ବୀଣାପାଣି ମହାନ୍ତି

ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।

ବୀଣାପାଣି ମହାନ୍ତି
ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1936-11-11)୧୧ ନଭେମ୍ବର ୧୯୩୬
ବ୍ରହ୍ମପୁର, ଗଞ୍ଜାମ
ମୃତ୍ୟୁ୨୪ ଅପ୍ରେଲ ୨୦୨୨(2022-04-24) (ବୟସ ୮୫)
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସମ୍ପର୍କୀୟନିରୁପମା ରଥ (ବଡ଼ ଭଉଣୀ)

ଜୀବନୀ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଜୀବନ ଅବିବାହିତା ଥିଲେ । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା ।

ସାହିତ୍ୟ ସର୍ଜନା

ବୀଣାପାଣି ମହାନ୍ତି ପ୍ରଥମେ କବିତା ରଚନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ପରେ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ତାଙ୍କର ରଚନା ମୁଖ୍ୟତଃ ଚଳନ୍ତି ଜନଜୀବନକୁ ଭିତ୍ତି କରି । ସେ "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖିଥିଲେ । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ

ଗପ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତୀ କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର

ମୃତ୍ୟୁ

୨୦୨୨ ମସିହା ଅପ୍ରେଲ ୨୪ ତାରିଖରେ ୮୫ ବର୍ଷ ବୟସରେ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ।

ଆଧାର

Tags:

ବୀଣାପାଣି ମହାନ୍ତି ଜୀବନୀବୀଣାପାଣି ମହାନ୍ତି ସାହିତ୍ୟ ସର୍ଜନାବୀଣାପାଣି ମହାନ୍ତି ରଚନାବଳୀବୀଣାପାଣି ମହାନ୍ତି ସମ୍ମାନ ଓ ପୁରସ୍କାରବୀଣାପାଣି ମହାନ୍ତି ମୃତ୍ୟୁବୀଣାପାଣି ମହାନ୍ତି ଆଧାରବୀଣାପାଣି ମହାନ୍ତିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଭାଷାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକପଦ୍ମଶ୍ରୀଶାରଳା ପୁରସ୍କାର

🔥 Trending searches on Wiki ଓଡ଼ିଆ:

ଚଳନ୍ତି ଠାକୁରପଞ୍ଚକଚୈତନ୍ୟରାମାୟଣସ୍ତନ୍ୟପାନମାଉସMain pageବିଜୟ ମହାନ୍ତିପଠାଣି ସାମନ୍ତନନ୍ଦିଘୋଷରାଧାନାଥ ରାୟଇମେଲଯୁକ୍ତରାଷ୍ଟ୍ର ଆମେରିକାର ରାଜ୍ୟକୁକୁରରୁକୁଣା ରଥଯାତ୍ରାଅର୍ଚ୍ଚନା (କବିତା ସଙ୍କଳନ)ନଗର କୀର୍ତ୍ତନବାଞ୍ଛାନିଧି ମହାନ୍ତିକାଟୁଲୁ ରବି କୁମାରବିନୋଦ ଚନ୍ଦ୍ର ନାୟକଯାଜପୁର ଜିଲ୍ଲାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଫ୍ଲୋରିନଭାରତୀୟ ଡାକ ସେବାସୁଶ୍ରୁତମାଟିର ମଣିଷ (ଉପନ୍ୟାସ)ପ୍ରେମମହେଶ ସାହୁନବରାତ୍ରୀଯକୃତସୁରେଶ କୁମାର ରାଉତରାୟତାରିଣୀ ମନ୍ଦିର, ଘଟଗାଁଶବ୍ଦ (ପଦ)ଭରତ (ରାମାୟଣ)ମାୟାଧର ମାନସିଂହପରଶୁରାମକୁନ୍ତଳା କୁମାରୀ ସାବତପ୍ରଦୂଷଣଭଦଭଦଳିଆସାକ୍ଷୀଗୋପାଳଓଡ଼ିଶାର ଲୋକନୃତ୍ୟହିମାଳୟରଥଯାତ୍ରାବୈଷ୍ଣବ ପାଣିଶ୍ରୀନିବାସ ରାମାନୁଜନଅଖିଳ ମୋହନ ପଟ୍ଟନାୟକମିଶେଲ ଓବାମାକମ୍ପ୍ୟୁଟରକିଶୋରୀ ଚରଣ ଦାସଭାଲେଣ୍ଟିନା ତେରେସ୍କୋଭାବେଲ ପଣାବୈକୁଣ୍ଠନାଥ ପଟ୍ଟନାୟକଧର୍ମଓଡ଼ିଶାର ଦୋଳଯାତ୍ରାସ୍ନେହାଙ୍ଗିନୀ ଛୁରିଆମାସଇଲନ ମସ୍କଲୋକନାଥ ଚୌଧୁରୀଇଥିଓପିଆରବି ପଟ୍ଟନାୟକଡାହାଣୀ ଖୋଜାହେପାଟାଇଟିସଡେଭିଡ କାମେରନଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରବି କାନୁନଗୋଭୂତାଣୁ୦ (ମସିହା)🡆 More