ବଉଳ ଅମାବାସ୍ୟା

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।

ବଉଳ ଅମାବାସ୍ୟା
ବଉଳ ଅମାବାସ୍ୟା
ଆମ୍ବ ବଉଳ
ପର୍ବ ପାଳନପୂଜା
ତାରିଖପୌଷ ଅମାବାସ୍ୟା
୨୦୨୪ ତାରିଖ୧୧ ଜାନୁଆରୀ (ଗୁରୁବାର)

ପାଳନ

ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ । ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ । ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମ୍ଭବ ସ୍ଥଳେ ଭାଇ ବିରାଦର ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାନ୍ତି । ଉକ୍ତ ସାମାଜିକ ପର୍ବଟିର ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ ଅନୁମେୟ ଯେ ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବ ରୂପେ ସ୍ଥାନ ପାଇଛି ।

ଆଧାର

Tags:

ଅମାବାସ୍ୟାଓଡ଼ିଶାପୌଷ

🔥 Trending searches on Wiki ଓଡ଼ିଆ:

୨ ମଇଉଇକିମିଡ଼ିଆ ଫାଉଣ୍ଡେସନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଦୀପକ ମିଶ୍ରଅକ୍ଷୟ ତୃତୀୟାପଞ୍ଚସଖାରମାଦେବୀ ଚୌଧୁରୀ୧୪ ମାର୍ଚ୍ଚନାରାୟଣ ସାହୁ (୧୯୨୮ ଜନ୍ମ)ଢେଙ୍କାନାଳ ଜିଲ୍ଲାମହାତ୍ମା ଗାନ୍ଧୀଙ୍କ ପରିବାରକୁନ୍ତଳା କୁମାରୀ ସାବତଗୋବିନ୍ଦ ତ୍ରିପାଠୀବର୍ଷାକିଶୋରୀ ଚରଣ ଦାସରମାକାନ୍ତ ରଥନିଗମାନନ୍ଦ ପରମହଂସ୫ ଡିସେମ୍ବରଗନ୍ଧମାର୍ଦନଲୋପାମୁଦ୍ରା ମିତ୍ରଚନ୍ଦକା ହାତୀ ଅଭୟାରଣ୍ୟ୨୧ ଅପ୍ରେଲଗଙ୍ଗାଧର ମେହେରସମ୍ବଲପୁର ଜିଲ୍ଲାରାଜ୍ୟ ସଭାତୁର୍କୀସିଦ୍ଧାନ୍ତ ମହାପାତ୍ରହିଙ୍ଗୁଳା ମନ୍ଦିର୭ ଅପ୍ରେଲପରଶୁରାମଓଡ଼ିଆ ଉଇକିପିଡ଼ିଆଗାର୍ଗୀ ମହାନ୍ତିନନ୍ଦିନୀ ଶତପଥୀପ୍ରସନ୍ନ କୁମାର ପାଟ୍ଟଶାଣୀଉଇକିପାଠାଗାରଓଡ଼ିଆ ନବବର୍ଷ୧୮ ଜୁଲାଇଓଡ଼ିଆ ସାହିତ୍ୟଓଲିସେରିଡାଇନସୁନାଜଗନମୋହ‌ନ ଲାଲବିପିନ ବିହାରୀ ମିଶ୍ରବବ୍‌ଲିଶାନ୍ତନୁ କୁମାର ଆଚାର୍ଯ୍ୟଧନୁର୍ଜୟ ସିଦୁବିଶ୍ୱଜିତ ଦାସକତର୧୮ ସେପ୍ଟେମ୍ବରମୁକ୍ତେଶ୍ୱର ଦେଉଳଅମିତାଭ ବଚ୍ଚନଲୋକ ସଭାଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସବ୍ୟସାଚୀ ମିଶ୍ରୟୁଭିଆଇଟିସ୨୨ ଅକ୍ଟୋବରବେଣୁଧର ରାଉତଇତିହାସଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାସଖୀ କଣ୍ଢେଇ ନାଚରାଧାନାଥ ରାୟ୩୦ ମାର୍ଚ୍ଚପଦ୍ମ ଫୁଲନଡ଼ିଆ୩ ଅପ୍ରେଲତୁଳସୀ ମୁଣ୍ଡାମାତଙ୍ଗୀଆଳୁ ପୋଟଳ ଭଜାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଅଶ୍ୱିନୀ କୁମାର ଘୋଷସାନନ୍ଦ ମାରାଣ୍ଡିଜୈନ ଧର୍ମପଶ୍ଚିମ ଓଡ଼ିଶା🡆 More