ଫତୁରାନନ୍ଦ: ବ୍ୟଙ୍ଗ ସାହିତ୍ୟିକ

ଫତୁରାନନ୍ଦ (୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫) ଓଡ଼ିଆ ଭାଷାର ଜଣେ ବ୍ୟଙ୍ଗ ସାହିତ୍ୟିକ ଥିଲେ । ତାଙ୍କର ପ୍ରକୃତ ନାମ ଥିଲା ରାମ ଚନ୍ଦ୍ର ମିଶ୍ର । ଛଦ୍ମ ନାମ ଫତୁରାନନ୍ଦ ବ୍ୟବହାର କରି ସେ ସାହିତ୍ୟ ରଚନା କରୁଥିଲେ । ସେ ୫୦୦ରୁ ଅଧିକ ହାସ୍ୟଗଳ୍ପ ରଚନା କରିଥିଲେ ।

ଫତୁରାନନ୍ଦ
ଫତୁରାନନ୍ଦ: ଜୀବନୀ, ଜୀବିକା, ରଚନାବଳୀ
ଜନ୍ମ
ରାମଚନ୍ଦ୍ର ମିଶ୍ର

(1915-06-01)୧ ଜୁନ ୧୯୧୫
ଝାଞ୍ଜିରୀମଙ୍ଗଳା, କଟକ, ଓଡ଼ିଶା
ମୃତ୍ୟୁ୬ ନଭେମ୍ବର ୧୯୯୫(1995-11-06) (ବୟସ ୮୦)
ଶିକ୍ଷାଏଲ୍.ଏମ୍.ପି (୧୯୩୮)
ପିତାମାତାବିଦ୍ୟାଧର ମିଶ୍ର
ସୁଭଦ୍ରା ମିଶ୍ର

ଜୀବନୀ

ରାମଚନ୍ଦ୍ର ମିଶ୍ର ୧୯୧୫ ମସିହା ଜୁନ ୧ ତାରିଖରେ କଟକର ଝାଞ୍ଜିରିମଙ୍ଗଳାଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବିଦ୍ୟାଧର ମିଶ୍ର ଓ ମାତାଙ୍କ ନାମ ସୁଭଦ୍ରା ମିଶ୍ର ଥିଲା । ପିଲାଦିନେ ସେ ମସିହାଗୁଡିକ ମନେରଖି ପାରୁନଥିଲେ । ଏହିଯୋଗୁ ଶିକ୍ଷକଙ୍କଠାରୁ ସବୁବେଳେ ବେତ ମାଡ ଖାଉଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ମସିହାରେ ଆରମ୍ଭ ହୋଇଥିଲା ବୋଲି, ସେ କୌଣସି ପ୍ରକାରରେ ମନେରଖି ପାରିଥିଲେ । ବର୍ଷକ ପରେ ୧୯୧୫ ମସିହାରେ ତାଙ୍କର ଜନ୍ମ । ଏହିକଥାକୁ ନେଇ ସେ ଏକ ବ୍ୟଙ୍ଗ ଗପର ଅବତାରଣା କରିଛନ୍ତି । ବିଶ୍ୱଯୁଦ୍ଧ ଦେଖି ଈଶ୍ୱର ତାଙ୍କୁ କହିଲେ - "ଯାବେ ଏଠି ବସି ଦାନ୍ତ ନେଫେଡୁଛୁ କାହିଁକି ? ଯାଆ ପୃଥିବୀରେ ବଢିଆ ଯୁଦ୍ଧ ହେଉଛି ଦେଖିବୁ ।" ତାଙ୍କ ଭାଷାରେ ଭଗବାନଙ୍କ କଥାମାନି, ସେ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ଠିକ ବର୍ଷକ ପରେ ଜନ୍ମଗ୍ରହଣ କରିଥିଲେ । ଡାକ୍ତରୀ ପଢୁଥିବା ବେଳେ, ସେ ରୋଗଶିକାର ହୋଇ, ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ୧୯୩୮ ମସିହାରେ ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି ଡିଗ୍ରୀ ହାସଲ କରିଥିଲେ । ଜୀବନବ୍ୟାପି ଅବିବାହିତ ରହି, ସେ ନିଜକୁ ସାହିତ୍ୟ ସର୍ଜନାରେ ନିମଗ୍ନ ରଖିଥିଲେ ।

୧୯୯୫ ମସିହାରେ ଫତୁରାନନ୍ଦଙ୍କର ତିରୋଧାନ ଘଟିଥିଲା ।

ଜୀବିକା

ଫତୁରାନନ୍ଦଙ୍କ “ମୋ ଫୁଟା ଡଙ୍ଗାର କାହାଣୀ” ନାମକ ଆତ୍ମଜୀବନୀ ସମକାଳୀନ ବ୍ୟଙ୍ଗ ରଚନା ଭାବରେ ଜଣାଶୁଣା ଥିଲା । ଏହା ବ୍ୟତିତ ନାକଟା ଚିତ୍ରକର, ସାହି ମହାଭାରତ, ସାହିତ୍ୟଚାଷ, ଫମାଲୋଚନା, ଅମ୍ରୁତ ବେହିଆ ଇତ୍ୟାଦି ତାଙ୍କର ଲୋକପ୍ରିୟ ରଚନା । ସେ ମାସିକ ସାହିତ୍ୟ ପତ୍ରିକା ଡଗରର ସମ୍ପାଦନା ମଧ୍ୟ କରିଥିଲେ । ସାହିତ୍ୟ ରଚନା ସହିତ ସେ ଜଣେ ବ୍ୟଙ୍ଗଚିତ୍ରକାର ଭାବରେ ବ୍ୟଙ୍ଗ ଚିତ୍ରମାନ ଅଙ୍କନ କରିଥିଲେ । ତାଙ୍କ ବ୍ୟଙ୍ଗଚିତ୍ର ଜାତୀୟ ସ୍ଥରର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ହାସ୍ୟ ସାହିତ୍ୟ, କଳା ଓ ଅଭିନୟର ବିକାଶ ପାଇଁ 'ସରସ ସାହିତ୍ୟ ସମିତି' ଓ 'ହାସ୍ୟ ବିକାଶ କେନ୍ଦ୍ର' ଆଦି ଅନୁଷ୍ଠାନର ସ୍ଥାପନା କରିଥିଲେ ।

ରଚନାବଳୀ

ପୁରସ୍କାର ଓ ସମ୍ମାନ

  • ସାରଳା ସମ୍ମାନ

ଆଧାର

This article uses material from the Wiki ଓଡ଼ିଆ article ଫତୁରାନନ୍ଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.

Tags:

ଜୀବନୀ ଫତୁରାନନ୍ଦ

ଜୀବିକା ଫତୁରାନନ୍ଦ

ରଚନାବଳୀ ଫତୁରାନନ୍ଦ

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଉଇକିକମନ୍ସବ୍ୟାଡ଼ମିଣ୍ଟନଟୋଫାସିଟିନିବ୧୮୧ଅଙ୍ଗ୍ୱୀଲାରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟଯୁକ୍ତରାଷ୍ଟ୍ର ଆମେରିକାଉସେନ ବୋଲ୍ଟଆଫଗାନିସ୍ତାନଜୟଦ୍ରଥ ସୁନାଡୋନାଲ୍ଡ ଟ୍ରମ୍ପଚନ୍ଦ୍ରଯାନ-୩ରାଧାନୂଆଖାଇଫକୀର ମୋହନ ସେନାପତିକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ଜଗନ୍ନାଥ ଦାସମନୋଜ ଦାସସରଳା ଦେବୀରାଧାଷ୍ଟମୀଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସଭାରତଓଡ଼ିଆ ଭାଷାଗଙ୍ଗାଧର ମେହେରଜାଭା (ପ୍ରୋଗ୍ରାମିଂ ଭାଷା)ମନୀଷା ଗିରୋତ୍ରାରାଧାନାଥ ରାୟଓଡ଼ିଶାଓଡ଼ିଆ ସାହିତ୍ୟଏସ୍୩ ମୁଭିଜ୍ଗଣେଶ ପୂଜାଓଡ଼ିଶା ବିଧାନ ସଭାଚନ୍ଦ୍ରଶେଖର ରଥସୁରେନ୍ଦ୍ର ମହାନ୍ତିଅପରେଟିଙ୍ଗ ସିଷ୍ଟମଗୋଦାବରୀଶ ମିଶ୍ରରମାକାନ୍ତ ରଥପ୍ରତିଭା ରାୟଡେଙ୍ଗୁ ଜରପ୍ରଥମ ଭାସ୍କରମଧୁସୂଦନ ଦାସମହାତ୍ମା ଗାନ୍ଧୀଚିଲିକା ହ୍ରଦକାଳୀଚରଣ ପଟ୍ଟନାୟକପ୍ରମିଳା ମଲ୍ଲିକସୁରେନ୍ଦ୍ରନାଥ ଶତପଥୀଜଗନ୍ନାଥସାରଳା ଦାସଉପେନ୍ଦ୍ର ଭଞ୍ଜଜଗନ୍ନାଥ ମନ୍ଦିରମଧୁସୂଦନ ରାଓବିଜୟ ମିଶ୍ରନନ୍ଦିନୀ ଶତପଥୀରାଧାମୋହନ ଗଡ଼ନାୟକଦଣ୍ଡ ନାଟଗୀତଗୋବିନ୍ଦମନୋରଞ୍ଜନ ଦାସଗଣେଶଓଡ଼ିଆକାଳିନ୍ଦୀ ଚରଣ ପାଣିଗ୍ରାହୀରାଶି ଓ ନକ୍ଷତ୍ରମହାପାତ୍ର ନୀଳମଣି ସାହୁ🡆 More