ବିଶ୍ୱଜିତ ଦାସ: ନାଟ୍ୟକାର, ନିର୍ଦ୍ଦେଶକ

ବିଶ୍ୱଜିତ ଦାସ (୧୯୩୬-୨୦୦୪) ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର ଥିଲେ । ସେ ପ୍ରିୟତମା ଓ ନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦ୍ଦେଶନା ଦେବା ସହ ଗୌରୀ, ନାଗଫାସ, ଅହଲ୍ୟା, କାବେରୀ ଓ ତୁଣ୍ଡବାଇଦ ଆଦି କଥାଚିତ୍ରର ସଂଳାପ ରଚନା କରିଥିଲେ । ଏଥି ସହିତ ସେ କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଥିଲେ । ୧୯୬୪ ମସିହାରେ 'ସଂକେତ' ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ ।

ବିଶ୍ୱଜିତ ଦାସ
ବିଶ୍ୱଜିତ ଦାସ: ଜୀବନୀ, ରଚନାବଳୀ, ସମ୍ମାନ ଓ ପୁରସ୍କାର
ଜନ୍ମ ଓ ଜନ୍ମସ୍ଥାନ(1936-08-18)୧୮ ଅଗଷ୍ଟ ୧୯୩୬
ଓଡ଼ିଶା
ମୃତ୍ୟୁ୩୦ ଡିସେମ୍ବର ୨୦୦୪(2004-12-30) (ବୟସ ୬୮)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟକବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ
ଜୀବନସାଥୀଗାୟତ୍ରୀ ଦେବୀ
ସନ୍ତାନଶ୍ରେୟସୀ ଦାସ

ଜୀବନୀ

ପ୍ରାରମ୍ଭିକ ଜୀବନୀ

ବିଶ୍ୱଜିତ ଦାସ ୧୯୩୬ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମନେଇଥିଲେ । ତାଙ୍କ ମାତାଙ୍କ ନାମ ଥିଲା କୃଷ୍ଣକାମିନୀ ଦେବୀ ଓ ପିତାଙ୍କ ନାମ ଥିଲା ସୁବୋଧ ଦାସ । ତାଙ୍କ ବାପା ବ୍ଋତ୍ତି ଜଣେ ହୋମିଓପାଥି ଡାକ୍ତର ତଥା ନାଟ୍ୟକାର ଓ ଅଭିନେତା ଥିଲେ । ଉଭୟ ପିତାମାତା ତାଙ୍କୁ ନାଟ୍ୟରଚନା ନିମନ୍ତେ ଉତ୍ସାହିତ କରିଥିଲେ ।

ବୃତ୍ତି

୧୯୫୮ ମସିହାରେ ସେ ଓଡ଼ିଶା ରାଜ୍ୟ ସରକାରଙ୍କ ଘରୋଇ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ରାଜ୍ୟ ସୂଚନା କେନ୍ଦ୍ରରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୪ରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଥାଇ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ

୧୯୫୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବାବେଳେ ସେ ପ୍ରଥମେ ଏକାଙ୍କିକା ଲେଖିବା ଆରମ୍ଭ କରିଥିଲେ । ୧୯୬୪ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରତିଯୋଗିତାରେ ବିଶ୍ୱଜିତଙ୍କ ଲିଖିତ 'ନାଲିପାନ ରାଣୀ, କଳାପାନ ଟିକା'କୁ ୫ଟି ଶ୍ରେଷ୍ଠ ପୁରସ୍କାରରୁ ୪ଟି ମିଳିଥିଲା

ନାଟକ ଓ ଏକାଙ୍କିକା

  • ବହ୍ନି (୧୯୫୭)
  • ନିଶିପଦ୍ମ(୧୯୫୭)
  • ପ୍ରତାପ ଗଡ଼ରେ ଦି'ଦିନ(୧୯୬୫)- ଋଷୀୟ ନାଟ୍ୟକାର ଗୋଗୋଲଙ୍କ‘Inspector general’ନାଟକର ଅନୁସରଣରେ
  • ନାଲିପାନ ରାଣୀ କଳାପାନ ଟୀକା(୧୯୬୮)
  • ନିଜପ୍ରତିନିଧିଙ୍କ ଠାରୁ(୧୯୬୮)
  • ଶୁଣ ସୁଜନେ(୧୯୬୯)
  • ମୃଗୟା(୧୯୭୦)- ପରୀକ୍ଷାଧର୍ମୀ ନାଟକ
  • ସମ୍ରାଟ୍ (୧୯୭୨)- କାମ୍ୟୁଙ୍କର ‘କାଲିଗୁଲା’ ନାଟକ ଅନୁସରଣରେ
  • ବୃତ୍ତେ(୧୯୮୧)- ବର୍ଣ୍ଣାଡସଙ୍କ ‘On the rocks’ରୁ
  • ଦୃଶ୍ୟ
  • ଡାଆଣୀ
  • ବଇଁଶୀ
  • ତନ୍ଦ୍ରା
  • ବ୍ୟର୍ଥଲଗ୍ନ
  • ସ୍ୱର୍ଗମର୍ତ୍ତ୍ୟ
  • ଛଦ୍ମବେଶୀ
  • ସୋ
  • ନିର୍ଦ୍ଧାରିତ ଶିଳ୍ପୀଙ୍କ ଅନୁପସ୍ଥିତିରେ
  • ପ୍ରଥମ ଦୃଶ୍ୟ

ଦୁରଦର୍ଶନ ଧାରାବହିକ

  • ସତ୍ୟ
  • ସାଧୁ ସାବଧାନ

ସମ୍ମାନ ଓ ପୁରସ୍କାର

  • ସିନେକ୍ରିଟିକ ପୁରସ୍କାର
  • ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
  • ୧୯୫୭ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟୋକତ୍ସବରେ ସର୍ବଶ୍ରେଷ୍ଠ ନାଟକ ରୂପେ 'ବହ୍ନି' ପୁରସ୍କୃତ ହେଇଥିଲା ।

ମୃତ୍ୟୁ

୨୦୦୪ ମସିହା, ଡିସେମ୍ବର ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।

ଆଧାର

Tags:

ବିଶ୍ୱଜିତ ଦାସ ଜୀବନୀବିଶ୍ୱଜିତ ଦାସ ରଚନାବଳୀବିଶ୍ୱଜିତ ଦାସ ସମ୍ମାନ ଓ ପୁରସ୍କାରବିଶ୍ୱଜିତ ଦାସ ମୃତ୍ୟୁବିଶ୍ୱଜିତ ଦାସ ଆଧାରବିଶ୍ୱଜିତ ଦାସଅହଲ୍ୟା (ଓଡ଼ିଆ କଥାଚିତ୍ର)ଓଡ଼ିଆ ଭାଷାକାବେରୀ (୧୯୮୩ର କଥାଚିତ୍ର)ଗୌରୀ (୧୯୭୯ର ସିନେମା)ତୁଣ୍ଡ ବାଇଦନାଗଫାସନିଝୁମ ରାତିର ସାଥୀ (୧୯୭୯ର ଓଡ଼ିଆ କଥାଚିତ୍ର)ପ୍ରିୟତମା

🔥 Trending searches on Wiki ଓଡ଼ିଆ:

ଇଂରାଜୀ ଭାଷାଦଣ୍ଡ ନାଟଓଡ଼ିଆ ଲିପିଆଦିଶଙ୍କରପ୍ରସନ୍ନ କୁମାର ଦାସମହର୍ଷି ଗୌତମରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଭାରତୀୟ ଜନଗଣନାଖାରବେଳଆମାଜନ୍.କମ୍‌ଗଙ୍ଗାଧର ମେହେରରାମଚନ୍ଦ୍ର ବେହେରାକେବେ ତମେ ନାହଁ କେବେ ମୁଁ ନାହିଁକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଳବାୟୁସାରଳା ଦାସପରି ମହଲନନ୍ଦ କିଶୋର ବଳଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)ଉତ୍କଳ ଦୀପିକାଚା’ରାମଶଙ୍କର ରାୟକେଦାରନାଥ ମନ୍ଦିରରେବତୀ (କ୍ଷୁଦ୍ରଗଳ୍ପ)ଚନ୍ଦ୍ରଗୁପ୍ତକରଣ (ଜାତି)ପଦାର୍ଥବାଲେଶ୍ୱରଗୁଣ୍ଡିଚା ମନ୍ଦିରବିଶ୍ୱନାଥ କରଅଶୋକ (ସମ୍ରାଟ)ନବଯୌବନ ବେଶବର୍ଷାଛତ୍ରପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହନୁମାନମୁଡ଼ି ନାଏକୋମହାପାତ୍ର ନୀଳମଣି ସାହୁସୁଦଶା ବ୍ରତନାନଦିଗରାଜ ବ୍ରହ୍ମାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜଗନ୍ନାଥ ମନ୍ଦିରବୈଦେହୀଶ ବିଳାସହୀରାକୁଦ ବନ୍ଧରବି ନାରାୟଣ ନନ୍ଦରକ୍ତରାଜକିଶୋର ପଟ୍ଟନାୟକପଶ୍ଚିମ ବଙ୍ଗବଲାଙ୍ଗୀରଚିଲିକା ହ୍ରଦଚଳନ୍ତି ଠାକୁରପୁଷ୍ଟିସାରସୁରମା ପାଢ଼ୀକଟକ ଜିଲ୍ଲାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରବିବାରପୋଇଓଡ଼ିଆ ରାମାୟଣମାଳତୀ ଚୌଧୁରୀକରାଚୀରୁକୁଣା ରଥଯାତ୍ରାଓଡ଼ିଆ କାବ୍ୟ କବିତାକୁଷ୍ଠବାଟମଙ୍ଗଳାହିନ୍ଦୁ ଧର୍ମ୨ (ସଂଖ୍ୟା)ଭାରତୀୟ ଜନତା ପାର୍ଟିପ୍ଲୁଟୋପଖାଳତାରିଣୀ ମନ୍ଦିର, ଘଟଗାଁଅର୍ଥଶାସ୍ତ୍ର🡆 More