ଭାଗବତ ଟୁଙ୍ଗି

ଭାଗବତ ଟୁଙ୍ଗି ଓଡ଼ିଶାରେ ଆଗକାଳରେ ପ୍ରଚଳିତ ଏକ କୋଠଘରକୁ ବୁଝାଇଥାଏ ଯେଉଁଠାରେ ଗାଁର ଲୋକମାନେ ସଞ୍ଜ ବେଳେ ମେଳି ହୋଇ ଭାଗବତ, ଓଡ଼ିଆ ରାମାୟଣ, ଓଡ଼ିଆ ମହାଭାରତ ତଥା ନାନାଦି ପୁରାଣ ଆଲୋଚନା, ଗାଁରେ ହେଉଥିବା ଅସୁବିଧା ଓ ତାହାର ସମାଧାନ, ନ୍ୟାୟ-ନିଶାପ ଆଦି କରୁଥିଲେ । ଏଥିରେ ଧନୀ, ଗରିବ, ପଢୁଆ, ଅପାଠୁଆ ସଭିଏଁ ଭାଗ ନେଉଥିଲେ । ପୁରୀର ସାତଲହରୀ ମଠରେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କରିଥିଲା ଓ କ୍ରମେ ସମଗ୍ର ଓଡ଼ିଶାରେ ଗଢ଼ି ଉଠିଥିଲା । .

ଭାଗବତ ଟୁଙ୍ଗି (ଭାଗବତ ଟୁଙ୍ଗୀ ମଧ୍ୟ ଲେଖାଯାଏ[୧] ) ଓଡ଼ିଶାରେ ଆଗକାଳରେ ପ୍ରଚଳିତ ଏକ କୋଠଘରକୁ ବୁଝାଇଥାଏ ଯେଉଁଠାରେ ଗାଁର ଲୋକମାନେ ସଞ୍ଜ ବେଳେ ମେଳି ହୋଇ ଭାଗବତ, ଓଡ଼ିଆ ରାମାୟଣ, ଓଡ଼ିଆ ମହାଭାରତ ତଥା ନାନାଦି ପୁରାଣ ଆଲୋଚନା, ଗାଁରେ ହେଉଥିବା ଅସୁବିଧା ଓ ତାହାର ସମାଧାନ, ନ୍ୟାୟ-ନିଶାପ ଆଦି କରୁଥିଲେ । ଏଥିରେ ଧନୀ, ଗରିବ, ପଢୁଆ, ଅପାଠୁଆ ସଭିଏଁ ଭାଗ ନେଉଥିଲେ ।[୨][୩] ପୁରୀର ସାତଲହରୀ ମଠରେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କରିଥିଲା ଓ କ୍ରମେ ସମଗ୍ର ଓଡ଼ିଶାରେ ଗଢ଼ି ଉଠିଥିଲା । [୪]

ଭୁବନେଶ୍ୱରର ନିଳାଦ୍ରୀବିହାରସ୍ଥିତ ଶନିମନ୍ଦିର ପରିସରରେ ଥିବା ଭାଗବତ ଟୁଙ୍ଗୀ

ଉତ୍ପତ୍ତି

ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ ।
ପରମ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ॥
ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ଆଗକାଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଉଥିଲା । ଯାହା ଆଜି ବି ଅନେକ ଗାଁରେ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ ଭଦ୍ରକ ଜିଲ୍ଲାର କିସ୍ମତ କୃଷ୍ଣପୁର ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି ।

ଉପଯୋଗ

ଉପାସନା ଘର

ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଏହା ଥିଲା ସମସ୍ତଙ୍କର ଉପାସନା ଘର । ସୂର୍ଯ୍ୟ ନଇଁଲେ ଗ୍ରାମବଧୂ ଏଇଠି ଦୀପ ଜାଳୁଥିଲା । ପିଲାଏ ଘଣ୍ଟ, ମୃଦଙ୍ଗ, ଝାଞ୍ଜ, କରତାଳ ବଜାଇ କୀର୍ତ୍ତନ କରୁଥିଲେ, ଭଜନ ଗାନ କରୁଥିଲେ । ଏହାପରେ ପୁରାଣ ପଣ୍ଡା ଭାଗବତ ଓ ଅନ୍ୟାନ୍ୟ ପୁରାଣ ପାଠ କରୁଥିଲେ, ଯାହାକୁ ସଭିଏଁ ବସି ଶୁଣୁଥିଲେ । ଶେଷରେ ଦିଅଁଙ୍କ ପାଖରେ ଭୋଗ ଲଗାଯାଉଥିଲା ଓ ସମସ୍ତେ ଏଇ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରୁଥିଲେ ।

ପାଠୁଆ-ଅପାଠୁଆ, ଯୁବକ-ବୃଦ୍ଧ ନିର୍ବିଶେଷରେ ଏଇ ଘର ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିଲା । ଭାଗବତ ବଢ଼ା, ଭାଗବତ ସପ୍ତା ପରି ଅନେକ ଉତ୍ସବ ଗାଁର ଲୋକେ ସମବେତ ହୋଇ ଏଇ ପରିସରଲେ ପାଳନ କରୁଥିଲେ, ଜଙ୍ଘରେ ଜଙ୍ଘ ପକାଇ ବସି ପ୍ରସାଦ ସେବନ କରୁଥିଲେ । ସମନ୍ୱୟ ଚେତନାର ବାର୍ତ୍ତାବହ ଏଇ ଭାଗବତ ଘର ସମସ୍ତଙ୍କୁ ଏକ କରି ରଖିବାର ସୂକ୍ଷ୍ମ ଅଥଚ ପ୍ରଭାବଶାଳୀ ସୂତ୍ର ଥିଲା ।

କୋଠଘର

ଏହା ସବୁ ଗ୍ରାମବାସୀମାନଙ୍କର କୋଠଘର ଥିଲା ଓ ଏଥିରେ ସମସ୍ତଙ୍କର ସମାନ ଅଧିକାର ଥିଲା । ଏଠାରେ ଓଡ଼ିଆ ଭାଗବତକୁ ବିଧିବତ୍ ପୂଜା କରି ରଖାଯାଉଥିଲା ଓ ପ୍ରତିଦିନ ସଞ୍ଜବେଳେ ଲୋକେ ଏକତ୍ର ହୋଇ ଏହାର ପଠନ ଓ ଶ୍ରବଣ କରୁଥିଲେ । ଭାଗବତ ଟୁଙ୍ଗୀର ଦାୟିତ୍ୱ ନେଉଥିଲେ ବାନପ୍ରସ୍ଥାଶ୍ରୟୀ ପ୍ରୌଢ଼ମାନେ । ଏହାର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ, ସାମଗ୍ରୀ ଓ ଶ୍ରମ ପ୍ରତ୍ୟେକ ଗ୍ରାମବାସୀ ସ୍ୱ-ଇଚ୍ଛାରେ ପ୍ରଦାନ କରୁଥିଲେ । ଭାଗବତ ପଢ଼ା ବ୍ୟତୀତ ଏହି ଘରକୁ ଅନ୍ୟ ସମୟରେ ପୋଥି ପଢ଼ିବା, ପୋଥି ଉତାରିବା, ବାଣି କାଟିବା, ମସିଣା ବୁଣିବା ଇତ୍ୟାଦି କାମପାଇଁ କେହି ବି ଗ୍ରାମବାସୀ ବ୍ୟବହାର କରି ପାରୁଥିଲା । ଏହି ଘର ସମସ୍ତଙ୍କ ପାଇଁ ସବୁବେଳେ ଉନ୍ମୁକ୍ତ ଥିଲା । ଏହା ଥିଲା ସମସ୍ତଙ୍କର, ସମସ୍ତଙ୍କଦ୍ୱାରା ଓ ସମସ୍ତଙ୍କପାଇଁ ।

ଅତିଥି ଶାଳା/ଧର୍ମଶାଳା

ରାତି ବେଳକୁ ଗାଁରେ କେହି ପଥଚାରୀ ପହଞ୍ଚିଲେ ତାଙ୍କ ରହିବାର ବ୍ୟବସ୍ଥା ଏଇଠି କରା ଯାଉଥିଲା ଓ ଗ୍ରାମବାସୀମାନେ ତାଙ୍କ ଭୋଜନର ବ୍ୟବସ୍ଥା କରୁଥିଲେ । ସାଧୁସନ୍ଥ, ନାଗାସାଧୁ, ଜଗନ୍ନାଥଙ୍କ ପୂଜାପଣ୍ଡା, ଜାନୁ ଘଣ୍ଟିଆ, ମଙ୍ଗଳ ଘଣ୍ଟିଆ, ଚକୁଳିଆ ପଣ୍ଡା କେହି ବି ଆସିଲେ ତାଙ୍କ ରହିବା ଖାଇବାର ବ୍ୟବସ୍ଥା ଏଇଠି କରାଯାଉଥିଲା । ଖଜଣା ଆଦାୟ ପାଇଁ କୌଣସି ସରକାରି ଅଧିକାରୀ ଆସିଲେ ତାଙ୍କର ରହଣି ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା ହେଉଥିଲା । ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନରେ ଯୋଗଦେବାପାଇଁ ଆସିଥିବା କୁଣିଆଁପାଇଁ ଯଦି କୌଣସି ଗ୍ରାମବାସୀର ଘରେ ଜାଗା ନଅଣ୍ଟ ହେଉଥିଲା, ତେବେ ସେମାନେ ଏଠାରେ ରହୁଥିଲେ । ଗାଁକୁ ପାଲା, ଦାସକାଠିଆ ଆଦି ଲୋକନୃତ୍ୟକାରୀ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକାରୀ ଦଳ ଆସିଲେ ସେମାନେ ମଧ୍ୟ ଏଠାରେ ଅବସ୍ଥାନ କରୁଥିଲେ ।

ଜାଗାଘର

ଗାଁର ଯୁବକମାନେ ସକାଳୁ ବ୍ୟାୟାମ କରିବାପାଇଁ ଏଇ ପରିସରକୁ ବ୍ୟବହାର କରୁଥିଲେ । ଅନୁଭବୀ ଶିକ୍ଷକଙ୍କଠାରୁ ସେମାନେ ଶରୀରଚର୍ଯ୍ୟାର କଳା ଓ ବଳିଷ୍ଠ ଶରୀର ଗଠନର ଉପାୟ ଶିଖି ତାକୁ ଅଭ୍ୟାସ କରୁଥିଲେ ।

ବିଚାରାଳୟ

ଗାଁରେ କେତେବେଳେ କାହା କାହା ଭିତରେ ମନାନ୍ତର, ମତାନ୍ତର, କଳିତକରାଳ ହେଲେ ଏଇଠି ବସି ଗାଁର ମୁଖିଆ ଓ ଭଦ୍ରଲୋକେ ନ୍ୟାୟ ନିଶାପ କରି କଥା ମେଣ୍ଟେଇ ଦେଉଥିଲେ । ଗ୍ରାମପଞ୍ଚ : ପଞ୍ଚ ପରମେଶ୍ୱରଙ୍କର ଏହି ନିଷ୍ପତ୍ତିକୁ ଗାଁର ଲୋକେ ମାନୁଥିଲେ । ଏଥିପାଇଁ ସେମାନଙ୍କୁ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ହୀନିମାନ ହେବାକୁ ପଡୁ ନ ଥିଲା ।

ଶିକ୍ଷାୟତନ

ଭାଗବତ ଟୁଙ୍ଗି ଏକ ଶିକ୍ଷାକେନ୍ଦ୍ର ରୂପେ କାମ କରୁଥିଲା ।[୫] ପିଲାଏ ଏଠାରେ ସେମାନଙ୍କର ପ୍ରଥମ ବିଦ୍ୟାଶିକ୍ଷା ମାଟି ଅବଧାନଙ୍କଠାରୁ କରୁଥିଲେ । ଏହାଛଡ଼ା ଗାଁର ସମସ୍ତଙ୍କୁ ଏଇଠୁ ନୈତିକ ଶିକ୍ଷା ମିଳୁଥିଲା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନର ଗୁରୁମନ୍ତ୍ର ସେମାନେ ଏଇଠୁ ଶିଖୁଥିଲେ । ପୁରାଣ ଶାସ୍ତ୍ର ଚର୍ଚ୍ଚା ସେମାନଙ୍କର ଚେତନାର ବିକାଶ କରିବା ସହିତ ସେମାନଙ୍କୁ ଆନନ୍ଦିତ ଓ ସୁସ୍ଥ ରହିବାର ଅନେକ ସୂତ୍ର ଶିଖାଉଥିଲା । ସଙ୍ଗୀତ ଓ ଗାୟନ-କୀର୍ତ୍ତନ ଶିକ୍ଷାର ସୂତ୍ରପାତ ଏଇ ଘରୁ ହିଁ ହେଉଥିଲା ।

ସୂଚନା କେନ୍ଦ୍ର

ଭାଗବତଟୁଙ୍ଗି ଏକ ସୂଚନାକେନ୍ଦ୍ର ରୂପେ ମଧ୍ୟ କାମ କରୁଥିଲା । ଦୈନିକ ପୁରାଣ ପାରାୟଣ ପରେ ପୁରୁଖା ଗ୍ରାମବାସୀମାନେ ବସି ଗାଁର ସୁବିଧା ଅସୁବିଧା ବିଷୟରେ ଚର୍ଚ୍ଚା କରୁଥିଲେ ଓ କୌଣସି ବିଶେଷ ଘଟନା ଅଘଟନ ବିଷୟରେ ସୂଚିତ କରାଯାଇ ଏହାର ପରିଣଆମ ସମ୍ବନ୍ଧରେ ଲୋକମାନଙ୍କୁ ସତର୍କ କରି ଦିଆଯାଉଥିଲା ।

ଅର୍ଥନୈତିକ କେନ୍ଦ୍ର

ଭାଗବତ ଠାକୁରଙ୍କ ନାଁରେ ଏକ ସ୍ୱତନ୍ତ୍ର ସମବାୟ ପାଣ୍ଠୀ ଗଠନ କରାଯାଉଥିଲା । ଗାଁର କୋଠ ଗଛ ମାଛର ନିଲାମରୁ ଲବ୍ଧ ଅର୍ଥ, ଅନାବାଦୀ ଜମି ଚାଷରୁ ମିଳୁଥିବା ଶସ୍ୟ ଓ ତା’ର ବିକ୍ରୟଲବ୍ଧ ଅର୍ଥ, ସମସ୍ତଙ୍କ ଚାନ୍ଦାଭେଦାରୁ ପ୍ରାପ୍ତ ଅର୍ଥ ଏଠାରେ ଜମା ରହୁଥିଲା । କେହି ବି ଗ୍ରାମବାସୀ ଅଭାବ ଅସୁବିଧା ସମୟରେ ଏଠାରୁ ଋଣ ନେଉଥିଲା ଓ ଉଚିତ ସମୟରେ ପଇଠ କରୁଥିଲା । ସେଥିପାଇଁ ସାହୁକାରକୁ ମୋଟା ସୁଧଦେବାର ଆବଶ୍ୟକତା ରହୁ ନଥିଲା ।

ଏବେକାର ସ୍ଥିତି

ଓଡ଼ିଶା ଇଂରେଜମାନଙ୍କ କବଳକୁ ଆସିବାଯାଏଁ ଏଇ ଭାଗବତ ଟୁଙ୍ଗି ଗୁଡ଼ିକର ପ୍ରଭାବ ରହିଥିଲା । ତେବେ ଅଧୁନା ଭାଗବତ ଟୁଙ୍ଗିର ପ୍ରଚଳନ ଖୁବ କମ ।[ଆଧାର ଲୋଡ଼ା]

ସାହିତ୍ୟରେ ସ୍ଥାନ

ଓଡ଼ିଆ ସାହିତ୍ୟରେ ଭାଗବତ ଟୁଙ୍ଗିକୁ ନେଇ ରଚାଯାଇଥିବା ସାହିତ୍ୟ ମଧ୍ୟରେ ଗୋପାଳ ପ୍ରହରାଜଙ୍କ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ଅନ୍ୟତମ ।[୨]

ଟୀକା

  1. ପ୍ରହରାଜ, ଗୋପାଳ ଚନ୍ଦ୍ର (1932). ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଶବ୍ଦ: ସଂକୀର୍ତ୍ତନ ଆଖଡ଼ା). କଟକ: ବିଶ୍ୱନାଥ କର.
  2. ୨.୦ ୨.୧ Datta, Amaresh . Encyclopaedia of Indian Literature. Volume 2 . Sahitya Akademi, (1988). ପୃ. 913 ISBN 978-81-260-1194-0
  3. http://www}}.orissadiary.com/CurrentNews.asp?id=12022
  4. ପ୍ରମେୟ ୧୯/୦୨/୨୦୧୫ ପୃଷ୍ଠା ୨୦
  5. ମହାନ୍ତି, ଡ. କିଶୋର. "ଭାଗବତ ଟୁଙ୍ଗି ଓ ପରିବର୍ତ୍ତିତ ସମୟ". ଧରିତ୍ରୀ. Retrieved 28 September 2016.

ଆଧାର

  • ଉତ୍କଳ ପ୍ରସଙ୍ଗ, ଡିସେମ୍ବର ୨୦୦୪ - ଅତୀତ ଓଡ଼ିଶାର ଭାଗବତ ଘର - ସମବାୟ ଆନ୍ଦୋଳନର ଅନ୍ତୁଡ଼ିଶାଳ

This article uses material from the Wikipedia ଓଡ଼ିଆ article ଭାଗବତ ଟୁଙ୍ଗି, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More