ବିଚ୍ଛନ୍ଦଚରଣ ପଟ୍ଟନାୟକ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବିଚ୍ଛନ୍ଦ ଚରଣ ପଟ୍ଟନାୟକ (୨୦ ଜାନୁଆରୀ ୧୯୦୧ - ୧୯୬୧) ଖୋର୍ଦ୍ଧା ଜିଲ୍ଲାର ଜାଆଁଳାଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ଓ ଦେଶସେବକ ଥିଲେ । ସେ ସାହିତ୍ୟିକ ପଦ୍ମଚରଣ ପଟ୍ଟନାୟକଙ୍କ ସାନ ଭାଇଥିଲେ ।

ବିଚ୍ଛନ୍ଦ ଚରଣ ପଟ୍ଟନାୟକ
ବିଚ୍ଛନ୍ଦଚରଣ ପଟ୍ଟନାୟକ: ଜୀବନକାଳ, ରଚନାବଳୀ, ମାନସମ୍ମାନ
ଜନ୍ମ ଓ ଜନ୍ମସ୍ଥାନ(1901-01-20)୨୦ ଜାନୁଆରୀ ୧୯୦୧
ଜାଆଁଳା, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୯୬୧
ସମ୍ପର୍କୀୟପଦ୍ମଚରଣ ପଟ୍ଟନାୟକ (ବଡ଼ଭାଇ)

ଜୀବନକାଳ

ବିଚ୍ଛନ୍ଦ ଚରଣ ଖୋର୍ଦ୍ଧା ନିକଟରେ ଥିବା ଜାଅଁଳା ନିବାସୀ ପିତା ଗୋଲୋକ କୃଷ୍ଣ ଓ ମାତା ରାଧାରାଣୀଙ୍କର ମଝିଆ ପୁଅ ଥିଲେ । ତାଙ୍କ ପିଲାବେଳରେ ସେ ବାପାଙ୍କ ପ୍ରଭାବରେ ଆଧ୍ୟାତ୍ମିକ ଓ କଳାନୁରାଗୀ ହୋଇଥିଲେ । ତେବେ ତାଙ୍କ ପୂର୍ବପୁରୁଷଙ୍କ ସଞ୍ଚିତ ଧନରାଶି ଖଳଲୋକଙ୍କ ଚକ୍ରାନ୍ତ ଯୋଗୁଁ ଧର୍ମ୍ରପ୍ରାଣ ପିତାଙ୍କ ଦେଇ ଧୀରେ ଧୀରେ ସରି ଆସିବାରୁ ତାଙ୍କ ପରିବାରର ଆର୍ଥିକ ଅବନତି ଘଟିଲା । ଶାରୀରିକ ଅଚଳତା ହେତୁ ସେ ଅନେକ କାଳ ଚଳପ୍ରଚଳ କରିପାରୁନଥିଲେ । ଜଣେ କାଚରାଣୀର ସହାୟତାରେ ସବୁ ଦିନ ସକଳ ୯ ଘଟିକା ଯାଏଁ ତାଙ୍କ ପାଦଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋତା ହୋଇ ରଖାଯାଉଥିଲା । ତିନିମାସ ପରେ ସେ ପାଦ ଘୋଷାଡ଼ି ଘୋଷାଡ଼ି ଚାଲିବା ଆରମ୍ଭ କଲେ । ତାଙ୍କର ବାଳଶିକ୍ଷା ଚାଟଶାଳୀରେ ଶେଷ ହୋଇଥିଲା । ସେ ପିଲାବେଳେ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ଜ୍ଞାନ ଓ ରାମାୟଣ, ମହାଭାରତର ଚରିତ୍ରମାନଙ୍କ ବିଷୟରେ ପରିଚିତି ଲାଭ କରିଥିଲେ ।

ଓଡ଼ିଆ ସହ ସେ ଇଂରାଜୀ ଓ ବଙ୍ଗଳା ଭାଷାରେ ମଧ୍ୟ ଲିଖନ ପଠନରେ ଆଗଭର ଥିଲେ । ଖୋର୍ଦ୍ଧା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିବା ତାଙ୍କ ବଡ଼ ଭାଇ ପଦ୍ମଚରଣ ପଟ୍ଟନାୟକଙ୍କ ପ୍ରେରଣାରେ ସେ ସୁପରିଚିତ ଇଂରାଜୀ କବିମାନଙ୍କର କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବ ଓ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ କବିତାବଳୀକୁ ଇଂରାଜୀରେ ଅନୁବାଦ କରିଥିଲେ ।

ସେ ପ୍ରାଚୀ ସମିତି ଦେଇ ପ୍ରକାଶିତ ଇଂରାଜୀ ପତ୍ରିକା ପ୍ରାଚୀର ସମ୍ପାଦନା ଭାର ବହନ କରୁଥିଲେ । ତାଙ୍କର ପ୍ରଥମ ସମ୍ପାଦକୀୟ ଖୁବ ଉନ୍ନତ ଇଂରାଜୀରେ ଲେଖା ଓ ଭାବଗର୍ଭକ ହୋଇଥିବା ଦେଖି ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କୁ ଜଣାଇଥିଲେ :

ମୁଁ ମନେ କରିଥିଲି ଯେ ମୋ ପରି ଇଂରାଜୀରେ ଲେଖିବା ବ୍ୟକ୍ତି ଓଡ଼ିଶାରେ ଆଉ କେହି ଜଣେ ରହିବେ ନାହିଁ । କିନ୍ତୁ ଏବେ ବୁଝିଲି ତୁମେ ହିଁ ମୋ ସ୍ଥାନ ପୂରଣ କଲ । ମଧୁସୂଦନ ଦାସ ଆଉ କାହା ପାଖକୁ ଯାଏନାହିଁ । ସମସ୍ତେ ତା ପାଖକୁ ଆସନ୍ତି । କିନ୍ତୁ ତୁମ ଅପୂର୍ବ ପ୍ରତିଭାକୁ ସମ୍ମାନ ଜଣାଇବାକୁ ମୁଁ ଆଜି ଏ ନିୟମର ବ୍ୟତିକ୍ରମ କଲି । ତୁମେ ଯଦି ଶିଶୁ ହୋଇଥାନ୍ତ ତାହା ହେଲେ ମୁଁ ତୁମକୁ ଡାକ୍ତରଙ୍କଦ୍ୱାରା ଖଞ୍ଜତ୍ୱରୁ ମୁକ୍ତ କରିଥାନ୍ତି ।

ସତ୍ୟବାଦୀର ବନ ବିଦ୍ୟାଳୟରେ ସେ କିଛି କାଳ ବିଦ୍ୟାଲାଭ କରିଥିଲେ । ସେହି କାଳରେ ସେ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଆଦି ମହାମନୀଷୀଙ୍କର ଦେଇ ଦେଶ ଓ ଜାତି ପ୍ରେମ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଦିରେ ଅନୁପ୍ରାଣିତ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦେଇ ସଙ୍ଘଟିତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ସେ ପଢ଼ା ଛାଡ଼ି ଘରକୁ ଫେରି ଆସିଥିଲେ । ତେବେ ଏହାକୁ ତାଙ୍କ ପରିବାର ଲୋକେ ନାପସନ୍ଦ କରିବାରୁ ସେ ଏହି ଆନ୍ଦୋଳନରେ ପରୋକ୍ଷ ଭାବରେ ଭାଗନେଇଥିଲେ ।

ରଚନାବଳୀ

ସବୁଜପରି(ବ୍ୟଙ୍ଗ କବିତା),

କବିତା କୁମୁଦ(କବିତା ସଂକଳନ)

ମାନସମ୍ମାନ

ଆଧାର

Tags:

ବିଚ୍ଛନ୍ଦଚରଣ ପଟ୍ଟନାୟକ ଜୀବନକାଳବିଚ୍ଛନ୍ଦଚରଣ ପଟ୍ଟନାୟକ ରଚନାବଳୀବିଚ୍ଛନ୍ଦଚରଣ ପଟ୍ଟନାୟକ ମାନସମ୍ମାନବିଚ୍ଛନ୍ଦଚରଣ ପଟ୍ଟନାୟକ ଆଧାରବିଚ୍ଛନ୍ଦଚରଣ ପଟ୍ଟନାୟକଓଡ଼ିଆ ଭାଷାଖୋର୍ଦ୍ଧା ଜିଲ୍ଲାପଦ୍ମଚରଣ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଗଇଁଠାଡିଡାନୋସିନଏକାଦଶୀଜଳବାୟୁତନ୍ତଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାରାଜକିଶୋର ରାୟଆମାଜନ୍.କମ୍‌ଯଦୁନାଥ ଦାସ ମହାପାତ୍ରଶବ୍ଦ (ପଦ)ଓଡ଼ିଆଭକ୍ତ ଚରଣ ଦାସଫେସବୁକଜଳ ପ୍ରଦୂଷଣମଙ୍ଗଳା ମନ୍ଦିରରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାଗୁଣିର ଶଗଡ଼ (କଥାଚିତ୍ର)ଲକ୍ଷ୍ମୀକାନ୍ତ ମହାପାତ୍ରସରଳା ଦେବୀପୁନର୍ମିଳନବିଭୂତି ପଟ୍ଟନାୟକଚାନ୍ଦିପୁରବସନ୍ତ କୁମାର ଶତପଥୀପରି ମହଲଗଣେଶମନୋରଞ୍ଜନ ଦାସଦାରିଙ୍ଗବାଡ଼ିଭୁବନେଶ୍ୱରଅମୃତାୟନପ୍ରସନ୍ନ କୁମାର ଦାଶବିଶ୍ୱଜିତ ଦାସନିତ୍ୟାନନ୍ଦ ଶତପଥୀପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଲାଟିନ ଭାଷାଏ. ପି. ଜେ. ଅବଦୁଲ କଲାମପିପିଲିରେବା ରାୟବୈଷୟିକ ବିଜ୍ଞାନଅବସରମାହିମ ଦୁର୍ଗ , ମୁମ୍ବାଇରବୀନ୍ଦ୍ରନାଥ ଠାକୁରଲାରି ସାଙ୍ଗରତାଜମହଲଗରୁଡ଼ବିଦ୍ୟୁତବୈକୁଣ୍ଠନାଥ ପଟ୍ଟନାୟକରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଭାରତର ଜାତୀୟ ପତାକାପାଲାଲକ୍ଷ୍ମୀଦଶରଥଚିନ୍ତାମଣି ବେହେରାନେପାଳସିକ୍ଲ ସେଲ୍ ରୋଗ୨ୟ ଓଡ଼ିଶା ବିଧାନ ସଭାବାଟମଙ୍ଗଳାଜଗନ୍ନାଥଉଇଲିୟମ୍ ହେନେରୀ ପର୍କିନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାନୂଆ ଦିଲ୍ଲୀଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବାଲେଶ୍ୱରସ୍ନେହସାରଇଣ୍ଡିଆନ ପ୍ରିମିଅର ଲିଗଟୁଇଟର🡆 More