ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬

ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଭାରତରେ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି । ୨୦୧୭ ମସିହାରେ ଉଚ୍ଚତମ ନ୍ୟାୟାଳୟର ନାବାଳିକା ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ଏକ ମାମଲାରେ ଏକ ଐତିହାସିକ ଏକ ଫୈସଲା ମାଧ୍ୟମରେ ନାବାଳିକ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ମଧ୍ୟ ଅପରାଧ ବୋଲି କୁହାଗଲା । ଫଳରେ, ବିବାହିତ ପତ୍ନୀ ସହ (ନାବାଳିକ କ୍ଷେତ୍ରରେ) ଶାରୀରିକ ସମ୍ବନ୍ଧ ରଖିବା କ୍ଷେତ୍ରରେ ସ୍ୱାମୀର ଅଧିକାରକୁ ମଧ୍ୟ ସୀମୀତ କରିଦିଆଗଲା ।

ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬
ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬
ନିୟମାକାରକParliament of India
Status: In force

ଐତିହାସିକ ପୃଷ୍ଠଭୂମି

ୟୁନିସେଫ(United Nations Children's Fund)ର ଏକ ଘୋଷଣାନାମା ଅନୁଯାୟୀ ୧୮ ବର୍ଷ ପୂର୍ବରୁ କନ୍ୟାଟିଏର ବିବାହ ବାଲ୍ୟ ବିବାହ ବୋଲି ଗଣ୍ୟ ହେବ ଏବଂ ଏଭଳି ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଙ୍ଘନ । ଦାରିଦ୍ର୍ୟତା, କୁସଂସ୍କାର ଓ ଅର୍ଥନୈତିକ ସ୍ୱଚ୍ଛଳତାର ଅଭାବ କାରଣରୁ ଭାରତରେ ବାଲ୍ୟ ବିବାହ ଭଳି କୁ-ପ୍ରଥା ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ଋଢୀବାଦି ହିନ୍ଦୁ ସମାଜର ଅନ୍ଧ ବିଶ୍ୱାସ, କୁସଂସ୍କାର ତଥା ଶିକ୍ଷାର ଅଭାବ ଯୋଗୁଁ ଏହି ପ୍ରଥାକୁ ବନ୍ଦ କରିବା ଏକ ଦୁରୂହ ବ୍ୟାପାର ଥିଲା । ୨୦୦୧ର ଜନଗଣନା ଅନୁଯାୟୀ ତତ୍କାଳୀନ ଭାରତରେ ୧.୫ ମିଲିୟନ ବିବାହିତ କନ୍ୟା ୧୫ ବର୍ଷରୁ କମ୍ ବୟସର ଥିଲେ । ଏହି କୁସଂସ୍କାରର ଫଲ ସ୍ୱରୂପ କନ୍ୟାଟିଏ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବା ସହ କମ୍ ବୟସରେ ଗର୍ଭ ଧାରଣ କରି ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏତଦ୍ ବ୍ୟତୀତ ମାତୃ ମୃତ୍ୟୁହାର ବଢିବା ସହ ଜନ୍ମିତ ଶିଶୁଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲା । ଏସବୁ ସମସ୍ୟାର ଦୂରୀକରଣ ଦିଗରେ ଭାରତ ସରକାର ଏହି ଆଇନ ଲାଗୁ କରିଥିଲେ।

ଅଧିନିୟମ ସଂପର୍କରେ

ଏହି ଅଧିନିୟମର ମୂଳ ଉଦ୍ଦେଶ୍ୟ ହେଲା ବାଲ୍ୟବିବାହ ତଥା ତତ୍ ସମର୍କିତ କୁସଂସ୍କାରକୁ ପ୍ରତିବନ୍ଧିତ କରିବା । ଏହା ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କଦ୍ୱାରା ଏଥି ସମ୍ପର୍କିତ ପୂର୍ବ ନିୟମ Child Marriage Restraint Act, ୧୯୨୯ ବଦଳାଇ ଏହି ଅଧିନିୟମ ଲାଗୁ କରାଯାଇଛି । ଏହି ଆଇନ ବାଲ୍ୟ ବିବାହକୁ ରୋକିବା, ପୀଡ଼ିତ ପକ୍ଷକୁ ଆର୍ଥିକ ସହାୟତା ଦେବା ସହ ଏଭଳି କୁସଂସ୍କାରକୁ ପ୍ରୋତ୍ସାହନ ତଥା ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ କରିବା । ଅଧିନିୟମର ପ୍ରାଅବଧାନ ଅନୁସାରେ ଏହି ନିୟମର କାର୍ଯ୍ୟକାରିତା କରିବା ନିମନ୍ତେ ବାଲ୍ୟ ବିବାହ ବିଷେଧ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ବ୍ୟବସ୍ଥା ମଧ୍ୟ୍ ଏଥିରେ ରହିଛି ।

ବିଶେଷ ଧାରା

  • ଅଧିନିୟମର ଧାରା ୨ ଅନୁସାରେ ବିବାହ ପାଇଁ ସାବାଳକ/ସାବାଳିକା ହେବା ବୟସର ସୀମା ପୁଅ କ୍ଷେତ୍ରରେ ୨୧ ଏବଂ ଝିଅ କ୍ଷେତ୍ରରେ ୧୮ ବୟସ ।
  • ବର ଏବଂ କନ୍ୟା ମଧ୍ୟରୁ ଅନ୍ତତଃ କେହି ଜଣେ ଯଦି ଉପରୋକ୍ତ ବୟସ ପ୍ରକାରେ ସାବାଳକ/ସାବାଳିକା ନୁହନ୍ତି, ତେବେ ସେହି ବିବାହକୁ ବାଲ୍ୟ ବିବାହ ବୋଲି ଧରାଯିବ ।
  • ଅଧିନିୟମର ଧାରା ୩ ଅନୁସାରେ ଉପରୋକ୍ତ ଆଇନ ଉଲ୍ଲଙ୍ଘନ ପୂର୍ବକ କରାଯାଇଥିବା ବାଲ୍ୟ ବିବାହ ଆଇନତଃ ବୈଧ ବିବାହ ନୁହେଁ ବୋଲି ଧରାଯିବ । ଅତଏବ ଉପଯୁକ୍ତ ଅଦାଲତରେ (ଜିଲ୍ଲା ନ୍ୟାୟାଧୀଶଙ୍କ ଅଦଲତରେ) ଏଭଳି ବିବାହ ରଦ୍ଦ କରିବା ସହ ବିବାହ ସମୟରେ ଗ୍ରହଣ କରିଥିବା ଅର୍ଥ ତଥା ଅନ୍ୟାନ୍ୟ ଦ୍ରବ୍ୟ ଦେଇଥିବା ପକ୍ଷକୁ ଫେରସ୍ତ କରିବା ପାଇଁ ମକଦ୍ଦମା ଦାୟର କରିହେବ ।
  • ଅଧିନିୟମର ଧାରା ୧୫ ଅନୁସାରେ ଏହି ଅଧିନିୟମର ଖିଲାପ କରୁଥିବା ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ତଥା ଜାମିନ ବିହୀନ ଅପରାଧ ଅଟେ ।

ଆଧାର

ବାହାର ଲିଙ୍କ

Tags:

ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଐତିହାସିକ ପୃଷ୍ଠଭୂମିବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଅଧିନିୟମ ସଂପର୍କରେବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଆଧାରବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ବାହାର ଲିଙ୍କବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬

🔥 Trending searches on Wiki ଓଡ଼ିଆ:

ସୀତାକାନ୍ତ ମହାପାତ୍ରମାରୀଚଅକ୍ଷୟ ତୃତୀୟାପଞ୍ଚସଖାରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଡିଡାନୋସିନପିପିଲିପୃଥ୍ୱୀ (କ୍ଷେପଣାସ୍ତ୍ର)ପୌରସଂସ୍ଥାଦକ୍ଷିଣ କୋରିଆନନ୍ଦ କିଶୋର ବଳବି. ଆର. ଆମ୍ବେଦକରଶବ୍ଦ (ପଦ)ଇନ୍‌ଫ୍ଲୁଏଞ୍ଜାପଦ୍ମଚରଣ ପଟ୍ଟନାୟକରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସୁଭାଷ ଚନ୍ଦ୍ର ବୋଷପ୍ରାଚୀ ନଦୀସରଳା ଦେବୀପ୍ଲୀହାଶିଶୁ ଅନନ୍ତ ଦାସଶ୍ରୀମନ୍ଦିର ବେଢ଼ା-ଦେବାଦେବୀଭାରତବେଦଚାନ୍ଦିପୁରଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଦି ଟେଷ୍ଟ ଅଫ ମାଇ ଲାଇଫପଠାଣି ସାମନ୍ତଓଡ଼ିଆ ରାମାୟଣଅଯୋଧ୍ୟାକଣାଦ (ମୁନି)ସ୍ନେହସାରରାସାୟନିକ ମୌଳିକସାଇ ଭୋସଲେବ୍ୟକ୍ତିଗତ ଅର୍ଥବ୍ୟବସ୍ଥାମହର୍ଷି ଗୌତମଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାରମାଦେବୀ ଚୌଧୁରୀଯୁକ୍ତରାଜ୍ୟପଖାଳହନୁମାନ ଚାଳିଶାରାଜ୍ୟ ସଭାଗୁରୁପ୍ରସାଦ ମହାନ୍ତିକଳାପାହାଡ଼ଇନୋଟୁଜୁମାବ ଓଜୋଗାମିସିନଜୈନ ଧର୍ମଉପେନ୍ଦ୍ର ଭଞ୍ଜନବକୃଷ୍ଣ ଚୌଧୁରୀଭକ୍ତ ଚରଣ ଦାସକଥକଳୀହିନ୍ଦୁସ୍ତାନ ପେଟ୍ରୋଲିୟମକୃଷ୍ଣପ୍ରସାଦ ମିଶ୍ରବିଶ୍ୱ ସ୍ୱାସ୍ଥ୍ୟ ସଂଗଠନୟାଓଇପ୍ରତିଭା ରାୟଇଣ୍ଡୋନେସିଆପୃଥିବୀବାରବାଟି ଦୁର୍ଗକୋଷ🡆 More