ବ୍ରାଉଜର

ବ୍ରାଉଜର: ସଫ୍ଟୱେର ଆପ୍ଲିକେସନ

ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । [୧] ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କଗୁଡ଼ିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ୱରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି । [୨][୩][୪]

ଏକ ପରିସଙ୍ଖ୍ୟାନ ଅନୁସାରେ ୱେବ ବ୍ରାଉଜର ଗୁଡିକର ବ୍ୟବହାର

ଇତିହାସ

 
ମାର୍କ ଆଣ୍ଡର୍ସନ, ନେଟସ୍କେପ ନାଭିଗେଟରର ଉଦ୍ଭାବକ

ସର୍ବ ପ୍ରଥମ ବ୍ରାଉଜର 1990 ମସିହାରେ ସାର୍ ଟିମ୍ ବର୍ଣ୍ଣସ୍ ଲିଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା । ଟିମ୍ ବର୍ଣ୍ଣସ୍ ଲି ହେଉଛନ୍ତି ୱାର୍ଲ୍ଡ ୱାଇଡ୍ ୱେବ୍ କନ୍ସର୍ଟିୟମ୍ (World Wide Web Consortium -W3C : ଏହି ଅନୁଷ୍ଠାନ ୱେବ୍ ଓ ଏହାର ଅନ୍ୟ ସାଧନ ଗୁଡିକର ଉନ୍ନତି ପାଇଁ କାମ କରିଥାଏ)ର ନିର୍ଦ୍ଦେଶକ ଏବଂ ୱାର୍ଲ୍ଡ ୱାଇଡ୍ ୱେବ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା । ସେତେବେଳେ ତାଙ୍କର ବ୍ରାଉଜରଟିକୁ ୱାର୍ଲ୍ଡ ୱାଇଡ୍ ୱେବ୍ ଭାବରେ ଜଣାଯାଉଥିଲା , ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ନେକ୍ସସ୍ ଭାବରେ ନାମିତ କରାଯାଇଥିଲା ।[୫] ଜନସାଧାରଣରେ ବ୍ୟବହୃତ ପ୍ରଥମ ବ୍ରାଉଜର , ଯେଉଁଥିରେ ଜି.ୟୁ.ଆଇ (ଗ୍ରାଫିକାଲ୍ ଯୁଜର୍ ଇଣ୍ଟରଫେସ୍-Graphical User Interface))ର ବ୍ୟବହାର କରାଯାଇଥିଲା , ତାହା ହେଉଛି ଏରୱାଇଜ୍ । ଏରୱାଇଜ୍ ବ୍ରାଉଜର ସହିତ ସର୍ବ ପ୍ରଥମେ ରବର୍ଟ କ୍ୟାଲିଲିଓ ନାମକ ଜଣେ କମ୍ପ୍ୟୁଟର ବିଜ୍ଞାନୀ କାମ ଆରମ୍ଭ କରିଥିଲେ । ୧୯୯୩ ମସିହାରେ ମାର୍କ ଆଣ୍ଡର୍ସନ , ବ୍ରାଉଜର ସଫ୍ଟୱେରକୁ କିଛି ଆଧୁନିକ ଯୋଗାଯୋଗ ସୁବିଧା ସହିତ ଯୋଡି ପୁଣି ଥରେ ନୂଆ କରି ତିଆରି କରିଥିଲେ । ସେତେବେଳେ ସେ ଏହାର ନାମ ମୋଜାଇକ୍ ରଖିଥିଲେ ।[୬] ଏହା ଫଳରେ ୱାର୍ଲ୍ଡ ୱାଇଡ୍ ୱେବ୍ ବ୍ୟବହାର କରିବା ସୁବିଧା ହୋଇପାରିଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ଲୋକମାନଙ୍କ ସହିତ ସମ୍ପର୍କ କରିବା ସହଜ ଯୋଇପାରିଥିଲା । ସେ ସମୟରେ ଏହି ବ୍ରାଉଜରଟିର ବ୍ୟବହାର ଇଣ୍ଟର୍ନେଟ ଜଗତରେ ଏକ ବିରାଟ ପରିବର୍ତ୍ତନ ଆଣିଦେଇଥିଲା ତଥା ଇଣ୍ଟର୍ନେଟର ଲୋକପ୍ରିୟତାକୁ ଅଧିକ ବଢାଇଦେଇଥିଲା । ଏହା ପରେ ଆଣ୍ଡର୍ସନ ନେଟସ୍କେପ ନାମରେ ନିଜର ଗୋଟିଏ କମ୍ପାନୀ ଖୋଲିଥିଲେ , ଯାହାଦ୍ୱାରା ୧୯୯୪ ମସିହାରେ ସେ ନେଟସ୍କେପ ନାଭିଗେଟର ବ୍ରାଉଜର ଉଦ୍ଭାବନ କରିବାରେ ସଫଳ ହୋଇଥିଲେ । ଏହା ମୋଜାଇକ୍ ବ୍ରାଉଜରର ଏକ ଆଧୁନିକ ସଂସ୍କରଣ ଭାବରେ ଲୋକପ୍ରିୟ ହୋଇଥିଲା । ଏହାକୁ ନଜରରେ ରଖି ମାଇକ୍ରୋସଫ୍ଟ ୧୯୯୫ ମସିହାରେ ଇଣ୍ଟେର୍ନେଟ ଏକ୍ସପ୍ଲୋରର୍ ନାମକ ବ୍ରାଉଜର ଉଦ୍ଭାବନ କରିଥିଲା । ଏହା ମଧ୍ୟ ମୋଜାଇକ୍ ବ୍ରାଉଜରର କାର୍ଯ୍ୟ ପ୍ରଣାଳୀ ଉପରେ ଆଧାରିତ ହୋଇଥିଲା । ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଓ ଇଣ୍ଟେର୍ନେଟ ଏକ୍ସପ୍ଲୋରର୍ ୨୦୦୨ ମସିହା ସୁଦ୍ଧା , ସମଗ୍ର ବିଶ୍ୱର ଇଣ୍ଟର୍ନେଟ ବଜାରର ୯୫% ମୂଲ୍ୟ ଅଧିକାର କରିବାରେ ସଫଳ ହୋଇପାରିଥିଲେ ।[୭]

 
WorldWideWeb for NeXT, released in 1991, was the first web browser.[୮]

ଏହାପରେ ୧୯୯୬ ମସିହାରେ ଅପେରା ନାମକ ବ୍ରାଉଜରର ବ୍ୟବହାର ଆରମ୍ଭ ହୋଇଥିଲା । ଏହା କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଖରେ ସେତେ ଲୋକପ୍ରିୟ ହୋଇପାରି ନଥିଲେ ହେଁ ୨୦୧୧-୧୨ ମସିହା ବେଳକୁ ଏହା ମୋବାଇଲ ବ୍ୟବହାରକାରୀମାନଙ୍କ ପାଖରେ ଖୁବ ସାଧାରଣ ହୋଇପାରିଥିଲା । ୧୯୯୮ ମସିହାରେ ମୋଜିଲା ଫାଉଣ୍ଡେସନ୍ଦ୍ୱାରା ମୋଜିଲା ନାମକ ବ୍ରାଉଜରର ଉଦ୍ଭାବନ ହୋଇଥିଲା । ୨୦୧୧ ମସିହା ବେଳକୁ ଏହା ବିଶ୍ୱ ଇଣ୍ଟର୍ନେଟ ବଜାରର ୨୮% ମୂଲ୍ୟ ଅଧିକାର କରିପାରିଥିଲା । [୯] ୨୦୦୩ ମସିହାରେ ଆପଲ୍ କମ୍ପାନୀର ସର୍ବପ୍ରଥମ ବ୍ରାଉଜର ଭାବରେ ସଫାରି ବଜାରକୁ ଆସିଥିଲା । ୨୦୦୮ ମସିହାରେ ଗୁଗୁଲ ତରଫରୁ ଏହାର ନିଜସ୍ୱ ବ୍ରାଉଜର ଭାବରେ ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହୋଇଥିଲା । ସମଗ୍ର ବିଶ୍ୱରେ ବିଭିନ୍ନ ଗୁଗୁଲ୍ କ୍ରୋମ୍ ଗୁଡିକର ବ୍ୟବହାର ପରିସଙ୍ଖ୍ୟାନ ଅନୁସାରେ ୨୦୧୧ ମସିହା ସୁଦ୍ଧା ଗୁଗୁଲ୍ କ୍ରୋମ୍ ଅନ୍ୟ ସମସ୍ତ ବ୍ରାଉଜର ଗୁଡିକୁ ପଛରେ ପକାଇଦେଇଥିଲା । ଏଥିରେ ବ୍ୟବହୃତ ଅତ୍ୟାଧୁନିକ ସଫ୍ଟୱେର ଓ ବ୍ୟବହାର କରିବାରେ ସହଜତା ଏହାକୁ ଅଧିକ ଲୋକପ୍ରିୟ କରିପାରିଥିଲା ।[୧୦][୧୧]

ବ୍ୟବସାୟିକ ଧାରା

କାର୍ଯ୍ୟ

 
Most used web browser by country, as of May 2012.
  Internet Explorer
  Firefox
  Google Chrome
  Opera
 
Most used web browser by country, as of June 2015.
  Google Chrome
  Firefox
  Safari
  UC
  Iron
  Internet Explorer
  Opera
  Android
  Phantom
  No info

ବିଶେଷତ୍ୱ

ୟୁଜର୍ ଇଣ୍ଟର୍ଫେସ୍

ସୁରକ୍ଷା

ବ୍ୟବହାର

କାର୍ଯ୍ୟ ପ୍ରଣାଳୀ

ଆଧାର

  1. Jacobs, Ian; Walsh, Norman (15 December 2004). "URI/Resource Relationships". Architecture of the World Wide Web, Volume One. World Wide Web Consortium. Retrieved 30 June 2009.
  2. Fitzpatrick, Jason (22 March 2009). "Five Best Web Browsers". Lifehacker. Gawker Media.
  3. Wayner, Peter (27 April 2011). "Battle of the Web browsers". Infoworld. IDG.
  4. Tibken, Shara (17 October 2012). "Aereo TV streaming expands to major Web browsers". CNET. CBS Interactive.
  5. "Tim Berners-Lee: WorldWideWeb, the first Web client". W3.org. Retrieved 2011-12-07.
  6. "Bloomberg Game Changers: Marc Andreessen". Bloomberg. 17 March 2011. Retrieved 2011-12-07.
  7. "Mozilla Firefox Internet Browser Market Share Gains to 7.4%". Search Engine Journal. 24 November 2004. Retrieved 2011-12-07.
  8. Stewart, William. "Web Browser History". Retrieved 5 May 2009.
  9. "StatCounter Global Stats – Browser, OS, Search Engine including Mobile Usage Share". Retrieved 2 May 2015.
  10. "Internet Explorer usage to plummet below 50 percent by mid-2012". 3 September 2011. Retrieved 4 September 2011.
  11. "CNN Money claims that Chrome is more popular than IE8". CNN. 16 December 2011. Retrieved 19 December 2011.

This article uses material from the Wikipedia ଓଡ଼ିଆ article ବ୍ରାଉଜର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

In other languages:

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାୱିଣ୍ଡୋଜ ୧୦ମହାନ ଗ୍ୟାଟ୍‌ସବିସ୍କାରଲେଟ ଜୋହାନସନ୧୯୯୨ଏଲ ସାଲଭାଡୋରସ୍ୱିସ୍ ଫ୍ରାଙ୍କ୍ହାର୍ଡୱେରମଧ୍ୟ ଏସିଆପ୍ୟାରିସଇରାନଚିକିତ୍ସା ବିଜ୍ଞାନ୧୮୯୦ଲଣ୍ଡନସାନ୍ତାଳୀ ଭାଷାଜାପାନୀ ୟେନ୍ଏଡା ଲଭ୍‌ଲେସ୍‌ପ୍ଲୁଟୋନିଅମ୧୮କାଗଜଡଙ୍ଗାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଓଡ଼ିଶାସୁରେନ୍ଦ୍ର ମହାନ୍ତିପଖାଳ ଦିବସମନୋଜ ଦାସରାଧାନାଥ ରାୟମଧୁସୂଦନ ରାଓଗୋପୀନାଥ ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟଭାରତସାରଳା ଦାସଭାରତର ସଂସ୍କୃତିଉପେନ୍ଦ୍ର ଭଞ୍ଜରଥଯାତ୍ରାଫକୀର ମୋହନ ସେନାପତିଦେଶରାଜ ପଟେରିୟାକନକ ମଞ୍ଜରୀ ମହାପାତ୍ରଗଙ୍ଗାଧର ମେହେରଗୋଦାବରୀଶ ମିଶ୍ରବାରୁଣୀ ସ୍ନାନଗୋପବନ୍ଧୁ ଦାସହରପ୍ପା ସଭ୍ୟତାକଳିଙ୍ଗ ସ୍ଥାପତ୍ୟ କଳାଓଡ଼ିଶାର ଦୋଳଯାତ୍ରାବିଭୂତି ପଟ୍ଟନାୟକମହାତ୍ମା ଗାନ୍ଧୀଟୁକୁନି ସାହୁଓଡ଼ିଆ କବି ମାନଙ୍କର ତାଲିକାପୁରାଣକୁନ୍ତଳା କୁମାରୀ ସାବତଚଉତିଶାଜଗନ୍ନାଥମନୋରଞ୍ଜନ ଦାସନନ୍ଦିନୀ ଶତପଥୀ୧୯୩୨ବୀଣାପାଣି ମହାନ୍ତିଅଖିଳ ମୋହନ ପଟ୍ଟନାୟକନବୀନ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରଭାରତୀୟ ସମ୍ବିଧାନପାପମୋଚନୀ ଏକାଦଶୀଓଡ଼ିଆ ସାହିତ୍ୟର ଇତିହାସହନୁମାନ ଚାଳିଶାଚୈତନ୍ୟପିଣ୍ଟୁ ନନ୍ଦଶ୍ରୀନିବାସ ରାମାନୁଜନ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}