ପ୍ୟାରୀମୋହନ ଆଚାର୍ଯ୍ୟ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ । ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।

ପ୍ଯାରୀମୋହନ ଆଚାର୍ଯ୍ୟ
ଜନ୍ମ
ପ୍ୟାରୀମୋହନ ଆଚାର୍ଯ୍ୟ

(1851-08-05)୫ ଅଗଷ୍ଟ ୧୮୫୧
ପଶୁଲୁଣ୍ଡା, କୁଆଁପାଳ, କଟକ ଜିଲ୍ଲା
ମୃତ୍ୟୁ୨୮ ଡିସେମ୍ବର ୧୮୮୧(1881-12-28) (ବୟସ ୩୦)
ଜାତୀୟତାପ୍ୟାରୀମୋହନ ଆଚାର୍ଯ୍ୟ: ଜୀବନୀ, କର୍ମ ଜୀବନ, ଆଧାର ଭାରତୀୟ
ବୃତ୍ତି(ସମୂହ)ଐତିହାସିକ, ସମ୍ପାଦକ
ପ୍ରସିଦ୍ଧିଓଡ଼ିଶା ଇତିହାସର ରଚନାକାର

ଜୀବନୀ

ପ୍ରାରମ୍ଭିକ ଜୀବନ

ସେ ଏକ ଉପନିବେଶୀୟ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ କଟକ ଜିଲ୍ଲା କୁଆଁପାଳ ନିକଟରେ ଥିବା ପଶୁଲୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

କର୍ମ ଜୀବନ

ଉତ୍କଳ ପୁତ୍ର ସମ୍ବାଦପତ୍ରରେ ସେ ଜୋତାର ଦରଖାସ୍ତ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇଛନ୍ତି । ଏହାଦ୍ୱାରା ସେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହେଲେ । ମାଜିଷ୍ଟ୍ରେଟ ତାଙ୍କୁ ସ୍କୁଲରୁ ବହିସ୍କାର କରିବାପାଇଁ ପ୍ରଧାନ ଶିକ୍ଷକ ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଲେ । ପ୍ୟାରୀମୋହନ ମାଜିଷ୍ଟ୍ରେଟଙ୍କୁ ଭୁଲ ନ ମାଗି କମିଶନର ସାହେବଙ୍କୁ ଭେଟିବା ଲାଗି ବାହାରିପଡ଼ିଥିଲେ । ତା’ପରେ ସେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ । ସେତେବେଳେ ସେ ମାସକୁ ୨୫ ଟଙ୍କା ରୋଜଗାର କରୁଥିଲେ । ନିଜର ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନ ରାଓଙ୍କ ସହ ମିଶି ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜରର କାମ କରିବାଯାକେ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇ ପ୍ୟାରୀମୋହନ ଏକାଡେମୀ ନାମରେ ଜଣାଶୁଣା ।

ଆଧାର

Tags:

ପ୍ୟାରୀମୋହନ ଆଚାର୍ଯ୍ୟ ଜୀବନୀପ୍ୟାରୀମୋହନ ଆଚାର୍ଯ୍ୟ କର୍ମ ଜୀବନପ୍ୟାରୀମୋହନ ଆଚାର୍ଯ୍ୟ ଆଧାରପ୍ୟାରୀମୋହନ ଆଚାର୍ଯ୍ୟଉତ୍କଳଓଡ଼ିଆ ଭାଷାକଟକଭାରତମଧୁସୂଦନ ରାଓମାଦଳା ପାଞ୍ଜି

🔥 Trending searches on Wiki ଓଡ଼ିଆ:

ଉମେଶଚନ୍ଦ୍ର ସରକାରମଧ୍ୟ ପ୍ରଦେଶଜୟଦ୍ରଥ ସୁନାଅଷ୍ଟ୍ରେଲିଆଫତୁରାନନ୍ଦସାଲବେଗଗଜପତି ମହାରାଜାବାବୁଶାନ୍ତମନ୍ନା ବ୍ୟାସସ୍ୱର ବର୍ଣ୍ଣଗ୍ରହସାହି ଯାତନୃସିଂହ ଚରଣ ପଣ୍ଡାଶାନ୍ତନୁ କୁମାର ଆଚାର୍ଯ୍ୟସୌଭାଗ୍ୟ କୁମାର ମିଶ୍ରପ୍ରଯୁକ୍ତି ବିଦ୍ୟା୨୬ ଫେବୃଆରୀପଟ୍ଟଚିତ୍ର୫ ଅକ୍ଟୋବରବି. ଆର. ଆମ୍ବେଦକରଜୟ ଜଗନ୍ନାଥସୀତାକାନ୍ତ ମହାପାତ୍ରଅନନ୍ତ ପଟ୍ଟନାୟକସାତକଡ଼ି ହୋତାରବି ପଟ୍ଟନାୟକଇମେଲ୧୩ ଫେବୃଆରୀପଦ୍ମ ଲୋଚନ ପଣ୍ଡା୨୭ ଅପ୍ରେଲଗୁରୁପ୍ରସାଦ ମହାନ୍ତିକଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ନବୀନ ପଟ୍ଟନାୟକହରିଶୟନ ଏକାଦଶୀଭକ୍ତ ଚରଣ ଦାସଲବଣ ସତ୍ୟାଗ୍ରହଆମ୍ବ୪ ଅପ୍ରେଲଯାଜପୁର ଜିଲ୍ଲାଓଡ଼ିଆ ଲୋକଚୈତ୍ରରମାଦେବୀ ଚୌଧୁରୀଓଡ଼ିଶାର ସଂସ୍କୃତିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବୌଦ୍ଧ ଧର୍ମପୁଷ୍ଟିସାରକଣ୍ଡୁରୀ ଚରଣ ଦାସହନୁମାନ ଚାଳିଶାବ୍ୟଞ୍ଜନ ବର୍ଣ୍ଣ୨୫ ନଭେମ୍ବରପଠାଣି ସାମନ୍ତପରୀକ୍ଷାରାଜେନ୍ଦ୍ର ନାରାୟଣ ସିଂହଦେଓଜନ ଗଣ ମନବିଜ୍ଞାନଇଣ୍ଟରନେଟଶ୍ରୀନିବାସ ରାମାନୁଜନଫିଫା ବିଶ୍ୱକପକାଶୀ ବିଶ୍ୱନାଥ ମନ୍ଦିରଅବସାଦକୁନ୍ତଳା କୁମାରୀ ସାବତଅଣଧର୍ମବାଦଓଡ଼ିଶାମନ୍ମଥ ନାଥ ଦାସପ୍ରଭୁ ଜାନିଜଳ ପ୍ରଦୂଷଣରାମେଶ୍ୱରମଲକ୍ଷ୍ମୀକାନ୍ତ ମହାପାତ୍ରଜଳପୁଟ ବନ୍ଧଭାଗବତ ଜନ୍ମ🡆 More