ପ୍ରମୋଦ ଭଗତ

ପ୍ରମୋଦ ଭଗତ (ଜନ୍ମ: ୪ ଜୁନ ୧୯୮୮), ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଓଡ଼ିଆ ପାରା-ବ୍ୟାଡମିଣ୍ଟନ ଖେଳାଳି । ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ ଭାବରେ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ପ୍ରଥମ ଓଡ଼ିଆ ଖେଳାଳି । ୨୦୨୦ ଟୋକିଓ ପାରା-ଅଲିମ୍ପିକ୍ସର ଏକଳ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ପ୍ରମୋଦ ଭଗତ
ପ୍ରମୋଦ ଭଗତ
ଜନ୍ମ (1988-06-04) ୪ ଜୁନ ୧୯୮୮ (ବୟସ ୩୫)
ଜାତୀୟତାଭାରତୀୟ
ଶିକ୍ଷାଆଇଟିଆଇ (ଇଲେକ୍ଟ୍ରିକାଲ)
ପ୍ରସିଦ୍ଧିପାରା-ବ୍ୟାଡମିଣ୍ଟନ ଖେଳାଳି
ପିତାମାତା(s)କୈଳାଶ ଭଗତ(ବାପା),
କୁସୁମ ଦେବୀ(ମା')
ପୁରସ୍କାରଅର୍ଜୁନ ପୁରସ୍କାର ୨୦୧୯

ପ୍ରାରମ୍ଭିକ ଜୀବନ

୪ ଜୁନ ୧୯୮୮ ମସିହାରେ ଜନ୍ମିତ ପ୍ରମୋଦ ଚାରି ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ପାଖ ଗଳିରେ ସାଙ୍ଗମାନଙ୍କୁ ଖେଳିବାର ଦେଖି ସେ ୨୦୦୨ ମସିହାରୁ (୧୪ ବର୍ଷରୁ) ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ଏକ ଘନିଷ୍ଠ ବନ୍ଧୁଙ୍କ ଘରର ଛାତ ଉପରେ ସେ ବ୍ୟାଡମିଣ୍ଟନ ଖେଳିବା ଅଭ୍ୟାସ କରୁଥିଲେ । ସକ୍ଷମ ବ୍ୟକ୍ତିମାନଙ୍କୁ ଖେଳି ହରାଇବାପରେ ସେ ୨୦୦୬ ମସିହାରେ ପ୍ରତିଯୋଗିତାମୂଳକ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ ।

କ୍ରୀଡ଼ା ଜୀବନ

ସକ୍ଷମ ଖେଳାଳିମାନଙ୍କ ସହିତ ଖେଳି ସେ ଜିଲ୍ଲା-ସ୍ତରୀୟ ଚାମ୍ପିୟନ ହୋଇଥିଲେ । ଏହାପରେ ସେ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ । ସେ ଅନେକ ଜାତୀୟ ସ୍ତରୀୟ ପଦକ ଜିତିଥିଲେ । ୨୦୧୯ ମସିହା ଅଗଷ୍ଟ ମାସ ୧୭ ତାରିଖରେ ସେ ୨୦୧୯ ମସିହାରେ ଅର୍ଜୁନ ପୁରସ୍କାର ପାଇବେ ବୋଲି ଭାରତ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ସେ ଅର୍ଜୁନ ପୁରସ୍କାର ପାଇବାରେ ଓଡ଼ିଶାର ଅଷ୍ଟମ ଖେଳାଳି ହୋଇଥିଲେ ।

ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।

କୃତିତ୍ୱ

ପ୍ରମୋଦ ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିବାବେଳେ ୨୦୧୯ ଅଗଷ୍ଟ ମାସ ସୁଧା ଅନ୍ତର୍ଜାତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ , ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିସାରିଲେଣି । କେବଳ ୨୦୧୯ରେ ସେ ୧୦ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତି ସାରିଛନ୍ତି । ‌ପାରା-ବ୍ୟାଡମିଣ୍ଟନର ଏସ୍‌ଏଲ-ଥ୍ରୀ (SL-3) ବର୍ଗରେ ପ୍ରମୋଦ, ୨୦୧୯ ଅଗଷ୍ଟ ମାସର ସମସାମୟିକରେ ବିଶ୍ୱର ଏକ ନମ୍ବର ଖେଳାଳି ଥିଲେ ।

ପ୍ରମୋଦ କେତେକ ଉଲ୍ଲେଖନୀୟ ପ୍ରତିଯୋଗିତାରେ ଜିତିଥିବା ପଦକ: ୨୦୧୯ ମସିହାରେ ସେ ଅଗଷ୍ଟ ମାସ ପର୍ଯ୍ୟନ୍ତ ୫ଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଲାଭ କରିସାରିଥିଲେ ।

  • ସ୍ୱର୍ଣ୍ଣ ପଦକ (ସିଙ୍ଗଲ), ଟୋକିଓ ପାରା-ବ୍ୟାଡମିଣ୍ଟନ, ଅଗଷ୍ଟ ୨୦୨୧
  • ସ୍ୱର୍ଣ୍ଣ ପଦକ (ସିଙ୍ଗଲ), ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ , ଆୟରଲ୍ୟାଣ୍ଡ, ଅଗଷ୍ଟ ୨୦୧୯
  • ସ୍ୱର୍ଣ୍ଣ ପଦକ, ଉଗାଣ୍ଡା ଅନ୍ତର୍ଜାତୀୟ ପ୍ରତିଯୋଗିତା, ଅପ୍ରେଲ ୨୦୧୯
  • ସ୍ୱର୍ଣ୍ଣ ପଦକ, ଦୁବାଇ ଅନ୍ତର୍ଜାତୀୟ ପ୍ରତିଯୋଗିତା, ଅପ୍ରେଲ ୨୦୧୯
  • ସ୍ୱର୍ଣ୍ଣ ପଦକ, ତୁର୍କୀ ଅନ୍ତର୍ଜାତୀୟ ପ୍ରତିଯୋଗିତା, ମାର୍ଚ୍ଚ ୨୦୧୯
  • ସ୍ୱର୍ଣ୍ଣ ପଦକ, ଆଇଡବ୍ଲ୍ୟୁଏଏସ ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତା, ଶାରଜାହ, ଫେବୃୟାରୀ ୨୦୧୯
  • ସ୍ୱର୍ଣ୍ଣ ପଦକ (ଡବଲ), ରୋପ୍ୟ ପଦକ (ସିଙ୍ଗଲ), ବିଶ୍ୱ ପାରା ଚାମ୍ପିୟାନସିପ, ଇଂଲଣ୍ଡ, ୨୦୧୫
  • କାଂସ୍ୟ ପଦକ, ବିଶ୍ୱ ପାରା ଚାମ୍ପିୟାନସିପ, ଅଲସନ କୋରିଆ, ୨୦୧୭

ପୁରସ୍କାର ଓ ସମ୍ମାନ

  • ପଦ୍ମଶ୍ରୀ ସମ୍ମାନ, ୨୦୨୨
  • ଅର୍ଜୁନ ପୁରସ୍କାର, ୨୦୧୯

ଆଧାର

Tags:

ପ୍ରମୋଦ ଭଗତ ପ୍ରାରମ୍ଭିକ ଜୀବନପ୍ରମୋଦ ଭଗତ କ୍ରୀଡ଼ା ଜୀବନପ୍ରମୋଦ ଭଗତ କୃତିତ୍ୱପ୍ରମୋଦ ଭଗତ ପୁରସ୍କାର ଓ ସମ୍ମାନପ୍ରମୋଦ ଭଗତ ଆଧାରପ୍ରମୋଦ ଭଗତ

🔥 Trending searches on Wiki ଓଡ଼ିଆ:

ବିବାହ୧୭୩୬କାଜୁଭାରତୀୟ ଜନତା ପାର୍ଟିବିଜୁ ଜନତା ଦଳରାଧାମୋହନ ଗଡ଼ନାୟକଇଲେକ୍ଟ୍ରୋନିକ କମର୍ସଲକ୍ଷ୍ମଣ ନାୟକମହାତ୍ମା ଗାନ୍ଧୀଯାଜପୁରଭୀମ ପୃଷ୍ଟିମ୍ୟାଲେରିଆପଣା ସଂକ୍ରାନ୍ତିରୋହିତ ପୂଜାରୀଔଷଧୀୟ ଗଛଲତାମାନଙ୍କର ତାଲିକାବୃହସ୍ପତିଅଜନ୍ତା ଗୁମ୍ଫାସୁଭାଷ ଚନ୍ଦ୍ର ବୋଷଭଗବତ ଗୀତାଭାରତର ଜାତୀୟ ପତାକାଉଇକିଅଭିଧାନଗଣନ ସଂଖ୍ୟାଗାର୍ଗୀ ମହାନ୍ତିସତ୍ୟବାଦୀ ବନ ବିଦ୍ୟାଳୟୟୁରୋପମାଳିକାଆଇଜାକ ନିଉଟନମଟର ସାଇକେଲ୧୨ ସେପ୍ଟେମ୍ବର୧ ଫେବୃଆରୀସରୋଜିନୀ ନାଇଡୁୱିଲିଅମ ସେକ୍ସପିଅରହୃତ୍‌ପିଣ୍ଡକଦଳୀଗଛସମୀର ରଞ୍ଜନ ଦାଶଓଡ଼ିଆ ଲିପିଅଚ୍ୟୁତାନନ୍ଦ ପ‌ତିବାରାକ ଓବାମାଓଡ଼ିଶୀରାମଚନ୍ଦ୍ର ମିଶ୍ରଶ୍ରୀରାମ ପଣ୍ଡାଗାଲୁଆହିନ୍ଦୁ ଧର୍ମତାଳଚେରଚିନ୍ତାମଣି ମହାନ୍ତିକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବେଣୁଧର ରାଉତଏ. ପି. ଜେ. ଅବଦୁଲ କଲାମଚିଲିକା ହ୍ରଦଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତମାଇକ୍ରୋସଫ୍ଟକିଶୋରୀ ଚରଣ ଦାସମିନତି ମିଶ୍ର୨୩ ଅପ୍ରେଲଚୈତ୍ରସୁରେନ୍ଦ୍ର ମହାନ୍ତିହୋଲିଇରା ମହାନ୍ତିମୋରୋକ୍କୋଜବାହରଲାଲ ନେହେରୁଚନ୍ଦନ ବୋଡ଼ା🡆 More