ବଂଶୀ ପୌରାଣିକ ମତେ ଶ୍ରୀକୃଷ୍ଣଙ୍କର ବଂଶୀନାଦ ଶୁଣିଲେ କ୍ରମାନ୍ୱୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।
ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟା ଗଣ ସ୍ତମ୍ଭନନାଦେ ବଂଶୀ ଶୁଣି, ଉଦିତ ଦେବତା ନନ୍ଦିନୀ ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ ମୋହନନାଦେ ୟେ ମରଲୀ, ତହୁଁ ବିଦିତ ବ୍ରଜବାଳୀ — ଭୂପତି. ପ୍ରେମପଞ୍ଚାମୃତ
କୃଷ୍ଣ ବଂଶୀ ସହ କୃଷ୍ଣାବତାରରେ ନନ୍ଦନନ୍ଦନ ଶ୍ରୀକୃଷ୍ଣ କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସମ୍ପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ ବ୍ରହ୍ମା ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା ।
ନଅପବରେ କୋଦଣ୍ଡ ଧନୁ ସାତପବରେ ପିନାକ ଧନୁ ପାଞ୍ଚପବରେ ସାରଙ୍ଗ ଧନୁ ଓ ତିନିପବରେ ଗାଣ୍ଡିବ ଧନୁ ନିର୍ମିତ ହେବାପରେ ଶେଷ ଏକପବରେ ବେଦବ୍ରହ୍ମା କୃଷ୍ଣାବତାର ପାଇଁ ଏହି ବଂଶୀ ତିଆରି କରିଥିଲେ । ବୈଷ୍ଣବୀୟ ସାହିତ୍ୟଗୋବିନ୍ଦ ଲୀଳାମୃତର ବର୍ଣ୍ଣନା ଅନୁଯାୟୀ ରାମକୃଷ୍ଣ ବେନିଭାଇ ଗୋଚାରଣ ପାଇଁ ଯିବାପୂର୍ବରୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ଗୋପର ବିଶିଷ୍ଟ ଗୋପାଳ ଗୋବର୍ଦ୍ଧନ ମହାମଲ୍ଲ ମହାଭୋଇଙ୍କ ନିକଟକୁ ଯାଇଥିଲେ । ବଣରେ ଗାଈ ଚରାଇବାକୁ ହେବ ସେ ସମ୍ପର୍କରେ ପରାମର୍ଶ ଦେବା ସହ ମହାଭୋଇ କୃଷ୍ଣଙ୍କୁ ଗୋଟିଏ ଶିଙ୍ଗା, ହଳେ କଠଉ, ବାଘନଖୀ ମାଳି, ନଅପବ ଥିବା ଗୋଟିଏ ଲଉଡି ଓ ଏକ ବେଣୁ ପ୍ରଦାନ କରିଥିଲେ । କିନ୍ତୁ ହରିବଂଶ ଓ ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ପ୍ରଳୟ କାଳରେ ଏ ବେଣୁ ବରୁଣଙ୍କ ନିକଟରେ ସଂରକ୍ଷିତ ଥିଲା । ବୃନ୍ଦାବନରେ ଗୋପୀଙ୍କ ସହିତ ରାସଲୀଳା ପାଇଁ ସମ୍ମୋହକ ଅସ୍ତ୍ରଭାବେ ବ୍ରହ୍ମା ଏହାକୁ କୃଷ୍ଣଙ୍କୁ ପ୍ରଦାନ କରିଥିଲେ । ଏହିବଂଶୀ ପାଞ୍ଚପ୍ରକାର ଅଳାବେଣୀ ଖୁରଲୀ ମୁରଲୀ: କବି ଗୌରାଙ୍ଗଚରଣଙ୍କ ଶ୍ରୀକୃଷ୍ଣ ଲୀଳାକାବ୍ୟରେ ବତିଶ ଅଙ୍ଗୁଳ ଷଡରନ୍ଧ୍ର ବିଶିଷ୍ଟ ଜମ୍ଭୁନଦ ରତ୍ନବନ୍ଧ ଜଡ଼ିତ ବଂଶୀକୁ ମୁରଲୀ କୁହାଯାଏ ସୁରଲୀ: ବତିଶ ଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚରନ୍ଧ୍ର ବିଶିଷ୍ଟ । ଦୁଇରନ୍ଧ୍ରରେ ଯନ୍ତ୍ରବନ୍ଧ ଦିଆଯାଇଥାଏ । ଯମୁନାଘାଟରେ ନଟନାଗର ଏହି ମୁରଲୀ ବଜାଇ ହୁନ୍ଦର କରନ୍ତି ବଂଶୀ: ଷୋଳ ଅଙ୍ଗୁଳ ଓ ସପ୍ତରନ୍ଧ୍ରଯୁକ୍ତ ତିନିରନ୍ଧ୍ରରେ କଳକ ନଳି । ବଶ କରୁଥିବାରୁ ତାର ନାମ ବଂଶୀ । ତିନିସ୍ୱରରେ ବଂଶୀବାଦନ କଲେ ତ୍ରିଭୁବନବାସୀ ମଦନଜ୍ୱାଳାରେ ଘାରି ହୁଅନ୍ତି । ଆଠ ଆଙ୍ଗୁଳ ବିଶିଷ୍ଟ ଖୁରଲୀରେ ଦଶଗୋଟି ମଣ୍ଡଳାକାର ରନ୍ଧ୍ର, ଯେତେବେଳେ କୃଷ୍ଣ ଗାଈ ନେଇ ଯାଆନ୍ତି ସେତେବେଳେ ଏହି ଖୁରଲୀ ବଜାନ୍ତି । ପଞ୍ଚରନ୍ଧ୍ର ଦୁଇଯନ୍ତ୍ରଯୁକ୍ତ ଅଳାବେଣୁ ବଜାନ୍ତି ଗୋପାଳ ବାଳକଙ୍କ ସହ କ୍ରୀଡାକୌତୁକ ସମୟରେ । ଭକ୍ତି ରସାମୃତ ସିନ୍ଧୁରେ କିନ୍ତୁ ଦ୍ୱାଦଶାଙ୍ଗୁଳ ଓ ଛଅଟି ଛିଦ୍ରଯୁକ୍ତକୁ ପରିକାଶ୍ୟ ବେଣୁ , ଦ୍ୱିହସ୍ତ ପରିମିତ ଚାରିରନ୍ଧ୍ରଯୁକ୍ତକୁ ମନୋହାରିଣୀ ମୁରଲୀ ଓ ସପ୍ତଦଶାଙ୍ଗୁଳ ନଅଟି ଛିଦ୍ରଯୁକ୍ତକୁ ବଶକାରିଣୀ ବଂଶୀ ବୋଲି କୁହାଯାଏ । ବାଂଶରୁ ତିଆରି ବଂଶୀକୁ ଆନନ୍ଦିନୀ, ସ୍ୱର୍ଣ୍ଣନିର୍ମିତ ବଂଶୀକୁ ଆକର୍ଷଣୀ ଓ ମଣିମୟ ବଂଶୀକୁ ସମ୍ମୋହନୀ ବୋଲି କହିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ଶୁଣି ଗୋପୀମାନଙ୍କ ମଧ୍ୟରେ ସ୍ତମ୍ବନ ମୋହନ, ବଶୀକରଣ ଆଦି ଭାବ ଜାଗ୍ରତ ହେଉଥିଲା ଏହି ବଂଶୀସ୍ୱନରେ ଶ୍ରୀକୃଷ୍ଣ ତ୍ରିଭୁବନକୁ ମୋହିତ କରିପାରୁଥିଲା । ଆଧାର
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ
ବଂଶୀ ବାବଦରେ ମାଧ୍ୟମ ରହିଛି ।
ବଂଶୀ ବାବଦରେ ୧୯୧୧ ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକାର aଲେଖା ଉଇକିସ୍ରୋତରେ ରହିଛି about .
ବଂଶୀ ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
Creative Flute . You can find more than 1000 public domain free sheet music scores. Flute4All . Information regarding flute techniques and technologies are found here. Essay on the Jiahu flutes from the Heilbrunn Timeline of Art History at The Metropolitan Museum of Art A selection of historic flutes from around the world at The Metropolitan Museum of Art
Walking Stick Flute and Oboe, Georg Henrich Scherer, Butzbach, ca. 1750–57 Glass flute, Claude Laurent, Paris, 1813 Porcelain flute, Saxony, 1760–1790 Pair of ivory flutes by Johann Wilhelm Oberlender, mid 18th century, Nuremberg Flute by Garion, Paris, ca. 1720–1740 nature.com New flutes document the earliest musical tradition in southwestern Germany ବଂଶୀ at Curlie Flute acoustics Resources on flute acoustics from the University of New South Wales.
This article uses material from the Wikipedia ଓଡ଼ିଆ article ବଂଶୀ , which is released under the Creative Commons Attribution-ShareAlike 3.0 license ("CC BY-SA 3.0") ; additional terms may apply (view authors ). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses. ®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.