ବିଲେଇ

ବିଲେଇ ଏକ ମାଂସା ହାରୀ ସ୍ତନପାୟୀ ପ୍ରାଣୀ ଅଟେ । ତାହାର ଶୁଣିବା ଓ ଶୁଙ୍ଘିବାର ଶକ୍ତି ପ୍ରଖର ଅଟେ ।ସେ କମ ଆଲୋକ ଏବଂ ଅନ୍ଧାର ରାତିରେ ମଧ୍ୟ ଦେଖିପାରେ । ପାଖାପାଖି ୯୫୦୦ବର୍ଷରୁ ବିଲେଇ ମନୁଷ୍ୟର ସାଥି ରୂପେ ରହିଛି । ପ୍ରାକୃତିକ ରୂପେ ସେମାନଙ୍କ ଜୀବନକାଳ ପାଖାପାଖି 15 ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।

ବିଲେଇ

ବିଲେଇମାନଙ୍କ ଶକ୍ତିଶାଳୀ ଶରୀର ସହିତ ତୀକ୍ଷଣ ଦାନ୍ତ, ଚିଲ ଆଖି, ସଂକୁଚନ ଯୁକ୍ତ ପଞ୍ଝା ରହିଥାଏ । ମାନବର କାନ ପରି ବିଲେଇ ମଧ୍ୟ ଧୀର ଆବାଜକୁ ସହଜରେ ଶୁଣିପାରେ ଏବଂ ଘନ ଅନ୍ଧାରରେ ନିଜ ଶିକାରକୁ ଶିକାର କରିପାରେ । ସ୍ତନଧାରୀ ପ୍ରାଣୀ ମାନଙ୍କ ପରି ଏମାନଙ୍କ ରଙ୍ଗ ଦୃଷ୍ଟି ମନୁଷ୍ୟଠାରୁ ପ୍ରାୟ କମଜୋର ଅଟେ କିନ୍ତୁ ଶୁଙ୍ଘିବାର ଶକ୍ତି ଅଧିକ ରହିଥାଏ ।

ଏକାନ୍ତରେ ଶିକାର କରିବା ସତ୍ତ୍ୱେ, ବିଲେଇମାନେ ସାମାଜିକ ପ୍ରାଣୀ ମଧ୍ୟ ଅଟନ୍ତି । ଏମାନଙ୍କ ନିଜ ନିଜ ମଧ୍ୟରେ ସଞ୍ଚାରର ସାଧନ ଅଲଗା ଅଲଗା ପ୍ରକାର ସ୍ୱର , ରାସାୟନିକ ତତ୍ତ୍ୱ (ଫେରୋମୋନ) ଓ ବିଲେଇ ବିଶେଷ ଶାରୀରିକ ଭାଷାର ପ୍ରକାର ଅଟନ୍ତି ।

ବିଲେଇମାନେ ପ୍ରାଚୀନ ମିଶ୍ର ଯୁଗରେ ପୂଜନୀୟ ପ୍ରାଣୀ ଥିଲେ, ସେହିଠାରେ ହିଁ ସେମାନଙ୍କୁ ପୋଷା (ପାଳିତ) ବନିଆ ଯାଇଥିଲା , କିନ୍ତୁ ପୋଷା ବନେଇବାର କିଛି ସଙ୍କେତ ପ୍ରଥମ ଘଟଣା ନବପାଷାଣ ଯୁଗରେ ମଧ୍ୟ ମିଳିଥିଲା ।

2007 ମସିହାର ଏକ ଅନୁବଂଶୀକ ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ସମସ୍ତ ପାଳିତ ବିଲେଇ ମଧ୍ୟ ପୂର୍ବ ଅଞ୍ଚଳ (ପାଖାପାଖି 8000 ଶତାବ୍ଦୀ ପୂର୍ବ)ର ପାଞ୍ଚୋଟି ମାଈ ବିଲେଇ ଆଫ୍ରିକା ଜଙ୍ଗଲ ବିଲେଇ (Felis silvestris lybica)ର ବଂଶଜ ଅଟନ୍ତି । ବିଲେଇ ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ପ୍ରାଣୀ ଭାବେ ସମାଜ ସ୍କନ୍ଧ ହୋଇପାରିଛି । ଏମାନେ ମଣିଷ ମାନଙ୍କ ସହିତ ମଧ୍ୟ ବସବାସ କରିଥାନ୍ତି ।

ଅନୁବଂଶୀକ

ପାଳିତ ବିଲେଇ ଏବଂ ସେମାନଙ୍କ ସବୁଠାରୁ ପାଖ ଜଙ୍ଗଲୀ ପୂର୍ବଜ, ଦୁଇଜଣ ହିଁ ଦ୍ୱିଗୁଣ ସୂତ୍ରକ (ଡ଼ିପ୍ଲାଇଡ) ପ୍ରାଣୀ ଅଟନ୍ତି ଯାହାଙ୍କ ପାଖେ 38 ଗୁଣସୂତ୍ର (କ୍ରମଜୋମ) ଏବଂ ପାଖାପାଖି 20,000 ଜିନ ରହିଥାଏ । ବିଲେଇ ମାନଙ୍କ ପାଖାପାଖି 250 ପ୍ରକାର ଅନୁବଂଶୀକ ରୋଗ ଜଣାପଡିଛି ଯେଉଁଥିରେ କାଫି ମାନବୀୟ ଜନ୍ମଜାତ ଗଡ଼ବଡ଼ ସମାନ ଅଟେ । ଏହି ସ୍ତନଧାରୀ ଜୀବର ଚୟାପଚୟର ସମାନତାକୁ ନଜରରେ ରଖି ବିଲେଇ ମାନଙ୍କ ବହୁ ରୋଗ ସେହି ଅନୁବଂଶୀକ ପରୀକ୍ଷଣ ସହିତ ଯାଞ୍ଚ କରାଯାଏ ଯାହା ଆରମ୍ଭରୁ ମନୁଷ୍ୟ ମାନଙ୍କ ପାଇଁ ତିଆରି ହୋଇଥିଲା ଏବଂ ଏହିପ୍ରକାରେ ମନୁଷ୍ୟର ବହୁ ରୋଗର ଅନୁସନ୍ଧାନ ପାଇଁ ବିଲେଇ ମାନଙ୍କ ଜୀବନ ସୂତ୍ରରେ ବ୍ୟବହାର କରାଯାଏ ।

ବିଲେଇ ଓ ମଣିଷ

ୟୁରୋପ ଓ ଉତ୍ତର ଆମେରିକାରେ ବିଲେଇ ସାଧାରଣତଃ ପାଳିତ ପ୍ରାଣୀ ଅଟନ୍ତି ଏବଂ ସମଗ୍ର ଦୁନିଆରେ ଏମାନଙ୍କ କୂଳ ଗଣତି 50 କୋଟିରୁ ଅଧିକ ଅଟେ । ବିଲେଇ ପାଳନ ଅଧିକତର ସ୍ତ୍ରୀ ମାନଙ୍କ ସହିତ ଯୋଡ଼ାଯାଏ, କିନ୍ତୁ 2007 ମସିହାରେ (Gallup) ସଂକେତ ଦେଇଥିଲେ କି, ପୁରୁଷ ଓ ମହିଳା ମାନଙ୍କ ବିଲେଇ ରଖିବାର ସମ୍ଭାବନା ଏକ ପ୍ରକାର ଅଟେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରାମାନୁଜ ଆଚାର୍ଯ୍ୟ୩ (ସଂଖ୍ୟା)ତରଳ ଝାଡ଼ାକୁଷ୍ଠରାମଚନ୍ଦ୍ର ବେହେରାଗଞ୍ଜାମ ଜିଲ୍ଲାମାସବଲାଙ୍ଗୀରଅପରେଟିଙ୍ଗ ସିଷ୍ଟମରକ୍ତଡଙ୍ଗାମସ୍କୋପ୍ଲୁଟୋଜାନକୀ ବଲ୍ଲଭ ପଟ୍ଟନାୟକସୁଧାକର ନନ୍ଦବ୍ୟଞ୍ଜନ ବର୍ଣ୍ଣବେଲInotuzumab ozogamicinମହାପାତ୍ର ନୀଳମଣି ସାହୁଡିଡାନୋସିନଖୋର୍ଦ୍ଧା୫ ଜୁନଥାଲାସେମିଆଭଗବତୀ ଦେଉଳବାବୁଶାନ୍ଇନକ୍ଲିସିରାନମାଣବସା ଗୁରୁବାରଏକାଦଶୀକେଦାରନାଥ ମନ୍ଦିରରଥପ୍ରସନ୍ନ ଆଚାର୍ଯ୍ୟସଉରାଏଣ୍ଟ୍ରେକ୍ଟିନିବନବଯୌବନ ବେଶସାନିଆ ମିର୍ଜାହାତ୨ (ସଂଖ୍ୟା)ବରଗଡ଼ ଜିଲ୍ଲାଆହାର ଯୋଜନାଚା’ନବକୃଷ୍ଣ ଚୌଧୁରୀପାଳଙ୍ଗକିଶୋରୀ ଚରଣ ଦାସସର୍ବପଲ୍ଲୀ ରାଧାକୃଷ୍ଣନରୋହିତ ପୂଜାରୀଛଉ ନାଚବାଲେଶ୍ୱରରାଜେନ୍ଦ୍ର କିଶୋର ପଣ୍ଡାରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇସଲାମ ଧର୍ମକାହ୍ନୁଚରଣ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରସୁଦଶା ବ୍ରତକବିସୂର୍ଯ୍ୟ ବଳଦେବ ରଥ୧୨ ଅପ୍ରେଲଶିଶୁପାଳଗଡ଼ଫତୁରାନନ୍ଦଦିନଗୁରୁପ୍ରସାଦ ମହାନ୍ତିଦଶହରାପଶ୍ଚିମ ଓଡ଼ିଶାଭାରତୀୟ ଜନଗଣନାମେକ୍ସିକୋଚନ୍ଦ୍ରଶେଖର ରଥ🡆 More