ବିଦ୍ୟା ବଲାନ: ଭାରତୀୟ ଅଭିନେତ୍ରୀ

‌ବିଦ୍ୟା ବଲାନ‌ (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ବିଦ୍ୟା ହିନ୍ଦୀ କଥାଚିତ୍ରରେ ମୁଖ୍ୟତଃ ଅଭିନୟ କରନ୍ତି । ବିଦ୍ୟା ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ‌ହ ୫ଟି ଫିଲ୍ମ‌ଫେୟାର ଏବଂ ୫ଟି ସ୍କ୍ରିନ୍ ଆୱାର୍ଡ଼ ପାଇଛନ୍ତି । ୨୦୧୪ରେ ବିଦ୍ୟାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।

ବିଦ୍ୟା ବଲାନ
Vidya Balan is smiling at the camera
୨୦୧୫ରେ ବିଦ୍ୟା
ଜନ୍ମ (1979-01-01) ୧ ଜାନୁଆରୀ ୧୯୭୯ (ବୟସ ୪୫)
ଚେମ୍ବୁର, ମୁମ୍ବାଇ, ଭାରତ
ଶିକ୍ଷାନୁଷ୍ଠାନମୁମ୍ବାଇ ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୫, ୨୦୦୩-ଏବେଯାଏଁ
ବୈବାହିକ-ସାଥୀସିଦ୍ଧାର୍ଥ ରାୟ କପୁର (୨୦୧୨–ଏବେଯାଏଁ)

୨୦୦୭ରେ ବିଦ୍ୟାଙ୍କ ଅଭିନୀତ ଚଳଚ୍ଚିତ୍ର ‌ହେ ବେବି‌ ତାଙ୍କ ଜୀବନରେ ଏକ ବଡ଼ ସଫଳତା ଆଣିଥିଲା । ଏହା ପରେ ୨୦୦୮ରେ ‌କିସ୍ମତ୍ କେନେକ୍ସନ୍‌ରେ ବିଦ୍ୟାଙ୍କର ଅଭିନୟ ପାଇଁ ତାଙ୍କୁ କିଛି ନାକାରତ୍ମକ ମତ ମିଳିଥିଲେ ମଧ୍ୟ ତାଙ୍କୁ ସଫଳ କରିବାରେ ସାହାଯ୍ୟ କରିଥିଲା । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ୨୦୦୯ରେ ‌ପା‌, ୨୦୧୦ରେ ‌ବ୍ଲାକ୍ ମନି‌, ‌ଇସ୍କିୟା‌, ୨୦୧୧ରେ ‌ନୋ ୱାନ୍ କିଲ୍ଲ୍‌ଡ୍ ଜେସିକା‌, ‌ଦ ଡାର୍ଟି ପିକ୍ଚରସ୍‌ ଏବଂ ୨୦୧୨ର ‌କାହାଣୀ‌ । ୨୦୧୬ରେ କାହାଣୀ ଚଳଚ୍ଚିତ୍ର ଦ୍ୱିତୀୟ ଭାଗ ମଧ୍ୟ ‌କାହାଣୀ-୨‌ ମୁକ୍ତିଲାଭ କରିଥିଲା ।

ବିଦ୍ୟା ଚଳଚ୍ଚିତ୍ରରେ ଅଭିନୟ କରିବା ସ‌ହ ମହିଳ ସଶକ୍ତିକରଣ ଏବଂ ମାନବାଧିକାର ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସେ ଏହିଭଳି ବିଭିନ୍ନ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ବିଦ୍ୟା ସ୍ୱଚ୍ଛ ଭାରତର ଏବଂ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଛନ୍ତି । ବିଦ୍ୟା ତାଙ୍କର ଅଧିକ ଓଜନ ପାଇଁ ପ୍ରଥମରୁ ବିଭିନ୍ନ କଟାକ୍ଷର ଶିକାର ହୋଇଥିଲେ ମାତ୍ର ପରେ ସେ କାହାକୁ ଖାତିର ନ କରି ସେହିଭଳି ରହିବାରୁ ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ । ଚଳଚ୍ଚିତ୍ର ନିର୍ମାତା ‌ସିଦ୍ଧାର୍ଥ ରାୟ କପୁର‌ଙ୍କୁ ବିଦ୍ୟା ୨୦୧୨ରେ ବିବାହ କରିଥିଲେ ।

ପ୍ରାରମ୍ଭିକ ଜୀବନ

ମୁମ୍ବାଇର ଚେମ୍ବୁରଠାରେ ବିଦ୍ୟା ୧ ଜାନୁଆରୀ ୧୯୭୯ରେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବିଦ୍ୟାଙ୍କର ପିତା ପି. ଆର୍. ବଲାନ ଡିଜିକେବୁଲ୍‌ର ଉପ-ସଭାପତି ଏବଂ ମାଆ ସରସ୍ୱତୀ ବଲାନ ଜଣେ ଗୃହିଣୀ । ବିଦ୍ୟା ତାଙ୍କ ଘରେ ଉଭୟ ତାମିଲ ଏବଂ ମାଲାୟଲମ୍ ଭାଷାରେ କଥା ହୁଅନ୍ତି . ବିଦ୍ୟାଙ୍କର ବଡ଼ ଭଉଣୀ ପ୍ରିୟା ବଲାନ ବିଜ୍ଞାପନରେ କାମ କରନ୍ତି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟାମଣି ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ।

ଅଭିନୟ ଜୀବନ

ବିଦ୍ୟା ତାଙ୍କର ସ୍ନାତକୋତ୍ତର ହାସଲ କରିବା ପରେ ଅଭିନେତା ମୋହନଲାଲଙ୍କ ସ‌ହ ଏକ ଚଳଚ୍ଚିତ୍ର ‌ଚକ୍ରମ୍‌‌ରେ ଅଭିନୟ କରିବା ପାଇଁ ସୁଯୋଗ ପାଇଥିଲେ ଏବଂ ଏଥି ସ‌ହିତ ସେ ୧୨ଟି ମାଲାୟଲମ୍ ଚଳଚ୍ଚିତ୍ରରେ କାମ ପାଇଥିଲେ । ମାତ୍ର ଏହି ସମୟରେ ବିଦ୍ୟା ପାଇଥିବା କୌଣସି ଚଳଚ୍ଚିତ୍ରର କାମ ଆରମ୍ଭ ହୋଇପାରିନଥିଲା । ତେଣୁ ପ୍ରଯୋଜକମାନେ ବିଦ୍ୟାଙ୍କୁ ଅଲକ୍ଷଣୀ ବୋଲି କଟାକ୍ଷ କରିଥିଲା ।

ତେଣୁ ବିଦ୍ୟା ମାଲାୟଲମ୍ ଚଳଚ୍ଚିତ୍ରକୁ ଛାଡ଼ି ତାମିଲ ତଳଚ୍ଚିତ୍ରରେ ଗୁରୁତ୍ୱ ଦେଇଥିଲେ । ୨୦୦୧ରେ ସେ ଏକ ତାମିଲ ଚଳଚ୍ଚିତ୍ର ‌ରନ୍‌‌ରେ ସୁଯୋଗ ପାଇଥିଲେ, ମାତ୍ର କିଛିଦିନର ସୁଟିଂ କରିବା ପରେ ସେହି ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଜାଗାରେ ‌ମୀରା ଜସ୍ମିନ‌ଙ୍କୁ ନିଆଯାଇଥିଲା । ଏହାପରେ ବିଦ୍ୟା କିଛି ତାମିଲ ଚଳଚ୍ଚିତ୍ରରେ ସୁଯୋଗ ପାଇଥିଲେ ମଧ୍ୟ ପରେ ତାଙ୍କୁ ସେହି ଚଳଚ୍ଚିତ୍ରରୁ ବାହାରିଯିବାକୁ ପଡ଼ିଥିଲା । ଏହାପରେ ୨୦୦୩ରେ ଅନ୍ୟ ଏକ ମାଲାୟମ୍ ଚଳଚ୍ଚିତ୍ର ‌କଲାରୀ ବିକ୍ରମନ୍‌‌ରେ ବିଦ୍ୟାଙ୍କୁ ସୁଯୋଗ ମିଳିଥିଲା ଏବଂ ସୁଟିଂ ଶେଷ ହେବାପରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା ।

ଚଳଚ୍ଚିତ୍ରରେ କାମ କରିବାରେ ବିଫଳ ହେବା ପରେ ବିଦ୍ୟା ପାଖାପାଖି ୬୦ଟି ବିଜ୍ଞାପନ ଏବଂ କଛି ଆଲବମ୍ ଗୀତରେ ଅଭିନୟ କରିଥିଲେ । ୨୦୦୩ରେ ବିଦ୍ୟାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାକି ଏକ ବଙ୍ଗଳା ଚଳଚ୍ଚିତ୍ର ଥିଲା । ‌ଭାଲୋ ଥେକୋ‌ ନାମକ ଚଳଚ୍ଚିତ୍ରରେ ପ୍ରଥମକରି ବିଦ୍ୟା ଅଭିନୟ ଜଗତରେ ପ୍ରବେଶ କଲେ ।

ବିଦ୍ୟା ୨୦୦୫ରେ ହିନ୍ଦୀ ଚଳଚ୍ଚିତ୍ର ‌ପରିଣୀତା‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ବିଦ୍ୟା ‌ଲଗେ ରହୋ ମୁନ୍ନା ଭାଇ‌, ‌ଗୁରୁ‌, ‌ହେ ବେବି‌, ‌ଭୁଲ୍ ଭେଲେୟା‌ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ବିଦ୍ୟାଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ରଗୁଡ଼ିକ ହେଲା: ‌ପା‌, ‌ଇସ୍କିୟା‌, ‌ଦ ଡାର୍ଟି ପିକ୍ଚର୍ସ‌, ‌କାହାଣୀ‌ ।

ଅଭିନୀତ କଥାଚିତ୍ର

  • ୨୦୦୩: ଭାଲୋ ଥେକୋ (ବଙ୍ଗଳା)
  • ୨୦୦୩: କଲାରୀ ବିକ୍ରମନ୍ (ମାଲାୟମ୍)
  • ୨୦୦୫: ପରିଣୀତା (ହିନ୍ଦୀ)
  • ୨୦୦୬: ଲଗେ ରହୋ ମୁନ୍ନା ଭାଇ
  • ୨୦୦୭: ଗୁରୁ
  • ୨୦୦୭: ସଲାମ ଇସ୍କ୍
  • ୨୦୦୭: ଏକଲବ୍ୟ
  • ୨୦୦୭: ହେ ବେବି
  • ୨୦୦୭: ଭୁଲ ଭୁଲେୟା
  • ୨୦୦୭: ଓମ୍ ଶାନ୍ତି ଓମ୍
  • ୨୦୦୮: ହାଲ୍ଲା ବୋଲ୍
  • ୨୦୦୮: କିସ୍ମତ୍ କନେକ୍ସନ୍
  • ୨୦୦୯: ପା
  • ୨୦୧୦: ଇସ୍କିୟା
  • ୨୦୧୧: ନୋ ୱାନ୍ କିଲ୍ଲ୍‌ଡ୍ ଜେସିକା
  • ୨୦୧୧: ଉର୍ମି
  • ୨୦୧୧: ଥ୍ୟାଙ୍କ୍ ୟୁ
  • ୨୦୧୧: ଦମ୍ ମାରୋ ଦମ୍
  • ୨୦୧୧: ଦ ଡାର୍ଟି ପିକ୍ଚର୍ସ
  • ୨୦୧୨: କାହାଣୀ
  • ୨୦୧୨: ଫରାରୀ କି ସବାରୀ
  • ୨୦୧୩: ବମ୍ବେ ଟକିଜ୍
  • ୨୦୧୩: ଘନ୍ ଚକର୍
  • ୨୦୧୩: ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା
  • ୨୦୧୩: ମହାଭାରତ
  • ୨୦୧୪: ସାଦି କେ ସାଇଡ୍ ଇଫେକ୍ଟସ୍
  • ୨୦୧୪: ବବି ଜାସୁସ୍
  • ୨୦୧୫: ହମାରି ଅଧୁରୀ କାହାଣୀ
  • ୨୦୧୬: ତିନ୍
  • ୨୦୧୬: ଏକ୍ ଆଲ୍‌ବେଲା
  • ୨୦୧୬: କାହାଣୀ-୨
  • ୨୦୧୭: ବେଗମ୍ ଜାନ୍
  • ୨୦୧୭: ତୁମ୍‌ହାରୀ ସୁଲୁ

ଆଧାର

ଅଧିକ ତ‌ଥ୍ୟ

Tags:

ବିଦ୍ୟା ବଲାନ ପ୍ରାରମ୍ଭିକ ଜୀବନବିଦ୍ୟା ବଲାନ ଅଭିନୟ ଜୀବନବିଦ୍ୟା ବଲାନ ଅଭିନୀତ କଥାଚିତ୍ରବିଦ୍ୟା ବଲାନ ଆଧାରବିଦ୍ୟା ବଲାନ ଅଧିକ ତ‌ଥ୍ୟବିଦ୍ୟା ବଲାନପଦ୍ମଶ୍ରୀ

🔥 Trending searches on Wiki ଓଡ଼ିଆ:

ଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ଭାଷା୧୧ ଅପ୍ରେଲହନୁମାନ ଜୟନ୍ତୀ୨୫ ନଭେମ୍ବରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କପିଳେନ୍ଦ୍ର ଦେବଲୋସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡକୃଷ୍ଣସୁଦାମ ମାରାଣ୍ଡିବଳଦେବଜୀଉ ମନ୍ଦିରଭୁବନେଶ୍ୱର ବେହେରା୨୦୧୪କବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ୟୁ ଟ୍ୟୁବବି. ଆର. ଆମ୍ବେଦକରଜଗନ୍ନାଥ ମନ୍ଦିରରାୟଗଡ଼ା ରେଳ ଷ୍ଟେସନଜଣ୍ଡିସ୍ଖାରବେଳ ସ୍ୱାଇଁତୁଷାରକାନ୍ତି ବେହେରାଗୁଗଲଓଡ଼ିଶାବେଣୁଧର ରାଉତଔଷଧୀୟ ଗଛଲତାମାନଙ୍କର ତାଲିକାମୋଗଲ ସାମ୍ରାଜ୍ୟପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରହିପୋପୋଟାମସ୨୧ ମାର୍ଚ୍ଚ୨୦୨୨ ଫିଫା ବିଶ୍ୱକପ୍ସାତକଡ଼ି ହୋତାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଦେବ୍ରାଜ ଲେଙ୍କାଓଡ଼ିଶା ବିଧାନ ସଭାସୁଦର୍ଶନ ପଟ୍ଟନାୟକଗୁରୁ ପ୍ରସାଦ ମହାନ୍ତିହିନ୍ଦୁ ବିବାହ ଅଧିନିୟମ, ୧୯୫୫ଉଇକିକମନ୍ସଓଡ଼ିଶାର ଇତିହାସଉଇକିଖବରଓଡ଼ିଶାର କଳାଓଡ଼ିଆ ସାହିତ୍ୟର ଇତିହାସମାଲଟାମଙ୍ଗଳ ପାଣ୍ଡେମଣିଷସଂକ୍ରାନ୍ତିବଣ୍ଡ (ଅର୍ଥ)ଶୀତଳ ଷଷ୍ଠୀ ଯାତ୍ରାଜ୍ଞାନପୀଠ ପୁରସ୍କାରକାଳୀଚରଣ ପଟ୍ଟନାୟକରାଧାରାଣୀ ପଣ୍ଡାଆଙ୍ଗୋଲାପଦ୍ମ ଲୋଚନ ପଣ୍ଡାବିଜୟ କୁମାର ପ୍ରଧାନଗୌରୀଶଙ୍କର ରାୟଫିନଲ୍ୟାଣ୍ଡକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଅଭିମନ୍ୟୁ ସାମନ୍ତସିଂହାରମହିମା ଧର୍ମ୫ ଫେବୃଆରୀପଣା୧୯୮୮ଲାଟିନ ଭାଷାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚେକ୍ ଗଣରାଜ୍ୟ🡆 More