ପ୍ରତିଭା ପାଟିଲ: ଭାରତୀୟ ରାଜନୀତିଜ୍ଞ

ପ୍ରତିଭା ଦେବୀସିଂହ ପାଟିଲ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି । ସେ ମହାରାଷ୍ଟ୍ର ପ୍ରଦେଶର ଜଲଗାଓଁ ଜିଲ୍ଲାର ନନ୍ଦଗାଓଁ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତା ନାରାୟଣ ପାଗଲୁ ରାଓ ଜଣେ ମରାଠା ଥିଲେ ଓ ନାନା ସାହେବ ନାମରେ ପରିଚିତ ଥିଲେ।ପ୍ରତିଭା ତାଙ୍କ ପରିବାରର ସାତ ଜଣ ସନ୍ତାନମାନଙ୍କ ଭିତରୁ ଏକମାତ୍ର କନ୍ୟା ଥିଲେ ।

Her Excellency

ପ୍ରତିଭା ପାଟିଲ
ପ୍ରତିଭା ପାଟିଲ: ଶିକ୍ଷା, ବୈବାହିକ ଜୀବନ, ରାଜନୈତିକ ଜୀବନ
ଭାରତର ପୂର୍ବତନ ରାଷ୍ଟ୍ରପତି
Incumbent
Assumed office
୨୫ ଜୁଲାଇ ୨୦୦୭ - ୨୫ ଜୁଲାଇ ୨୦୧୨
ପ୍ରଧାନ ମନ୍ତ୍ରୀମନମୋହନ ସିଂହ
Vice Presidentମହମ୍ମଦ ହମିଦ ଅନସାରୀ
ପୂର୍ବ ଅଧିକାରୀଏ. ପି. ଜେ. ଅବଦୁଲ କଲାମ
ରାଜସ୍ଥାନର ରାଜ୍ୟପାଳ
କାର୍ଯ୍ୟକାଳ
୮ ନଭେମ୍ବର ୨୦୦୪ – ୨୩ ଜୁଲାଇ ୨୦୦୭
ମୁଖ୍ୟମନ୍ତ୍ରୀବସୁନ୍ଧରା ରାଜେ
ପୂର୍ବ ଅଧିକାରୀମଦନ ଲାଲ ଖୁରାନା
ପର ଅଧିକାରୀAkhlaqur Rahman Kidwai
ବ୍ୟକ୍ତିଗତ ସବିଶେଷ
ଜନ୍ମ (1934-12-19) ୧୯ ଡିସେମ୍ବର ୧୯୩୪ (ବୟସ ୮୯)
Nadgaon, Bombay Presidency, British India
(now in Maharashtra, India)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦେବୀ ସିଂହ ଶେଖାୱତ
ଶିକ୍ଷାନୁଷ୍ଠାନMooljee Jetha College, Jalgaon
Government Law College, Mumbai
ପେଷାଓକିଲ

ଶିକ୍ଷା

ଜଲଗାଓଁସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ତା ପରେ ସେ ସ୍ଥାନୀୟ ଏକ ନୂତନ ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଇଥିଲେ । ସେତେବେଳେ ତାଙ୍କର ପାଠ ପଢ଼ାକୁ ଅନେକ ପରିହାସ କରୁଥିଲେ କାରଣ ସେତେବେଳେ ମଧ୍ୟ ପରଦା ପ୍ରଥାର ପ୍ରଚଳନ ଥିଲା ଓ ମହିଳାମାନଙ୍କୁ ସୀମିତ ଭାବରେ ଘର ବାହାରକୁ ଛଡାଯାଉଥିଲା । ସେ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ସେଠାକାର ମୋଲଜି ଜୈଠା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ପରେ ସେ ବମ୍ବେର ସରକାରୀ ଆଇନ କଲେଜରେ ନାମ ଲେଖାଈଥିଲେ।ସେଠାରେ ପଢ଼ିବା ସମୟରେ ସେ ଉଷା ଭୌମିକ, ବସନ୍ତ ରାଓ ନାଏକ ଓ ମଧୁକର ରାଓ ଚୌଧୁରୀ ଆଦି ସମାଜସେବୀ ଓ ରାଜାନୀତି ନିପୁଣ ଲୋକଙ୍କ ସହ ପରିଚିତ ହୋଇଥିଲେ।ସେହିମାନେ ହିଁ ତାଙ୍କୁ ରାଜନୀତି କ୍ଷେତ୍ରକୁ ଆଣିବାରେ ସାହାଯ୍ୟ କରିଥିଲେ ।

ବୈବାହିକ ଜୀବନ

ଯଦିବା୧୯୬୦ ମସିହା ବେଳକୁ ଝିଅମାନଙ୍କର ବିବାହ ବୟସ୧୮ରୁ ୧୯ ବର୍ଷ ଥିଲା କିନ୍ତୁ ପ୍ରତିଭା ନିଜର ମାନସିକ ଦୃଢ଼ତା ଓ ପ୍ରଗତିଶୀଳ ଚିନ୍ତାଧାରା ପାଇଁ ସ୍ୱାବଲମ୍ବୀ ହେବାକୁ ପ୍ରାଧାନ୍ୟ ଦେଇଥିଲେ । ୧୯୬୫ ମସିହା ଜୁଲାଇ୭ ତାରିଖ ଦିନ ଦେବୀସିଂହ ରାମସିଂହ ଶେଖାୱତ ପାଟିଲଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ସେତେବେଳକୁ ପ୍ରତିଭାଙ୍କୁ ୩୧ ବର୍ଷ ବୟସ ହୋଇଥିଲା । ଦେବୀସିଂହ ରାଜସ୍ଥାନ ରାଜ୍ୟର ଥିଲେ ଏବଂ ରସାୟନ ବିଜ୍ଞାନରେ ଡାକ୍ତରେଟ ପ୍ରାପ୍ତ ଥିଲେ । ପରବର୍ତ୍ତୀ ଜୀବନରେ ସେ ପ୍ରତିଭାଙ୍କ ପାଇଁ ଏକ ଶକ୍ତିର ଉତ୍ସ ଭାବେ କାର୍ଯ୍ୟ କରିଥିଲେ।ବିବାହ ପରେ ପ୍ରତିଭା ରାଜନୀତିରେ ସକ୍ରିୟ ରହିଥିଲେ କାରଣ ତାଙ୍କର ସ୍ୱାମୀ କେବେ ତାଙ୍କ ପାଇଁ ପ୍ରତିବନ୍ଧକ ହୋଇନଥିଲେ । ସେ ଓ ଦେବୀସିଂହ ମିଶି ଅନେକ ଉନ୍ନତି ମୂଳକ ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ।ରାଜନୀତି ଛଡା ପ୍ରତିଭା ନିଜର ପାରିବାରିକ ଦାୟିତ୍ୱ ମଧ୍ୟ ସୂଚାରୁ ରୂପେ ତୁଲାଇଥିଲେ।ବୟସ୍କ ମାନଙ୍କୁ ସମ୍ମାନ ଦେବା ଓ ଛୋଟ ମାନଙ୍କର ଯତ୍ନ ନେବା ତାଙ୍କର ଏକ ସାଧାରଣ ଚରିତ୍ର ଥିଲା ।

ରାଜନୈତିକ ଜୀବନ

ପ୍ରତିଭାଙ୍କର ସୁଗୁଣ ଯୋଗୁଁ କମ୍ ବୟସରୁ ମଧ୍ୟ ଗ୍ରାମର ଲୋକମାନେ ତାଙ୍କର ନେତୃତ୍ୱ ନେବାର ଗୁଣକୁ ଜାଣିପାରିଥିଲେ । ଏଥିପାଇଁ ତାଙ୍କ ପରିବାରର ମଧ୍ୟ ପୂର୍ଣ୍ଣ ସମର୍ଥନ ରହିଥିଲା । ଫଳରେ ମାତ୍ର ୨୭ ବର୍ଷ ବୟସରେ ସେ ରାଜ୍ୟ ବିଧାନ ସଭା ସଭ୍ୟ ପଦପାଇଁ କଂଗ୍ରେସ ଦଳ ପକ୍ଷରୁ ୧୯୬୨ ମସିହାରେ ଏଡଲାବଡ଼ ବିଧାନ ମଣ୍ଡଳୀରୁ ଜୟଯୁକ୍ତ ହୋଇଥିଲେ । ବିବାହ ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିଥିଲେ। ୧୯୫୭ ମସିହାରେ ସେ ମହାରାଷ୍ଟ୍ର ବିଧାନ ସଭା ନିର୍ବାଚନ ସମୟରେ ନିଜ ଅଧ୍ୟକ୍ଷ ୟସବନ୍ତ ମହାଜନଙ୍କ ପାଇଁ ପ୍ରଚାରରେ ଭାଗନେଇଥିଲେ।୧୯୬୨ରେ ସେ ମହାରାଷ୍ଟ୍ର ବିଧାନ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ।୧୯୬୨ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ଜଲଗାଓଁ ବିଧାନ ମଣ୍ଡଳୀରୁ ସର୍ବଦା ନିର୍ବାଚିତ ହେଉଥିଲେ।୧୯୬୭ରେ ସେ ବିଳାସ ରାଓ ଦେଶମୁଖଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗଦେଇଥିଲେ।୧୯୬୨ରୁ ୧୯୭୮ ପର୍ଯ୍ୟନ୍ତ ସେ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ।ସେ ମଧ୍ୟ ମହାରାଷ୍ଟ୍ର ମହିଳା କଂଗ୍ରେସର ସଭାନେତ୍ରୀ ରହିଥିଲେ।୧୮୮୫ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଏବଂ ୧୯୮୬ ମସିହାରେ ସେ ରାଜ୍ୟସଭାର ଉପସଭାପତି ହୋଇ ୧୯୮୮ ନଭେମ୍ବର ୫ ତାରିଖ ଯାଏଁ କାର୍ଯ୍ୟ କଲେ।ସେହି ସମୟରେ ସେ ସଂସଦୀୟ କମିଟିର ସ୍ୱାଧୀକାର ସଂକ୍ରାନ୍ତୀୟ ପରିଷଦର ମୁଖ୍ୟ ଥିଲେ।୧୯୯୦ ମସିହାରେ ରାଜ୍ୟସଭା ସଭ୍ୟପଦର ସମୟ ଶେଷ ହେଲା ଏବଂ ୧୯୯୧ ମସିହାରେ ସେ ଦଶମ ଲୋକ ସଭାକୁ ଅମରାବତୀ ମଣ୍ଡଳୀରୁ ନିର୍ବାଚିତ ହେଲେ।ପ୍ରତିଭା ଦୀର୍ଘ ୩୪ ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ପରାଜିତ ହୋଇନଥିଲେ। ୨୦୦୪ ମସିହା ନଭେମ୍ବର ମାସରେ କଂଗ୍ରେସ ନେତୃତ୍ୟ ପ୍ରତିଭାଙ୍କୁ ରାଜସ୍ଥାନର ରାଜ୍ୟପାଳ ନିଯୁକ୍ତ କଲେ। ୨୦୦୬ ମସିହା ଜୁନ୨୧ ତାରିଖ ଦିନ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ।୨୦୦୭ ମସିହାରେ କେନ୍ଦ୍ରରେ କ୍ଷମତାସୀନ ସଂଯୁକ୍ତ ପ୍ରଗତିବାଦୀ ଉପା ମେଣ୍ଟ ସରକାର ପ୍ରତିଭା ପଟିଲଙ୍କୁ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ଭାବେ ମନୋନୟନ କରିଥିଲେ।ଯେହେତୁ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ୬୦ ବର୍ଷ ମଧ୍ୟରେ କୌଣସି ମହିଳା ରାଷ୍ଟ୍ରପତି ହୋଇନଥିଲେ , ତାଙ୍କର ପ୍ରାର୍ଥୀ ହେବାକୁ ନେଇ ନାନାପ୍ରକାର ବିବାଦ ଉପୁଜିଥିଲା।ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଭା ଜୟଯୁକ୍ତ ହେଲେ। ସେ ସର୍ବମୋଟ ୬,୩୮,୧୧୬ ଭୋଟ୍ ପାଇ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ହାସଲ କରିଥିଲେ।

ରାଷ୍ଟ୍ରପତି ଭାବରେ ଶାସନ

୨୦୦୭ ମସିହା ଜୁଲାଇ ୨୫ ଦିନ ପ୍ରତିଭା ଦେବୀସିଂହ ପାଟିଲ ୬୩ ବର୍ଷ ବୟସରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କଲେ । ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର କଲାମ ତାଙ୍କୁ କ୍ଷମତା ହସ୍ତାନ୍ତର କଲେ । ତାଙ୍କୁ ସସମ୍ମାନେ ରାଷ୍ଟ୍ରପତି ଭବନକୁ ପାଛୋଟି ନିଆଯାଇଥିଲା । ନିଜର ବିଜୟ ପାଇଁ ସେ ଦେଶର ଜନତାଙ୍କ ମଧ୍ୟରେ ଥିବା ନିଷ୍ଠା ଓ ନୀତିନିୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।ସେ ନିଜର କାର୍ଯ୍ୟକାଳ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ ଓ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିଲେ । ଦେଶର ସୀମାନ୍ତ ସୁରକ୍ଷା ତଥା ଭାରତୀୟ ସାମରିକ ବାହିନୀର ଉନ୍ନତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ବୈଷୟିକ ଶିକ୍ଷା, ଶିଶୁ ଶ୍ରମିକ ଚଳଣି, ବାଲ୍ୟ ବିବାହ ଇତ୍ୟାଦି ଅନେକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଯୋଜନାମାନ ପ୍ରଣୟନ କରିଥିଲେ ।ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ଯେଉଁମାନେ ତାଙ୍କୁ ସମାଲୋଚନା ତଥା ବିରୋଧ କରିଆସୁଥିଲେ ତାଙ୍କର କାର୍ଯ୍ୟ ପ୍ରଣାଳୀ ଓ କର୍ତାବ୍ୟନିଷ୍ଠତା ସେମାନଙ୍କୁ ଚୁପ୍ କରିବାରେ ସକ୍ଷମ ହୋଇଥିଲା । ଦୀର୍ଘ ୫ବର୍ଷ କାଳ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ସେ ୨୦୧୨ ମସିହାରେ ରାଷ୍ଟ୍ରପତି ପଦରୁ ଅବସର ଗ୍ରହଣ କରିଥିଲେ ।

ଆହୁରି ଦେଖନ୍ତୁ

ଆଧାର

Tags:

ପ୍ରତିଭା ପାଟିଲ ଶିକ୍ଷାପ୍ରତିଭା ପାଟିଲ ବୈବାହିକ ଜୀବନପ୍ରତିଭା ପାଟିଲ ରାଜନୈତିକ ଜୀବନପ୍ରତିଭା ପାଟିଲ ରାଷ୍ଟ୍ରପତି ଭାବରେ ଶାସନପ୍ରତିଭା ପାଟିଲ ଆହୁରି ଦେଖନ୍ତୁପ୍ରତିଭା ପାଟିଲ ଆଧାରପ୍ରତିଭା ପାଟିଲମହାରାଷ୍ଟ୍ର

🔥 Trending searches on Wiki ଓଡ଼ିଆ:

ସୀତାକାନ୍ତ ମହାପାତ୍ରକଳସା ଚଉତିଶାଇରା ମହାନ୍ତିବଣ୍ଡ (ଅର୍ଥ)ତେଲୁଗୁ ଭାଷାସ୍ନେହସାରୟୁରୋପଅନୁଭବ ମହାନ୍ତିଗଣେଶନିତ୍ୟାନନ୍ଦ ଶତପଥୀଗୁରୁ କେଳୁଚରଣ ମହାପାତ୍ର ସମ୍ମାନମହିଳା ଯୌନାଙ୍ଗ ଛେଦନ୧୭୩୧ଶାରଳା ପୁରସ୍କାରମନମୋହନ ସାମଲହିଙ୍ଗୁଳା ମନ୍ଦିରଶ୍ରୀ ଅରବିନ୍ଦ୨୦୨୨ ଫିଫା ବିଶ୍ୱକପ୍ତମନ୍ନା ବ୍ୟାସପ୍ରତାପ କେଶରୀ ଦେଓଦ୍ରୌପଦୀ ମୁର୍ମୁଦିନସୌର ଜଗତଭାରତୀୟ ଡାକ ସେବାୱିଲିଅମ ସେକ୍ସପିଅର୨୭ ମାର୍ଚ୍ଚଚେନ୍ନାଇ ଏକ୍ସପ୍ରେସଆସିକାଗୁରୁ ପ୍ରସାଦ ମହାନ୍ତିବିନାୟକ ଦାମୋଦର ସାବରକରସଚ୍ଚିଦାନନ୍ଦ ରାଉତରାୟଧନୁଯାତ୍ରାବୃସେଲ୍ସଇଲନ ମସ୍କଭାଷାଅଡ଼ିଭିକାରୀ ବଳମଙ୍ଗଳବାରନିତ୍ୟାନନ୍ଦ ମହାପାତ୍ର୧୪ ମାର୍ଚ୍ଚପଣସଦେବରାଜ ମହାନ୍ତି୧୯୪୯୧୯୪୨ଏକ୍ସକ୍ୟୁଜ ମିକଳ୍କୀ (ଓଡ଼ିଆ କଥାଚିତ୍ର)ଖଣ୍ଡାୟତଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଫତୁରାନନ୍ଦବିର୍ସା ମୁଣ୍ଡାଛ ମାଣ ଆଠ ଗୁଣ୍ଠଭୁବନେଶ୍ୱରଗଙ୍ଗାଧର ମେହେରକାଜାଖସ୍ତାନବନ୍ଦେ ଉତ୍କଳ ଜନନୀପଖାଳଉତ୍ତମ କୁମାର ପ୍ରଧାନଶାଲିନୀ ଅରୋଡ଼ାଝୁମରଚୈତ୍ରଅଭିରାମ ପରମହଂସନାରୀ ନୁହେଁ ତୁ ନାରାୟଣୀଭାରତବିଦ୍ୟାଳୟବୀଜାଣୁ🡆 More