ଫଗୁ ଦଶମୀ

ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ I ଉକ୍ତ ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ I ତେଣୁ ସ୍ୱଭାବତଃ ରାଧାକୃଷ୍ଣ ମନ୍ଦିରଗୁଡିକ ସେହିଦିନଠାରୁ ଉତ୍ସବମୁଖର ହୋଇଉଠେ I ପୂର୍ଣ୍ଣିମା ପର୍ଯ୍ୟନ୍ତ ବୈଷ୍ଣବ ଧର୍ମାବଲମ୍ବୀଙ୍କ ମତାନୁଯାୟୀ ବୃନ୍ଦାବନ ଗୋପୀମାନେ ସେମାନଙ୍କର ପରମାରାଧ୍ୟ ଓ ପରମ ପ୍ରେମିକ ଶ୍ରୀକୃଷ୍ଣଙ୍କ ସହ ଚାଚେରି ଖେଳିଥିଲେ I ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଫୁଲହାରରେ ମଣ୍ଡନ କରିଥିଲେ, ଦୋଳି ଖେଳାଇଥିଲେ ଏବଂ ତାଙ୍କ ସହ ଫଗୁ ଖେଳି ଆମୋଦ ପ୍ରମୋଦରେ ମଗ୍ନ ଥିଲେ I ତେଣୁ ଦୋଳଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟଛୋଟ ବିମାନରେ ଚିତ୍ତାକର୍ଷକ ସାଜସଜ୍ଜା ସହିତ ମହାଆଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ I ପ୍ରାୟତଃ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯିବା ସଙ୍ଗେସଙ୍ଗେ ପୁରୋହିତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଏ I ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ‘ଦ୍ୱାରୀ ଭୋଗ’ କୁହାଯାଏ I ଭଗବାନ ସବୁବେଳେ ଭକ୍ତଙ୍କର- ଏହା ହିଁ ପ୍ରତିପାଦିତ କରିବା ବୋଧହୁଏ ଦ୍ୱାରୀ ଭୋଗର ଉଦ୍ଦେଶ୍ୟ I ଭକ୍ତମାନେ ସବୁବେଳେ ଠାକୁରଙ୍କୁ ଦର୍ଶନ କରୁଥିଲେ ମନ୍ଦିରରେ I ନୈବେଦ୍ୟ ଅର୍ପଣ କରୁଥିଲେ ଭଗବାନଙ୍କ ପୀଠସ୍ଥଳୀରେ; କିନ୍ତୁ ଦୋଳଉତ୍ସବ ପାଳନ କରାଯାଉଥିବାବେଳେ ତାଙ୍କର ସୁଉଚ୍ଚ ସିଂହାସନ ଉପରୁ ଠାକୁରେ ଓହ୍ଲାଇ ଆସୁଥିଲେ ରାଜଦାଣ୍ଡ ଉପରକୁ I ଭକ୍ତର ଦ୍ୱାର ନିକଟକୁ I ସେମାନଙ୍କ ନିକଟକୁ ଯାଇ ଭକ୍ତି ନୈବେଦ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା; ଦୋଳି ବା ହୋଲି ଉତ୍ସବ I ରଥଯାତ୍ରାବେଳେ ଯେଭଳି ଜଗତର ନାଥ ଜଗନ୍ନାଥ ନିଜ ସିଂହାସନ ଉପରୁ ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ଭକ୍ତବୃନ୍ଦକୁ ଦର୍ଶନ ଦେବା ପାଇଁ, ଶ୍ରୀକୃଷ୍ଣ ଭକ୍ତମାନଙ୍କଠାରୁ ଭୋଗ ନେବା ପାଇଁ ଠିକ୍ ସେହିପରି ଦୋଳ ଉତ୍ସବବେଳେ ଚାଲିଯାଇଥାନ୍ତି ଭକ୍ତମାନଙ୍କ ଅତିନିକଟକୁ – ଘର ପାଖକୁ I ପୁରୀ ମନ୍ଦିର ଭଳି ଭୁବନେଶ୍ୱର ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳଯାତ୍ରା ମହାସମାରୋହରେ ପାଳିତ ହୁଏ ।

ଫଗୁ ଦଶମୀ
ନାମଫାଲଗୁନ ଦଶମୀ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ପାଳନ୮ ମାର୍ଚ୍ଚ (ମଙ୍ଗଳବାର)
ତାରିଖଫାଲ୍‌ଗୁନ ଶୁକ୍ଳ ଦଶମୀ
ସମ୍ପର୍କିତଦୋଳଯାତ୍ରା

ଆଧାର

Tags:

ଓଡ଼ିଶାର ଦୋଳଯାତ୍ରାକୃଷ୍ଣଦଶମୀପକ୍ଷପୂର୍ଣ୍ଣିମାଫାଲଗୁନରାଧା

🔥 Trending searches on Wiki ଓଡ଼ିଆ:

କାଜୁଡାଲିଶିବଗଙ୍ଗଶିଉଳୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷପଦ୍ମଚରଣ ପଟ୍ଟନାୟକଅଷ୍ଟ୍ରେଲିଆଚନ୍ଦନଲାଗି ବେଶଗୀତଗୋବିନ୍ଦଓଡ଼ିଆ ବାହାଘରରିୟା ସେନହାଡ଼ଫୁଟିଉତ୍କଳ ବ୍ରାହ୍ମଣଅନୁପମ ଭାରତବନ୍ଧୁତାଏସ୍କେରିସିଆ କୋଲାଇଗୁରୁପ୍ରସାଦ ମହାନ୍ତିବିରଜା ମନ୍ଦିରଭାରତ ସରକାର୧ ଫେବୃଆରୀଅଚ୍ୟୁତାନନ୍ଦ ପ‌ତି୧୨ ଫେବୃଆରୀମରିସସ୧୨ ସେପ୍ଟେମ୍ବରଭଦ୍ରକ ଜିଲ୍ଲାରାଜ ଯୋଗଅଶୋକାଷ୍ଟମୀଭକ୍ତ ଚରଣ ଦାସହିଙ୍ଗୁଳା ମନ୍ଦିରଓଡ଼ିଆ କଥାଚିତ୍ର ଜଗତହିନ୍ଦୁ ଧର୍ମଇଲେକ୍ଟ୍ରୋନିକ କମର୍ସଦ୍ୱିତୀୟ ବିଶ୍ୱଯୁଦ୍ଧଜ୍ଞାନକୋଷଦ୍ରୌପଦୀ ମୁର୍ମୁଚିଲିକା ହ୍ରଦକଣ୍ଡୋମଭଦଭଦଳିଆକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ସଚ୍ଚିଦାନନ୍ଦ ରାଉତରାୟପୁରୀବିଭୂତି ପଟ୍ଟନାୟକଓଡ଼ିଆ ଯୁବକ ପାଠାଗାରଚକ୍ରଧର ବେହେରାଜାଭା (ପ୍ରୋଗ୍ରାମିଂ ଭାଷା)ମୁସଲମାନସ୍ୱାମୀ ବିବେକାନନ୍ଦରେଭେନ୍‌ସା କଲିଜିଏଟ ସ୍କୁଲପାଟୁଆ ଯାତ୍ରାଗଣେଶ୍ୱର ବେହେରାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିସମାଜ (ଖବରକାଗଜ)ଜ୍ଞାନପୀଠ ପୁରସ୍କାରଜଗନ୍ନାଥୱାଟରଲୁ ଯୁଦ୍ଧଛ ମାଣ ଆଠ ଗୁଣ୍ଠଗୁରୁ ପ୍ରସାଦ ମହାନ୍ତିବାସନ୍ତୀହନୁମାନରୋହିତ ପୂଜାରୀପୁରୀ ଜିଲ୍ଲାଭାରତର ଜାତୀୟ ପତାକାଓଡ଼ିଆ ଲିପି🡆 More