ବିଶ୍ୱନାଥ କବିରାଜ

ବିଶ୍ୱନାଥ କବିରାଜ, ତାଙ୍କର ସୁନ୍ଦର ରଚନା ସାହିତ୍ୟ ଦର୍ପଣ ନିମନ୍ତେ ଚାରିଆଡ଼େ ବିଖ୍ୟାତ ଥିଲେ, ଓ ସେ ଜଣେ ଅତ୍ୟନ୍ତ ସଫଳ କବି, ବିଦ୍ୱାନ ଓ ବାକ୍‌ପଟୁ ଥିଲେ ଯିଏ କଳିଙ୍ଗ (ଭାରତ) (ଆଧୁନିକ ଓଡ଼ିଶା)ର ଦୁଇ ଲଗାଏତ ରାଜା ନରସିଂହ ଦେବ ୪ ଓ ରାଜା ନିଶଙ୍କ ଭାନୁଦେବ ୪ ଅମଳରେ ସାହିତ୍ୟରେ ଶୀର୍ଷକୁ ଉଠିଥିଲେ ଓ ଜନ୍ମ, ମୃତ୍ୟୁ ସମୟ ଜଣା ନ ଥିବାରୁ ସେହି ସମୟକୁ (୧୩୭୮ରୁ ୧୪୩୪ ମସିହା) ତାଙ୍କରି ସମୟ ଭାବେ ନିଆଯାଇଛି ।

ପାରିବାରିକ ଇତିହାସ

ବିଶ୍ୱନାଥ ଏକ ଉଲ୍ଲେଖନୀୟ କବି ଓ ବିଦ୍ୱାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜେଜେ ନାରାୟଣ ଦାସ, କଳିଙ୍ଗର ବିଖ୍ୟାତ କବି ଜୟଦେବ (ସନ୧୨୦୦) ରଚିତ ଗୀତଗୋବିନ୍ଦ ଉପରେ ଏକ ଟିପ୍ପଣୀ ଲେଖିଥିଲେ । ନାରାୟଣ ଦାସଙ୍କ ଭାଇ ଚଣ୍ଡିଦାସ ମଧ୍ୟ ମମତାଙ୍କଦ୍ୱାରା ରଚିତ କାବ୍ୟପ୍ରକାଶ ନାମକ ଏକ କୃତି ଉପରେ ଟିପ୍ପଣୀ ଦେଇତିଲେ । ବିଶ୍ୱନାଥଙ୍କ ପିତା ଚନ୍ଦ୍ରଶେଖର ମଧ୍ୟ କିଛି କବିତା ଲେଖିଥିଲେ ।

ଉଭୟ ବିଶ୍ୱନାଥ ଓ ତାଙ୍କ ପିତାଙ୍କୁ କଳିଙ୍ଗ ରାଜାଙ୍କ ଦରବାରରେ (ସନ୍ଧିବିଗ୍ରହିକ ମହାପାତ୍ର) ଉପାଧି ଦିଆଯାଇଥିଲା ।

ବିଶ୍ୱନାଥଙ୍କ ପୁତ୍ର ଅନନ୍ତ ଦାସ ମଧ୍ୟ ସାହିତ୍ୟ ଦର୍ପଣ ବ‌ହି ଉପରେ ଟିପ୍ପଣୀ ଲେଖିଥିଲେ ।

ବିଶ୍ୱନାଥଙ୍କ କୃତି

ବିଶ୍ୱନାଥ ଭାଷାର ବିଭିନ୍ନ ଶାଖା- କବିତା, ଗଦ୍ୟ, ନାଟକ ଓ ସମାଲୋଚନା ଆଦିରେ ଅନନ୍ୟ ଓ ପ୍ରଭୁତ ଭାବରେ ଲେଖିପାରୁଥିଲେ । ସେ ସଂସ୍କୃତ ଓ ପ୍ରାକୃତ ଭାଷାରେ ସ‌ହଜରେ ଲେଖି ପାରୁଥିଲେ । ତାଙ୍କର ଗୋଟିଏ ରଚନା ପ୍ରଶାନ୍ତି ରତ୍ନାବଳୀକୁ ସେ ୧୬ଟି ଭାଷାରେ ଲେଖିଥିଲେ ।

ତାଙ୍କଦ୍ୱାରା ଲିଖିତ ବିଷୟମାନ:- ଚନ୍ଦ୍ରକଳା ନାଟିକା (ଏକାଙ୍କିକା), ପ୍ରଭାବତୀ ପରିଣୟ (ନାଟକ), ରାଘବ ବିଳାସ (ଦୀର୍ଘ କବିତା), ରାଘବ ବିଳାପ (କବିତା), କୁବଳୟସ୍ୱ ଚରିତ (କବିତା ପ୍ରାକୃତରେ), ପ୍ରଶାନ୍ତି ରତ୍ନାବଳୀ (୧୬ଟି ଭାଷାରେ କବିତା), ନରସିଂହ ବିଜୟ (କବିତା), ସାହିତ୍ୟ ଦର୍ପଣ, କାବ୍ୟପ୍ରକାଶ ଦର୍ପଣ (ସମାଲୋଚନା), କଂସବଧ (କବିତା), ଓ ଲକ୍ଷ୍ମୀସ୍ତବ (କବିତା) ଇତ୍ୟାଦି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଡାଇନୋସରମାନସିକ ରୋଗପାନଯାଯାବର (୧୯୭୫ର କଥାଚିତ୍ର)ମାଟିର ମଣିଷ (ଉପନ୍ୟାସ)ମୁଦ୍ରା (ପୂଜା)ଗୌରହରି ଦାସବୀର ସୁରେନ୍ଦ୍ର ସାଏକୁଞ୍ଜବିହାରୀ ଦାଶବଳରାମ ଦାସଅନନ୍ତ ପଟ୍ଟନାୟକବିଜ୍ଞାନଲାଟିନ ଭାଷାବିନୋଦ ପାତ୍ରନଗର କୀର୍ତ୍ତନଗ୍ରେଭସ ରୋଗ୧୯୬୦ଉଇକିମିଡ଼ିଆ ମୁଭମେଣ୍ଟସାମସଙ୍ଗତେଜସ୍କ୍ରିୟ କ୍ଷୟଗାଲୁଆକ୍ରିକେଟଆସିକାବ୍ୟାଙ୍କଅହଲ୍ୟାସୁରେନ୍ଦ୍ରନାଥ ଶତପଥୀସଂସ୍କୃତକମ୍ପ୍ୟୁଟରପ୍ରମୁଖ ଅବସାଦ ବେମାରୀ୨୩ ମାର୍ଚ୍ଚସୁରେନ୍ଦ୍ର ମହାନ୍ତିପ୍ରତିଭା ରାୟଅହମଦାବାଦଶଙ୍ଖପୁରାଣମିହିର ଦାସଦକ୍ଷିଣ ଆଫ୍ରିକାମଙ୍ଗଳା ମନ୍ଦିରକାଜାଖସ୍ତାନତୁମ ପରି ଛୋଟ ପିଲାଟିଏବିଜୟ ମିଶ୍ରସଂଯୁକ୍ତା ରାଉତକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଶାର ଦଶହରାଓଡ଼ିଆ ସାହିତ୍ୟମେନିଞ୍ଜାଇଟିସ୍ଜର୍ମାନୀଚୈତ୍ର ମଙ୍ଗଳବାର ଓଷାରାଜକିଶୋର ରାୟଚନ୍ଦ୍ରଭାଗା (କବିତା)ଶାଲିନୀ ଅରୋଡ଼ାବ୍ରଜ କିଶୋର ପ୍ରଧାନଉଇକିଅଭିଧାନଚନ୍ଦ୍ରଶେଖର ରଥଆଜ୍‌ମାବ୍ରହ୍ମପୁରବିର୍ସା ମୁଣ୍ଡାଜଗନ୍ନାଥ ମନ୍ଦିରବିଶ୍ୱତାପନବ୍ରାହ୍ମ ସମାଜଅଟଳ ବିହାରୀ ବାଜପେୟୀ୨୭ ମାର୍ଚ୍ଚବିରିଗୋବିନ୍ଦ ତ୍ରିପାଠୀପାକସ୍ଥଳୀ କର୍କଟ୧୪୭୫🡆 More