ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।

ଭିତରକନିକା ଜାତୀୟ ଉଦ୍ୟାନ
IUCN Category II (National Park)
ଭିତରକନିକା ଜାତୀୟ ଉଦ୍ୟାନ
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରକେନ୍ଦ୍ରାପଡ଼ା
ଦିଗବାରେଣି20°45′N 87°0′E / 20.750°N 87.000°E / 20.750; 87.000
କ୍ଷେତ୍ରଫଳ୬୭୨ ବର୍ଗ କି.ମି.
ସ୍ଥାପିତ୧୯୭୫
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର

ଅବସ୍ଥିତି

କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନ ସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

ଜୈବ ବିବିଧତା

ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ଅଜଗର Indian python, କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।

ଗମନାଗମନ

ଗାଡି ଓ ନୌକାରେ ରାଜନଗରଠାରୁ ଭିତରକନିକା ଯାଇହୁଏ ।

ଆଖପାଖ ଦର୍ଶନୀୟ ସ୍ଥାନ

ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରିରେ ଥିଲା ।

ଚିତ୍ରପଟ୍ଟ

ଆଧାର

Tags:

ଭିତରକନିକା ଜାତୀୟ ଉଦ୍ୟାନ ଅବସ୍ଥିତିଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତାଭିତରକନିକା ଜାତୀୟ ଉଦ୍ୟାନ ଗମନାଗମନଭିତରକନିକା ଜାତୀୟ ଉଦ୍ୟାନ ଆଖପାଖ ଦର୍ଶନୀୟ ସ୍ଥାନଭିତରକନିକା ଜାତୀୟ ଉଦ୍ୟାନ ଚିତ୍ରପଟ୍ଟଭିତରକନିକା ଜାତୀୟ ଉଦ୍ୟାନ ଆଧାରଭିତରକନିକା ଜାତୀୟ ଉଦ୍ୟାନଓଡ଼ିଶାକେନ୍ଦ୍ରାପଡ଼ା ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଧନୁଯାତ୍ରାଗୋପୀନାଥ ମହାନ୍ତିବନମାଳୀ ଦାସଭାରତୀୟ ଜନତା ପାର୍ଟିସଞ୍ଜୟ ହାତୀଭାଷାକୋଣାର୍କ ସୂର୍ଯ୍ୟ ମନ୍ଦିରଜୟୀରାମ ସାମଲମେରୁ ଯାତ୍ରାଜର୍ମାନୀସଫ୍ଟୱେରୟାଓଇବେଲଗଇଁଠାଆରିଷ୍ଟୋଟଲଆଚାର୍ଯ୍ୟ ହରିହରଗୋପାଳ ଚନ୍ଦ୍ର ପ୍ରହରାଜରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଆମ୍ବବୁଦ୍ଧ ପୂର୍ଣ୍ଣିମାଋତୁସ୍ରାବଭାରତର ନ୍ୟାୟୀକ ବ୍ୟବସ୍ଥାଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଲିଙ୍ଗରାଜ ମନ୍ଦିରସୁନ୍ଦରଗଡ଼ପ୍ରସନ୍ନ ଦାସବିଶ୍ୱ ସ୍ୱାସ୍ଥ୍ୟ ସଂଗଠନହାଡ଼ି ଦାସପବିତ୍ର ମୋହନ ଜେନାବିଶ୍ୱଜିତ ଦାସରବୀନ୍ଦ୍ରନାଥ ଠାକୁରଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଞ୍ଜବିହାରୀ ଦାଶମହାବୀର ଜୈନସୀତାଅମର ସିଂହ ଚମକିଲାପ୍ରାଣୀଜଗନ୍ନାଥଓଡ଼ିଆ ଲିପିମିଳିମିଳାୟୁକ୍ରେନଦ୍ୱିତୀୟ ବିଶ୍ୱଯୁଦ୍ଧକଳାହାଣ୍ଡି ଜିଲ୍ଲାବଳରାମ ଦାସସାରଳା ଦାସକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୩ (ସଂଖ୍ୟା)କ୍ଷୀରରାମଚନ୍ଦ୍ର ବେହେରାଜଳ ପ୍ରଦୂଷଣଲକ୍ଷ୍ମୀକାନ୍ତ ମହାପାତ୍ରକିଶୋରଚନ୍ଦ୍ରାନନ୍ଦ ଚମ୍ପୂସ୍ନେହସାରରାମାୟଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀରବି ନାରାୟଣ ନନ୍ଦଛାନ୍ଦଭକ୍ତ ଚରଣ ଦାସହନୁମାନ ଚାଳିଶାତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସେବିପାଲାସୌରୀନ୍ଦ୍ର ବାରିକକଣାଦ (ମୁନି)ଉଇଲିୟମ୍ ହେନେରୀ ପର୍କିନ🡆 More