ଭୁବନେଶ୍ୱରୀ ମିଶ୍ର: ଓଡ଼ିଆ କଣ୍ଠଶିଳ୍ପୀ

ଭୁବନେଶ୍ୱରୀ ମିଶ୍ର (୨୫ ଜାନୁଆରୀ ୧୯୫୦ - ୧୯ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ଉଭୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାନକରୁଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର କୃଷ୍ଣ ସୁଦାମାରୁ ବିଧିବଦ୍ଧ ଭାବେ ସିନେମାରେ କଣ୍ଠଦାନ ଆରମ୍ଭ କରିଥିଲେ । ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର ଗୀତ ଟିକି ମୋର ନାଆଟି ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା । ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା ଇଟିକିଲି ମିଟିକିଲି, ଜହ୍ନର ସିନ୍ଦୂର ଗାର, ତୁମେ ମୋର ପ୍ରଭୁ, ପୀରତି କିଏ କରିଛି, ଜଗତର ନାଥ ଜଗନ୍ନାଥ, ଦୟାମୟୀ ମହାମାୟୀ ମା' ମଙ୍ଗଳା ଆଦି । ସେ ଆକାଶବାଣୀ କଟକର ଜଣେ ଏ ଗ୍ରେଡ଼ କଣ୍ଠଶିଳ୍ପୀ ଥିଲେ । ସତୁରି ଦଶକରେ ଆକାଶବାଣୀରେ ସେ ଏକକ ଭାବରେ ତଥା ଚିତ୍ତ ଜେନା ଓ ପ୍ରଣବ ପଟ୍ଟନାୟକଙ୍କ ସହ ଦୈତ ସଙ୍ଗୀତ ଗାଇଛନ୍ତି । ଯଥାକ୍ରମେ ଶ୍ରୀକୃଷ୍ଣ ରାସଲୀଳା ଓ ଜୟ ମା ମଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ଗାନ ନିମନ୍ତେ ମିଶ୍ର ୧୯୭୯ ଓ ୧୯୮୦ ମସିହାରେ ଦୁଇବର୍ଷ ଧରି ଲଗାତର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଭୁବନେଶ୍ୱରୀ ମିଶ୍ର
ଜନ୍ମ(1950-01-25)୨୫ ଜାନୁଆରୀ ୧୯୫୦
ପୁରୀ
ମୃତ୍ୟୁ୧୯ ଫେବୃଆରୀ ୨୦୧୬(2016-02-19) (ବୟସ ୬୬)
ନୂଆଦିଲ୍ଲୀ
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୬-୨୦୧୬

ବ୍ୟକ୍ତିଗତ ଜୀବନ

ଭୁବନେଶ୍ୱରୀ, ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ୫ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ବହୁ ବର୍ଷ ସଙ୍ଗୀତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସମ୍ବିତ ଓ ସଞ୍ଜିତ ନାମରେ ଭୁବନେଶ୍ୱରୀଙ୍କର ଯମଜ ପୁତ୍ର ଅଛନ୍ତି । ଶେଷ ସମୟ ବେଳକୁ, ଝିଅ କସ୍ତୁରିକା ମିଶ୍ରଙ୍କ ସହ ଭୁବନେଶ୍ୱରୀ ଗାଜିଆବାଦରେ ଅବସ୍ଥାନ କରୁଥିଲେ । ୧୯ ଫେବୃଆରୀ ୨୦୧୬ରେ ନୂଆଦିଲ୍ଲୀଠାରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିଲା ।

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଭୁବନେଶ୍ୱରୀ ମିଶ୍ର ବ୍ୟକ୍ତିଗତ ଜୀବନଭୁବନେଶ୍ୱରୀ ମିଶ୍ର ସମ୍ମାନ ଓ ପୁରସ୍କାରଭୁବନେଶ୍ୱରୀ ମିଶ୍ର ଆଧାରଭୁବନେଶ୍ୱରୀ ମିଶ୍ର ଅଧିକ ତଥ୍ୟଭୁବନେଶ୍ୱରୀ ମିଶ୍ରଆକାଶବାଣୀ କଟକଓଡ଼ିଆ ଭାଷାକୃଷ୍ଣ ସୁଦାମାଚିତ୍ତ ଜେନାଜୟ ମା ମଙ୍ଗଳାପ୍ରଣବ ପଟ୍ଟନାୟକବାସୁଦେବ ରଥଶ୍ରୀକୃଷ୍ଣ ରାସଲୀଳା

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସକାର୍ବନ ମୋନୋକ୍ସାଇଡ ବିଷକ୍ରିୟାତୁମ ପରି ଛୋଟ ପିଲାଟିଏଲକ୍ଷ୍ମୀଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ସନ୍ତୋଷ କୁମାର ସାହୁଚାରି ଧାମଚିନ୍ତାମଣି ମହାନ୍ତିଅବସାଦଆଇଜାକ ନିଉଟନତରଙ୍ଗ-କଣିକା ଦ୍ୱୈତବାଦହିନ୍ଦୁ ଧର୍ମଗୁଗଲଜଣ୍ଡିସ୍କଣ୍ଡୁରୀ ଚରଣ ଦାସଗିନି (ବାଦ୍ୟଯନ୍ତ୍ର)ଚିତ୍ତରଞ୍ଜନ ଦାସବିବାହଛ ମାଣ ଆଠ ଗୁଣ୍ଠବିଜୁ ପଟ୍ଟନାୟକପ୍ରତିଭା ରାୟଯଶୋବନ୍ତ ଦାସଚିତାବାଘବଣକାପ୍ତାଟ୍ରାକ୍ଟରଅକ୍ଷୟ ତୃତୀୟାଜୀବ ବିଜ୍ଞାନଫକୀର ମୋହନ ସେନାପତିପକ୍ଷରବୀନ୍ଦ୍ର କୁମାର ସେଠୀଗୋଲୋକ ବିହାରୀ ଧଳଆବ୍ରୋସିଟିନିବଭକ୍ତ ଚରଣ ଦାସକାହ୍ନୁଚରଣ ମହାନ୍ତିଧରିତ୍ରୀପାରମିତା ଶତପଥୀମାଗୁଣିର ଶଗଡ଼ଉତ୍କଳ ଦିବସତିଥିଲବଣ ସତ୍ୟାଗ୍ରହଗ୍ରୀକ ଭାଷାଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ଭାଷା୨୧ଝୁମରକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡ୫ ଅକ୍ଟୋବରବାରାଣସୀଚାଣକ୍ୟକାଟୁଲୁ ରବି କୁମାରତମନ୍ନା ବ୍ୟାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମେଲାଟୋନିନଓଡ଼ିଆ ଭାଗବତପରିବେଶପର୍ଯ୍ୟାୟ ସାରଣୀଦିବ୍ୟସିଂହ ଦେବହାର୍ଡୱେରରାଖାଲ ମହାନ୍ତିଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୨୪ ମଇ୨୬ ଫେବୃଆରୀଦରବାର (କବିତା)ସିଦ୍ଧାନ୍ତ ମହାପାତ୍ର🡆 More