ପ୍ରତିଭା ରାୟ
ପ୍ରତିଭା ରାୟ: ଓଡ଼ିଆ ସାହିତ୍ୟିକା
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା ।[୨] ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା ।[୩] ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।[୪] ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।[୫]ପରବର୍ତ୍ତୀ ସମୟରେ ଏହ ପୁସ୍ତକଟି ସାତଟି ଭାଷାରେ ଅନୂଦିତ ହୋଇଥିଲା ।[୬]
ପଦ୍ମଶ୍ରୀ ପ୍ରତିଭା ରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅଳାବୋଳ, ଜଗତସିଂହପୁର ଜିଲ୍ଲା | ୨୧ ଜାନୁଆରୀ ୧୯୪୩
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତ୍ତକୋତ୍ତର (ଶିକ୍ଷା), ଡକ୍ଟରେଟ (ଶୈକ୍ଷିକ ମନସ୍ତତ୍ତ୍ୱ) [୧] |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ଯାଜ୍ଞସେନୀ, ଶିଳାପଦ୍ମ |
ପୁରସ୍କାର | ଜ୍ଞାନପୀଠ ପୁରସ୍କାର, ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନ ସାଥି | ଅକ୍ଷୟ ଚନ୍ଦ୍ର ରାୟ |
ସନ୍ତାନ | ଆଦ୍ୟାଶା, ଅନ୍ୱେଷ, ଅୟସକାନ୍ତ |
ୱେବସାଇଟ | |
pratibharay.org |
ସେ ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଓ ପରେ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗରେ (ଓପିଏସସି) ସଦସ୍ୟ ଭାବେ ଯୋଗଦାନ କରିଥିଲେ ।[୭]
ଜୀବନୀ
ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।[୮]
ସାହିତ୍ୟ ସର୍ଜନା
ପ୍ରତିଭା ରାୟ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଂକଳନ, ୧୦ଟି ଭ୍ରମଣ କାହାଣୀ, ୨ଟି କବିତା ସଂକଳନ ଓ ଅନେକ ପ୍ରବନ୍ଧର ରଚୟିତା ।[୯]
ଉପନ୍ୟାସ
- ଦୁଇଟି ଢେଉ,୧୯୬୬(ବିସ୍ମୃତି ପ୍ରାୟ)
- ବର୍ଷା ବସନ୍ତ ବୈଶାଖ, ୧୯୭୪
- ଅରଣ୍ୟ, ୧୯୭୭
- ନିଷିଦ୍ଧ ପୃଥିବୀ, ୧୯୭୮
- ପରିଚୟ, ୧୯୭୯
- ଅପରିଚିତା, ୧୯୭୯
- ଉପନାୟିକା, ୧୯୭୯
- ପୂଣ୍ୟତୋୟା, ୧୯୭୯
- ମେଘମେଦୁର, ୧୯୮୦
- ଆଶାବରୀ, ୧୯୮୦
- ଅୟମାରମ୍ଭ, ୧୯୮୧
- ନିଳତୃଷ୍ଣା, ୧୯୮୧
- ସମୁଦ୍ରର ସ୍ୱର, ୧୯୮୨
- ଶିଳାପଦ୍ମ, ୧୯୮୩
- ଯାଜ୍ଞସେନୀ, ୧୯୮୪
- ଦେହାତୀତ, ୧୯୮୬
- ଉତ୍ତରମାର୍ଗ, ୧୯୮୮
- ଆଦିଭୂମି
- ମହାମୋହ, ୧୯୯୮
- ମଗ୍ନମାଟି, ୨୦୦୪
- ମହାରାଣୀର ପୁତ୍ର (୨୦୦୮)
- ଶେଷ ଈଶ୍ୱର
- ପ୍ରାପ୍ତେଷୁ ପୃଥିବୀ (୨୦୧୯ )[୧୦]
.
ଗଳ୍ପ
- ସାମାନ୍ୟ କଥନ, ୧୯୭୮
- ଗଙ୍ଗଶିଉଳି, ୧୯୭୯
- ଅସମାପ୍ତ, ୧୯୮୦
- ବାବୁ ବାଥ୍-ରୁମ୍ରେ ଅଛନ୍ତି
- ଐକତାନ, ୧୯୮୧
- ଅନାବନା, ୧୯୮୩
- ହାତବାକ୍ସ, ୧୯୮୩
- ଘାସ ଓ ଆକାଶ
- ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା, ୧୯୮୪
- ଶ୍ରେଷ୍ଠ ଗଳ୍ପ, ୧୯୮୪
- ଅବ୍ୟକ୍ତ, ୧୯୮୬
- ଇତିବୃତି, ୧୯୮୭
- ହରିତପତ୍ର, ୧୯୮୯
- ପୃଥକ ଇଶ୍ୱର, ୧୯୯୧
- ଭଗବାନର ଦେଶ, ୧୯୯୧
- ମନୁଷ୍ୟ ସ୍ୱର, ୧୯୯୨
- ସ୍ୱନିର୍ବାଚିତ ଶ୍ରେଷ୍ଠ ଗଳ୍ପ, ୧୯୯୪
- ଷଷ୍ଠସତୀ, ୧୯୯୬
- ମୋକ୍ଷ, ୧୯୯୬
- ଉଲ୍ଲଂଘନ, ୧୯୯୮
- ନିବେଦନମିଦମ, ୨୦୦୦
- ଗାନ୍ଧୀଙ୍କ ଗାଁ ୨୦୦୩
- ଝୋଟି ପକା କାନ୍ଥ, ୨୦୦୬
ଭ୍ରମଣ କାହାଣୀ
- ମୈତ୍ରୀ ପାଦପର ଶାଖା ପ୍ରଶାଖା (ଋଷିଆ), ୧୯୯୦
- ଦୂର ଦ୍ୱିବିଧ (ଇଂଲଣ୍ଡ, ଫ୍ରାନ୍ସ), ୧୯୯୯
- ଅପରାଧିର ସ୍ୱେଦ (ଅଷ୍ଟ୍ରେଲିଆ), ୨୦୦୦
ପୁରସ୍କାର ଓ ସମ୍ମାନ
- ପଦ୍ମଭୂଷଣ, ୨୦୨୨ [୧୧]
- ପଦ୍ମଶ୍ରୀ, ୨୦୦୭
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ (ଉଲ୍ଲଙ୍ଘନ)[୧୨]
- ଜ୍ଞାନପୀଠ, ୨୦୧୧[୧୩]
- ମୂର୍ତ୍ତୀଦେବୀ ସମ୍ମାନ, ୧୯୯୧ (ଯାଜ୍ଞସେନୀ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୬ (ଶିଳାପଦ୍ମ)[୧୪]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୯ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୫]
- ବିଷୁବ ପୁରସ୍କାର, ୧୯୯୫ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଶାରଳା ପୁରସ୍କାର, ୧୯୯୦ (ଯାଜ୍ଞସେନୀ)
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୫ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)[୧୬]
- ସାରଳା ସମ୍ମାନ, ୨୦୧୮
- କଳିଙ୍ଗ ରତ୍ନ, ୨୦୧୪ (ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରଦତ୍ତ) [୧୭]
ଆଧାର
This article uses material from the Wikipedia ଓଡ଼ିଆ article ପ୍ରତିଭା ରାୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- Egyptian Arabic: پراتيبها راى - Wiki مصرى
- ଆସାମୀୟ: প্ৰতিভা ৰায় - Wiki অসমীয়া
- ବଙ୍ଗଳା: প্রতিভা রায় - Wiki বাংলা
- ଜର୍ମାନ: Pratibha Ray - Wiki Deutsch
- ଇଂରାଜୀ: Pratibha Ray - Wiki English
- ଏସ୍ପାରେଣ୍ଟୋ: Pratibha Ray - Wiki Esperanto
- ସ୍ପେନିୟ: Pratibha Ray - Wiki Español
- ହିନ୍ଦୀ: प्रतिभा राय - Wiki हिन्दी
- ଇଣ୍ଡୋନେସୀୟ: Pratibha Ray - Wiki Bahasa Indonesia
- କନ୍ନଡ: ಪ್ರತಿಭಾ ರೇ - Wiki ಕನ್ನಡ
- ମୈଥିଳୀ: प्रतिभा राय - Wiki मैथिली
- ମାଲାୟଲମ୍: പ്രതിഭ റായ് - Wiki മലയാളം
- ମରାଠୀ: प्रतिभा रे - Wiki मराठी
- ନେପାଳୀ: प्रतिभा राय - Wiki नेपाली
- ନେୱାରୀ: प्रतिभा राय - Wiki नेपाल भाषा
- ପଞ୍ଜାବୀ: ਪ੍ਰਤਿਭਾ ਰਾਏ - Wiki ਪੰਜਾਬੀ
- ସଂସ୍କୃତ: प्रतिभा राय् - Wiki संस्कृतम्
- ସାନ୍ତାଳି: ᱯᱨᱚᱛᱤᱵᱷᱟ ᱨᱟᱭ - Wiki ᱥᱟᱱᱛᱟᱲᱤ
- ତାମିଲ୍: பிரதிபா ராய் - Wiki தமிழ்
- ତେଲୁଗୁ: ప్రతిభా రాయ్ - Wiki తెలుగు