ଭାନୁଜୀ ରାଓ: ଓଡ଼ିଆ କବି

ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ । ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

ଭାନୁଜୀ ରାଓ
ଜନ୍ମ ଓ ଜନ୍ମସ୍ଥାନ(1926-11-03)୩ ନଭେମ୍ବର ୧୯୨୬
କାଳିଗଳି, କଟକ ଓଡ଼ିଶା
ମୃତ୍ୟୁ୧୫ ନଭେମ୍ବର ୨୦୦୧(2001-11-15) (ବୟସ ୭୫)
ଭାଷାଓଡ଼ିଆ
ଜାତୀୟତାଭାନୁଜୀ ରାଓ: ଜୀବନୀ, ସାହିତ୍ୟ ସାଧନା, ସମ୍ମାନ ଓ ପୁରସ୍କାର ଭାରତୀୟ
ନାଗରିକତାଭାନୁଜୀ ରାଓ: ଜୀବନୀ, ସାହିତ୍ୟ ସାଧନା, ସମ୍ମାନ ଓ ପୁରସ୍କାର ଭାରତୀୟ
ସମୟଉତ୍ତର ଆଧୁନିକ କବିତା
ଶୈଳୀକବି
ସମ୍ପର୍କୀୟମଧୁସୂଦନ ରାଓ (ଜେଜେ)

ଜୀବନୀ

ଭାନୁଜୀ ରାଓ, ୧୯୨୬ ମସିହା ନଭେମ୍ବର ୩ ତାରିଖରେ କଟକର କାଳି ଗଳିରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତ ଥିଲେ । ଶିକ୍ଷକତା ଓ ସାମ୍ବାଦିକତାକୁ ସେ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୫୮-୬୦ ଯାଏଁ, ସେ ମାତୃଭୂମି ଓ ୧୯୬୦-୬୯ ଯାଏଁ କଳିଙ୍ଗରେ ସାମ୍ବାଦିକତା କରିଥିଲେ । ମସୂରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ବିଦ୍ୟାଳୟରେ ସେ ସତର ବର୍ଷ ଧରି, ଭାଷା ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ସାହିତ୍ୟ ସାଧନା

ଭାନୁଜୀଙ୍କ ଓଡ଼ିଆ କବିତାକୁ ୧୯୫୫ ମସିହା ବେଳେକୁ ଆଗମନ ହୁଏ । ତାଙ୍କ ଲେଖା ଗୁଡିକରେ ସଙ୍ଗୀତ ଓ ପ୍ରକୃତିର ଭାଷା ଦେଖିବାକୁ ମିଳେ । ମଧୁସୂଦନ ରାଓଙ୍କ ଭଳି, ଭାନୁଜୀଙ୍କର କବିତାରେ ଶାଣିତ, ଶୃଙ୍ଗଳିତ ଓ ସୁନ୍ଦର ଭାବ ଦେଖିବାକୁ ମିଳେ । ସେ ଆଧୁନିକ ଜୀବନଚର୍ଯ୍ୟାର ଜଟିଳ ରୂପକୁ କବିତାରେ ଦର୍ଶାଇଛନ୍ତି । ଚିତ୍ରକଳ୍ପ ଓ ଭାଷା ପ୍ରୟୋଗରେ ତାଙ୍କର ସ୍ୱତନ୍ତ୍ରତା ରହିଥିଲା । ତାଙ୍କର ପ୍ରଥମ କବିତାଟି ଗୁରୁପ୍ରସାଦ ମହାନ୍ତିଙ୍କ "ନୂତନ କବିତା" (୧୯୫୫) ସଂକଳନରେ ସ୍ଥାନିତ ହୋଇଥିଲା ।

ରଚନାବଳୀ

  • ନଇ ଆରପାରି
  • ବିସାଦ ଏକ ଋତୁ
  • ଚନ୍ଦନ ବନରେ ଏକା
  • ରକ୍ତ ମାଂସର କବିତା
  • ଶବ୍ଦ ସଙ୍ଗେ ଶୃଙ୍ଗାର
  • ଏକା ଏବଂ ଏକା ଏକା
  • ହଳଦୀ ପତ୍ରର ବାସ୍ନା
  • ଜହ୍ନର ରକ୍ତ ଧଳା
  • 'ନୂତନ କବିତା'(୧୯୫୫)ରେ ଭାନୁଜୀଙ୍କର 'କାଠଯୋଡି' କବିତା ସ୍ଥାନ ପାଇଥିଲା ।

'କାଠଯୋଡି' କବିତାରୁ କିୟଦଂଶ ଏଠାରେ ଉଦ୍ଧାର କରାଗଲା-

    "କାଠଯୋଡି ସ୍ୱପ୍ନ ଦେଖେ,
    କାଶଫୁଲ ଧୋବଲା ବାଲିରେ-ଅଗଣିତ ନକ୍ଷତ୍ରର ଛାଇ,
    ବସନ୍ତରେ ସବୁଜ ଚଡେଇ,
    ସନ୍ଧ୍ୟା ଆସେ-କାଠଯୋଡି କଥା କହେ,
    ବାଲି ଆଉ ନକ୍ଷତ୍ରର କଥା ।
    ଛାୟାଚ୍ଛନ୍ନ ପୃଥିବୀର ବ୍ୟସ୍ତ ଆଉ ବିବଣ୍ଣ`ଉଦରୁ,
    ରେଲପୋଲ ପାରି ହୋଇ ଜହ୍ନ ଉଠେ କମଳା ରଙ୍ଗର ।":

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଭାନୁଜୀ ରାଓ ଜୀବନୀଭାନୁଜୀ ରାଓ ସାହିତ୍ୟ ସାଧନାଭାନୁଜୀ ରାଓ ସମ୍ମାନ ଓ ପୁରସ୍କାରଭାନୁଜୀ ରାଓ ଆଧାରଭାନୁଜୀ ରାଓଓଡ଼ିଆ ଭାଷାମଧୁସୂଦନ ରାଓ

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରମ୍ୟୁଚୁଆଲ ଫଣ୍ଡମହାତ୍ମା ଗାନ୍ଧୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଶାବିବାହରୋହିଦାସ ସିଂ ନାଗତନ୍ତପ୍ରସନ୍ନ କୁମାର ଦାସଧନୁଯାତ୍ରାଦ୍ରୌପଦୀ ମୁର୍ମୁଯବକ୍ଷାରଜାନକମଳା ଦାସମନୋଜ ଦାସଭଦ୍ରକ ଜିଲ୍ଲାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରସୁରମା ପାଢ଼ୀଭାରତର ଜାତୀୟ ପତାକାବାଲେଶ୍ୱର ଜିଲ୍ଲାକୁଞ୍ଜବିହାରୀ ଦାଶମଥୁରା ମଙ୍ଗଳମହାବୀର ଜୈନସମୀର ରଞ୍ଜନ ଦାଶରାମାନୁଜ ଆଚାର୍ଯ୍ୟକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଏଚଆଇଭି/ଏଡସମୁମ୍ବାଇମଟର ସାଇକେଲସମ୍ବଲପୁର ଜିଲ୍ଲାମସ୍କୋଫେସବୁକବୈଦେହୀଶ ବିଳାସଆଇଜାକ ନିଉଟନବଲାଙ୍ଗୀର ଜିଲ୍ଲାଚବିଶ ଗୁରୁଜୈନ ଧର୍ମଗୋଦାବରୀଶ ମିଶ୍ରଇଣ୍ତିଆ ଗେଟରାଜକିଶୋର ରାୟଅଶ୍ୱିନୀ କୁମାର ଘୋଷଓଡ଼ିଶାର ପର୍ବପର୍ବାଣିଆମାଜନ୍.କମ୍‌ଦାଶରଥି ଦାସଇଂରାଜୀ ଭାଷାଧର୍ମେନ୍ଦ୍ର ପ୍ରଧାନମହର୍ଷି ଗୌତମଚିକିତ୍ସା ବିଜ୍ଞାନମକର (ରାଶି)କାଳିନ୍ଦୀ ଚରଣ ପାଣିଗ୍ରାହୀପୋଡ଼ ପିଠାବ୍ରତମାହିମ ଦୁର୍ଗ , ମୁମ୍ବାଇଜହ୍ନରାସାୟନିକ ମୌଳିକଜୟଦେବ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଦିଗରାଜ ବ୍ରହ୍ମାବେଦକ୍ରେଡିଟ କାର୍ଡ଼ସାନିଆ ମିର୍ଜାସମାଜ (ଖବରକାଗଜ)ସନ୍ତୋଷ ସିଂହ ସାଲୁଜାଓଡ଼ିଶାରେ ଦେବୀପୂଜାର ଐତିହ୍ୟEntrectinibଅମର ସିଂହ ଚମକିଲାଖୋର୍ଦ୍ଧା ଜିଲ୍ଲାକୁମାରିଲ ଭଟ୍ଟ🡆 More