ବନମାଳୀ ଦାସ: ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତଜ୍ଞ

ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । ଦୀନବନ୍ଧୁ ଦଇତାରୀ , କେତେ ଛନ୍ଦ ଜାଣେ ଲୋ ସହି ଓ ମଣିମା ହେ ଏତିକି ମାଗୁଣି ମୋର ଆଦି ତାଙ୍କର କେତୋଟି ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।

ବନମାଳୀ ଦାସ
ବନମାଳୀ ଦାସ
ବନମାଳୀ ଦାସ
ଜନ୍ମ ଓ ଜନ୍ମସ୍ଥାନବନମାଳୀ ପଟ୍ଟନାୟକ
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ଶୈଳୀରୀତିକାବ୍ୟ
ବିଷୟଭକ୍ତି

ପ୍ରାରମ୍ଭିକ ଜୀବନ

ବନମାଳୀ ଦାସଙ୍କ ଜନ୍ମ ତାରିଖ ସଠିକ ଲିପିବଦ୍ଧ ହୋଇନଥିବାରୁ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି । ତାଙ୍କ ଜନ୍ମ ୧୭୩୬ ଓ ଦେହାନ୍ତ ୧୭୯୩ ବୋଲି ଏକ ଗବେଷଣା ନିବନ୍ଧରେ ଦର୍ଶାଯାଇଥିବା ବେଳେ ଗବେଷକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କୁ ବୀରକିଶୋର ଦେବଙ୍କ ସମକାଳୀନ ଓ ଆନୁମାନିକ ଜନ୍ମ ସମୟ ୧୭୨୦ଠାରୁ ୧୭୩୦ ମଧ୍ୟରେ ତଥା ଦେହାନ୍ତ ସମୟ ଜଣାନାହିଁ ବୋଲି ଦର୍ଶାଇଛନ୍ତି ।

ରଚନାବଳୀ

ଚଉପଦୀ

  • କେତେ ଛନ୍ଦ ଜାଣେ ଲୋ ସହି
  • ତୋ ଲାଗି ଗୋପଦାଣ୍ଡ ମନା
  • କି ଲାଜ ପାଇଲି ଆଜ
  • ସଙ୍ଗିନୀରେ ଚାହାଁ
  • ମଣି ବିମାନେ ଗୋବିନ୍ଦ
  • ଆଗୋ ଦୂତୀ! ଆଜ ରାତି
  • ସରିବ କି ଏ ନିଶି ଗୋ
  • ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
  • ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
  • ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା
  • କିଏ ଲୋ ସଜନୀ! କେଳି କଦମ୍ବ ମୂଳେ
  • କଳାବତୀ ଖଞ୍ଜନାକ୍ଷି

ଜଣାଣ

  • ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)
  • ଜୟ ଜଗନ୍ନାଥ ହେ ଯଶୋଦା କୁମର
  • ଦୀନବନ୍ଧୁ ଦଇତାରୀ
  • ମଣିମା ହେ ଏତିକି ମାଗୁଣି ମୋର
  • ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
  • କୃଷ୍ଣ କେଶବ ହରି
  • ଆହେ ପ୍ରଭୁ କଳା ଶ୍ରୀମୁଖ
  • ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଆଧାର

ବାହାର ଆଧାର

Tags:

ବନମାଳୀ ଦାସ ପ୍ରାରମ୍ଭିକ ଜୀବନବନମାଳୀ ଦାସ ରଚନାବଳୀବନମାଳୀ ଦାସ ଆଧାରବନମାଳୀ ଦାସ ବାହାର ଆଧାରବନମାଳୀ ଦାସଓଡ଼ିଆ ସାହିତ୍ୟଓଡ଼ିଶାର ପର୍ବପର୍ବାଣିଓଡ଼ିଶୀ ସଙ୍ଗୀତ

🔥 Trending searches on Wiki ଓଡ଼ିଆ:

ୟୁନେସ୍କୋହରେକୃଷ୍ଣ ମହତାବମୃତ୍ୟୁଞ୍ଜୟ ରଥସୁରମା ପାଢ଼ୀଭାରତୀୟ ଡାକ ସେବାହାଡ଼ି ଦାସପାଲାପବିତ୍ର ମୋହନ ଜେନାମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଆମ୍ବପ୍ରଧାନ ପୃଷ୍ଠାବସନ୍ତ କୁମାର ଶତପଥୀରଜପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଯୁକ୍ତରାଷ୍ଟ୍ର ଆମେରିକାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବିଧାନ ସଭା ସଭ୍ୟନମିତା ଅଗ୍ରୱାଲବଲାଙ୍ଗୀର ଜିଲ୍ଲାନେପାଳଓଡ଼ିଶା ବିଧାନ ସଭାପାଳୁଅଇରମକିଶୋରଚନ୍ଦ୍ରାନନ୍ଦ ଚମ୍ପୂକଟକପଦ୍ମଚରଣ ପଟ୍ଟନାୟକଦିଲୀପ ତିର୍କୀଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଇନଷ୍ଟାଗ୍ରାମଇଣ୍ଡୋନେସିଆପିଙ୍କି ପ୍ରଧାନଓଡ଼ିଆ ରାମାୟଣଭାଷାନବକୃଷ୍ଣ ଚୌଧୁରୀବାଲିଯାତ୍ରାକଳାହାଣ୍ଡି ଜିଲ୍ଲାନାରୀବାଦଓଡ଼ିଶାର ଦଶହରାଗଙ୍ଗାଧର ମେହେରଚଳନ୍ତି ଠାକୁରଦିଗରାଜ ବ୍ରହ୍ମାବାବା ବଳିଆବାଳୁଙ୍ଗା ଟୋକାକୁମାର ପୂର୍ଣ୍ଣିମାଗୁରୁପ୍ରସାଦ ମହାନ୍ତିଚିଲିକା ହ୍ରଦପଞ୍ଚସଖାଶ୍ରୀରାଧାଦଶହରାପ୍ଲୀହାଜାନକୀ ବଲ୍ଲଭ ପଟ୍ଟନାୟକ୫ ଜୁନବ୍ୟଞ୍ଜନ ବର୍ଣ୍ଣକରାଚୀପାଇଥନ୍ (ପ୍ରୋଗ୍ରାମିଂ ଭାଷା)ରାମଶଙ୍କର ରାୟବିବାହକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜଳଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାମେଷ (ରାଶି)ପ୍ରାଣୀଜୟୀ ରାଜଗୁରୁଜୟ ଜଗନ୍ନାଥଜ୍ୟୋତି ପ୍ରକାଶ ପାଣିଗ୍ରାହୀରାଜକିଶୋର ପଟ୍ଟନାୟକମକର (ରାଶି)ବୈଷୟିକ ବିଜ୍ଞାନଅଭିମନ୍ୟୁ ସାମନ୍ତସିଂହାର🡆 More