ଭାଗବତ ସାହୁ: ଭାରତୀୟ ରାଜନୀତିଜ୍ଞ

ଭାଗବତ ସାହୁ (ଜନ୍ମ: ୧୦ ମଇ ୧୯୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଭାଗବତ ବ୍ରିଟିଶ୍ ଅଧିକୃତ ଭାରତରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସ୍ୱାଧୀନତା ପରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ପଶ୍ଚିମ ଭଦ୍ରକରୁ ନିର୍ବାଚିତ ହୋଇଥିଲେ ଏବଂ ୧ମ ଓ ୨ୟ ଲୋକ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ଭାଗବତ ସାହୁ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀପଶ୍ଚିମ ଭଦ୍ରକ
ସାଂସଦ: ୧ମ, ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୨
ପର ଅଧିକାରୀଗୋକୁଳାନନ୍ଦ ମହାନ୍ତି
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1906-05-10)୧୦ ମଇ ୧୯୦୬
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମୂଲ୍ୟପ୍ରିୟା ଦେବୀ
ସନ୍ତାନ୨ ପୁଅ ୧ ଝିଅ
ବାପା/ବୋଉକ୍ଷେତ୍ରମୋହନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ଭାଗତବତ ସାହୁ ୧୯୦୬ ମସିହାର ମଇ ମାସ ୧୦ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରମୋହନ ସାହୁ । ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ତାଙ୍କ ପତ୍ନୀଙ୍କ ନାମ ଅମୂଲ୍ୟପ୍ରିୟା ଦେବୀ । ଏହି ଦମ୍ପତ୍ତିଙ୍କର ୨ ପୁଅ ଓ ୧ଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ଭାଗବତ ସାହୁ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଅନୁଷ୍ଠିତ ୨ୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରୁ ସେ ପଶ୍ଚିମ ଭଦ୍ରକରୁ ବିଧାୟକ ଭାବରେ ୧୯୫୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଭାରତୀୟ ସମ୍ବିଧାନ ପ୍ରଣୟନ ହେବାପରେ, ୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧,୫୧,୮୧୨ ଖଣ୍ଡ ଭୋଟ ପାଇଥିଲେ । ଏହି ଲୋକ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାରେ ଲୋକ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୫୭ ମସିହାରେ ସେ ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧,୪୫,୧୬୩ ଖଣ୍ଡ ଭୋଟ ପାଇଥିଲେ । ଏହି ଲୋକ ସଭାରେ ୧୯୫୭ ମସିହାରୁ ୧୯୬୨ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଓଡ଼ିଆ ଲୋକଓଡ଼ିଶାଓଡ଼ିଶା ବିଧାନ ସଭାବାଲେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଜାତୀୟ କଂଗ୍ରେସଲୋକ ସଭା୧ମ ଲୋକ ସଭା୨ୟ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ସୁଭାଷ ଶତପଥୀତମନ୍ନା ବ୍ୟାସବ୍ରାଉଜରଫାଲଗୁନରାଧାରାଣୀ ପଣ୍ଡାସୁଦାମ ମାରାଣ୍ଡିପରିବେଶଇଷ୍ଟ ଇଣ୍ଡିଆ କମ୍ପାନୀଓଡ଼ିଆ ଖାଦ୍ୟନବୀନ ପଟ୍ଟନାୟକଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମନମୋହନ ସାମଲଶନିବେଲଭାରତୀୟ ମୁଦ୍ରା୨ ଅପ୍ରେଲଜଳ ପ୍ରଦୂଷଣହିପୋପୋଟାମସପ୍ରତୀକ୍ଷାଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାଲକ୍ଷ୍ମୀକାନ୍ତ ମହାପାତ୍ରଶୈଳବାଳା ଦାସକୃଷ୍ଣଆଜରବାଇଜାନରାଜା ରାମମୋହନ ରାୟଉଇକିକମନ୍ସ୮ ଅପ୍ରେଲ୩ ସେପ୍ଟେମ୍ବରଜୟ ଜଗନ୍ନାଥ୩ ଅଗଷ୍ଟଓଡ଼ିଆ ଭାଗବତସିନାପାଲିଜୟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଳିଙ୍ଗ ଯୁଦ୍ଧପାର୍ବତୀତରଳ ଝାଡ଼ାଅଂଶୁଘାତସୋମବାର୧୯୭୦ଓଡ଼ିଶାର ଲୋକନୃତ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବଡ଼ଦିନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରପୃଥିବୀଓଡ଼ିଆ କବି ମାନଙ୍କର ତାଲିକାମଙ୍ଗଳା ମନ୍ଦିରଶାରଳା ପୁରସ୍କାର୧୧ ଫେବୃଆରୀପ୍ରଧାନ ପୃଷ୍ଠାପକ୍ଷଓଡ଼ିଶୀଗୌରୀଶଙ୍କର ରାୟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ମାଳତୀ ଚୌଧୁରୀବୀଣାପାଣି ମହାନ୍ତିଲିଙ୍ଗରାଜ ମନ୍ଦିରଦେବ୍ରାଜ ଲେଙ୍କାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଶ୍ରୀରାମ ପଣ୍ଡାଅଖିଳ ମୋହନ ପଟ୍ଟନାୟକଆଷାଢ଼କଇଥଭାଷାକଟକ ଜିଲ୍ଲାବିମ୍ବାଧର କୁଅଁରବିଦ୍ୟୁତ🡆 More