୍ଲେଖା ନାମରେ ସ୍ତୁତି କରାଯାଇଛି I ସେହି ଦେବୀ ଭାଗବତରେ ମାତା ଭୁବନେଶ୍ୱରୀଙ୍କୁ ପ୍ରଣବ ରୂପିଣୀ ବ୍ରହ୍ମ ରୂପେ ସ୍ତୁତି କରାଯାଇଛି I ସ୍ୱୟଂ ବିଷ୍ଣୁ ସୃଷ୍ଟିର ଆରମ୍ଭରେ ରାତ୍ରୀଦେବୀ ଭୁବନେଶ୍ୱରୀଙ୍କୁ ପୂଜା କରିଥିବାରୁ ତାଙ୍କୁ ପରମ ବୈଷ୍ଣବୀ ମଧ୍ୟ କୁହାଯାଏ I ଜ୍ଞାନୀମାନଙ୍କର ହୃଦୟରେ ଅବସ୍ଥାନ କରୁଥିବାରୁ ଦେବୀ ଭୁବନେଶ୍ୱରୀଙ୍କ ଅନ୍ୟ ନାମ ହୃଲ୍ଲେଖା । ମା' ଅନ୍ନପୂର୍ଣ୍ଣା ମଧ୍ୟ ଭୁବନେଶ୍ୱରୀ ମନ୍ତ୍ରବୀଜଦ୍ୱାରା ପୂଜିତା । ଓଡ଼ିଶାରେ ପୁରୁଷୋତ୍ତମ ଧାମରେ ବିମଳାଙ୍କ ପୀଠରେ ଅନ୍ନପୂର୍ଣ୍ଣା ରୂପରେ, ରତ୍ନ ସିଂହାସନରେ ଦେବୀ ସୁଭଦ୍ରାଙ୍କ ପୂଜାରେ ୟୋଗମାୟା ରୂପରେ,କଟକର କଟକଚଣ୍ଡୀ ପୀଠରେ ରାଷ୍ଟ୍ରଦେବୀ ରୂପରେ ଓ ଭୁବନେଶ୍ୱରସ୍ଥ ଗୋପାଳିନୀଙ୍କ ପୂଜାରେ ଶମ୍ଭୁବନିତା ରୂପରେ ବହୁ ପ୍ରାଚୀନ କାଳରୁ ଭୁବନେଶ୍ୱରୀଙ୍କ ମନ୍ତ୍ର ଓ ପୂଜା ପଦ୍ଧତି ଅନୁସରଣ କରାଯାଏ I ଶ୍ରୀମନ୍ଦିର ଭିତରେ ମଧ୍ୟ ନୀଳମାଧବଙ୍କ ମନ୍ଦିର ନିକଟରେ ଚତୁର୍ଭୁଜା ଭୁବନେଶ୍ୱରୀଙ୍କ ମନ୍ଦିର ଅଛି I ଶାରଦୀୟ ଓ ବାସନ୍ତିକ ପୂଜା ବେଳେ ସେଠାରେ ବିଶେଷ ନୀତି ଅନୁଷ୍ଠିତ ହୁଏ I ଓଡ଼ିଶାର ଷୋହଳ ଶାସନ ଓ ଅନ୍ୟାନ୍ୟ ଶାସନମାନଙ୍କରେ ସ୍ମାର୍ତ ବ୍ରାହ୍ମଣମାନେ ଦଶ ମହାବିଦ୍ୟା ଅନ୍ତର୍ଭୁକ୍ତ ଚତୁର୍ଥ ମହାବିଦ୍ୟା ଭୁବନେଶ୍ୱରୀଙ୍କୁ କୁଳଦେବୀ ବା ଇଷ୍ଟଦେବୀ ରୂପେ ପୂଜା କରନ୍ତି I ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଦେବୀ ପୂଜା ପାଉଛନ୍ତି ଗୋପାଳିନୀ ବା ଭୁବନେଶ୍ୱରୀ ରୂପରେ I ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ସେଠାରେ ପୂଜା ଅନୁଷ୍ଠିତ ହୋଇଥାଏ I ଏହାବ୍ୟତୀତ ଭୁବନେଶ୍ୱର ମହାନଗରୀରେ ଅନେକ ସ୍ଥାନରେ ଭୁବନେଶ୍ୱରୀ ମନ୍ଦିର ଓ ଉପାସନାର ପରମ୍ପରା ପ୍ରଚଳିତ I ଶ୍ରୀଜଗନ୍ନାଥଙ୍କୁ ଭୁବନେଶ୍ୱରୀଙ୍କ ବୈଷ୍ଣବ ଶକ୍ତିର ପରମ ପୁରୁଷ ରୂପେ ଗ୍ରହଣ କରାଯାଏ ଓ ମା’ବିମଳା ଭୁବନେଶ୍ୱରୀ ତତ୍ତ୍ୱର ସାଦୃଶ୍ୟ ଯୋଗୁଁ ଉଭୟ ଦେବୀଙ୍କୁ ଓଡ଼ିଶାର ରାଷ୍ଟ୍ରଦେବୀ ମାନ୍ୟତା ଦିଆଯାଏ I

ଭୁବନେଶ୍ୱରୀ
ଭୁବନେଶ୍ୱରୀ

ଆଧାର

ଅଧିକ ତଥ୍ୟ

  • Tantric Yoga and the Wisdom Goddesses: David Frawley
  • Hindu Goddesses: Vision of the Divine Feminine in the Hindu Religious Traditions (ISBN 81-208-0379-5) by David Kinsley

Tags:

🔥 Trending searches on Wiki ଓଡ଼ିଆ:

ଭୁବନେଶ୍ୱରଗଉଡ଼ ବାଡ଼ି ଖେଳଅମ୍ଳାନ ଦାସଅନନ୍ତ ପଟ୍ଟନାୟକବିଜୟ କୁମାର ଶତପଥୀମୁକ୍ତେଶ୍ଵର ଦେଉଳଯୌନ ସମ୍ଭୋଗନୟାଗଡ଼ ଜିଲ୍ଲା୧୩ ଫେବୃଆରୀପ୍ରଧାନ ପୃଷ୍ଠାଗଙ୍ଗାଧର ମେହେରଟଙ୍ଗ୍‌ଷ୍ଟନଭାରତରେ କନ୍ୟା ଭୃଣ ହତ୍ୟାଡାଇନୋସରଇଂରାଜୀ ଭାଷାନକ୍ଷତ୍ରଦ୍ରୌପଦୀ ମୁର୍ମୁଫାଇଲିନପଳାଶଓଡ଼ିଆ କଥାଚିତ୍ର ଜଗତଅଡ଼ି୧ ମାର୍ଚ୍ଚଉତ୍କଳ ସମ୍ମିଳନୀଉଇକିମିଡ଼ିଆ ଫାଉଣ୍ଡେସନଡ୍ରିମ୍ ଗାର୍ଲପ୍ଲେଗକାର୍ତ୍ତିକ ପୂର୍ଣ୍ଣିମାପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବୃସେଲ୍ସଓଡ଼ିଆ କବି ମାନଙ୍କର ତାଲିକାଦିନଉଚ୍ଚ ରକ୍ତଚାପକରଣ (ଜାତି)ଅର୍କ କେଶରୀ ଦେଓବର୍ଷାଜିନା ସାମଲଦାମୋଦର ରାଉତ୧୫୩୩୩୧ ମାର୍ଚ୍ଚଭୂଖାତେଲୁଗୁ ଭାଷାକବିସୂର୍ଯ୍ୟ ବଳଦେବ ରଥଜ୍ଞାନକୋଷହୀରାକୁଦ ବନ୍ଧଗ୍ରେଗୋରି ପାଞ୍ଜିତମନ୍ନା ବ୍ୟାସ୨୬ ମାର୍ଚ୍ଚପଦ୍ମଜ ପାଳପାଟଦେଇଭାରତୀୟ ସମ୍ବିଧାନଅରୁଣା ମହାନ୍ତିବର କୋଳିଅକ୍ଷୟ ମହାନ୍ତିବଣ୍ଡ (ଅର୍ଥ)୧୯୩୯🡆 More