ଭର୍ସାଇ ଚୁକ୍ତି

୧୯୧୯ ମସିହା ଜୁନ୍ ୨୮ ତାରିଖରେ ଭର୍ସାଇଠାରେ ଜର୍ମାନୀ ସହିତ ମୁଖ୍ୟ ସନ୍ଧିପତ୍ର ସ୍ବାକ୍ଷରିତ ହୋଇଥିଲା ।ଏହା ଭାର୍ସାଇ ସନ୍ଧି ନାମରେ ଖ୍ୟାତ କେହି ସନ୍ଧି ଥିଲା ଏକ ଆଦେଶିତ ସନ୍ଧି ବା ନିର୍ଦ୍ଦେଶିତ ସନ୍ଧି ।ଏହା ଦୁଇ ପକ୍ଷ ମଧ୍ୟରେ ଆଲୋଚିତ ବା ସ୍ଥିରୀକୃତ ସନ୍ଧି ନ ଥିଲା। ଜର୍ମାନୀକୁ ପୁନଃ ଆକ୍ରମଣର ଭୟ ଦେଖାଇ ଏହି ସନ୍ଧିପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା । ଶନ୍ତିଚୁକ୍ତିର ସର୍ତ୍ତ ଅନୁସାରେ ଜର୍ମାନୀ ଓ ତାହାର ବନ୍ଧୁ ରାଷ୍ଟ୍ରମାନଙ୍କୁ ଆକ୍ରମଣକାରୀ ବୋଲି ଘୋଷଣା କରାଗଲା। ଜର୍ମାନୀର ସମସ୍ତ ଉପନିବେଶଗୁଡ଼ିକ ବିଜୟୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା | ଏହାଦ୍ୱାରା ତାର ସୀମା ସଂକୁଚିତ ହୋଇଗଲା | ଆଲସେସ୍ ଲୋରେନ୍ ଅଞ୍ଚଳକୁ ଜର୍ମାନୀଠାରୁ ନିଆଯାଇ ଫ୍ରାନ୍ସକୁ ଦିଆଗଲା। ସାର୍ ଅଞ୍ଚଳରେ ଥିବା ଜର୍ମାନୀର ସମସ୍ତ କୋଇଲା ଓ ଲୁହା ଖଣିକୁ ୧୫ ବର୍ଷ ଭୋଗ ଦଖଲ କରିବାର ସୁଯୋଗ ଫ୍ରାନ୍ସକୁ ଦିଆଗଲା। ରାଇନ୍‌ ନଦୀ ଉପତ୍ୟକାରେ ଥିବା ଜର୍ମାନୀର ସମସ୍ତ ସୈନ୍ୟଦଳକୁ ପ୍ରତ୍ୟାହାର କରିନିଆଗଲା। ଜର୍ମାନୀର ସୈନ୍ୟ ବଳକୁ ହ୍ରାସ କରାଯାଇ ଏକ ଲକ୍ଷରେ ସୀମିତ କରାଗଲା। ସେ ଆକାଶବାହିନୀ ଓ ନୌବାହିନୀ ରଖିପାରିବ ନାହିଁ ବୋଲି ସର୍ତ୍ତ ରଖାଗଲା। ଯୁଦ୍ଧର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ କରିବା ବାବଦକୁ ଜର୍ମାନୀ ୬୫୦ କୋଟି ପାଉଣ୍ଡ ଦେବ ବୋଲି ଧାର୍ଯ୍ୟ କରାଗଲା।

ଅଷ୍ଟ୍ରିଆ-ହଙ୍ଗେରୀକୁ ଭାଗ କରାଯାଇ ହଙ୍ଗେରୀକୁ ଏକ ସ୍ୱାଧୀନ ରାଷ୍ଟ୍ର ବୋଲି ଘୋଷଣା କରାଗଲା। ଚେକୋସ୍ଲୋଭାକି ଆ, ଯୁଗୋସ୍ଲୋଭିଆ ଓ ପୋଲାଣ୍ଡ ସ୍ୱାଧୀନ ହେଲେ। ତୁର୍କୀର ସୀମା ସଂକୁଚିତ ହେଲା।

ଏହି ସବୁ ଚୁକ୍ତିର ସର୍ତ୍ତ ଗୁଡ଼ିକ ସ୍ଥିର କଲାବେଳେ ବିଜୟୀ ରାଷ୍ଟ୍ରମାନେ ସେମାନଙ୍କର ସଂକୀର୍ଣ୍ଣ ମନ, ସାମ୍ରାଜ୍ୟ ଲୋଭ ଓ ଅଦୂରଦର୍ଶିତାର ପରିଚୟ ଦେଇଥିଲେ। ଏହି ଅପମାନଜନକ ସର୍ଭଗୁଡ଼ିକ ଜର୍ମାନୀ ମନ ଭିତରେ ପ୍ରତିଶୋଧ ଭାବନା , ଜାଗ୍ରତ କରିଥିଲେ। ପରବର୍ତ୍ତୀ କାଳରେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ମୁଖ୍ୟ କାରଣ ହୋଇଥିଲା।

Tags:

🔥 Trending searches on Wiki ଓଡ଼ିଆ:

ଚୈତ୍ର ମଙ୍ଗଳବାର ଓଷାମହାବୀର ଜୈନବିଶ୍ୱତାପନଗଙ୍ଗାଧର ମେହେରହେମନ୍ତ ଦାସଜୟଦ୍ରଥ ସୁନାବିଜ୍ଞାନବେଲଝାରସୁଗୁଡା - ବିଜୟନଗରମ୍ ରେଳପଥଦିବ୍ୟସିଂହ ଦେବଚବିଶ ଗୁରୁସୁନାଫ୍ଲୁଭାଷ୍ଟାଟିନଦଶାବତାରଉମିଆମ ହ୍ରଦଓଡ଼ିଆ ଲୋକହାଡ଼ଫୁଟି୨୭ ଅପ୍ରେଲଦିଲୀପ ତିର୍କୀଲଳିତ ମାନସିଂହସେତୁ ପାର୍ବତୀ ବାୟୀଉତ୍କଳ ଦିବସଜଗନ୍ନାଥ ମନ୍ଦିରକ୍ଷୁଦ୍ରକଣ ବିଜ୍ଞାନର ଆଦର୍ଶ ମାନଦଣ୍ଡମାଂସର ବିଳାପଓଡ଼ିଶୀଚୈତ୍ରଅଷ୍ଟମୀଓଡ଼ିଆ କଥାଚିତ୍ର ଜଗତସୀତା ବିବାହFluvastatinମହାପାତ୍ର ନୀଳମଣି ସାହୁଶାନ୍ତିଲତା ବାରିକଚିତାବାଘଅପର୍ଣ୍ଣା ମହାନ୍ତିଶାଗ ଭଜାଦଣ୍ଡ ନାଟହୁବଳି୩୦ ଅପ୍ରେଲମାଗୁଣିର ଶଗଡ଼ (କଥାଚିତ୍ର)ଏ. ପି. ଜେ. ଅବଦୁଲ କଲାମଲକ୍ଷ୍ମଣ ନାୟକବ୍ୟଞ୍ଜନ ବର୍ଣ୍ଣନମିତା ଅଗ୍ରୱାଲଖୋର୍ଦ୍ଧାଧରିତ୍ରୀଆଭାସ କୁମାର ବରାଳକଙ୍ଗୋଶଙ୍ଖ କ୍ଷେତ୍ରବିଦୁସ୍ମିତାରସାୟନ ବିଜ୍ଞାନଭାରତର ନଦୀ ସମୂହର ତାଲିକାମେଘନା ନଦୀଟ୍ରାନ୍ସଫର୍ମରମଙ୍ଗଳା ମନ୍ଦିରକେଶବ କୋଇଲି୨୫ ନଭେମ୍ବରବଲାଙ୍ଗୀରପ୍ରାଣକୃଷ୍ଣ ପରିଜାଆମାଜନ୍.କମ୍‌ଅବସାଦପ୍ରଦୋଷ ବ୍ରତକଳିଙ୍ଗ ଯୁଦ୍ଧଶ୍ୱେତସାରଭକ୍ତ ଚରଣ ଦାସଗୋପୀନାଥ ମହାନ୍ତିଓଡ଼ିଶାର ସଂସ୍କୃତି🡆 More