ବୁଦ୍ଧଖୋଲ: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ସ୍ଥାନ

ବୁଦ୍ଧଖୋଲ ଓଡ଼ିଶାର ଗଞ୍ଜାମ ଜିଲ୍ଲାସ୍ଥିତ ବୁଗୁଡ଼ାଠାରୁ ତିନି କିଲୋମିଟର ଉତ୍ତରରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ । ଏହି ସ୍ଥାନଟି ବଣଭୋଜି ପାଇଁ ମଧ୍ୟ ପ୍ରସିଦ୍ଧ । ଏହାର ଚତୁର୍ପାଶ୍ୱରେ ସବୁଜ ପାହାଡ଼ ରହିଛି । ଏକ ପର୍ବତର ଶିଖରରେ ପାଞ୍ଚଗୋଟି ମନ୍ଦିର ରହିଛି ଯଥା ମକରେଶ୍ୱର, ଗଙ୍ଗାଧରେଶ୍ୱର, ଜଗଦ୍ଧେଶ୍ୱର, ସିଦ୍ଧେଶ୍ୱର, ବୁଦ୍ଧେଶ୍ୱର ଯାହାକି ପଞ୍ଚୁମହାଦେବ ମନ୍ଦିର ନାମରେ ପରିଚିତ ।

ବୁଦ୍ଧଖୋଲରେ ଏକ ଚିରସ୍ରୋତା ଝର ରହିଛି ଯାହା ଉପରଭାଗରୁ ବହି ଆସି ଏକ ପ୍ରାକୃତିକ ଜଳପ୍ରପାତ ସୃଷ୍ଟି କରିଛି । ଏହି ଝରଣାର ନାମ “ପଞ୍ଜୁରିଆ” । ଏହି ସ୍ଥାନରେ ରାଚୀନ କାଳରେ ବୌଦ୍ଧ ସଂସ୍କୃତି ଗଢ଼ିଉଠିଥିଲା । ଏହି ସ୍ଥାନଠାରୁ ଅନତିଦୂରରେ ଥିବା ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା “ସିଦ୍ଧଗୁମ୍ଫା” ନାମରେ ନାମିତ । ସେଠାରେ ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ଦୀର୍ଘଦିନ ଧରି ତପସ୍ୟାରତ ଥିଲେ । ଶିବରାତ୍ରି ଓ କାର୍ତ୍ତିକ ପୁର୍ଣ୍ଣିମା ଦିନ ଏଠାରେ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା ପାଇଁ ବହୁ ଜନସମାଗମ ହୁଏ ।ଶ୍ରାବଣ ମାସରେ ଏଠାକୁ ବୋଲବମ ଭକ୍ତ ଆସି ଜଳ ଅର୍ପଣ କରିଥାନ୍ତି ।

ନାମକରଣ

ବୌଦ୍ଧ ଏବଂ ଶୈବ ଧର୍ମର ସଙ୍ଗମସ୍ଥଳୀ ହେଉଛି ବୁଦ୍ଧଖୋଲ । ପ୍ରତନତାତ୍ତ୍ୱିକ ଖନନ ବେଳେ ମିଳିଥିଲା କିଛି ଧ୍ୟାନମଗ୍ନ ବୁଦ୍ଧ ପ୍ରତିମା ଆବିଷ୍କୃତ ହୋଇଥିବାରୁ ଏହି ସ୍ଥାନର ନାମ ବୁଦ୍ଧଖୋଲ । ଅନ୍ୟ ଏକ ମତ ଅନୁସାରେ ବୁଢ଼ୀଖୋଲ ନଈ ଏକ ଗୁମ୍ଫାରେ ପ୍ରବାହିତ ହେଉଥିବାରୁ ଏପରି ନାମ ରଖାଯାଇଛି ।

ଆକର୍ଷଣ ଏବଂ ଇତିହାସ

ସିଦ୍ଧଗୁମ୍ଫା, ଗଣେଶ ଗୁମ୍ଫା, ଅଶୋକ ଗୁମ୍ଫା, ଧ୍ୟାନ ଗୁମ୍ଫା ଆଦି ପ୍ରାଚୀନ ଗୁମ୍ଫାମାନ ଦେଖିବାକୁ ମିଳେ । ଗୁମ୍ଫାଗୁଡ଼ିକରେ ଏକଦା ବୌଦ୍ଧ, ଜୈନ ଏବଂ ଶୈବ ସନ୍ୟାସୀମାନେ ବସବାସ କରୁଥିଲେ । ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ଚାଇନିଜ ପରିବ୍ରାଜକ ହୁଏନ ସାଂ ଏଠାକୁ ଆସିଥିଲେ । ଏହି ସ୍ଥାନ ଏକଦା ବୌଦ୍ଧ ଧର୍ମର ଏକ ପ୍ରମୁଖ ଶିକ୍ଷାସ୍ଥଳୀ ଥିଲା ବୋଲି ହୁଏନ ସାଂଙ୍କ ରଚନାବଳୀରେ ଉଲ୍ଲେଖ ଅଛି । ଚିରସ୍ରୋତା ଝରଣା ପର୍ନୂରୀ ବୁଦ୍ଧଖୋଲର ଅନ୍ୟ ଏକ ଆକର୍ଷଣ । ଝରଣା ପାଣି ପବିତ୍ର ବୋଲି ଅଂଚଳବାସୀଙ୍କ ବିଶ୍ୱାସ ।

ଗମନାଗମନ

ବୁଗୁଡା ସହରକୁ ଯାତାୟତ କରିବା ନିମିତ୍ତ ବସ୍ ସୁବିଧା ଉପଲବ୍ଧ । ନିକଟତମ ରେଳପଥ ହେଉଛି ବ୍ରହ୍ମପୁର ଏବଂ ନିକଟତମ ଆକାଶପଥ ହେଉଛି ଭୁବନେଶ୍ୱର ।

ଉଦ୍ଧୃତି

Tags:

ବୁଦ୍ଧଖୋଲ ନାମକରଣବୁଦ୍ଧଖୋଲ ଆକର୍ଷଣ ଏବଂ ଇତିହାସବୁଦ୍ଧଖୋଲ ଗମନାଗମନବୁଦ୍ଧଖୋଲ ଉଦ୍ଧୃତିବୁଦ୍ଧଖୋଲ

🔥 Trending searches on Wiki ଓଡ଼ିଆ:

ଦ୍ରୌପଦୀ ମୁର୍ମୁମାସଓଉବୀଣାପାଣି ମହାନ୍ତିଭାରତୀୟ ସ୍ୱାଧୀନତା ଆନ୍ଦୋଳନରେବତୀ (କ୍ଷୁଦ୍ରଗଳ୍ପ)ଇତିହାସବୀଜାଣୁଭିକାରୀ ବଳଚେନ୍ନାଇ ଏକ୍ସପ୍ରେସଶେଉଳଖାରବେଳ୧୩ ଫେବୃଆରୀହିଙ୍ଗୁଳା ମନ୍ଦିରକଣ୍ଡୋମମଧୁସୂଦନ ରାଓହିନ୍ଦୀଉଇକିପିଡ଼ିଆ ସମୂହର ତାଲିକାଉପେନ୍ଦ୍ର ଭଞ୍ଜଅବସରସୂଚନା ଅଧିକାର ଆଇନ ୨୦୦୫ଅର୍କ କେଶରୀ ଦେଓଓଡ଼ିଶାଗୋଦାବରୀଶ ମହାପାତ୍ରଆଡ଼ୋବିଆଣ୍ଟୋନ ଚେକୋଭଦୁର୍ଗା ପୂଜାଆପଲ ଇନକର୍ପୋରେଟେଡଫତୁରାନନ୍ଦଗାୟତ୍ରୀ ସରାଫହରେକୃଷ୍ଣ ମହତାବଝାଲ ମୁଢ଼ିଟାସିମେଲଟେଓନଜଗନ୍ନାଥ ଦାସଉଇକିକଥାଧନୁଯାତ୍ରାରାଧାବିବାହଋଷିଆସୁନ୍ଦରବନ ଜାତୀୟ ଉଦ୍ୟାନଫ୍ରାଙ୍କଲିନ ଡି ରୁଜଭେଲଟଆଲପ୍ରାଜୋଲାମପଞ୍ଚୁ ଫୁଟଣ୫ ଡିସେମ୍ବରଲକ୍ଷ୍ମଣ ନାୟକଜର୍ଜ କ୍ୟାଣ୍ଟରଅଟିଜିମ୍‌ଗୁରୁ ପ୍ରସାଦ ମହାନ୍ତିଘରବନ୍ଦେ ଉତ୍କଳ ଜନନୀଆର୍ଯ୍ୟଭଟ୍ଟଓଡ଼ିଆ ସିନେମା ଗୀତ (୧୯୩୬ରୁ ୧୯୬୯)ଅପରେଟିଙ୍ଗ ସିଷ୍ଟମଶାନ୍ତି ମହାପାତ୍ର୨୩ ମାର୍ଚ୍ଚଭାରତଯୌନ ଉତ୍ପୀଡ଼ନଜଗନ୍ନାଥଙ୍କ ବେଶରୁଦ୍ର ପାଣିଗ୍ରାହୀତନ୍ତ୍ରପିଣ୍ଟୁ ନନ୍ଦ୯୮୮ପ୍ରଧାନମନ୍ତ୍ରୀ ଜନଧନ ଯୋଜନାଉତ୍ତମ କୁମାର ପ୍ରଧାନଇଂରାଜୀ ଭାଷାଇବୋଲା ଭୂତାଣୁ ରୋଗ🡆 More