ବାସନ୍ତୀ: ଓଡ଼ିଆ ଉପନ୍ୟାସ

ବାସନ୍ତୀ ଏକ ଭାରତୀୟ-ଓଡ଼ିଆ ଉପନ୍ୟାସ । ଏହା ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ ଲେଖାଯାଇଥିଲା । ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଓ ଏକମାତ୍ର ସମବାୟ ଉପନ୍ୟାସ ଯାହା ୯ ଜଣ ଲେଖକଙ୍କଦ୍ୱାରା ମିଳିତ ଭାବେ ଲେଖା ଯାଇଥିଲା । ଏହି ଉପନ୍ୟାସଟି ପ୍ରଥମେ ୧୯୨୫ରୁ ୧୯୨୭ ମସିହା ମଧ୍ୟରେ ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ପରେ ଏହା ୧୯୩୧ ମସିହାରେ ଏକ ବହି ରୂପରେ ପ୍ରକାଶ ପାଇଥିଲା । ୧୯୬୮ ମସିହାରେ ଏହାର ଏକ ସଂଶୋଧିତ ସଂସ୍କରଣ ମଧ୍ୟ ପ୍ରକାଶ ପାଇଥିଲା । ୨୦୧୯ ମସିହାରେ ଉପନ୍ୟାସଟି ଇଂରାଜୀକୁ ଅନୂଦିତ ହୋଇ ବାସନ୍ତୀ : ରାଇଟିଂ ଦି ନିୟୁ ୱିମେନ୍‌ (Basanti: Writing the New Woman) ନାମରେ ପ୍ରକାଶିତ ହୋଇଥିଲା । ଅନୁବାଦକ ଥିଲେ ହିମାଂଶୁ ମହାପାତ୍ର ଓ ପଲ୍‌ ସେଣ୍ଟ-ପିୟର ।

ବାସନ୍ତୀ  
ଦେଶବାସନ୍ତୀ: ବିଷୟବସ୍ତୁ, ଲେଖକଗଣ, ଆଧାର ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶ ତାରିଖ୧୯୩୧

ବିଷୟବସ୍ତୁ

ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ବାସନ୍ତୀ କଟକରେ ରହୁଥିବା ଜଣେ ଶିକ୍ଷିତା ଓ ସ୍ୱାଧୀନଚେତା ଯୁବତୀ । ତାଙ୍କ ପିତାମାତାଙ୍କର ବିୟୋଗ ପରେ ବନ୍ଧୁ ଦେବବ୍ରତ ତାଙ୍କ ଜୀବନରେ ଆସନ୍ତି । ସମୟକ୍ରମେ ବାସନ୍ତୀ ଦେବବ୍ରତଙ୍କୁ ବିବାହ କରି ଏକ ରକ୍ଷଣଶୀଳ ଜମିଦାର ଘରର ବୋହୂ ହୁଅନ୍ତି । ବିବାହ ପରେ ବାସନ୍ତୀଙ୍କ ସ୍ୱଚ୍ଛନ୍ଦତାକୁ ଦେବବ୍ରତ ଗ୍ରହଣ କରିପାରନ୍ତି ନାହିଁ । ବାସନ୍ତୀଙ୍କର ଅବୈଧ ସମ୍ପର୍କ ଥିବା ଭାବି ଦେବବ୍ରତ ଗର୍ଭବତୀ ବାସନ୍ତୀଙ୍କୁ ଘରୁ ବାହାର କରିଦିଅନ୍ତି । ଘଟଣାକ୍ରମରେ ଦେବବ୍ରତ ନିଜ ଭୁଲ ବୁଝିପାରନ୍ତି ଓ ବାସନ୍ତୀଙ୍କୁ ପୁଣି ଆପଣେଇ ନିଅନ୍ତି ।

ଲେଖକଗଣ

ଲେଖକ ଲେଖିଥିବା ଅଧ୍ୟାୟ
ଅନ୍ନଦା ଶଙ୍କର ରାୟ ୭,୧୫,୧୬
ବୈଷ୍ଣବ ଚରଣ ଦାସ ୨୪,୨୫
ହରିହର ମହାପାତ୍ର ୫,୬
କାଳିନ୍ଦୀ ଚରଣ ପାଣିଗ୍ରାହୀ ୧,୨,୨୮,୨୯,୩୦
ମୂରଲୀଧର ମହାନ୍ତି ୧୨,୧୪
ପ୍ରତିଭା ଦେବୀ ୧୩
ସରଳା ଦେବୀ ୮,୯,୧୭-୨୨,୨୭
ଶରତ ଚନ୍ଦ୍ର ମୁଖର୍ଜୀ ୩,୪,୨୩,୨୬
ସୁପ୍ରଭା ଦେବୀ ୧୦,୧୧

ଆଧାର

ଆହୁରି ଦେଖନ୍ତୁ

Tags:

ବାସନ୍ତୀ ବିଷୟବସ୍ତୁବାସନ୍ତୀ ଲେଖକଗଣବାସନ୍ତୀ ଆଧାରବାସନ୍ତୀ ଆହୁରି ଦେଖନ୍ତୁବାସନ୍ତୀଇଂରାଜୀ ଭାଷାଉତ୍କଳ ସାହିତ୍ୟଓଡ଼ିଆ ଭାଷାଓଡ଼ିଆ ସାହିତ୍ୟ

🔥 Trending searches on Wiki ଓଡ଼ିଆ:

ଚିତାଗଛବଲ୍ଲଭଭାଇ ପଟେଲସୂର୍ଯ୍ୟଜୟ ଜଗନ୍ନାଥରାଜକିଶୋର ରାୟରାସେଶ୍ୱରୀ ପାଣିଗ୍ରାହୀଧର୍ମ ନିକିତିଏକାଦଶୀମନୋଜ ଦାସଙ୍କ କଥା ଓ କାହାଣୀକୁଞ୍ଜବିହାରୀ ଦାଶଅନ୍ନଦା ଶଙ୍କର ରାୟସଖୀ କଣ୍ଢେଇ ନାଚଯତୀନ୍ଦ୍ର କୁମାର ନାୟକମଞ୍ଜୁଳା ସ୍ୱାଇଁଦ୍ୱିତୀୟ ବିଶ୍ୱଯୁଦ୍ଧଆଲବର୍ଟ ଆଇନଷ୍ଟାଇନରାମାୟଣସାକ୍ଷୀଗୋପାଳ ମନ୍ଦିରଚିନ୍ତାମଣିଶ୍ୱର ଶିବ ମନ୍ଦିରବସନ୍ତ କୁମାରୀ ପଟ୍ଟନାୟକ୨୬ ଅପ୍ରେଲଚାଖି ଖୁଣ୍ଟିଆବାଘପରୀ ବେୱାମୟୂରଭଞ୍ଜ ରାଜ୍ୟ୧୮ ଫେବୃଆରୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପପୁଷ୍ଟିସାରଓଡ଼ିଆ ରାନ୍ଧଣାଓଡ଼ିଶାର ଦୋଳଯାତ୍ରାତୃପ୍ତି ଦାସମାଧବୀ ଦାସୀକଳିକେଶ ନାରାୟଣ ସିଂହଦେଓମୟୂରଭଞ୍ଜ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଧନୁର୍ଜୟ ସିଦୁଚନ୍ଦ୍ରଗୁପ୍ତଫେବୃଆରୀମଟର ସାଇକେଲଉଇକିମିଡ଼ିଆ ମୁଭମେଣ୍ଟଶାରଳା ପୁରସ୍କାରସୁରେନ୍ଦ୍ର ମହାନ୍ତିଗଇଁଠାଆଠଗଡ଼ ଗଡ଼ଜାତ ରାଜ୍ୟମହାତ୍ମା ଗାନ୍ଧୀଙ୍କ ପରିବାରବକ୍ସି ଜଗବନ୍ଧୁ୧୪ ମାର୍ଚ୍ଚସମୁଦ୍ରଗୁପ୍ତମୋଗଲ ସାମ୍ରାଜ୍ୟସବ୍ୟସାଚୀ ମିଶ୍ରଉଇକିଅଭିଧାନସ୍ତନ୭ ଅପ୍ରେଲପ୍ରଶାନ୍ତ ନନ୍ଦପ୍ରସନ୍ନ କୁମାର ପାଟ୍ଟଶାଣୀଗୋକର୍ଣ୍ଣେଶ୍ୱର ଦେଉଳଗୌରହରି ଦାସ୨ ଅଗଷ୍ଟ୮ ଅକ୍ଟୋବରରାଶି ଓ ନକ୍ଷତ୍ର୨୫ ନଭେମ୍ବରଲକ୍ଷ୍ମଣ ନାୟକଗୋପାଳକୃଷ୍ଣ ପଟ୍ଟନାୟକପ୍ରାଣବନ୍ଧୁ କରଜଗନ୍ନାଥ୨୨ ଅଗଷ୍ଟ୨୧ ଅଗଷ୍ଟଭାରତୀୟ ସଂଖ୍ୟା ପ୍ରଣାଳିପୁରୀଓଡ଼ିଆ କଥାଚିତ୍ର ଜଗତଭାରତର ସଂସ୍କୃତିଓଡ଼ିଶା🡆 More