ରବି ପଟ୍ଟନାୟକ: ଓଡ଼ିଆ ସାହିତ୍ୟିକ

ରବି ପଟ୍ଟନାୟକ (୧ ଅକ୍ଟୋବର ୧୯୩୫ - ୩ ଜୁନ, ୧୯୯୧) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ୱ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।

ରବି ପଟ୍ଟନାୟକ
ଜନ୍ମ(1935-10-21)୨୧ ଅକ୍ଟୋବର ୧୯୩୫
ମୃତ୍ୟୁ୩ ଜୁନ ୧୯୯୧(1991-06-03) (ବୟସ ୫୫)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଭୂତତ୍ତ୍ୱ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଭୂତତ୍ତ୍ୱବିଦ
ଉଲ୍ଲେଖନୀୟ କୃତିଅସାମାଜିକର ଡାଏରୀ
ଜୀବନସାଥୀବିଜୟଲକ୍ଷ୍ମୀ ପଟ୍ଟନାୟକ
ପିତାମାତା(s)କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସୁନ୍ଦରମଣି ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨

ଜୀବନୀ

ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ, ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ୱରେ ସ୍ନାତକୋତ୍ତର ହାସଲ କରିଛନ୍ତି । ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ୱବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ ।

ଭୁବନେଶ୍ୱରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ୱର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।

ରଚନାବଳୀ

  • ଅସମାଜିକର ଡାଏରୀ (୧୯୬୪)
  • ଅନ୍ଧଗଳିର ଅନ୍ଧକାର (୧୯୭୨)
  • ରାଗତୋଡି (୧୯୭୯)
  • ବହୁରୂପୀ (୧୯୭୯)
  • ହିରଣ୍ୟଗର୍ଭ (୧୯୮୨)
  • ଗଳ୍ପ (୧୯୮୨)
  • ବିଷୁବରେଖା (୧୯୮୩)
  • ରାଜାରାଣୀ (୧୯୮୭)
  • ବନ୍ଧ୍ୟାଗାନ୍ଧାରୀ (୧୯୮୮)
  • ଅମରିଲତା (୧୯୯୦)
  • ବିଚିତ୍ରବର୍ଣ୍ଣା (୧୯୯୧)
  • ଛାୟା ପୁତ୍ରର କାଳ (୧୯୯୧)
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ (୧୯୯୨)
  • ପ୍ରେମ ଓ ପ୍ରତିମା (୧୯୯୩)
  • ମେଘମହ୍ଲାର (୧୯୯୫)
  • ଅବିନଶ୍ୱର (୧୯୯୫)
  • ପ୍ରଜାପତିର ଘର (୧୯୯୬)
  • ଗଳ୍ପ ସମଗ୍ର ୧ମ ଭାଗ (୨୦୦୮)
  • ଗଳ୍ପ ସମଗ୍ର ୨ୟ ଭାଗ (୨୦୧୦)
  • ରତ୍ନାକର

ପୁରସ୍କାର ଓ ସମ୍ମାନ

ଆଧାର

Tags:

ରବି ପଟ୍ଟନାୟକ ଜୀବନୀରବି ପଟ୍ଟନାୟକ ରଚନାବଳୀରବି ପଟ୍ଟନାୟକ ପୁରସ୍କାର ଓ ସମ୍ମାନରବି ପଟ୍ଟନାୟକ ଆଧାରରବି ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

କାଜାଖସ୍ତାନକଳାହାଣ୍ଡି ଜିଲ୍ଲାଶ୍ରୀଜଙ୍ଗବାଣନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାଓଡ଼ିଶା ଉଚ୍ଚ ନ୍ୟାୟାଳୟଭଦ୍ରକ ଜିଲ୍ଲାକଳିଙ୍ଗ ଯୁଦ୍ଧଅର୍ଥଶାସ୍ତ୍ରବୁଧନ ମୁର୍ମୁଭୁବନେଶ୍ୱର ବେହେରାକୃଷ୍ଣପ୍ରସାଦ ମିଶ୍ରଓଡ଼ିଆ କବି ମାନଙ୍କର ତାଲିକାତାରିଣୀ ମନ୍ଦିର, ଘଟଗାଁବିଷ୍ଣୁସରଳା ଦେବୀଶାନ୍ତନୁ କୁମାର ଆଚାର୍ଯ୍ୟନିତ୍ୟାନନ୍ଦ ଶତପଥୀପାଳଙ୍ଗମିଳିମିଳାଇଣ୍ଟରନେଟରାମ ନବମୀଓଡ଼ିଆ ସାହିତ୍ୟର ଇତିହାସରଜଛଉ ନାଚବୁଦ୍ଧ ପୂର୍ଣ୍ଣିମାସିଦ୍ଧାନ୍ତ ମହାପାତ୍ରଓଡ଼ିଆ କାବ୍ୟ କବିତାକୋଣାର୍କ ସୂର୍ଯ୍ୟ ମନ୍ଦିରବାଘସୁଧାକର ନନ୍ଦଅଇଘରାଇରମଜାଭା (ପ୍ରୋଗ୍ରାମିଂ ଭାଷା)ଝୋଟି ଚିତାଖୋର୍ଦ୍ଧାପାଳୁଅ୨ (ସଂଖ୍ୟା)ପ୍ରଦୂଷଣବିଜୟ ମିଶ୍ରମାଦଳା ପାଞ୍ଜିନବଗୁଞ୍ଜରଅଷ୍ଟ୍ରେଲିଆଥାଲାସେମିଆଦ୍ରୌପଦୀ ମୁର୍ମୁଉତ୍କଳ ଦୀପିକାଚଳନ୍ତି ଠାକୁରମଧୁସୂଦନ ରାଓଏ. ପି. ଜେ. ଅବଦୁଲ କଲାମଚନ୍ଦ୍ରଶେଖର ନନ୍ଦଚୈତ୍ର ପୂର୍ଣ୍ଣିମାଲିନକ୍ସ ବଣ୍ଟନଭାରତୀୟ ଜନତା ପାର୍ଟିବିଦ୍ୟୁତତ୍ରିଭୁଜବିଶ୍ୱନାଥ କରପଠାଣି ସାମନ୍ତଜୟୀରାମ ସାମଲଜାପାନୀ ଭାଷାମନୋଜ ଦାସଓଡ଼ିଶାର ସଂସ୍କୃତିକୃପାସିନ୍ଧୁ ମିଶ୍ରବୈକୁଣ୍ଠନାଥ ପଟ୍ଟନାୟକକାଳିନ୍ଦୀ ଚରଣ ପାଣିଗ୍ରାହୀ🡆 More