ମାର୍କଣ୍ଡେୟ ପୁରାଣ

ମାର୍କଣ୍ଡେୟ ପୁରାଣ ହେଉଛି ଦେବୀ ଉପାସନାର ମୌଳିକ ତଥା ପ୍ରଧାନ ଶାସ୍ତ୍ର । ଭଗବାନ ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣ ୯୦୦୦ ଶ୍ଳୋକ ବିଶିଷ୍ଟ ଓ ୧୩୭ ଅଧ୍ୟାୟରେ ବିଭକ୍ତ । ଏହି ପୁରାଣର ସୌରଭ ହେଉଛି ଶ୍ରୀ ଦୁର୍ଗା ସପ୍ତଶତୀ ।

ମହତ୍ୱ

ମାର୍କଣ୍ଡେୟ ପୁରାଣର ୮୧ ଅଧ୍ୟାୟଠାରୁ ୯୩ ଅଧ୍ୟାୟ ପର୍ଯ୍ୟନ୍ତ ସାତଶହ ମନ୍ତ୍ରରେ ମହାମାୟାଙ୍କ ଚରିତ ବର୍ଣ୍ଣିତ , ଯାହାକୁ ଶ୍ରୀ ଦୁର୍ଗା ସପ୍ତଶତୀ କୁହାଯାଏ । ସକଳ ପୂଜକ ଦେବୀ ପୂଜା ସମୟରେ ଏହା ଏକାଗ୍ରତାର ସହିତ ପାଠ କରିଥାନ୍ତି । ଏହି ସାତଶହ ମନ୍ତ୍ର ଶ୍ରୀ ଶ୍ରୀ ଚଣ୍ଡୀରୂପେ ମାନ୍ତ୍ରିକ ମାନ୍ୟତାପ୍ରାପ୍ତ । ଜଗଜ୍ଜନନୀଙ୍କ ଷୋଡ଼ଶଦିନାତ୍ମକ ଶାରଦୀୟ ଦୁର୍ଗାତ୍ସବ , ବାସନ୍ତୀକ ଦୁର୍ଗାପୂଜା , ନବରାତ୍ର ତଥା ତ୍ରିଦିନାତ୍ମକ ପୂଜାରେ ଏହି ସାତଶହ ମନ୍ତ୍ର ଶୁଦ୍ଧ ଓ ନିଷ୍ଠାର ସହିତ ପାଠ କରାଯାଏ । ଏହି ମନ୍ତ୍ର ସମୂହରେ ଶ୍ରୀଚଣ୍ଡୀଙ୍କର ଗୁଣ କୀର୍ତ୍ତନ କରାଯାଇଥିବାରୁ ସାଧାରଣରେ ଏହାକୁ ଚଣ୍ଡୀଗୁଣିବା କୁହାଯାଏ । ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଏହି ସାତଶହ ମନ୍ତ୍ର ବିବିଧ ପୁରୁଷାର୍ଥ ସାଧିକା , କର୍ମ ଭକ୍ତିଜ୍ଞାନୋତ୍ତମ ସିଦ୍ଧାନ୍ତ ପ୍ରତିପାଦିକା , ବେଦବେଦାନ୍ତତତ୍ତ୍ୱ ପ୍ରକାଶିକା , ସକଳ ଭକ୍ତାଭୀଷ୍ଟ ବରପ୍ରଦା , ଅଭୟଦା ଏବଂ ଅଶରଣକାରପ୍ରଦା ମନ୍ତ୍ର ରୂପେ ମହିମାମଣ୍ଡିତ । ଏହି ମନ୍ତ୍ର ସମୂହରେ ଭଗବତୀ ଦୁର୍ଗାଙ୍କର ତିନିଗୋଟି ଚରିତ୍ର ବର୍ଣ୍ଣିତ । ଶେଷରେ ଥିବା ଉତ୍ତର ଚରିତରେ ଦେବୀ ହେଉଛନ୍ତି ମହାସରସ୍ୱତୀ । ଏହି ଚରିତରେ ଦେବଗଣଙ୍କ କତ୍ତୃକ ଦେବୀ ସ୍ତୁତି , ଦେବୀ ଓ ଦୂର ସମ୍ବାଦ , ଧୂମ୍ରଲୋଚନ ବଧ ,ଚଣ୍ଡମୁଣ୍ଡ ବଧ , ରକ୍ତବୀଜ ବଧ , ନିଶୁମ୍ଭ ବଧ ,ଶୁମ୍ଭ ବଧ , ନାରାୟଣୀ ସ୍ତୁତି , ଫଳସ୍ତୁତି ଓ ଦେବୀଙ୍କ ବରଦାନ ବର୍ଣ୍ଣିତ ।

ପୌରାଣିକ

ମାର୍କଣ୍ଡେୟ ପୁରାଣୋକ୍ତ ଦେବୀ ଚରିତ ବର୍ଣ୍ଣନାନୁଯାୟୀ ମେଧା ଋଷିଙ୍କଠାରୁ ମାହାମାୟଙ୍କର ଚରିତ ଶ୍ରବଣ କରିବା ପରେ ସୁରଥ ରାଜା ଓ ସମାଧି ବୈଶ୍ୟ ପରମାନନ୍ଦ ଲାଭ କରିଥିଲେ ତଥା ନଦୀକୂଳରେ ଦେବୀଙ୍କର ମୃଣ୍ମୟୀ ନିର୍ମାଣ ଓ ପ୍ରତିଷ୍ଠା ପୂର୍ବକ ଶାସ୍ତ୍ରୀୟ ବିଧିରେ ପୂଜା କରିଥିଲେ । ପରବର୍ତ୍ତୀ କାଳରେ ମୃଣ୍ମୟୀ ମୁର୍ତ୍ତିପୂଜା ବ୍ୟକ୍ତିଗତ , ପାରିବାରିକ ଓ ସାମାଜିକ ଉପାସନାର ରୂପ ଗ୍ରହଣ କରିଥିଲା ।

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢ଼ନ୍ତୁ

  • Mani, Vettam. Puranic Encyclopedia. 1st English ed. New Delhi: Motilal Banarsidass, 1975.

ବାହାର ତଥ୍ୟ

Tags:

ମାର୍କଣ୍ଡେୟ ପୁରାଣ ମହତ୍ୱମାର୍କଣ୍ଡେୟ ପୁରାଣ ପୌରାଣିକମାର୍କଣ୍ଡେୟ ପୁରାଣ ଆହୁରି ଦେଖନ୍ତୁମାର୍କଣ୍ଡେୟ ପୁରାଣ ଆଧାରମାର୍କଣ୍ଡେୟ ପୁରାଣ ଆହୁରି ପଢ଼ନ୍ତୁମାର୍କଣ୍ଡେୟ ପୁରାଣ ବାହାର ତଥ୍ୟମାର୍କଣ୍ଡେୟ ପୁରାଣଦୁର୍ଗା

🔥 Trending searches on Wiki ଓଡ଼ିଆ:

ମନମୋହନ ସାମଲଜଳବାୟୁମୟୂରଭଞ୍ଜ ଜିଲ୍ଲାଓଡ଼ିଆ ସାହିତ୍ୟବାଲେଶ୍ୱର ଜିଲ୍ଲାବର୍ଷାହରେକୃଷ୍ଣ ମହତାବବନମାଳୀ ଦାସଉଇକିପିଡ଼ିଆ ସମୂହର ତାଲିକାପ୍ରଣବ ପ୍ରକାଶ ଦାସପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଓଡ଼ିଶୀ ସଙ୍ଗୀତକଙ୍କାଳଛବିଳ ମଧୁ ବର୍ଣ୍ଣବୋଧସିଦ୍ଧାନ୍ତ ମହାପାତ୍ରମିନାକ୍ଷୀ ମହନ୍ତଗଙ୍ଗାଧର ମେହେରଜନ ଗଣ ମନଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାକତରମହେନ୍ଦ୍ର ସିଂହ ଧୋନିପାଇସଚ୍ଚି ଦାସମୋରାରଜୀ ଦେଶାଇତନ୍ଦ୍ରାଲୋକର ପ୍ରହରୀବେଣୁଧର ରାଉତକଳିକେଶ ନାରାୟଣ ସିଂହଦେଓଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାମଧୁସୂଦନ ଦାସପରଜା ଜନଜାତିପଶ୍ଚିମ ଓଡ଼ିଶାପ୍ରଦୂଷଣକିଶୋର ପାଣିଗ୍ରାହୀଫେବୃଆରୀନରେନ୍ଦ୍ର ମୋଦୀଭଗବତ ଗୀତାନୀଳଚକ୍ରମାସବବ୍‌ଲିଚାଣକ୍ୟଗୋପୀନାଥ ମହାନ୍ତିସାମାଜିକ ବିଜ୍ଞାନଜ୍ଞାନପୀଠ ପୁରସ୍କାରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିପୁନମ ମିଶ୍ରଜଗନମୋହ‌ନ ଲାଲଆର୍ତ୍ତବଲ୍ଲଭ ମହାନ୍ତିଅକ୍ଷୟ ତୃତୀୟାଭରତେଶ୍ୱର ମନ୍ଦିରନୀଳକଣ୍ଠ ଦାସଅପର୍ଣ୍ଣା ମହାନ୍ତିହିନ୍ଦୁ ସମୟ ଗଣନାପଦ୍ମ ଫୁଲସୂର୍ଯ୍ୟ ଦେବତାଜଗନ୍ନାଥ ମନ୍ଦିର, ବାରିପଦା୧୭ ଡିସେମ୍ବରଜୈନ ଧର୍ମବୁଦ୍ଧ ପୂର୍ଣ୍ଣିମାଓଡ଼ିଆ ସାହିତ୍ୟର ଇତିହାସଅଖିଳ ମୋହନ ପଟ୍ଟନାୟକଜଗନ୍ନାଥଙ୍କ ଷୋଳକଳାଅଗ୍ନିଭୂଗୋଳଓଡ଼ିଆ ରାନ୍ଧଣାଟିକୋନାଜୋଲରସାବଳିଚନ୍ଦକା ହାତୀ ଅଭୟାରଣ୍ୟପ୍ରତୀକ୍ଷା🡆 More